Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Sunday, July 30, 2017

ଅଖାଡୁଆ ହିସାବ, ଅବାସ୍ତବ ସରକାରୀ ଧାନ ଦର

କେନ୍ଦ୍ର ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ଦର ବା ଇଂରାଜୀରେ ଏମଏସପିକୁ ଚାଷୀ କେତେ ପାଇଁ ପାରୁଛନ୍ତି ତାହା ଏକ ବଡ ପ୍ରସଙ୍ଗ ନିଶ୍ଚୟ କିନ୍ତୁ ଓଡ଼ିଶାର ଧାନଚାଷୀ ଏମଏସପି ପାଇଲେ ବି ଆସନ୍ତା ଖରିଫ ଋତୁରେ କ୍ଷତି ସହିବା ନିଶ୍ଚିତ ଓଡିଶା ତଥା ଆହୁରି ଅନେକ ରାଜ୍ୟର ଚାଷୀ କ୍ଷତି ସହିବେ ଚାଷୀ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ଦର ସୁପାରିଶ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ଅଛି ଆୟୋଗ ନିଜେ ଆକଳନ କରିଛନ୍ତି ଯେ ଆଗାମୀ ଖରିଫ ଋତୁରେ ଏକ କ୍ୱିଣ୍ଟାଲ ଧାନ ଅମଳ କରିବା ଓଡ଼ିଶାର ଚାଷୀ ଖର୍ଚ୍ଚ କରିବେ ୧,୬୫୬ ଟଙ୍କା ଝାରଖଣ୍ଡ ଓ ମହାରାଷ୍ଟ୍ର ଆଦି ରାଜ୍ୟମାନଙ୍କରେ ତାହାଠାରୁ ବି ଅଧିକ ଖର୍ଚ୍ଚ ହେବ କିନ୍ତୁ ତଥାପି ବି ଆୟୋଗ ଧାନର ଏମଏସପି କ୍ୱିଣ୍ଟାଲ ପ୍ରତି ୧,୫୫୦ ଟଙ୍କା ରଖାଯାଉ ବୋଲି ସୁପାରିଶ କଲେ ଓ ସରକାର ତାହାକୁ ଗ୍ରହଣ କରିନେଲେ 


ଅଳ୍ପ କିଛି ବର୍ଷର ବ୍ୟତିକ୍ରମକୁ ଛାଡିଦେଲେ ପ୍ରାୟ ପ୍ରତିବର୍ଷ ସରକାର ଆୟୋଗଙ୍କ ସୁପାରିଶକୁ ଗ୍ରହଣ କରିନିଅନ୍ତି ସରକାର ତଥା ଅନେକ ଵିଶେଷଜ୍ଞ, ବିଶେଷ କରି ଅର୍ଥନୀତି ବିଶେଷଜ୍ଞ, କହନ୍ତି ଯେ ଆୟୋଗ ସବୁକଥାକୁ ବିଚାର କରି ଦର ନିର୍ଦିଷ୍ଟ କରନ୍ତି କିନ୍ତୁ ଆୟୋଗ ପ୍ରସ୍ତୁତ କରୁଥିବା ରିପୋର୍ଟର ଏକ ସାଧାରଣ ଅନୁଶୀଳନରୁ ତାଙ୍କର ଉଦ୍ଦେଶ୍ୟ, ଗତିବିଧି, ସେମାନେ ଅନୁସରଣ କରୁଥିବା ପନ୍ଥା ତଥା ଚାଷୀଙ୍କ ହିତ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ନେଇ ପ୍ରଶ୍ନବାଚୀ ଛିଡାହେବା ନିଶ୍ଚିତ ଆୟୋଗ ପ୍ରସ୍ତୁତ କରିଥିବା ରିପୋର୍ଟଟି ପରିସଂଖ୍ୟାନମୟ ଅନେକ ସ୍ଥାନରେ ପରିସଂଖ୍ୟାନଗୁଡିକ ବାସ୍ତବତାକୁ ବୟାନ କରୁନାହିଁ ଆଉ କେଉଁଠି ସଂଖ୍ୟାମାନଙ୍କରେ ତାଳମେଳ ରହୁନାହିଁ ଜୁଲାଇ ୧୭ ତାରିଖରେ ଧରିତ୍ରୀର ଏହି ସ୍ତମ୍ଭରେ ପ୍ରକାଶିତ 'ଦରମା ବନାମ ଧାନ ଦର' ଆଲେଖ୍ୟରେ ଆମେ ଧାନଚାଷୀ ପାଉଥିବା ଏମଏସପିକୁ ସରକାରୀ କର୍ମଚାରୀ ପାଉଥିବା ଦରମା ସଂଗେ ତୁଳନା କରିଥିଲେ ଏବେ ଆସନ୍ତୁ ଦୃଷ୍ଟି ପକାଇବା ଧାନର ସର୍ବନିମ୍ନ ସହାୟକ ଦର ସ୍ଥିର କରିବା ପାଇଁ ଆୟୋଗ ବ୍ୟବହାର କରିଥିବା ସେମିତି କିଛି ପରିସଂଖ୍ୟାନ ଉପରେ ଯାହା ଏମଏସପି ସ୍ଥିର କରିବାର ପ୍ରଣାଳୀ ଉପରେ ଅନେକ ସନ୍ଦେହ ଜାଗ୍ରତ କରାଏ

ଫସଲ ପାଇଁ ଦର ହିସାବ କରିବା ପ୍ରକ୍ରିୟାରେ ରାଜ୍ୟ ସରକାରମାନେ ପ୍ରଦାନ କରୁଥିବା ଖର୍ଚ୍ଚର ଆକଳନ ଏକ ବଡ ଭିତ୍ତି ରଖିଥାଏ ଆୟୋଗଙ୍କ ରିପୋର୍ଟରେ ଆମେ ଦେଖିବା ଯେ ରାଜ୍ୟ ସରକାରମାନେ କରୁଥିବା ଖର୍ଚ୍ଚର ଆକଳନ ଆଉ କୃଷି ଖର୍ଚ୍ଚ ଓ ଦର ଆୟୋଗ କରୁଥିବା ଖର୍ଚ୍ଚର ଆକଳନରେ ବିରାଟ ଫରକ ରହୁଛି ଉଦାହରଣସ୍ୱରୂପ, ଓଡିଶା ସରକାର ହିସାବ କରିକି ଦେଇଥିଲେ ଯେ ଆସନ୍ତା ୨୦୧୭-୧୮ ଖରିଫ ଋତୁରେ ରାଜ୍ୟରେ ଗୋଟିଏ ହେକ୍ଟର ଜମିରେ ଧାନଚାଷ କରିବା ପାଇଁ ଖର୍ଚ୍ଚ ହେବ ୮୨,୦୪୦ ଟଙ୍କା ଏବଂ ସେତିକି ଖର୍ଚ୍ଚରେ ହାରାହାରି ୩୫ କ୍ୱିଣ୍ଟାଲ ଧାନ ଅମଳ ହେବ ଅର୍ଥାତ ଗୋଟିଏ କ୍ୱିଣ୍ଟାଲ ଧାନ ଅମଳ କରିବା ପାଇଁ ଖର୍ଚ୍ଚ ହେବ ୨,୩୪୪ ଟଙ୍କା କମିଶନ କହିଲେ, ନା ସେୟା ହେବ ନି, ଓଡ଼ିଶାରେ ହେକ୍ଟରେ ଜମିରେ ଚାଷ ପାଇଁ ଖର୍ଚ୍ଚ ହେବ ୧,୬୫୬ ଟଙ୍କା ରାଜ୍ୟ ସରକାର ଏବଂ ଆୟୋଗଙ୍କ ହିସାବରେ ଏତେବଡ ଅମେଳ ରହିବ ଖୁବ ଚିନ୍ତାଜନକ ଓ ଗର୍ହିତ

ଆୟୋଗଙ୍କ ନିଜ କହିବା ଅନୁସାରେ ୨୦୧୨-୧୩ରୁ ୨୦୧୪-୧୫ ତିନି ବର୍ଷର 'ପ୍ରକୃତ' ଚାଷ ଖର୍ଚ୍ଚକୁ ଆଧାର କରି ସେମାନେ ୨୦୧୭-୧୭ ବର୍ଷର ଚାଷ ଖର୍ଚ୍ଚର ଆକଳନ କରିଛନ୍ତି ୨୦୧୪-୧୫ ବର୍ଷରେ ବିଭିନ୍ନ ରାଜ୍ୟରେ 'ପ୍ରକୃତ' ଖର୍ଚ୍ଚ କ'ଣ ଥିଲା ତାହାର ଏକ ସାରଣୀ ଆୟୋଗଙ୍କ ରିପୋର୍ଟର ୧୩୨ତମ ପୃଷ୍ଠାରେ ଅଛି ସେଥିରେ କୁହାଯାଇଛି ଯେ ୨୦୧୪-୧୫ ବର୍ଷରେ ଓଡ଼ିଶାର ଚାଷୀ ଗୋଟିଏ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ଖର୍ଚ୍ଚ କରିଥିଲେ ୪୯,୦୩୮ ଟଙ୍କା କିନ୍ତୁ ଅମଳ ପାଇଥିଲେ ୪୧,୩୭୯ ଟଙ୍କା ଅର୍ଥାତ ପ୍ରତି ହେକ୍ଟରେ ଚାଷରେ ଓଡ଼ିଶାର ଚାଷୀ ସହିଥିଲେ ପ୍ରାୟ ୭,୩୦୦ ଟଙ୍କାର କ୍ଷତି ରିପୋର୍ଟର ୧୪୯ତମ ପୃଷ୍ଠାରେ ଅଲଗା ତଥ୍ୟ ଅଛି ତାହା ଅନୁସାରେ କ୍ଷତି ଆହୁରି ଅଧିକ ହୋଇଥିଲା ସେଠି କୁହାଯାଇଛି ଯେ ୨୦୧୪ ମସିହାରେ ପ୍ରତି ଏକ ହେକ୍ଟର ଜମିରେ ଧାନଚାଷ କରିବା ପାଇଁ ଓଡ଼ିଶାରେ ଖର୍ଚ୍ଚ ହୋଇଥିଲା ୫୬,୯୧୪ ଟଙ୍କା ଯଦି ସେତିକି ଖର୍ଚ୍ଚ ହୋଇଥିଲା ତାହାହେଲେ ଓଡ଼ିଶାର ଚାଷୀ ସେହିବର୍ଷ ସହିଥିଲେ ୧୫,୫୩୫ ଟଙ୍କାର କ୍ଷତି ଓଡିଶା ଭଳି ରାଜ୍ୟମାନଙ୍କରେ ଏତେ ବଡ କ୍ଷତି ହୋଇଛି କିନ୍ତୁ ଆୟୋଗ ତାହାକୁ ଆଦୌ ଦୃଷ୍ଟିକୁ ନେଇନାହାନ୍ତି, ସେ କେବଳ ଦେଶର ହରାହାରିକୁ ହିଁ ଦେଖିଛନ୍ତି ଏବେ ଦେଶର ହାରାହାରି କେମିତି ପ୍ରସ୍ତୁତ ହୋଇଛି ତାହାକୁ ଦେଖିବା ଏହିଭଳି ହାରାହାରି ବାହାର କରିବା ହିସାବରେ ପଞ୍ଜାବ, ହରିଆଣା ଭଳି ରାଜ୍ୟର ଗୁରୁତ୍ୱ ଅଧିକ ରହେ ୨୦୧୪-୧୫ ମସିହାରେ କୁଆଡେ ହରିଆଣା ଓ ପଞ୍ଜାବର ଧାନଚାଷୀ ଯଥାକ୍ରମେ ୧,୦୯,୬୨୭ ଟଙ୍କା (ଏକ ଲକ୍ଷ ନଅ ହଜାର ଛଶହ ସତେଇଶ ଟଙ୍କା) ଓ  ୯୯,୨୭୭ ଟଙ୍କା (ଅନେଶତ ହଜାର ଦୁଇଶହ ସତସ୍ତରି ଟଙ୍କା)ର ଅମଳ ପାଇ ପ୍ରତି ହେକ୍ଟରରୁ ଯଥାକ୍ରମେ ୪୧,୨୩୨ ଟଙ୍କା ଓ ୩୦,୪୮୪ ଟଙ୍କା ଲେଖାଏଁ ଲାଭ କରିଥିଲେ ଏହି ହିସାବ ଅନୁସାରେ ହରିଆଣା ଓ ପଞ୍ଜାବର ଚାଷୀ ପ୍ରତି ହେକ୍ଟର ଜମିରୁ ଯଥାକ୍ରମେ ୮୧ ଓ ୭୩ କ୍ୱିଣ୍ଟାଲ ଲେଖାଏଁ ଧାନ ଅମଳ କରିଥିଲେ ଏତିକି ହାରାହାରି ଅମଳ କ'ଣ ବିଶ୍ୱାସଯୋଗ୍ୟ? ୨୦୧୪-୧୫ ବର୍ଷ ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ପଞ୍ଜାବରେ ଧାନ ଅମଳ ହାର ଦେଶରେ ସବୁଠାରୁ ଅଧିକ ଓ ସେଠି ହେକ୍ଟର ପ୍ରତି ଧାନ ଅମଳ ୬୦ କ୍ୱିଣ୍ଟାଲ ପାଖାପାଖି ପହଞ୍ଚିଲାଣି ଅର୍ଥାତ ହାରାହାରି ଅମଳ ହେକ୍ଟର ପ୍ରତି ୬୦ କ୍ବିଣ୍ଟାଲକୁ ବି ପହଞ୍ଚିନି ଏଯାଏ ଯଦି ସ୍ଥିତି ତାହା, ଆୟୋଗ କେମିତି ଉପରୋକ୍ତ ରାଜ୍ୟରେ ହେକ୍ଟର ପ୍ରତି ହାରାହାରି ୮୧ ଓ ୭୩ କ୍ୱିଣ୍ଟାଲ ଲେଖାଏଁ ଅମଳ ହୋଇଥିବାର ତଥ୍ୟକୁ ସନ୍ଦେହ ବି କଲେ ନାହିଁ ତାହା ଆଶ୍ଚର୍ଯ୍ୟଜନକ ପଞ୍ଜାବ ଓ ହରିଆଣା ଆଦି ରାଜ୍ୟରେ ଅମଳ ଓ ଲାଭର ସେହିଭଳି ଆକଳନରୁ ଭାରତର ହାରାହାରି ସ୍ଥିର ହୋଇଛି ଫଳ ବିକଟ ହେବା ସ୍ୱାଭାବିକ ଓଡ଼ିଶାର ଚାଷୀ ପୁଣି ସହିବାକୁ ଯାଉଛନ୍ତି ବିରାଟ କ୍ଷତି

ଆୟୋଗଙ୍କ ଦୃଷ୍ଟିରେ ଆହୁରି ଅଡୁଆ ଅଛି ୨୦୧୨-୧୩ରୁ ୨୦୧୪-୧୫ ତିନି ବର୍ଷର ଖର୍ଚ୍ଚକୁ ମୂଳରେ ରଖି ଆୟୋଗ ଆଗାମୀ ଖରିଫ ଋତୁ ପାଇଁ କେମିତି ଏମଏସପି ସ୍ଥିର କରିଛନ୍ତି ଦେଖିବା ଚାଷର ବିଭିନ୍ନ ଖର୍ଚ୍ଚ ମଧ୍ୟରୁ ମଜୁରୀ ଏକ ବଡ ଖର୍ଚ୍ଚ ଦୁନିଆଁରେ ପ୍ରାୟ ସବୁ ସାମଗ୍ରୀ ଓ ସେବାର ଦାମ ବଢି ଚାଲିଥିବା ବେଳେ ଆୟୋଗ ଦର୍ଶାଇଥିବା ତଥ୍ୟ କହୁଛି ଯେ ଦେଶରେ କୃଷି ଶ୍ରମିକଙ୍କ ମଜୁରୀ ୨୦୧୫-୧୬ ବର୍ଷରେ ତାହାର ପୂର୍ବ ବର୍ଷଠାରୁ ୧୪ ପ୍ରତିଶତ କମିଛି ସେହିବର୍ଷ ଉତ୍ତରପ୍ରଦେଶରେ କୁଆଡେ କୃଷି ଶ୍ରମିକଙ୍କ ମଜୁରୀ ୧୧.୬ ପ୍ରତିଶତ କମିଛି ଆୟୋଗଙ୍କ ତଥ୍ୟ ଅନୁସାରେ ଭାରତର ହାରାହାରି ମଜୁରୀ ଦର କମିଛି କିନ୍ତୁ ସେହି ସାରଣୀରେ ପୁଣି ସ୍ପଷ୍ଟ ଆସିଛି ଯେ ଅନେକ ରାଜ୍ୟରେ ମଜୁରୀ ଦର ବଢିଛି ଓଡିଶା ତହିଁରୁ ଗୋଟିଏ କିନ୍ତୁ ଆୟୋଗ ଚଳିତ ବର୍ଷର ଖର୍ଚ୍ଚ ହିସାବ କଲାବେଳେ ଦେଶର ହରାହାରିକୁ ହିସାବକୁ ନେଇଛନ୍ତି, ଓଡିଶା ଭଳି ରାଜ୍ୟ ଯେଉଁଠି ମଜୁରୀ ଦର ବଢିଛି ତାହାର ଖିଆଲ ରଖିନାହାନ୍ତି ଆୟୋଗଙ୍କ ସେଭଳି ହିସାବ ଖାଲି ଶ୍ରମିକଙ୍କ ମଜୁରୀରେ ସୀମିତ ନାହିଁ ଆୟୋଗ କହିଛନ୍ତି ଯେ ସାର, ବିଜୁଳୀ ଓ ଚାରା ଇତ୍ୟାଦିର ଦର ମଧ୍ୟ କୁଆଡେ କମିଯାଇଛି ଏହିଭଳି ତଥ୍ୟ ଅନୁସାରେ ଆୟୋଗ ପ୍ରସ୍ତୁତ କରିଥିବା ଖର୍ଚ୍ଚର ଆକଳନ ବାସ୍ତବତାଠାରୁ ଢେର କମ ରହିବା ସ୍ୱାଭାବିକ

ଏମିତି ଭାବରେ ଏମଏସପି ସ୍ଥିର ହେଉଥିବା ବେଳେ ସେହି ଏମଏସପିକୁ କେତେ ଚାଷୀ ପାଉଛନ୍ତି ତାହା ମଧ୍ୟ ଖୁବ ପ୍ରାସଙ୍ଗିକ ଚାଷୀଙ୍କୁ ଏକ ସର୍ବନିମ୍ନ ଦର ନିଶ୍ଚିତ କରିବା ପାଇଁ ସରକାର ନିଜେ ଧାନ କ୍ରୟ କରନ୍ତି ତାହା ବଜାର ଦରକୁ ମଧ୍ୟ ପ୍ରଭାବିତ କରିଥାଏ କିନ୍ତୁ ଦେଖିବାକୁ ମିଳୁଛି ଯେ ସରକାର ତାଙ୍କ ଦାୟିତ୍ୱକୁ କାନ୍ଧରୁ ଖସିବାର ରୀତିମତ ପ୍ରୟାସରେ ଲାଗିଛନ୍ତି ଗତ ୨୦୦୮-୦୯ ବର୍ଷରେ ସଂଗ୍ରହ ହୋଇଥିଲା ମୋଟ ଅମଳର ମାତ୍ର ୨୭.୯ ପ୍ରତିଶତ ଚାଉଳ ଏହି ସଂଗ୍ରହ ହାର ପୁଣି ସାର ଭାରତେ ସମାନ ନୁହେଁ, ଅତି ଅସମାନ ସାର ଦେଶରେ ସରକାରଙ୍କ ଦ୍ୱାରା ସଂଗୃହିତ ହେଉଥିବା ଚାଉଳର ପ୍ରାୟ ଚାରି ଭାଗରୁ ଭାଗେ ବା ୨୫ ପ୍ରତିଶତ ଏକା ପଞ୍ଜାବରୁ ସଂଗ୍ରହ ହୋଇଥାଏ ଓଡିଶାରୁ ପ୍ରାୟ ୧୦ ପ୍ରତିଶତ ଚାଉଳ ସଂଗୃହୀତ ହୋଇଥାଏ ପଞ୍ଜାବରେ କେବଳ ଗୋଟିଏ ଋତୁରେ ଧାନ ଚାଷ ହୋଇଥାଏ, ଓଡ଼ିଶାରେ ରବି ବା ଡ଼ାଳୁଅ ଋତୁରେ ବି ଧାନ ଚାଷ ହୋଇଥାଏ ଓଡ଼ିଶାରେ ଅମଳ ହେଉଥିବା ମୋଟ ଧାନର ପ୍ରାୟ ଅଧା ହିଁ ସରକାରୀ ସଂସ୍ଥାମାନେ ଏମଏସପି ଦରରେ କ୍ରୟ କରିଥାନ୍ତି ଅଧିକାଂଶ ଚାଷୀଙ୍କୁ ସେହି ଦର ମିଳେନାହିଁ କାରଣ ସେମାନେ ପ୍ରାୟ ଗାଁ ବେପାରୀକୁ ଅତି ସ୍ୱଳ୍ପ ଦରରେ ତାଙ୍କର ଉତ୍ପାଦ ବିକ୍ରି କରି ଦିଅନ୍ତି ତାହା ଏକ ବଡ ସମସ୍ୟା ପ୍ରଥମେ ଏମଏସପି କମ, ତହିଁରେ ଯାହା ବି ଅଛି ତାହା ଚାଷୀଙ୍କୁ ମିଳୁନାହିଁ


'କୃଷି ଖର୍ଚ୍ଚ ଓ ଦର ଆୟୋଗ'ଙ୍କ ରିପୋର୍ଟକୁ ଉପରଠାଉରିଆ ଭାବରେ ଦେଖିଲେ ଜଣେ କହିବ ଯେ ଆୟୋଗ ଖୁବ ବଡ ପରିଶ୍ରମଟିଏ କରୁଥିବେ କିନ୍ତୁ ଦୁଃଖର କଥା ଯେ ଆୟୋଗ କରୁଥିବା ଦର ସୁପାରିଶରେ ବାସ୍ତବତା ଆଦୌ ପ୍ରତିଫଳିତ ହେଉନାହିଁ ସାଧାରଣ ଚାଷୀଟିଏ ଆୟୋଗଙ୍କ ରିପୋର୍ଟକୁ କୋଉଠି ଦେଖୁଛି ଯେ? ଦେଖିଲେ ବି କ'ଣ ବୁଝିପାରିବ ଯେ? କିନ୍ତୁ, ଯଦି ଚାଷୀ କ୍ଷତି ସହି ଚାଲିବେ, ଏହିଭଳି ରିପୋର୍ଟକୁ ମଧ୍ୟ ଚାଷୀ ଦେଖିବା ପାଇଁ ବାଧ୍ୟ ହେବେ ଏବଂ ଆୟୋଗ ତଥା ସରକାରଙ୍କୁ କଡା ପ୍ରଶ୍ନ ପଚାରିବା ଆରମ୍ଭ କରିଦେବେ  

(The original article in Dharitri can be accesed at http://www.dharitri.com/Bhubaneswar/260717/p6.htm )

( The article may have many typing errors as the original article has been converted to to unicode formats through phonetics option. Please ignore such errors.)

Wednesday, July 12, 2017

ଏମଏସପି ଆଦୌ ଚାଷୀଙ୍କ ପାଇଁ ନୁହେଁ

ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ମାସିକ ୧୮,୦୦୦ ତାଙ୍କ 'କୃଷି ଖର୍ଚ୍ଚ ଓ ଦର ଆୟୋଗ'ଙ୍କ ହିସାବକୁ ଯଦି ଆମେ ଗ୍ରହଣ କରିବା ତେବେ ସର୍ବନିମ୍ନ ମୂଳ ଦରମା ପାଉଥିବା ଜଣେ ସରକାରୀ କର୍ମଚାରୀ ଯେତିକି ଦରମା ଗୋଟିଏ ବର୍ଷରେ ପାଆନ୍ତି ସେତିକି ଟଙ୍କାର ଲାଭ ପାଇବା ପାଇଁ ଜଣେ ହାରାହାରି ଭାରତୀୟ ଧାନ ଚାଷୀକୁ ୫୧ ହେକ୍ଟର ବା ୧୨୫ ଏକର ଜମିରେ ଧାନ ଚାଷ କରିବାକୁ ପଡିବ କେନ୍ଦ୍ର ସରକାର ପ୍ରତିବର୍ଷ ବିଭିନ୍ନ ଚାଷ ଋତୁର ପ୍ରାରମ୍ଭରେ ସେହି ରୂତୁରେ ହେଉଥିବା ଫସଲମାନଙ୍କ ପାଇଁ ସର୍ବନିମ୍ନ ସହାୟକ ଦ୍ୱାରା ସ୍ଥିର କରନ୍ତି 'କୃଷି ଖର୍ଚ୍ଚ ଓ ଦର ଆୟୋଗ' କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଫସଲର ସର୍ବନିମ୍ନ  ସୁପାରିଶ କରିଥାନ୍ତି କେନ୍ଦ୍ର ସରକାର ପ୍ରାୟତଃ ଆୟୋଗଙ୍କ ସୁପାରିଶକୁ ମାନିନେଇ ସର୍ବନିମ୍ନ ସହାୟକ ଦର ବା ସାଧାରଣରେ ଅଧିକ ପରିଚିତ 'ଏମଏସପି' (ଇଂରାଜୀରେ 'ମିନିମମ ସପୋର୍ଟ ପ୍ରାଇସ') ଘୋଷଣା କରନ୍ତି ୨୦୧୭-୧୮ ଖରିଫ ଋତୁ ପାଇଁ ଆୟୋଗ କରିଥିବା ଆକଳନ ଅନୁସାରେ ଆସନ୍ତା ଖରିଫ ଋତୁରେ ଗୋଟିଏ ଜମିରେ ଧାନ ଚାଷ କରିବା ପାଇଁ ୫୩,୫୩୮ ଟଙ୍କା ଖର୍ଚ୍ଚ ହେବ ଓ ଗୋଟିଏ ହେକ୍ଟରରୁ ୫୭,୮୦୩ ଟଙ୍କାର ଫସଲ ଅମଳ ହେବ ଅର୍ଥାତ ଗୋଟିଏ ହେକ୍ଟରରୁ ୪,୨୬୫ ଟଙ୍କା ବା ଗୋଟିଏ ଏକରରୁ ୧,୭୨୬ ଟଙ୍କାର ଲାଭ ମିଳିବ ଆଉ ଗୋଟିଏ ହିସାବରେ କହିଲେ ଜଣେ ଚାଷୀ ଧାନ ଚାଷ କରିବା ପାଇଁ ଯେତିକି ମୋଟ ଖର୍ଚ୍ଚ ଉଠାଇବ ତହିଁରେ ୮ ପ୍ରତିଶତରୁ ବି କମ ଲାଭ ପାଇବ ଅର୍ଥାତ, ଜଣେ ଧାନ ଚାଷୀ ତାହାର ନିବେଶରୁ ଲାଭ ପାଇବ ମୋତେ ୮ ପ୍ରତିଶତ ଅନେକ ରାଜ୍ୟରେ ଗୋଟିଏ ଫସଲ ହେଉଥିବା ୧୦ ଏକର ଜମି ଯାହାର ଅକେହୀ ସିଏ ବଡ ଚାଷୀ ବୋଲି ଧରାଯାଏ ସରକାରଙ୍କ ଏମଏସପି ଅନୁସାରେ ଧାନଚାଷ କରୁଥିବା ସେହିପରି ଏକ ବଡ଼ଚାଷୀର ବାର୍ଷିକ ଆୟ ହେବ ମୋଟେ ୧୭,୨୬୦ ଟଙ୍କା 


ଏବେ ଆଉ ଗୋଟିଏ ହିସାବ ଦେଖିବା ଧରି ନିଆଯାଉ ଯେ ବର୍ଷ ୨୦୦୬ରେ ଜଣେ ସରକାରୀ ଚାକିରିଆ ଓ ଜଣେ ଧାନ ଚାଷୀ ସମାନ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ସବୁ ରୋଜଗାର ପୁରା ଖର୍ଚ୍ଚ ହୋଇଯାଉଥିଲା ଚାକିରିଆ ଜଣକ କିଛି ପଦୋନ୍ନତି ନ ପାଇଲେ ବି କି ଷଷ୍ଠ ବେତନ ଆୟୋଗ ନିର୍ଦ୍ଧାରିତ ବର୍ଦ୍ଧିତ ଦରମା ନ ନେଲେ ବି କେବଳ ଯେତିକି ମହଙ୍ଗା ଭତ୍ତା ବଢିଛି ସେଥିରେ ତାଙ୍କ ଦରମା ଦଶବର୍ଷ ପରେ ୨୦୧୬ ମସିହା ବେଳକୁ ୩୧,୫୦୦ ଟଙ୍କାରେ ପହଞ୍ଚିଥିବ ଧରିନିଆଯାଉ ଯେ ଚାଷୀଜଣକ ସେହି ଦଶବର୍ଷଯାକ ତାହାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ଦରରେ ବିକ୍ରି କରି ପାରିଛନ୍ତି ସେହି ଦଶବର୍ଷରେ ବଢିଥିବା ଏମଏସପି କାରଣରୁ ଚାଷୀଜଣକର ବିକ୍ରିଲବ୍ଧ ଆୟ ୧୦,୦୦୦ ଟଙ୍କାରୁ ବଢି ହୋଇଥିବ ୨୩,୭୩୧ ଟଙ୍କା ଅର୍ଥାତ, ବିଗତ ଦଶବର୍ଷରେ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ମହଙ୍ଗା ଭତ୍ତା କାରଣରୁ ଚାକୀରିଆଙ୍କର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଜଣେ ଚାଷୀର ଆୟ ବଢିଛି କେବଳ ୧୩୭ ପ୍ରତିଶତ ୨୦୦୬ ତୁଳନାରେ ୨୦୧୬ରେ ଉଭୟଙ୍କର ମୋଟ ଆୟ ଅବଶ୍ୟ ବଢିଛି କିନ୍ତୁ ପ୍ରକୃତ ଆୟ କେତେ ବଢିଛି ତାହା ଅଧିକ ଗୁରୁତ୍ୱପୂର୍ଣ ୨୦୦୬ରେ ଉଭୟ ତାଙ୍କର ପୁରା ୧୦,୦୦୦ ଟଙ୍କାର ଦରମାକୁ ଖର୍ଚ୍ଚ କରିଦେଉଥିଲେ ଏବେ ଦେଖିବା ସେମାନେ ପାଉଥିବା ଦରମା ବା ଆୟରୁ କେତେ ଖର୍ଚ୍ଚ ହେଉଥିବ ମୁଦ୍ରାସ୍ପିତି ବା ଦରଦାମରେ ଘଟୁଥିବା ବୃଦ୍ଧି ହିସାବକୁ ନେଲେ ଆମେ ପ୍ରକୃତ ଆୟରସ୍ଥିତି ଜାଣି ପାରିବା ସେହି ଦଶ ବର୍ଷରେ ମୁଦ୍ରାସ୍ପିତି ହାର ଯାହା ରହିଥିଲା ସେହି ଅନୁସାରେ ୨୦୦୬ ବର୍ଷରେ ୧୦,୦୦୦ ଟଙ୍କାରେ ଯାହା କିଣି ହେଉଥିଲା, ସେତିକି କିଣିବା ପାଇଁ ୨୦୧୬ ମସିହାରେ ୨୩,୬୩୭ ଟଙ୍କା ଦରକାର ହେଲା ଦଶ ବର୍ଷ ପରେ ବ୍ୟୟ ଆସି ପହଞ୍ଚିଲା ୨୩,୬୩୭ ଟଙ୍କାରେ, ଚାଷୀର ଆୟ କିନ୍ତୁ ହେଲା ୨୩,୭୩୧ ଟଙ୍କା ତେଣୁ ଚାଷୀଟି ତାର ପୁରା ଆୟକୁ ବ୍ୟୟ କଲେଯାଇ ହିଁ ୨୦୦୬ରେ ଯେତିକି କିଣି ପାରୁଥିଲା ସେତିକି କିଣି ପାରିବ ତା ପ୍ରକୃତ ଆୟରେ ଟିକିଏ ବି ପରିବର୍ତ୍ତନ ହୋଇନାହିଁ ଚାଷୀ ଜଣକର ବିକ୍ରିଲବ୍ଧ ଆୟ ବଢି ଥିଲେ ବି ସେ ୨୦୦୬ରେ ଉପାର୍ଜନ କରୁଥିବା ଆୟରେ ଯେତିକି କିଣି ପାରୁଥିଲା ଏବେ ବି ସେତିକି ହିଁ କିଣି ପାରୁଛି କିନ୍ତୁ, ୨୦୦୬ରେ ୧୦,୦୦୦ ଟଙ୍କା ଦରମା ପାଉଥିବା ସରକାରୀ କର୍ମଚାରୀଜଣକ ଏବେ ସେତିକି ଜିନିଷ କିଣି ଆହୁରି ୮,୦୦୦ ଟଙ୍କା ବଳକା ରଖୁଥିବେ      

ଆମେ ଉପରେ କରିଥିବା ହିସାବରେ କେବଳ ଉତ୍ପାଦିତ ଫସଲର ମୋଟ ବିକ୍ରିଲବ୍ଧ ଆୟ କଥା ହିଁ ହିସାବ କରିଛୁ ତାହା ଚାଷୀର ଲାଭ ନୁହେଁ ଏହି ସମୟ ମଧ୍ୟରେ ଚାଷଖର୍ଚ୍ଚ ମୁଦ୍ରାସ୍ପିତି ହାରଠାରୁ ଢେର ଅଧିକ ରହିଛି ତେଣୁ ଚାଷୀର ଲାଭ ୨୦୧୦ ତୁଳନାରେ ଖୁବ କମିଛି ଏଥିରୁ ସ୍ପଷ୍ଟ ଯେ ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ଦର ଚାଷୀଙ୍କୁ ସମାନତା ଦେବାରେ ବା ଚାଷୀଙ୍କୁ ଲାଭ ଦେବାରେ ସମ୍ପୂର୍ଣ ବିଫଳ ହୋଇଛି ସରକାର କହନ୍ତି ଯେ ଏମଏସପି ଜରିଆରେ ଚାଷୀଙ୍କୁ ଏକ ଲାଭଜନକ ଦର ନିଶ୍ଚିତ କରାଯାଉଛି କିନ୍ତୁ, ପ୍ରକୃତରେ ଦେଖିବାକୁ ଗଲେ ଏମଏସପି ସୁପାରିଶ କରୁଥିବା 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ତାଙ୍କର କାମକୁ ବା ଏମଏସପିକୁ ଚାଷୀର ଦୃଷ୍ଟିରେ ଦେଖି ନାହାନ୍ତି ବା ଚାଷୀର ଲାଭକୁ ନିଶ୍ଚିତ କରିବା ପାଇଁ ଆଦୌ ନିଷ୍ଠା ପ୍ରଦର୍ଶିତ କରିନାହାନ୍ତି ସପ୍ତମ ଦରମା ଆୟୋଗଙ୍କ ରିପୋର୍ଟଟି ୮୮୦ ପୃଷ୍ଠା ବିଶିଷ୍ଟ ଏତେବଡ ରିପୋର୍ଟରେ କିନ୍ତୁ ଗୋଟିଏ ଜାଗାରେ ହିଁ କୁହାଯାଇଛି ଯେ ସପ୍ତମ ଦରମା ଆୟୋଗଙ୍କୁ କେବଳ ତିନିଟି ଦିଗ ପ୍ରତି ଦୃଷ୍ଟି ଦେଇ ଦରମା ସୁପାରିଶ କରିବାର ଅଛି: ୧) ରାଷ୍ଟ୍ରର ଆର୍ଥିକ ସ୍ଥିତି ଓ ରାଜକୋଷିୟ ବିବେକକୁ ଦେଖିବା, ୨) ଉନ୍ନୟନ ଖର୍ଚ୍ଚ ତଥା କଲ୍ୟାଣକାରୀ ପଦକ୍ଷେପ ମାନଙ୍କ ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଯେମିତି ବଳକା ରହିବ ତାହା ଦେଖିବା, ଏବଂ ୩) ଆୟୋଗଙ୍କ ସୁପାରିଶ ଦ୍ୱାରା ରାଜ୍ୟ ସରକାରମାନଙ୍କ ଆର୍ଥିକ ସ୍ଥିତି ଉପରେ କେମିତି ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ତାହାକୁ ଦେଖିବା ଏହି ତିନିଟି ମାତ୍ର ଦିଗ ପ୍ରତି ଦୃଷ୍ଟି ଦେଇ ବେତନ କମିଶନ ତାଙ୍କ ସୁପାରିଶ କରିଥାନ୍ତି କିନ୍ତୁ ଚାଷୀକୁ ତାହାର ଉତ୍ପାଦ ପାଇଁ ସର୍ବନିମ୍ନ ଦର ସ୍ଥିର କରିବା ବେଳକୁ ନିଘା ପଡୁଛି ସବୁ ଆଡେ, ଶହେ ବିଷୟ ଆଲୋଚନାକୁ ଆସୁଛି ୨୦୧୭-୧୮ ଖରିଫ ଋତୁ ପାଇଁ 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ପ୍ରସ୍ତୁତ କରିଥିବା ରିପୋର୍ଟଟି ମୋଟେ ୧୬୮ ପୃଷ୍ଠା ବିଶିଷ୍ଟ, ବେତନ ଆୟୋଗଙ୍କ ରିପୋର୍ଟର ପ୍ରାୟ ପାଞ୍ଚ ଭାଗରୁ ଭାଗେ କିନ୍ତୁ ସେଥିରେ ଅନେକ ଯାଗାରେ କୁହାଯାଇଛି ଅନେକ ଦୃଷ୍ଟି ମଧ୍ୟରୁ ଖର୍ଚ୍ଚ କେବଳ ଗୋଟିଏ ଦୃଷ୍ଟି ଆୟୋଗ କହିଛନ୍ତି ଯେ ତାଙ୍କ ଚିନ୍ତା ଓ ଦୃଷ୍ଟି କେବଳ ଫସଲର ଉତ୍ପାଦନ ଖର୍ଚ୍ଚ ଦେଖିବାର ନୁହେଁ, ତାଙ୍କର ଦୃଷ୍ଟି ଆହୁରି ଅନେକ ବିଷୟ ଉପରେ ରିପୋର୍ଟର ଗୋଟିଏ ସ୍ଥାନରେ ଆୟୋଗ କହିଛନ୍ତି ଯେ, ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଯଥା ଚାହିଦା ଓ ଯୋଗାଣର ସ୍ଥିତି, ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଦରାର ଧାରା, ବିଭିନ୍ନ ଫସଲ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ସମାନତା, କୃଷି ଓ ଅଣ-କୃଷି କ୍ଷେତ୍ର ମଧ୍ୟରେ ବାଣିଜ୍ୟିକ ସାର୍ଟ, ଉପଭୋକ୍ତା ଓ ସାମଗ୍ରିକ ଅର୍ଥବ୍ୟବସ୍ଥା ଉପରେ ସମ୍ଭାବ୍ୟ ପ୍ରଭାବ ତଥା ଜମିଜଳ ଭଳି ସମ୍ପଦର ଯୁକ୍ତିଯୁକ୍ତ ଉପଯୋଗ ଆଦିର ଧ୍ୟାନ ରଖି ଆୟୋଗ ଏମଏସପି ସୁପାରିଶ କରିଥାନ୍ତି ସରକାରମାନେ ମଧ୍ୟ ଆୟୋଗର ସୁପାରିଶକୁ ବହନ କରି ଚାଷୀକୁ ଫସଲର ଲାଭଜନକ ଦର ଦେବା ଦାୟିତ୍ୱକୁ ଏଡାଇ ଯାଉଛନ୍ତି ସପ୍ତମ ବେତନ ଆୟୋଗର ସୁପାରିଶରେ କିଛି କର୍ମଚାରୀଵର୍ଗ ଅସନ୍ତୁଷ୍ଟ ହେଲାପରେ ସରକାର ତୁରନ୍ତ ସଚିବସ୍ତରୀୟ କମିଟୀ ଗଠନ କରିଦେଲେ କିନ୍ତୁ ଚାଷୀକୁ ଦର ପ୍ରଦାନ କଲାବେଳେ ସେମିତି କିଛି ଉଦ୍ୟମ ପ୍ରାୟ ହେଉନାହିଁ

ଚାଷୀର ଫସଲ ପାଇଁ ଦର ସ୍ଥିର କରିବା ବେଳକୁ ମୁଦ୍ରାସ୍ପିତି କଥା ବାରମ୍ବାର କୁହାଯାଉଛି କିନ୍ତୁ ସରକାରୀ କର୍ମଚାରୀଙ୍କୁ ମହଙ୍ଗାଭତ୍ତା  ଦେଲାବେଳକୁ ତାହା ଉପରେ ବିଶେଷ ନିଘା ନାହିଁ ୨୦୧୬-୧୭ ବର୍ଷରେ ଭାରତରେ ଧାନ ଓ ଗହମର ରେକର୍ଡ ଉତ୍ପାଦନ ହୋଇଥିବା କଥା ସରକାର କହିଛନ୍ତି ଏହି ବର୍ଷ ୧୦୮.୮୬ ନିୟୁତ ଟନ ଧାନ ଓ ୯୬.୬୪ ନିୟୁତ ଟନ ଗହମ ଉତ୍ପାଦନ ହୋଇଛି ଗତ ବର୍ଷ ଧାନ ଓ ଗହମର ଏମଏସପିରେ ଯଥାକ୍ରମେ କ୍ୱିଣ୍ଟାଲ ପ୍ରତି ୬୦ଟଙ୍କା ଓ ୧୦୦ଟଙ୍କା ବୃଦ୍ଧି ଘଟିଥିଲା ସରକାର ଉତ୍ପାଦନ ହେଉଥିବା ସମସ୍ତ ଧାନ ଓ ଗହମ କିଣନ୍ତି ନାହିଁ, ତାହାର କିଛି ଅଂଶ ହିଁ କିଣନ୍ତି କିନ୍ତୁ ଯଦି ବି ସରକାର ଉତ୍ପାଦିତ ହୋଇଥିବା ସମସ୍ତ ଧାନ ଓ ଗହାମକୁ କ୍ରୟ କରିଥାନ୍ତେ ତେବେ ଏମଏସପିରେ ବୃଦ୍ଧି ଯୋଗୁଁ ସରକାରଙ୍କୁ ପୂର୍ବ ବର୍ଷ ତୁଳନାରେ ମୋଟେ୧୬,୨୨୫ କୋଟି ଟଙ୍କା ହିଁ ଅଧିକ ଦେବାକୁ ପଡିଥାନ୍ତା ସେଥିରେ ପୁଣି ଏହି କ୍ରୟ ଭାର ସରକାରଙ୍କ ଉପରେ ପୁରା ପଡେ ନାହିଁ ସରକାର କ୍ରୟ କରିଥିବା ଧାନକୁ ପୁଣି ବିକ୍ରି କରିଥାନ୍ତି ବା ଖାଦ୍ୟ ସୁରକ୍ଷା ତଥା ଅନ୍ୟ ଯୋଜନା ଜରିଆରେ ତାହା ଲୋକଙ୍କୁ ଯୋଗାଇଥାନ୍ତି ତେଣୁ ସରକାର କେବଳ ଏକ ମଧ୍ୟସ୍ଥିର କାମ କରିଥାନ୍ତି କହିଲେ ଚାଲେ କିନ୍ତୁ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସିଧା ସରକାରଙ୍କ ଉପରେ ବୋଝ ହୋଇଥାଏ ତଥା ସେତିକି ଟଙ୍କା ଉନ୍ନୟନ ଯୋଜନା କରିବା ପାଇଁ ଆଉ ଉପଲବ୍ଧ ହୋଇ ନଥାଏ ଗତ ବର୍ଷ ସପ୍ତମ ବେତନ ଆୟୋଗର ସୁପାରିଶ କାରଣରୁ ଏକା କେନ୍ଦ୍ର ସରକାର କେବଳ ତାଙ୍କ କର୍ମଚାରୀଙ୍କ ପାଇଁ ୧.୦୨ ଲକ୍ଷ କୋଟି ଟଙ୍କାର ଅଧିକ ଦରମା ଖର୍ଚ୍ଚ ବହନ କରିଛନ୍ତି ସପ୍ତମ ବେତନ ଆୟୋଗ ସୁପାରିଶ ଲାଗୁହେବା ପରେ ଗତ ବର୍ଷେ ମଧ୍ୟରେ କେନ୍ଦ୍ର ସରକାର ଦୁଇଥର ମହଙ୍ଗାଭତ୍ତା ବଢ଼ାଇ ସାରିଲେଣି ଯାହା ଯୋଗୁଁ ବାର୍ଷିକ ୧୧,୪୭୯ କୋଟି ଟଙ୍କାର ଅତିରିକ୍ତ ଦରମା କେବଳ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ଏହା ବାହାରେ ରାଜ୍ୟ ସରକାରମାନଙ୍କର କର୍ମଚାରୀ, ବ୍ୟାଙ୍କ ଇନ୍ସୁରାନ୍ସ ତଥା ସରକାରୀ ଉଦ୍ୟୋଗ ଆଦିର କର୍ମଚାରୀ ଅଛନ୍ତି ଥୋକେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଯେତିକି ମହଙ୍ଗା ଭତ୍ତା ଦେଲେ, ଭାରତରେ ବର୍ଷଯାକରେ ଉତ୍ପାଦିତ ହୋଇଥିବା ସମସ୍ତ ଧାନ ଓ ଗହମକୁ ଏମଏସପି ଦରରେ କିଣିଲେ ସରକାରଙ୍କୁ ତହିଁରୁ ଅଳ୍ପ କିଛି ଅଧିକ ହିଁ ବ୍ୟୟ କରିବାକୁ ହେବ


ଏମଏସପି କଥା ଏତିକିରେ ସରୁନାହିଁ ଏମଏସପି କେମିତି ସ୍ଥିର ହେଉଛି ତହିଁରେ ବି ଅନେକ କଥା ରହିଛି ୨୦୧୪-୧୫ ବର୍ଷରେ ହୋଇଥିବା ପ୍ରକୁତ ଚାଷ ଖର୍ଚ୍ଚକୁ ହିସାବକୁ ନେଇ ଆୟୋଗ ଆଗାମୀ ୨୦୧୭-୧୮ ଖରିଫ ଋତୁ ପାଇଁ ବ୍ୟୟର ଅନୁମାନ ଲଗାଇଛନ୍ତି ୨୦୧୪-୧୫ ବର୍ଷରେ ଓଡ଼ିଶାର ଚାଷୀ ଗୋଟିଏ ହେକ୍ଟରରେ ଧାନ ଚାଷ କରିବା ପାଇଁ ଖର୍ଚ୍ଚ କରିଥିଲେ ୪୯,୦୩୮ ଟଙ୍କା କିନ୍ତୁ ଅମଳ ପାଇଥିଲେ ୪୧,୩୭୯ ଟଙ୍କା ଅର୍ଥାତ ପ୍ରତି ଏକ ହେକ୍ଟର ଜମିରେ ହୋଇଥିଲା ପ୍ରାୟ ୭,୩୦୦ ଟଙ୍କାର କ୍ଷତି ଏମିତିଆ ସ୍ଥିତିକୁ ଆୟୋଗ ଆଦୌ ଗୁରୁତ୍ୱ ଦେଇନାହାନ୍ତି କିନ୍ତୁ ଚିରାଚରିତ ଢଙ୍ଗରେ ସୁପାରିଟିଏ କରିଛନ୍ତି ଏମିତିଆ କଥା ଆହୁରି ଅଛି ଗୋଟିଏ ଲେଖାରେ ସବୁକୁ କହି ହେଉ ନାହିଁ ପରବର୍ତ୍ତୀ ଲେଖାରେ ଏମଏସପି ପେଡ଼ିକୁ ଆହୁରି ଖୋଲିବା


(Note: This article was published in my fortnight Op-Ed column 'Tatwa O Tarka' in Dharitri. I have reproduced it here to enable easy mobile phone viewing. The original article can be accessed at http://www.dharitri.com/Bhubaneswar/120717/p6.htm )