Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Employment. Show all posts
Showing posts with label Employment. Show all posts

Thursday, May 10, 2018

ରୋଜଗାରର ମାତ୍ରା ଓ ମାନ ହିଁ ଅର୍ଥନୀତିର ସୂଚକ

ଦେଶରେ ବେକାରୀ ବଢ଼ୁଛି ବୋଲି ହଲ୍ଲା ଚାଲିଥିବା ବେଳେ ପକୁଡ଼ି ବିକିବା ବି ଏକ ରୋଜଗାରବୋଲି ପ୍ରଧାନମନ୍ତ୍ରୀ କହିବା ଲୋକଙ୍କୁ ବ୍ୟଥିତ, ଚିନ୍ତିତ ଓ ଆମୋଦିତ କରିଥିଲା ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ଭଳି ବିରୋଧୀ ଦଳ ନେତା ତାତ୍ସଲ୍ୟରେ କହିଥିଲେ, ତାହାହେଲେ ଭିକାରୀ ବି ବେରୋଜଗାର ନୁହେଁ ଶାସକ ଦଳର ଅନେକ ନେତା ତଥା କିଛି ଅର୍ଥନିତିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ଉଦାହରଣକୁ ଭୁଲ ନୁହେଁ ବୋଲି ଦର୍ଶାଇ ଆହୁରି ଉଦାହରଣ ଯୋଡ଼ିଲେ ନିକଟରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଯୁବକଯୁବତୀଙ୍କୁ ଚାକିରୀ ଚିନ୍ତା ଛାଡ଼ି ପାନ ଦୋକାନ ଖୋଲ ବୋଲି କହିଛନ୍ତି ଅନେକ ମନ୍ତ୍ରୀ ମୁଦ୍ରା ଯୋଜନା, ଦକ୍ଷତା ବିକାଶ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର ଭଳି ଯୋଜନାରେ ଅନେକ ରୋଜଗାର ହୋଇଥିବାର ଦାବୀ କରିଛନ୍ତିି ଏଭଳି ସ୍ଥିତିରେ ରୋଜଗାର କଣ ଓ ରୋଜଗାର ସମ୍ବନ୍ଧୀୟ ତଥ୍ୟାବଳୀ କେମିତି ସଂଗ୍ରହ ହେଉଛି ତଥା ସରକାରଙ୍କ ଉତ୍ତରଦାୟିତ୍ୱ କଣ ରହିଛି ତାହାକୁ ନେଇ ଘୋର ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି


ବିଭିନ୍ନ ପକ୍ଷର ଅଭିଯୋଗ ଉଠୁଛି ଯେ ସରକାରଙ୍କ ପାଖରେ ରୋଜଗାର-ବେରୋଜଗାର ସମ୍ବନ୍ଧରେ ସଠିକ୍ ତଥ୍ୟ ନାହିଁ ନିକଟରେ ସରକାର ରଖିଥିବା ଏକ ଉତ୍ତର ଦେଖିବା ରାଜ୍ୟସଭାରେ ସରକାରଙ୍କୁ ଏକ ସିଧା ପ୍ରଶ୍ନ ଥିଲା, ‘ଦେଶରେ ମୋଟ କେତେ ରୋଜଗାର ସୁୃଷ୍ଟି ହୋଇଛି ତାହାର ରେକର୍ଡ଼ ସରକାର ରଖନ୍ତି କି’? ୨୦୧୮ ମସିହା ମାର୍ଚ୍ଚ ୨୮ ତାରିଖରେ ଏହାର ଉତ୍ତରରେ ସରକାର କହିଲେ ଯେ ଦେଶରେ ରୋଜଗାର ବେରୋଜଗାରର ସ୍ଥିତି ଜାଣିବା ପାଇଁ ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ ଲେବର ଫୋର୍ସ ସର୍ଭେ କରନ୍ତିଭଲ କଥା ତେବେ ତାହା ହୁଏ ପାଞ୍ଚ ବର୍ଷରେ ଥରେ ସେଭଳି ଶେଷ ସର୍ଭେ ହୋଇଥିଲା ୨୦୧୧-୧୨ ମସିହାରେ ଅବଶ୍ୟ ମନ୍ତ୍ରୀ ପୁଣି କହିଥିଲେ ଯେ ଲେବର ବ୍ୟୁରୋ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ମଧ୍ୟ ଏକ ବାର୍ଷିକ ସର୍ଭେ କରନ୍ତି ସେହିଭଳି ଶେଷ ସର୍ଭେ ହୋଇଥିଲା ୨୦୧୫-୧୬ ମସିହାରେ ତେବେ ଏହି ସୂଚନା ଦେଇ ମନ୍ତ୍ରୀ ଆହୁରି କହିଥିଲେ ଯେ ରୋଜଗାରର ସ୍ଥିତି ସମ୍ବନ୍ଧୀୟ ତଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆଣିବା ଲକ୍ଷ୍ୟରେ ନୀତି ଆୟୋଗ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ ସେହି ଟାସ୍କଫୋର୍ସ ଔପଚାରିକ କର୍ମନିୟୋଜନର ସଜ୍ଞା ପୁନଃ-ନିର୍ଦ୍ଧାରଣ କରିବା ପାଇଁ କହିଛନ୍ତି ଏହା ସହିତ ଟାସ୍କଫୋର୍ସର ସୁପାରିଶ କ୍ରମେ ଏବେ ଶ୍ରମ ବଜାରର ସ୍ଥିତିକୁ ଅଧିକ ଶୀଘ୍ର ଜାଣିବା ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ୨୦୧୭ ମସିହା ଏପ୍ରିଲ ମାସରୁ ତ୍ରୟମାସିକ ପିରିୟଡ଼ିକ ଲେବର ଫୋର୍ସ ସର୍ଭେଆରମ୍ଭ କରିଛନ୍ତି

ବେରୋଜଗାର ମାତ୍ରା ଓ ରୋଜଗାରର ପ୍ରକାର କୌଣସି ବି ଅର୍ଥନୀତିର ଏକ ମାନକ ଅଟେ ତେଣୁ ବିଶ୍ୱର ସମସ୍ତ ପ୍ରମୁଖ ଦେଶ ଏହାକୁ ଖୁବ୍ ଗୁରୁତ୍ୱ ଦିଅନ୍ତି ଆମେରିକାର ସରକାରଙ୍କ ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ୍ସପ୍ରତି ମାସ ବେକାରର ସ୍ଥିତି ମାପିବା ପାଇଁ ଏକ ସର୍ଭେ କରିଥାନ୍ତି ୧୯୪୦ ମସିହାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ପ୍ରତିମାସର ପ୍ରଥମ ପ୍ରଥମ ସପ୍ତାହରେ ହିଁ ଜବ୍ ଡାଟାଜାରି କରିଥାଏ ସେହି ରିପୋର୍ଟର ବିଭିନ୍ନ ଗଣମାଧ୍ୟମରେ ତଥା ଅନ୍ୟ ଫୋରମରେ ବିଶେଷ ଚର୍ଚ୍ଚା ହୋଇଥାଏ ସମସ୍ତ ତଥ୍ୟ ସାଧାରଣ ଜନତାଙ୍କ ପାଇଁ ଖୋଲା ଥାଏ ବିଭିନ୍ନ ସରକାରୀ ଯୋଜନା ଏବଂ ଆମର ରିଜର୍ଭ ବ୍ୟାଙ୍କ ଭଳି ଥିବା ଆମେରିକୀୟ ଫେଡ଼େରାଲ ବ୍ୟାଙ୍କ ତାଙ୍କର ନୀତି ନିର୍ଦ୍ଧାରଣ ବେଳେ ସେହି ତଥ୍ୟକୁ ଖୁବ୍ ଗୁରୁତ୍ୱ ଦିଅନ୍ତିି ସେୟାର ମାର୍କେଟ ମଧ୍ୟ ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କରେ ନିୟୋଜନର ସ୍ଥିତି ଜାଣିବା ପାଇଁ ସେମିତି ଠୋସ୍ ବ୍ୟବସ୍ଥା ରହିଛି ଯୁକ୍ତରାଜ୍ୟ ସରକାରଙ୍କ ଜାତୀୟ ପରିସଂଖ୍ୟାନ ବିଭାଗ ପ୍ରତି ତିନିମାସରେ ଲେବର ଫୋର୍ସ ସର୍ଭେ କରି ରିପୋର୍ଟକୁ ସାର୍ବଜନୀନ କରିଥାଏ ଜର୍ମାନୀ ସରକାରଙ୍କ ଫେଡ଼େରାଲ ଏମ୍ପଲୟମେଣ୍ଟ ଏଜେନ୍ସି ସେମିତି ସର୍ଭେ କରନ୍ତି ପ୍ରତି ତିନି ମାସରେ ସେହି ସବୁ ଦେଶରେ ବେରୋଜଗାର ରିପୋର୍ଟକୁ ବଡ଼ ଗୁରୁତ୍ୱର ସହ ଦେଖନ୍ତି ସମସ୍ତେ ଅନେକ କ୍ଷେତ୍ରରେ ଭାରତ ଚୀନ ସହ ନିଜକୁ ତୁଳନା କରିଥାଏ ଚୀନରେ ପ୍ରତି ତିନି ମାସରେ ଥରେ ସର୍ଭେ ହେଉଥିଲା ଏଇ ଏପ୍ରିଲରୁ ଚୀନ ମଧ୍ୟ ଆମେରିକା ଭଳି ମାସିକ ବେରୋଜଗାର ତଥ୍ୟ ଜାରି କଲାଣି ଆମର ଅନ୍ୟ ପଡ଼ୋଶୀ କ୍ଷୁଦ୍ର ରାଷ୍ଟ୍ର ଶ୍ରୀଲଙ୍କା ମଧ୍ୟ ଏହି ମାମଲାରେ ଆମଠୁ ଢେର ଆଗରେ ଭାରତରେ ତ୍ରୟମାସିକ ସର୍ଭେ ବ୍ୟବସ୍ଥା ୨୦୧୭ରୁ ହିଁ ଆରମ୍ଭ ହୋଇଥିବା ବେଳେ ଶ୍ରୀଲଙ୍କାରେ ତାହା ଚାଲିଛି ୧୯୯୦ ମସିହାରୁ ଦୁର୍ଭାଗ୍ୟ ଯେ ଭାରତରେ ରୋଜଗାରର ସ୍ଥିତିକୁ ଜାଣିବା ପାଇଁ ଏକ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ଏଯାଏ ହୋଇପାରି ନାହିଁ ବା ତାହାକୁ ଗୁରୁତ୍ୱ ଦିଆ ହୋଇନାହିଁ ୨୦୧୭ରୁ ତ୍ରୟମାସିକ ପରିୟଡ଼ିକ ଲେବର ଫୋର୍ସ ସର୍ଭେ ବ୍ୟବସ୍ଥା ହେଲାଣି ବୋଲି ସରକାର କହୁଛନ୍ତି କିନ୍ତୁ ତାହାର ତଥ୍ୟ ପାର୍ଲ୍ୟାମେଣ୍ଟରେ ମଧ୍ୟ ତଥ୍ୟ ପ୍ରଦାନ ହୋଇନାହିଁ

ଏଇ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସୁରଜିତ ଭାଲ୍ଲା ଏକ ତଥ୍ୟ ରଖିଥିଲେ ଯାହା ଖୁବ୍ ସମାଲୋଚିତ ହୋଇଛି ଶ୍ରୀ ଭାଲ୍ଲା କହିଥିଲେ ଯେ ୨୦୧୭ ମସିହାରେ ଭାରତରେ ୧କୋଟି ୫୦ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇଛି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମି (ସି.ଏମ୍.ଆଇ.ଇ.) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବିଭିନ୍ନ ତଥ୍ୟରୁ ଏହି ସ୍ଥିତି ମିଳୁଛି ବୋଲି ଶ୍ରୀ ଭାଲ୍ଲା ଦାବୀ କରିଥିଲେ ବେସରକାରୀ ସଂସ୍ଥା ସି.ଏମ୍.ଆଇ.ଇ. ଭାରତର ସବୁଠାରୁ ବଡ଼ ସର୍ଭେ କରିଥାଏ ଏବଂ ଦୈନିକ ରୋଜଗାର-ବେରୋଜଗାର ରିପୋର୍ଟ ମଧ୍ୟ ଜାରି କରିଥାଏ ତେବେ ଶ୍ରୀ ଭାଲ୍ଲାଙ୍କର ଦାବୀଙ୍କୁ ରୋକଠୋକ୍ ଭାବରେ ପ୍ରତ୍ୟାଖ୍ୟାନ କରି ସି.ଏମ୍.ଆଇ.ଇ.ର ଅଧ୍ୟକ୍ଷ ଶ୍ରୀ ମହେଶ ବ୍ୟାସ କହିଛନ୍ତି ଯେ ତାଙ୍କ ସଂସ୍ଥାର ସର୍ଭେ ଅନୁସାରେ ଭାରତରେ ୨୦୧୭ ମସିହାରେ ମାତ୍ର ୧୮ଲକ୍ଷ ନୁତନ ନିଯୁକ୍ତି ସୃଷ୍ଟି ହୋଇଛି ବର୍ତ୍ତମାନର ଆଲେଖ୍ୟ ପ୍ରସଙ୍ଗରେ ଏହି ଉଦାହରଣ ଦୁଇଟି ବାସ୍ତବତାକୁ ପ୍ରକଟ କରେ, (୧) ସରକାର ମଧ୍ୟ ସରକାରୀ ତଥ୍ୟ ବ୍ୟବହାର କରୁନାହାନ୍ତି, ଏବଂ (୨) ଭାରତରେ ବେରୋଜଗାର ସ୍ଥିତିର ଜାଣିବା ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ


ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଦ୍ୱିତୀୟ ଜନବହୁଳ ଦେଶ ଏହା ସହିତ ଭାରତ କମ୍ପ୍ୟୁଟର ସଫ୍ଟୱେର କ୍ଷେତ୍ରରେ ସାରା ପୃଥିବୀରେ ଅଗ୍ରଣୀ ଏଭଳି ଏକ ଦେଶରେ କର୍ମ ନିୟୋଜନକୁ ମାପିବାର ଭରସାଯୋଗ୍ୟ ବ୍ୟବସ୍ଥା ନ ରହିବା ଖୁବ୍ ଚିନ୍ତାଜନକ ଭାରତରେ ଫର୍ମାଲବା ଆନୁଷ୍ଠାନିକ କ୍ଷେତ୍ରରେ ନିୟୋଜନ ଅତି ନିରୁତ୍ସାହଜନକ, ମାତ୍ର ପ୍ରାୟ ୧୦% ତେଣୁ, ବେରୋଜଗାରୀ ମାପିବା ପାଇଁ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଭାରତ ରୋଜଗାରବେରୋଜଗାରର ସଠିକ୍ ସଜ୍ଞା ନିର୍ଦ୍ଧାରଣ କରିବା ଦରକାର ଅନେକ ଦେଶ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ସଜ୍ଞାକୁ ମୂଳ ହିସାବରେ ନିଅନ୍ତି ଆମେରିକାରେ ତାଙ୍କୁ ବେରୋଜଗାର ବୋଲି ଧରାଯାଏ ଯାହାଙ୍କର କୌଣସି କାମ ବା ଚାକିରି ନଥିବ, ପୂର୍ବ ଚାରି ସପ୍ତାହରେ କାମ ବା ଚାକିରି ପାଇଁ ଉଦ୍ୟମ କରିଥିବେ, ଏବଂ ସିଏ ବର୍ତ୍ତମାନ କାମ ବା ଚାକିରୀ ଖୋଜୁଥିବେ ଭାରତ ମଧ୍ୟ ବେକାରୀର ସଜ୍ଞାକୁ ସରଳ କରିବା ଦରକାର ହୁଏତ ଭିକ ମାଗିବା ବି ଏକ କାମ ହୋଇପାରେ ତେବେ, ଭାରତ କେଉଁ ପ୍ରକାର କର୍ମ ନିୟୋଜନ କେତେ ମାତ୍ରାରେ ଯୋଗାଉଛି ତାହା ଆମ ପ୍ରଗତି ମାପିବାର ମୂଳ ମାନଦଣ୍ଡ ହେବା ଦରକାର

(This article was originally published in my Op-Ed column in Dharitri on May 09, 2018. That can be accessed at http://www.dharitri.com/e-Paper/Bhubaneswar/090518/p6.htm )

Thursday, February 15, 2018

ରୋଜଗାରର ରାଜ୍

ଏବେ ଭାରତରେ ରୋଜଗାର ସୃଷ୍ଟିର ସ୍ଥିତିକୁ ନେଇ ଚାଲିଛି ହାଲ୍ଲା ଏଇ ନିକଟରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାର ପ୍ରଫେସର ପୁଲକ ଘୋଷ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଡ଼ ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ଭାରତରେ ୪.୫ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ୩୭ ଲକ୍ଷ ଲୋକଙ୍କୁ ରୋଜଗାର ମିଳି ସାରିଛି ସେମାନେ ଅନୁମାନ କରିଛନ୍ତି ଯେ ଆର୍ଥିକ ବର୍ଷର ଶେଷ ବେଳକୁ ରୋଜଗାର ସଂଖ୍ୟା ବଢି ୫୫ ଲକ୍ଷ ହୋଇଯିବ ପୁଲକ ଓ ସୌମ୍ୟକାନ୍ତି ଦେଇଥିବା ଏହି ତଥ୍ୟ ଯଦି ସତ ତେବେ ତାହା ଭାରତ ସରକାରଙ୍କ ଶ୍ରମ ବିଭାଗ ପ୍ରଦାନ କରୁଥିବା ରୋଜଗାରର ସଂଖ୍ୟାଠାରୁ କାହିଁ କେତେଗୁଣ ଅଧିକ ରୋଜଗାର ବଢ଼ୁ ନାହିଁ ବୋଲି ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ମୋଦି ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହା ବଢି ନଈରେ ଭାସିଯାଉଥିବା ବେଳେ କୁଟାଖିଅ ପରି ଲାଗିଲା ସେମାନେ ଟପକିନା ଏହି ଅଧ୍ୟୟନ ଦେଇଥିବା ସୂଚନାକୁ ସାଉଁଟି ପକାଇ କହିଲେ: ଦେଖ, ରୋଜଗାର କେତେ ବଢିଛି ତେବେ ଘୋଷ ବନ୍ଧୁ ବାହାର କରିଥିବା ନିର୍ଯ୍ୟାସକୁ ଓ ସେମାନେ ଆପଣାଇଥିବା ପଦ୍ଧତିରେ ଗହିରିଆ ଖୁଣ ବାହାରିବାରେ ଆଦୌ ବିଳମ୍ବ ହେଲା ନାହିଁ ଭାରତୀୟ ଅର୍ଥନୀତିର ବୃଦ୍ଧି ହାର ହ୍ରାସ ପାଇଥିବା ବେଳେ ରୋଜଗାର କେମିତି ଏତେ ବଢିବ ବୋଲି ଆରମ୍ଭରୁ ହିଁ ଶଙ୍କା ସୃଷ୍ଟି ହୋଇଥିଲା 


କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠିର ତଥ୍ୟ ଆଧାର ଘୋଷ ବନ୍ଧୁ ଏହି ସୂଚନା ଦେଇଥିଲେ କିନ୍ତୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ତଥ୍ୟକୁ ହିଁ ଅନେକ ବିଶେଷଜ୍ଞ ପ୍ରମାଦପୂର୍ଣ୍ଣ ବୋଲି କହିଛନ୍ତି ଅର୍ଥନୈତିକ ଗବେଷକ ମହେଶ ବ୍ୟାସ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବାର୍ଷିକ ରିପୋର୍ଟରୁ ପାଇଲେ ଯେ ପାଣ୍ଠିର ସଭ୍ୟ ସଂଖ୍ୟା ୨୦୧୪-୧୫ ଓ ୨୦୧୫-୧୬ରେ ୨୫ ଲକ୍ଷ ବଢିଥିଲା କିନ୍ତୁ ଅତି ଆଶ୍ଚର୍ଯ୍ୟ ଭାବରେ ଜାନୁଆରୀ ୨୦୧୭ରୁ ଜୁନ ୨୦୧୭ ମଧ୍ୟରେ, ମାତ୍ର ଛଅ ମାସରେ ସଭ୍ୟ ସଂଖ୍ୟା ଏକ କୋଟି ବଢିଗଲା ପୂର୍ବ ଦୁଇ ବର୍ଷରେ ମାତ୍ର ୨୫ ଲକ୍ଷ ବଢିଥିବା ବେଳେ ମାତ୍ର ଛଅ ମାସରେ ଏକ କୋଟି କେମିତି ବଢିବ ବୋଲି ସେମାନେ ପ୍ରଶ୍ନ କଲେ ଏହା ଏଇଥିପାଇଁ ହେଲା ଯେ ନିଯୁକ୍ତିକରୀମାନଙ୍କୁ ରେଜିଷ୍ଟ୍ରିଭୁକ୍ତ ହୋଇନଥିବା ସମସ୍ତ କର୍ମଚାରୀମାନଙ୍କ ସୂଚନା ପ୍ରଦାନ କରିବା ପାଇଁ କୁହାଗଲା ତେଣୁ ମାର୍ଚ୍ଚ ୨୦୧୭ରେ ସଭ୍ୟସଂଖ୍ୟା ୩.୮୦ କୋଟି ଥିବା, ଚାରିମାସ ପରେ ଜୁଲାଇ ୨୦୧୭ ବେଳକୁ ତାହା ୪.୮ କୋଟିକୁ ବଢିଗଲା ଭବିଷ୍ୟନିଧି ପାଣ୍ଠିର ମୋଟ ସଭ୍ୟ ସଂଖ୍ୟା ମାତ୍ର ଚାରି ମାସରେ ଏକା ଥରକେ ଏକ-ଚତୁର୍ଥାଂଶରୁ ବି ଅଧିକ ବଢିଗଲା  ନିଯୁକ୍ତି ବଢି ନାହିଁ, କେବଳ ପୂର୍ବରୁ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଭବିଷ୍ୟନିଧିର ପଞ୍ଜିକରଣ କରିବା ପାଇଁ କୁହାଯିବାରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସଦସ୍ୟ ସଂଖ୍ୟା ଏକ ବଡ ଲମ୍ବ ଡିଆଁ ମାରିଛି ଏମିତି ଏକ ଭ୍ରାନ୍ତ ସ୍ଥିତିକୁ ଭିତ୍ତି କରି ଦେଶର କିଛି ଖ୍ୟାତନାମା ଗବେଷକ ଭାରତରେ ୫୫ ଲକ୍ଷରୁ ବି ଅଧିକ ନିଯୁକ୍ତି ସୃଷ୍ଟି ହେଉଛି ବୋଲି କହିବା ଆଦୌ ତର୍କ ସଂଗତ ନୁହେଁ ବୋଲି ଅନେକ ଅର୍ଥନୀତିଜ୍ଞରେ କହିଛନ୍ତି ଘୋଷ ବନ୍ଧୁଙ୍କ ତଥ୍ୟର ଭିତ୍ତିକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଅନ୍ୟ ଅନେକ ଗବେଷଣା ଓ ତଥ୍ୟ ତାହାର ଠିକ ଓଲଟା ହିଁ କହୁଛନ୍ତି ଗତ ୨୦୧୭ରେ ହିଁ ସରକାରୀ ରିପୋର୍ଟ ଆସିଛି ଯେ ମୋଦି ସରକାର ଶାସନକୁ ଆସିବା ବେଳେ ଭାରତରେ ବେକାରୀ ହାର ୪.୯% ଥିବା ବେଳେ ୨୦୧୫-୧୬ରେ ତାହା ୫%କୁ ବୃଦ୍ଧି ପାଇଛି ଅନେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଭାରତରେ ନିଯୁକ୍ତି ସୃଷ୍ଟିର ସ୍ଥିତିକୁ ନେଇ ଚିନ୍ତା ଜାହିର କରିସାରିଛନ୍ତି

ଆଜିର ବିଜ୍ଞାନ ଯୁଗରେ ଭାରତ କମ୍ପୁଟର ଓ ପ୍ରଯୁକ୍ତିରେ ବିଶ୍ୱରେ ଏକ ଆଗୁଆ ଦେଶ ହୋଇଥିବା ବେଳେ ଦେଶରେ ନିଯୁକ୍ତି ସୃଷ୍ଟି ବା ବେରୋଜଗାରୀ ଉପରେ ନଜର ରଖିବା ପାଇଁ ଥିବା ବ୍ୟବସ୍ଥା ମଧ୍ୟ ଯୁଗୀୟ ହୋଇ ରହିଛି ସରକାରଙ୍କ ପାଖରେ କିଛି ତଥ୍ୟ ନାହିଁ କହିଲେ ଆଦୌ ଭୁଲ ହେବ ନାହିଁ ଲୋକସଭା ଓ ରାଜ୍ୟସଭାରେ ବାରମ୍ବାର ଦେଶରେ ରୋଜଗାରର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚରାଯାଇଛି ଏଇ ଜାନୁଆରୀ ମାସରେ ରାଜ୍ୟସଭାରେ ଏକ ରୋକଠୋକ ପ୍ରଶ୍ନ ଆସିଥିଲା ନିଯୁକ୍ତିକୁ ନେଇ ଯେ ଗତ ତିନି ବର୍ଷରେ ଭାରତ ସରକାର କେତେ ରୋଜଗାର ସୃଷ୍ଟି କରିଛନ୍ତି ଜାନୁୟାରୀ ୩ ତାରିଖରେ ଉପରୋକ୍ତ ପ୍ରଶ୍ନ ନମ୍ବର ୧୮୫୦ର  ଉତ୍ତରରେ ମାନ୍ୟବର ମନ୍ତ୍ରୀ ମୂଳ ପ୍ରଶ୍ନକୁ ସମ୍ପୂର୍ଣ୍ଣ ବାଆଁରେଇ ଦେଇ କହିଲେ ଯେ ଯେ ଦେଶରେ କର୍ମଜୀବି-ଜନସଂଖ୍ୟାର ଅନୁପାତ ୨୦୧୨-୧୩ରେ ୫୧%, ୨୦୧୩-୧୪ରେ ୫୩.୭% ଓ ୫୦.୬% ଥିଲା ଏହି ଉତ୍ତରରେ ଅନେକ ପ୍ରଶ୍ନ ଭରି ରହିଛି ପ୍ରଶ୍ନ ଥିଲା ଭାରତ ସରକାର କେତେ ନିଯୁକ୍ତି ସୃଷ୍ଟି କରିଛନ୍ତି, ଉତ୍ତର ନିଯୁକ୍ତିର ସଂଖ୍ୟା ଉପରେ ନ ଆସି ଆସିଲା କର୍ମଜୀବି-ଜନସଂଖ୍ୟାର ଅନୁପାତ ଉପରେ ପୁଣି ରାଜ୍ୟ ସଭାରେ ପ୍ରଶ୍ନର ଉତ୍ତର ରଖା ହୋଇଥିଲା ୨୦୧୮ ମସିହାର ଜାନୁୟାରୀ ମାସରେ ସରକାର ତଥ୍ୟ ଦେଲେ ଦୁଇ ବର୍ଷ ତଳର କହିବାର କଥା ହେଲା ଯେ ରୋଜଗାର ଭଳି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ପାଖରେ ଯାହା ତଥ୍ୟ ଅଛି ତାହା ଖୁବ୍ ପୁରୁଣା ଏହି ଯେଉଁ ତଥ୍ୟ ଅଛି ତାହା ପୁଣି କାହାର? ଏହା ହେଉଛି 'ୟୂଜୁଆଲ ଆପ୍ରୋଚ' ବା ସାଧାରଣ ପନ୍ଥା ଆଧାରରେ ଅନୁମାନ କରାଯାଇଥିବା ତଥ୍ୟ ଏହି ପନ୍ଥା ଅନୁସାରେ ଯିଏ ବର୍ଷର ଅନେକ ଦିନରେ ରୋଜଗାର ପାଇଥାଏ ତାହାକୁ ରୋଜଗାରିଆ ବା ବେକାର ନୁହେଁ ବୋଲି ଧରି ନିଆଯାଏ ଆଜିର କମ୍ପ୍ୟୁଟର ଦୁନିଆରେ ସରକାର ଏହିଭଳି ଏକ ପନ୍ଥା ଧରି ଚାଲିଛନ୍ତି ତାହା ଖୁବ ନୈରାଶ୍ୟଜନକ

ଆମେରିକା ସରକାର ପ୍ରତିମାସରେ ନିଯୁକ୍ତି ତଥ୍ୟ ସାର୍ବଜନୀନ କରନ୍ତି ସେହି ସଂଖ୍ୟା ଏମିତି ଏକ ମନଗଢା ସ୍ଥୁଳ ସଂଖ୍ୟା ନୁହେଁ, ସମ୍ପୂର୍ଣ୍ଣ ସଠିକ ସଂଖ୍ୟା ଦିଅନ୍ତି ଉଦାହରଣସ୍ୱରୂପ, ଏଇ ଜାନୁୟାରୀ ୫ ତାରିଖରେ ରୋଜଗାର ତଥ୍ୟ ଜାରିକରି ଆମେରିକା ସରକାର କହିଛନ୍ତି ଯେ ଗତ ୨୦୧୭ ମସିହା ଡିସେମ୍ବର ମାସରେ ଦେଶରେ ବେକାର ବ୍ୟକ୍ତିଙ୍କ ସଂଖ୍ୟା ପୂର୍ବ ମାସ ତୁଳନାରେ ସମାନ ଥିଲା କିନ୍ତୁ ପୂର୍ବ ବର୍ଷର ସେହି ମାସ ତୁଳନାରେ ତାହା ୯.୨୬ ଲକ୍ଷ କମ ଥିଲା ଏହି ରିପୋର୍ଟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ତଥ୍ୟ ରହିଥାଏ ଭାରତ ସରକାର ତିନି ବର୍ଷ ତଳର କର୍ମଜୀବି-ଜନସଂଖ୍ୟାର ଅନୁପାତ ଦେଉଛନ୍ତି ଆମେରିକା ସରକାର ପ୍ରତି ମାସରେ ତାହାର ତଥ୍ୟ ଦିଅନ୍ତି ସମସ୍ତ ପାଶ୍ଚାତ୍ୟ ଦେଶରେ ପ୍ରାୟ ସେହି ବ୍ୟବସ୍ଥା ଅଛି ସମସ୍ତେ ନିଜ ଦେଶର ନିଯୁକ୍ତି ଓ ବେକାରୀ ସ୍ଥିତିକୁ ଅତି ଗମ୍ଭୀରତାର ସହ ଦେଖନ୍ତି  

ଭାରତ ସରକାର ମଧ୍ୟ ଏହାକୁ ଅତି ଗମ୍ଭୀରତାର ସହ ନେବା ଦରକାର ଦେଶରେ ବେକାରୀ ଓ ରୋଜଗାର ଉପରେ ତୀକ୍ଷ୍ଣ ନିଘା ରଖିବାର ପ୍ରାଥମିକ ଆବଶ୍ୟକତାକୁ ସମାଧାନ କରିବାରେ ବିଫଳ ହୋଇଥିବା ବା ସଫଳ ହେବାର ଚେଷ୍ଟା କରି ନ ଥିବା ସରକାର ଅନ୍ୟ କୌଣସି ବାହାନାରେ ବାହାବା ନେବା ବଡ ଚିନ୍ତାଜନକ ଅଟେ ଯେତେବେଳ ଯାଏ ସରକାର ଏହା ମାପିବାର ଠୋସ୍ ବ୍ୟବସ୍ଥା ନ କରିବେ ଘୋଷ ବନ୍ଧୁଙ୍କ ଭଳି ରିପୋର୍ଟ ବଜାରକୁ ଆସୁଥିବ ଏବଂ ତାହାର ଠିକ ବିପରୀତ ରିପୋର୍ଟମାନ ମଧ୍ୟ ଆସୁଥିବ ମେଡ଼ ଇନ ଇଣ୍ଡିଆ, ଦକ୍ଷ ଭାରତ ଆଦି ସ୍ଲୋଗାନରେ ବାସ୍ତବତା ଚାପି ହୋଇ ରହୁଥିବ

(This article was originally published in my fortnightly blog in Dharitri - 'Tatwa O Tarka' on January 24, 2018. It can be accessed at http://www.dharitri.com/e-Paper/Bhubaneswar/240118/p6.htm )