Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Saturday, November 25, 2017

ବଢିଛି ପରିସଂଖ୍ୟାନର ବେପାର!

ପୁଣି ଥରେ ଆସିଲା ପରିସଂଖ୍ୟାନର ଆଉ ଏକ ଭେଳିକି ଭାରତରେ କୁଆଡେ ବେପାର କରିବା ଗତବର୍ଷଠାରୁ ଖୁବ ସହଜ ହୋଇଯାଇଛି ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ‘ବେପାର କରିବାରେ ସହଜତା ରିପୋର୍ଟ’ରେ ୧୯୦ଟି ରାଷ୍ଟ୍ରର ସୂଚୀରେ ଭାରତ ଗତ ବର୍ଷର ୧୩୦ତମ ସ୍ଥାନରୁ ଡେଇଁ ପହଞ୍ଚିଛି ୧୦୦ତମ ସ୍ଥାନରେ ତେବେ ଭାରତରେ କ’ଣ ଏମିତି ହୋଇଯାଇଛି ଯେ ବେପାର କରିବାର ସହଜତାରେ ଭାରତ ୩୦ଟି ଦେଶକୁ ପଛରେ ପକାଇଦେଲା ବୋଲି ବିଶ୍ୱବ୍ୟାଙ୍କ କହୁଛି ତାହାକୁ ଟିକିଏ ନିରେଖି ଦେଖିବା। 

ବିଶ୍ୱବ୍ୟାଙ୍କ ୧୧ଟି ସୁଚକ ସ୍ଥିର କରିଛି ବେପାରରେ ସରଳତା ମାପିବା ପାଇଁ ଏଥିରୁ ନଅଟି କ୍ଷେତ୍ରରେ ଭାରତ ସୁଧାର ଆଣିଛି ବୋଲି ରିପୋର୍ଟ କହୁଛି ଏହି ନଅଟିରୁ  ପ୍ରଥମଟି ହେଲା ବେପାର ଆରମ୍ଭ କରିବା ଏଥିରେ ଭାରତ କଣ କରିଛି? ସ୍ଥାୟୀ ଆକାଉଣ୍ଟ ସଂଖ୍ୟା ବା ପ୍ୟାନ ଓ ଟ୍ୟାକ୍ସ ଆକାଉଣ୍ଟ ସଂଖ୍ୟା ବା ଟ୍ୟାନକୁ ଯୋଡ଼ିଛି ତଥା ଅନଲାଇନରେ ଆବେଦନର ବ୍ୟବସ୍ଥା କରିଛି ମୁମ୍ବାଇରେ ମୁଲ୍ୟଯୁକ୍ତ ଟିକସ ଓ ପ୍ରଫେସନାଲ ଟିକସ ପାଇଁ ଥରକରେ ଆବେଦନର ବ୍ୟବସ୍ଥା ହୋଇଛି ଦ୍ୱିତୀୟଟି ହେଲା ନିର୍ମାଣରେ ପରମିଟ ବ୍ୟବସ୍ଥା ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି ଯେ ଅନଲାଇନ ବ୍ୟବସ୍ଥା କାରଣରୁ ମୁମ୍ବାଇ ଓ ଦିଲ୍ଲୀରେ କୋଠା ନିର୍ମାଣ ପାଇଁ ପରମିଟ ପାଇବା ପ୍ରକ୍ରିୟା ସରଳ ହୋଇଛି ଓ କମ ସମୟ ନେଉଛି ତୃତୀୟଟି ହେଲା ଋଣ ପାଇବା ବିଶ୍ୱବ୍ୟାଙ୍କ କହୁଛି ଯେ ଦେବାଳିଆ ସ୍ଥିତିର ପୁନର୍ଗଠନ ପ୍ରକ୍ରିୟାର ବାହାରେ ଥିବା ସୁରକ୍ଷିତ ୠଣୀଙ୍କୁ ଋଣ ହାସଲରେ ପ୍ରାଧାନ୍ୟ ଦେବାପାଇଁ ନୀତିରେ ପରିବର୍ତ୍ତନ ଆସିଛି ତାହାସହିତ ଭାରତ ଦେବାଳିଆପଣ ସମ୍ପର୍କିତ ଏକ ନୂଆ ଆଇନ୍ ଆଣିଛି ଯହିଁରେ ଦେବାଳିଆପଣର ପୁନର୍ଗଠନ ପ୍ରକ୍ରିୟାରେ ସୁରକ୍ଷିତ ୠଣୀଙ୍କ ପାଇଁ ରିହାତିର ବ୍ୟବସ୍ଥା ରହିଛି ଚତୁର୍ଥଟି ହେଲା ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁଇଟି ସ୍ୱାର୍ଥନ୍ୱେଷୀ ପକ୍ଷଙ୍କ ମଧ୍ୟରେ ହେଉଥିବା ହାନିକାରକ କାରାବାରରୁ ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ପଞ୍ଚମଟି ହେଲା କର ପଇଠ ବିଶ୍ୱବ୍ୟାଙ୍କ କହିଛି ଯେ ଭାରତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କରି କର ପଇଠ ବ୍ୟବସ୍ଥାକୁ ସହଜ କରିଛି ବିଶ୍ୱବ୍ୟାଙ୍କର ଷଷ୍ଠ ମାନକ ହେଲା ସୀମା ପାର କାରବାର  ରିପୋର୍ଟ କହୁଛି ଯେ ବୈଦ୍ୟୁତିକ ଓ ମୋବାଇଲ ବ୍ୟବସ୍ଥା ଆପଣେଇ ତଥା ବ୍ୟବସାୟୀ ଓଭରଟାଇମ ଶୁଳ୍କ ହଟାଇ ଆମଦାନୀ ଓ ରପ୍ତାନି ସୀମା ଅନୁପାଳନ ଖର୍ଚ୍ଚକୁ କମ କରିଛନ୍ତି ସପ୍ତମରେ ଆସିଛି ଚୁକ୍ତିର ଅନୁପାଳନ ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଭାରତ ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ଼ ଆରମ୍ଭ କରି ଚୁକ୍ତିର ଅନୁପାଳନକୁ ସହଜ କରିଛି ଏହି ବ୍ୟବସ୍ଥା ଅନୁସାରେ ସ୍ଥାନୀୟ କୋର୍ଟମାନଙ୍କର ମାମଲା ପରିଚାଳନା ରିପୋର୍ଟ ବାହାର କରାଯାଇପାରିବ ଅଷ୍ଟମ ମାନକଟି  ହେଲା ଦେବଳିଆପଣ ସମ୍ଭାଳିବା ରିପୋର୍ଟ କହୁଛି ଯେ ଭାରତ ଏକ ନୂଆ ଦେବାଳିଆପଣ କୋଡ଼ ଆଣି ସମାଧାନ ସହଜ କରିଛି ଏଥିରେ ଋଣଦାତାଙ୍କ ପାଇଁ ଏକ ପୁନର୍ଗଠନ ପ୍ରକ୍ରିୟା ଆପଣେଇ ଋଣ ଦାତାଙ୍କୁ ତାଙ୍କ ବ୍ୟବସାୟ ଚାଲୁରଖିବା ପାଇଁ ସହାୟତା ଦିଆଯାଇଛି ଶେଷ ସୁଚକାଙ୍କ ଯେଉଁଥିରେ ଭାରତ ଉନ୍ନତି ଆଣିଛି ବୋଲି ବିଶ୍ୱବ୍ୟାଙ୍କ କହିଛି ତାହାହେଲା ମହିଳାଙ୍କୁ ବର୍ଦ୍ଧିତ ସମୟ ପାଇଁ ପ୍ରାପ୍ୟସଂଯୁକ୍ତ ପ୍ରସୁତିକାଳୀନ ଛୁଟି ବ୍ୟବସ୍ଥା କରି ଶ୍ରମିକ ବଜାର ନିୟନ୍ତ୍ରଣ ଆଣିଛି

ତେବେ ଏହାର ଆଧାରରେ ବିଶ୍ୱବ୍ୟାଙ୍କ ରିପୋର୍ଟ ସିନା କହିଦେଲା ଯେ ଭାରତ ବେପାର କରିବାରେ ୩୦ଟି ସ୍ଥାନ ଡେଇଁ ୧୦୦ତମ ସ୍ଥାନକୁ ପହଞ୍ଚିଛି, କିନ୍ତୁ ସେହିଭଳି ନିଷ୍କର୍ଷ ବାସ୍ତବ ସ୍ଥିତିକୁ ପ୍ରାୟ ବୟାନ କରେ ନାହିଁ ବିଶ୍ୱବ୍ୟାଙ୍କ ୧୧ଟି ସୁଚକ ସ୍ଥିର କରି ତାହା ଉପରେ ପ୍ରଶ୍ନାବଳୀ ପ୍ରସ୍ତୁତ କରି ତାହାକୁ ବିଭିନ୍ନ ଦେଶର ଉତ୍ତରଦାତାଙ୍କ ପାଖକୁ ପଠାଇଥିଲାସବୁଠାରୁ ଅଧିକ ଉତ୍ତର ଆସିଥିଲା 'ବେପାର ଆରମ୍ଭ କରିବା' ସୁଚକ ପାଇଁ କିନ୍ତୁ, କେତେ ଉତ୍ତରଦାତାଙ୍କଠାରୁ ଉତ୍ତର ଆସିଥିଲା? ମାତ୍ର ୨,୨୩୫ ଜଣଙ୍କ ଠାରୁ ତାହାପୁଣି ୧୯୦ଟି ଦେଶରୁ, ଅର୍ଥାତ ଗୋଟିଏ ଦେଶରୁ ହାରାହାରି ୧୨ଟି ମଧ୍ୟ ନୁହେଁ ଏହି ସୁଚକ ପାଇଁ କେବଳ ୬୮ଟି ଦେଶରୁ ୬ରୁ ଅଧିକ ଉତ୍ତର ଆସିଥିଲା ମାତ୍ର ଅଳ୍ପ କିଛି ଜଣଙ୍କୁ ପଚାରି ଗୋଟିଏ ନିଷ୍କର୍ଷକୁ ଏତେବଡ କହିବା ଅତି ତ୍ରୁଟିପୂର୍ଣ୍ଣ ବୋଲି ଅର୍ଥନୀତିଜ୍ଞ ମାନେ କହନ୍ତି 

୨୦୧୫ ମସିହାରେ ସେହି ବିଶ୍ୱବ୍ୟାଙ୍କର ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ମେରୀ ହାଲବାର୍ଡ ଡ୍ରଇଁମିୟର ଓ ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରିଚେଟ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟ କେମିତି ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ ତାହା ଦର୍ଶାଇଥିଲେ ଅନ୍ୟ ତୁଳନା ବ୍ୟତୀତ ସେମାନେ 'ବେପାର କରିବାରେ ସହଜତାରେ' ରିପୋର୍ଟକୁ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅନ୍ୟ ଏକ ରିପୋର୍ଟ ସହ ତୁଳନା କରି ଦେଖିଥିଲେ ଯେ ସେହି ସମାନ ପ୍ରଶ୍ନ ପାଇଁ ଉଭୟ ରିପୋର୍ଟରେ ଅତି ଭିନ୍ନ ଉତ୍ତର ଅଛି ଉଦାହରଣସ୍ୱରୂପ, ସେମାନେ ଦେଖିଲେ ଯେ ‘ବେପାର କରିବାରେ ସହଜତା’ ରିପୋର୍ଟ ଅନୁସାରେ ୨୦୧୪ ମସିହାରେ ଗୋଟିଏ ନିର୍ମାଣ ପରମିଟ ପାଇବା ପାଇଁ ଭାରତରେ ୧୮୦ ଦିନ ଲାଗୁଥିଲା କିନ୍ତୁ ସେହି ବିଶ୍ୱବ୍ୟାଙ୍କର 'ଉଦ୍ୟମ ସର୍ବେକ୍ଷଣ' ରିପୋର୍ଟ ଅନୁସାରେ ସେହି ବର୍ଷ ସେହି ପରମିଟ ପାଇବା ପାଇଁ ଭାରତରେ ହାରାହାରି ୩୩ଦିନ ସମୟ ଲାଗୁଥିଲା  ସେମାନଙ୍କର କହିବାର ଉଦ୍ଦେଶ୍ୟ ହେଲା ଯେ ଉଭୟ ସର୍ବେକ୍ଷଣରେ ଉତ୍ତରଦାତା ଭିନ୍ନ ଥିଲେ ତେଣୁ ଉତ୍ତର ଭିନ୍ନ ଆସିଲା ଏହିଭଳି ତାରତମ୍ୟ ଦର୍ଶାଏ ଯେ ଏତେ କମ ଉତ୍ତରଦାତାଙ୍କୁ ନେଇ ସାରା ବିଶ୍ୱର ୧୯୦ଟି ଦେଶର ସ୍ଥିତି ସ୍ଥିର କରିବା ଆଦୌ ଠିକ ନୁହେଁ

ଏବେ ପୁଣିଥରେ ଫେରିଆସିବା ବିଶ୍ୱବ୍ୟାଙ୍କର ବେପାର କରିବାରେ ସହଜତାରିପୋର୍ଟକୁ ଏଥିରେ 'ଡିଷ୍ଟାନ୍ସ ଟୁ ଫ୍ରଣ୍ଟିୟର' ବା ଓଡ଼ିଆରେ କହିଲେ 'ସରହଦକୁ ଦୂରତ୍ୱ' ନାମରେ ଗୋଟିଏ ମାନକ ସ୍ଥିର କରିଛି ସେହି ମାନକରେ ଭାରତ ଗତବର୍ଷ ତୁଳନାରେ ସମୁଦାୟ ୫୧.୮୭ ପଏଣ୍ଟ ଯୋଡିଛି ତେବେ, ତହିଁରୁ ଏକ-ତୃତୀୟାଂଶରୁ ଅଧିକ କେବଳ 'କର ପଇଠ' ସୁଚକାଙ୍କରୁ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କାରଣରୁ ଆସିଛି ଆଉ ଏକ-ପଞ୍ଚମାଂଶ ଆସିଛି ଦେବାଳିଆଙ୍କୁ ସହଜ ଋଣ ବ୍ୟବସ୍ଥା କାରଣରୁ କେବଳ ଏହି ଦୁଇଟି କାରଣରୁ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଭାରତ ବିଶ୍ୱରେ ୩୦ଟି ଦେଶକୁ ଡେଇଁ ପଡିଛି

ବେପାର କରିବା ସହଜ ହେଲେ କାରବାର ବଢିବା କଥା କିଛି ପ୍ରମୁଖ ସୂଚକରୁ ତାହାର ଵିନ୍ଦୁଏ ବି ସୂଚନା ଦିଶୁନାହିଁ ବିଗତ ତିନି ବର୍ଷରୁ କୌଣସି ଗୋଟିଏ ବର୍ଷରେ ଭାରତର ରପ୍ତାନି ୨୦୧୩-୧୪ର ରପ୍ତାନୀକୁ ଟପି ପରି ନାହିଁ ସେହିଭଳି ରୋଜଗାରକୁ ନେଇ ଅନେକ ରିପୋର୍ଟ ଆସିଛି ସଦ୍ୟତମ ରିପୋର୍ଟ ଆସିଛି ବିଶ୍ୱର ଏକ ପ୍ରମୁଖ ସଂସ୍ଥା କେୟାର ରେଟିଙ୍ଗ ତରଫରୁ ସେହି ସଂସ୍ଥା ଭାରତର ୧,୪୭୩ଟି କମ୍ପାନୀର ଅନୁଶୀଳନ କରି ରିପୋର୍ଟ କରିଛି ଯେ ପୂର୍ବ ବର୍ଷ ତୁଳନାରେ ୨୦୧୬-୧୭ରେ ମାତ୍ର ୨.୨୫ ପ୍ରତିଶତ ଅଧିକ ରୋଜଗାର ସୃଷ୍ଟି ହୋଇଛି ତାହାର ପୂର୍ବ ବର୍ଷ ଆହୁରି କମ ୧.୧୮ ପ୍ରତିଶତ ହିଁ ଅଧିକ ରୋଜଗାର ସୃଷ୍ଟି ହୋଇଥିଲା


ଏହା ଅବଶ୍ୟ ସତ ଯେ ବେପାର କରିବାରେ ସହଜତାଭଳି ଏକ ରିପୋର୍ଟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ, ବିଶେଷ କରି ବିଦେଶୀ ନିବେଶକଙ୍କର କିନ୍ତୁ ଏହାକୁ ନେଇ ଉଚ୍ଛୁଳିବାର କିଛି ମାନେ ନାହିଁ ଭାରତ ଏବେବି ଲୋକଙ୍କୁ ରୋଜଗାର ଯୋଗାଇ  ପାରୁନାହିଁ, ଖାଲି ଯୋଗାଇ ପାରୁନାହିଁ ନୁହେଁ, ରୋଜଗାରର ଅବସର କମି ଚାଲିଛି  ଅସମାନତା ବଢି ଚାଲିଛି ଏହା ଚିନ୍ତାଜନକ। 

Saturday, November 11, 2017

It Is Serious If Water Quality Test Report Is True - It Is More Serious If The Test Report Is Untrue

Bimal Prasad Pandia

If we believe the data entered into the MIS of  Ministry of Drinking Water and Sanitation, then the RWSS department of Odisha has found out 1.4 mg/L of Arsenic in a source in Nuapada district in the year 2015-16. If this level of Arsenic contamination in the water source was true, then that should have rung alarm bells at all levels as 1.4mg of Arsenic in one liter of water is seriously life-threatening. The Bureau of Indian Standard (BIS) specifies that 0.01 Mg/L is the ‘acceptable limit’ for Arsenic while at best 0.05 Mg/L is the permissible limit in absence of alternate source. 

If the RWSS department did identify such high level of Arsenic in the drinking water source then it was the first identification of Arsenic contamination in a drinking water source in Odisha. That finding should have stirred all concerned from slumber as not only Arsenic contamination was identified for the first time but that was identified in an area which is ridden with serious fluoride contamination in water. Fluoride and Arsenic are two of the most serious chemical contaminants which are life-threatening and or cripple people. That is why the central government has launched national-submission to ensure safe water in areas affected by Fluoride and Arsenic contaminated water. 

If Arsenic contamination, and that too of such a high level, was identified in that source in Nuapada district in a test conducted on February 08, 2016, then everybody concerned - starting from the laboratory technician who did the study to senior officials in the RWSS Odisha and also the union Ministry for Drinking Water and Supply - should have taken note of it. But in this case, prima-facie, it seems that nobody was bothered or concerned even a bit about it.  The MIS of the Ministry is designed to provide information so that water quality can be monitored and surveillance can be done at different levels. In this case, nothing happened. 


This example gives enough evidence to raise strong critical fingers at the manner in which water quality tests are being done, reported and monitoring and surveillence is conducted. In the present case, this particular source in Sinapali block of Nuapda district in Odisha was first tested only on February 08, 2016 when the Nuapada district laboratory of RWSS reportedly found 1.4mg/L of Arsenic in the source. That was the only chemical parameter that RWSS laboratory tested in that year. 

As per Water Quality Monitoring and Surveillance mandate of the government, the drinking water supplying departments of government have to mandatorily test at least eight chemical parameters - Alkalinity, Arsenic, Chloride, Fluoride, Iron, Nitrate, pH and TDS. These tests have to be done at least once every year. Besides, all sources have to be tested at least twice a year for bacterial contamination. In this case, the Nuapada district laboratory of RWSS conducted test of Arsenic parameter only and reportedly found very high level of Arsenic contamination. 

The MIS is designed to ensure proper and thorough Water Quality Monitoring and Surveillance. But in this case, monitoring and surveillance were seen nowhere. When the RWSS found the source as having seriously harmful level of contamination, as per the mandate of the Water Quality Monitoring and Surveillance, the RWSS should have gone for more tests of the source to verify the contamination level. The RWSS did not do that. It tested that source 19 months later. But, surprisingly, Arsenic parameter was not even tested in that second test whose result was reported to the MIS on September 09, 2016. The only chemical parameter tested in the second test was fluoride. High Arsenic was found in the previous test but the parameter was not even tested in the next test. Not only did the RWSS neglected, nobody in the whole chain of Water Quality Monitoring and Surveillance seemed bothered or interested.

This is utterly confusing and disappointing. It points to grave instances of negligence and/or incompetence by the RWSS, the organization designated to test water quality in rural Odisha and ensure supply of safe water. This is serious violation water quality monitoring and surveillance protocol. 


It is serious if the test report that the said source in Nuapada district of Odisha was found with absolutely dangerous level of Arsenic was true. It is more serious that Arsenic contamination was true but no follow up was done. But, it is far more serious if the report of Arsenic contamination was untrue as that gives evidence of seriously malfunctioning Water Quality Monitoring and Surveillance mechanism. 

Hopefully, the Panchayatiraj and Drinking Water department in the Government of Odisha, the Union Ministry of Drinking Water and Supply will take note of such serious lapses and/or inefficiencies in water quality monitoring and surveillance and people's right to safe water is being threatened with such acts. A time has come where every person has to start doing monitoring and surveillance of water quality.