Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Saturday, October 21, 2017

ଚାଷୀ ଛାଡ଼ିବେ ଚାଷ, ଜମି ରହିବ ପଡିଆ

ବିମଳ ପ୍ରସାଦ ପାଣ୍ଡିଆ

ଚାଷୀ ଛାଡ଼ିବେ ଚାଷ, ଜମି ରହିବ ପଡିଆ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ଆବାହନରେ ଓଡ଼ିଶାର ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ସମୟରେ ବାହାରିଛି କୃଷକଙ୍କ ରୋଷ ଓ କୋହ ଚାଷୀମାନେ ପ୍ରଶ୍ନ କରିଛନ୍ତି ଯେ ସର୍ବନିମ୍ନ ସହାୟକ ଦର ଯଦି ତାଙ୍କୁ ଲାଭ ଟିକିଏ ଦେଇ ନ ପାରିବ ତେବେ ସେମାନେ ଚାଷ କରିବେ ବା କାହିଁକି? କେହିକେହି ଏହାକୁ ଚେତାବନୀ କହିପାରନ୍ତି ମୁଁ କିନ୍ତୁ ଏହାକୁ ଚାଷୀମନର ମରମ ବେଦନାର ପ୍ରତିଫଳନ ତଥା ସାମାଜିକ ଓ ଆର୍ଥିକ ଭାବରେ ଭୁଲୁଣ୍ଠିତ ହୋଇଯାଉଥିବା ଚାଷୀ ନିକଟରେ ଅନ୍ୟ କୌଣସି ବିକଳ୍ପର ଅଭାବ ବୋଲି ହିଁ ବିଚାର କରିବି କେବଳ ଓଡିଶା କାହିଁକି ସାରା ଭାରତରେ ଏବେ କୃଷି ଓ କୃଷକଙ୍କ ସେହି ଅବସ୍ଥା ଏବେ କୃଷକ ଗୋଷ୍ଠୀ ସମାଜର ସବୁଠୁ ନିମ୍ନରେ ଥିବା ବର୍ଗ ବୋଲି ଗଣାଗଲେଣି ଏବଂ କୃଷି ସବୁଠାରୁ ଅପନ୍ତରା ଜୀବିକା ବୋଲି ବିବେଚ୍ୟ ହେଲାଣି ବର୍ଷବର୍ଷ ଧରି କୃଷିକ୍ଷେତ୍ର ଓ କୃଷକଙ୍କ ପ୍ରତି ହୋଇଆସିଥିବା ବୈମାତୃକ ମନୋଭାବର ପରିଣାମ ଏବେ ଅତି ଭୟଙ୍କର ରୂପ ନେଲାଣି ଏକଦା ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ହେଉଥିବା ଚାଷ ଜୀବିକା ଏଭଳି ଏକ ସ୍ଥିତିରେ ପହଞ୍ଚିବା ଅତି ଚିନ୍ତାଜନକ କାରଣ ଏବେ ବି ଅଧିକାଂଶ ପରିବାର ଚାଷ ଉପରେ ହିଁ ମୁଖ୍ୟତଃ ନିର୍ଭରଶୀଳ ଦୁର୍ଭାଗ୍ୟର କଥା ଯେ ସରକାରୀ ନୀତି ବା ଅନ୍ୟ ବର୍ଗ ପାଇଁ ସରକାରୀ ପ୍ରୀତି ହିଁ ଚାଷୀର ଦୁର୍ଭାଗ୍ୟର ଏକ ବଡ କାରଣ ହୋଇଛି ତାହାର ଉତ୍ପାଦିତ ଫସଲର ଲାଭଜନକ ଦର ନ ପାଇ ଚାଷୀ ତଳିତଳାନ୍ତ ହୋଇ ଯାଉଛି। 

୧୯୮୪-୮୫ରେ ଧାନର ସର୍ବନିମ୍ନ ସହାୟକ ଦର ବା ଏମଏସପି କ୍ୱିଣ୍ଟାଲ ପ୍ରତି ୧୩୭ ଟଙ୍କା ଥିଲା ୨୦୧୬-୧୭ରେ ତାହା ପହଞ୍ଚିଲା ୧,୪୭୦ ଟଙ୍କାରେ ୩୨ ବର୍ଷରେ ଧାନର ଏମଏସପି ବଢିଲା ୧୦.୭ ଗୁଣ ଅନ୍ୟ କାହା ସହ ଏହାକୁ ତୁଳନା ନ କରିବା ଯାଏ ହୁଏତ ଜଣେ କହିଦେବ ଯେ ଧାନ ଦର ତ ଖୁବ୍ ବଢିଛି' ଏବେ କିନ୍ତୁ ଅନେକ ତୁଳନାର ସୁଅ ଛୁଟିଲାଣି ଏଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬-୧୭ ବର୍ଷ ପାଇଁ ଅର୍ଥନୀତିର ପରିସଂଖ୍ୟାନ ଜାରି କରିଛନ୍ତି ତାହାର ଅନୁଶୀଳନ କରି ସରକାରୀ ତଥ୍ୟର ତର୍ଜମା କରୁଥିବା ଗବେଷକ ରାକେଶ ଦୁବୁଡୁ ପାଇଲେ ଯେ ଧାନର ଏମଏସପି ୧୯୮୪-୮୫ ରୁ ୨୦୧୬-୧୭ ମଧ୍ୟରେ କେବଳ ୧୦.୭ ଗୁଣ ବଢିଥିବା ବେଳେ ସରକାର ସଂଗ୍ରହ କରିଥିବା ଖଜଣା ସେହି ସମୟରେ ୫୦ ଗୁଣ ବୃଦ୍ଧି ପାଇଛି ଏହାକୁ ସେ ସରକାରୀ କର୍ମଚାରୀଙ୍କ ଦରମା ସହ ତୁଳନା କରି ଦେଖିଛନ୍ତି ଏହି ୩୨ ବର୍ଷର ସମୟ ମଧ୍ୟରେ ସରକାରୀ ବାବୁମାନେ ତିନିଟି ଦରମା ଆୟୋଗରୁ ଛପ୍ପରଫାଡ ଲାଭ ସହିତ ୧୦୮ଟି ଭତ୍ତା ବି ପାଇଛନ୍ତି ସେମିତି ଏକ ତୁଳନା କୃଷି ବିଶାରଦ ଭାବରେ ଭାରତରେ ତଥା ଭାରତ ବାହାରେ ପ୍ରଖ୍ୟାତ ଶ୍ରୀ ଦେବିନ୍ଦର ଶର୍ମା ମହୋଦୟ ମଧ୍ୟ କରିଛନ୍ତି ତାଙ୍କର ଗବେଷଣାରୁ ସେ ପାଇଛନ୍ତି ଯେ ୧୯୭୦ରୁ ୨୦୧୫ ବା ୪୫ ବର୍ଷର ଏହି ଅବଧିରେ ଗହମର ଏମଏସପି ୧୯ଗୁଣ ବୃଦ୍ଧି ପାଇଥିଲା ସେହି ସମୟରେ ସରକାରୀ ବାବୁଙ୍କ ମୂଳ ଦରମା ସର୍ବନିମ୍ନ ୧୨୦ରୁ ଆରମ୍ଭ କରି ୧୫୦ଗୁଣ, କଲେଜ ଶିକ୍ଷକଙ୍କ ଦରମା ୧୫୦ରୁ ୧୭୦ଗୁଣ, ବିଦ୍ୟାଳୟ ଶିକ୍ଷକଙ୍କ ଦରମା ୨୮୦ରୁ ୩୨୦ଗୁଣ ଏବଂ କର୍ପୋରେଟ ଜଗତରେ କାମ କରୁଥିବା କର୍ମଚାରୀଙ୍କ ଦରମା ୩୦୦ରୁ ୧୦୦୦ ଗୁଣ ବଢିଛି ଯଦି ସମାଜର ସବୁବର୍ଗ ମଧ୍ୟରେ ଆୟ ସମାନତା ରଖିବା ପାଇଁ ଅନ୍ୟବର୍ଗଙ୍କ ଆୟ ବୃଦ୍ଧି ସହିତ ତାଳ ଦେଇ ଫସଲର ଏମଏସପି ମଧ୍ୟ ବୃଦ୍ଧି କରାଯାଇଥାନ୍ତା ତେବେ ଧାନ ଓ ଗହମର ଏମଏସପି ଅତିକମରେ ୧୦୦ ଗୁଣ ବଢିବାର ଆବଶ୍ୟକତା ଥିଲା ବୋଲି କହନ୍ତି ଶ୍ରୀ ଶର୍ମା ମୁଁ ବି ସେମିତି ଏକ ହିସାବ ଦେଇଥିଲି ଗତ ଜୁଲାଇ ୧୨ ତାରିଖରେ 'ଧରିତ୍ରୀ'ର 'ତତ୍ତ୍ୱ ଓ ତର୍କ' ସ୍ତମ୍ଭରେ ପ୍ରକାଶିତ ହୋଇଥିବା 'ଦରମା ବନାମ ଧାନ ଦର' ଆଲେଖ୍ୟରେ। ସେହି ଆଲେଖ୍ୟଟି ମୋ ବ୍ଲଗରେ ପ୍ରକାଶିତ ହୋଇଥିଲା 'ଏମଏସପି ଆଦୌ ଚାଷୀଙ୍କ ପାଇଁ ନୁହେଁ' ଶୀର୍ଷକରେ ସେଥିରେ ବିଗତ ଦଶବର୍ଷରେ ଜଣେ ଧାନଚାଷୀ ପାଇଥିବା ଏମଏସପି ସହିତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ପାଇଥିବା ଦରମାର ଏକ ତୁଳନା କରିଥିଲି ଦର୍ଶାଇଥିଲି ଯେ ବିଗତ ଦଶବର୍ଷରେ ଦରମା କମିଶନର ଲଡୁ ଓ ପ୍ରମୋସନ ଆଦି କଥା ଛାଡି କେବଳ ମହଙ୍ଗାଭତ୍ତା କାରଣରୁ ଜଣେ ସରକାରୀ କର୍ମଚାରୀର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଏମଏସପିରେ ବୃଦ୍ଧି କାରଣରୁ ଜଣେ ଧାନଚାଷୀର ବିକ୍ରିଲବ୍ଧ ଆୟ ମାତ୍ର ୧୩୭ ପ୍ରତିଶତ ହିଁ ବଢିଛି ଯଦି ମହଙ୍ଗା ଭତ୍ତା ପ୍ରକୃତରେ ମୁଦ୍ରାସ୍ପିତି ବା ମହଙ୍ଗାଇକୁ ହିଁ ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ ତାହାହେଲେ ଚାଷୀକୁ ଦିଆଯାଇଥିବା ଏମଏସପି ଅର୍ଥବ୍ୟବସ୍ଥାରେ ଘଟିଥିବା ମହଙ୍ଗାଇକୁ ବି ଭରଣା କରିପାରି ନାହିଁ ଚାଷୀର ବାସ୍ତବ ଆୟ କମିଛି, ସମାନ ବି ରହି ପାରି ନାହିଁ

ସ୍ଥିତି ଏମିତି ବିକଟ ରହିଥିବା ବେଳେ ମୋଦି ସରକାରଙ୍କ ଚାଷୀଙ୍କ ଆୟକୁ ସାତ ବର୍ଷରେ ଦୁଇଗୁଣା କରିବା ନାରା ଏକ ଆଶା ସୃଷ୍ଟି କରିଥିଲା କିନ୍ତୁ ଗତ ଦୁଇ ବର୍ଷରେ ତହିଁରେ କିଛି ପ୍ରଗତି ହୋଇଥିବାର କାଣିଚାଏ ବି ସୁଚନା ମିଳିନାହିଁ ଏବେ ବି କୃଷି ସମ୍ବନ୍ଧିତ ସରକାରୀ ନୀତି ନିର୍ଦ୍ଧାରକମାନେ ଏହି ବିଚାର ରଖିଚାଲିଛନ୍ତି ଯେ ଫସଲର ଉତ୍ପାଦନ ବୃଦ୍ଧି ସବୁ ସମସ୍ୟାର ନିଦାନ ସେହି ବିଚାର ସମ୍ପୁର୍ଣ୍ଣ ଭ୍ରମାତ୍ମକ ଓ ମିଥ୍ୟା ବୋଲି ବାରମ୍ବାର ପ୍ରମାଣିତ ହୋଇଚାଲିଛି, କିନ୍ତୁ ସରକାର ଓ ନୀତି ପ୍ରସ୍ତୁତ କରୁଥିବା ଲୋକେ ସେହି ସତ୍ୟତା କେମିତି ଜାଣିପାରୁ ନାହାନ୍ତି ତାହା ଏକ ଆଶ୍ଚର୍ଯ୍ୟ ଯଦି କେବଳ ଉତ୍ପାଦନ ହିଁ ଚାଷକୁ ଲାଭଜନକ କରିପାରୁଥାନ୍ତା ତେବେ ଓଡ଼ିଶାର ଆଳୁ ଓ ପିଆଜ ଚାଷୀ ଏବେ ଲକ୍ଷପତି ହୋଇସାରିଥାନ୍ତେ ପନିପରିବା ଚାଷୀ ଉତ୍ପାଦକୁ ରାସ୍ତାରେ ଅଜାଡୁ ନଥାନ୍ତେ, ଫସଲକୁ ଉଜାଡୁ ନ ଥାନ୍ତେ ଦୁଗ୍ଧ ଚାଷୀ ଦୁଗ୍ଧକୁ ରାସ୍ତାରେ ନାଳରେ ବୁହାଉ ନଥାନ୍ତେ ଯୋଉଠି ବି କେବେ ଉତ୍ପାଦନରେ ବୃଦ୍ଧି ହୋଇଛି, ଚାଷୀ ଲାଭ ଛାଡ, ମାଡ ହିଁ ପାଇଛି ସେହିଭଳି ପ୍ରତ୍ୟେକ କ୍ଷେତ୍ରରେ ଅହେତୁକ ଦର ଖସି ସବୁ ସପନକୁ ଉଜାଡିଛି ଏପରିକି ଡାଲି ଓ ତୈଳବୀଜ ଭଳି ଫସଲ, ଯାହା ଅନେକ ଦିନ ସାଇତି କରି ରଖାଯାଇପାରେ, ତାହା ମଧ୍ୟ ଚାଷୀକୁ ଲାଭ ପ୍ରଦାନ କରିପାରୁନାହିଁ    

ଚାଷୀର ଆୟ ଦୁଇଗୁଣ କରିବା ପାଇଁ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଭିତ୍ତିପତ୍ରରେ ସେହି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିକୁ ହିଁ ଗୁରୁତ୍ୱ ଦିଆଯାଇଛି ନୀତିଆୟୋଗ ଆଉଏକ ଦିଗକୁ ଗୁରୁତ୍ୱ ଦେଇଛି ଯାହାକୁ ଅନେକ ଅର୍ଥନୀତିଜ୍ଞ ଖୁବ ତ୍ରୁଟିପୂର୍ଣ୍ଣ ବୋଲି କହନ୍ତି ସେଥିରେ କୁହାଯାଇଛି ଯେ କୃଷକ ଓ କୃଷିଜୀବିଙ୍କୁ ଅନ୍ୟକ୍ଷେତ୍ରକୁ ଅପସାରଣ କରିବାର ଆବଶ୍ୟକତା ଅଛି

ବାକି ଯାହା ହେଉ କି ନହେଉ କୃଷକ ଓ କୃଷିଜୀବିଙ୍କୁ କୃଷିକ୍ଷେତ୍ରରୁ ତଡ଼ିବାର ସରକାରୀ ଲକ୍ଷ୍ୟ ସିଦ୍ଧି ହୋଇଚାଲିଛି ଚାଷୀ ପରିବାର ଯୁବକ ଯୁବତୀ ଏବେ ପାନ ଚା ଦୋକାନ ଆଦି ବେପାର ବା ଦୂର ରାଇଜରେ କେଉଁଠି ମୂଲକାମକୁ ବରଂ ଆବୋରି ନେଉଛନ୍ତି କିନ୍ତୁ କ୍ଷେତକୁ ପଶିବାର ଚିନ୍ତା ବି କରୁନାହାନ୍ତି ଅନ୍ୟ ବିକଳ୍ପକୁ ଚାହିଁ ବସିଛନ୍ତି କୃଷକ ପରିବାରର ସଦସ୍ୟ ସାମାନ୍ୟ ସୁଯୋଗ ପାଇଲେ ଚାଷକୁ କରୁଛନ୍ତି ଟା-ଟା ଏହା ଅତି ବିପଦଜନକ ଚାଷୀକୁ ଭଲ ଲାଭ ଏବେ ସବୁଠାରୁ ପ୍ରଧାନ ଲକ୍ଷ୍ୟ ହେବା ଦରକାର ଲାଭ ନ ମିଳିଲେ ଜମି ପଡିଆ ପକାଇବା ବ୍ୟତୀତ ଅନ୍ୟକିଛି ବିକଳ୍ପ ହିଁ ନାହିଁ ଚାଷୀ ପାଖରେ

(This article was published in my fortnightly column for 'Dharitri' on October 25, 2017. The Dharitric article can be accessed at http://www.dharitri.com/e-Paper/Bhubaneswar/251017/p6.htm)


Wednesday, October 11, 2017

ଜଳ ପରୀକ୍ଷଣରେ ଶଠତା

ସେହି ଏକା ନଳକୂଅର ପାଣି,ସେହି ଏକା ସରକାରୀ ଜଳ ପରୀକ୍ଷଣ କେନ୍ଦ୍ର ଜଳ ପରୀକ୍ଷଣ ରିପୋର୍ଟରେ କିନ୍ତୁ ଭୀଷଣ ତାରତମ୍ୟ ଜାନୁଆରୀ ୨୦୧୭ରେ ନଳକୂଅ ଉତ୍ସଟିର ପାଣି ପରୀକ୍ଷା କରି ଜଳ ପରୀକ୍ଷଣ କେନ୍ଦ୍ର ଜଣାଇଲା ଯେ ପ୍ରତି ଲିଟରେ ପାଣିରେ ୦.୩୩ ମିଲିଗ୍ରାମ ଫ୍ଲୋରାଇଡ ଅଛିମାତ୍ର ତିନିମାସ ପରେ ଏପ୍ରିଲରେ ଆଉଥରେ ପରୀକ୍ଷଣ କରି କହିଲା ଯେ ତହିଁରେ ୧୩.୮୬ ମିଲିଗ୍ରାମ ଫ୍ଲୋରାଇଡ ଅଛିନଳକୂଅଟି ଅଛି ବାଲେଶ୍ୱର ଜିଲ୍ଲାର ପତ୍ରିପାଲ ଗ୍ରାମପଞ୍ଚାୟତର ବାଲିପାଳ ପ୍ରାଥମିକ ବିଦ୍ୟାଳୟରେ ଆଉ ଜଳପରୀକ୍ଷଣ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗର ବାଲେଶ୍ୱରରେ ଥିବା ଜଳ ପରୀକ୍ଷଣ କେନ୍ଦ୍ର  ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନୁସାରେ ଲିଟରେ ପାଣିରେ ଅତି ବେଶୀରେ ୧ମିଲିଗ୍ରାମ ଯାଏ ଫ୍ଲୋରାଇଡ ରହିଲେ ତାହା ପିଇବା ଖାଇବା ପାଇଁ ଠିକ ତେବେ ଯଦି ଅନ୍ୟ କୌଣସି ଜଳଉତ୍ସ ନ ଥାଏ ତେବେ ପାଣିରେ ୧.୫ମିଲିଗ୍ରାମ ଯାଏ ଫ୍ଲୋରାଇଡ ଥିଲେ ଚଳିବ, ତହିଁରୁ ଅଧିକ ହେଲେ ତାହା ଭୟଙ୍କର ବିପଦ ସେହି ଜଳର ବ୍ୟବହାର ଲୋକଙ୍କୁ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ କରି ସାରା ଜୀବନ ପାଇଁ ବିକଳାଙ୍ଗ ଓ ଅନ୍ୟାନ୍ୟ ଶାରୀରିକ ଜଟିଳତାରେ ଜର୍ଜରିତ କରିଦେବ କହିବାର ତାତ୍ପର୍ଯ୍ୟ ହେଲା ଯେ ପାଣିରେ ଏତେ ଟିକିଏ ଫ୍ଲୋରାଇଡର ଫରକ ରହିଲେ ତାହାର ଗୁଣରେ କେତେ ବଡ ପରିବର୍ତ୍ତନ ହୋଇଯାଉଛି. କିନ୍ତୁ ବାଲେଶ୍ୱରରେ ଥିବା ସେହି ଜଳଉତ୍ସର ପାଣିରେ ଏତେବଡ ଫରକ ଆସିଲା କିନ୍ତୁ କାହାରି ନଜରକୁ ତାହା ଆସିଲାଣି କେମିତି

କଣ ହୋଇଗଲା ତିନି ମାସରେ ଯେ ଉପରବର୍ଣ୍ଣିତ ଉତ୍ସର ପାଣିରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ପ୍ରଭେଦ ରହିଲାକୌଣସି କାରଣରୁ ଊତ୍ସଟି ଦୂଷିତ ହୋଇଗଲା ନା ଜଳ ପରୀକ୍ଷଣ ବ୍ୟବସ୍ଥା ହିଁ ସଂକ୍ରମିତ ହୋଇଯାଇଛି ଠକାମୀଭଣ୍ଡାମୀ ବା ଅପାରଗତାର ରୋଗରେପ୍ରଥମଟି କାରଣ ହୋଇଥିଲେ ଫ୍ଲୋରାଇଡ଼ର ମାତ୍ରା ଏତେ ଅଧିକ ବଦଳି ନଥାନ୍ତା ଭିନ୍ନ ପରୀକ୍ଷଣରେ ଫ୍ଲୋରାଇଡ଼ର ମାତ୍ରାରେ କିଛି ଭିନ୍ନତା ରହିପାରେକିନ୍ତୁ ଏତେ ବଡ ପାର୍ଥକ୍ୟ କଦାପି ହେବନାହିଁ ଏହା ନିଶ୍ଚିତ ଭାବରେ ସରକାରୀ ଜଳ ପରୀକ୍ଷଣ ତନ୍ତ୍ରର ବିଫଳତା ଓ ଶଠତାକୁ ହିଁ ଦର୍ଶାଉଛି କେହିକେହି କହି ପାରନ୍ତି ଯେ ଗୋଟିଏ ବିଦ୍ୟାଳୟର ଉଦାହରଣ ଦେଇ ଏଭଳି ଏକ ବିରାଟ ଅଭିଯୋଗ ଆଣିବା ଠିକ ନୁହଁ ଆଉ ଗୋଟେ ଉଦାହରଣ ଦେବା ସେହି ପଞ୍ଚାୟତର ବାହାରଦା ଗ୍ରାମର ନୂଆଗାଁ ପ୍ରାଥମିକ ବିଦ୍ୟାଳରେ ଥିବା ନଳକୂଅର ଜଳ ପରୀକ୍ଷଣ କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟ ଅନୁସାରେ ସେହି ନଳକୂଅର ପାଣିରେ ଫେବୃଆରୀ ୨୦୧୪ ଓ ଜାନୁଆରୀ ୨୦୧୫ରେ ୦.୭ମିଲିଗ୍ରାମ ଫ୍ଲୋରାଇଡ ଥିଲା କିନ୍ତୁ ଜୁଲାଇ ୨୦୧୬ରେ ତହିଁରୁ ୫.୪ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା ପରୀକ୍ଷଣ କେନ୍ଦ୍ର ଜାନୁଆରୀ ୨୦୧୭ରେ ଉତ୍ସର ଆଉଥରେ ପରୀକ୍ଷଣ କଲା ଆଉ କହିଲା ଯେ ତହିଁରେ ମାତ୍ର ୦.୦୮୪ମିଲିଗ୍ରାମ ଫ୍ଲୋରାଇଡ ଅଛି ଆଶ୍ଚର୍ଯ୍ୟ ହେଲେଆହୁରି ଅଛି ତାହାର ୩ମାସ ପରେ ଆଉ ଏକ ପରୀକ୍ଷଣରୁ କୁଆଡେ ବାହାରିଲା ଯେ ସେହି ଜଳଉତ୍ସରେ ୩.୭୬ମିଲିଗ୍ରାମ ଫ୍ଲୋରାଇଡ ଅଛି ଏହା କେମିତି ହେଉଛିସମ୍ପୂର୍ଣ୍ଣ ଅବାସ୍ତବତା! କେହିକେହି ହୁଏତ ପୁଣି  କହିବେ ଯେ ବାଲେଶ୍ୱରର ଦୁଇଟି ଉଦାହରଣରୁ କଣ ରାଜ୍ୟଟା ସାରା ଏମିତି ଶଠତା ଚାଲିଛି ବୋଲି କହିବା? ଠିକ କଥା ନୂଆପଡା ଜିଲ୍ଲାର ପାନୀୟ ଜଳଉତ୍ସମାନଙ୍କରେ ଫ୍ଲୋରାଇଡ ପ୍ରଦୂଷଣ ଅତି ବ୍ୟାପକ ବୋଲି ସମସ୍ତେ ଜାଣନ୍ତି ନୂଆପଡାର ଭାତ ହାଣ୍ଡିରୁ ଗୋଟେ ଭାତ ଚିପୁଡିବା ବୋଡେ଼ନ ବ୍ଲକର କର୍ଲାକୋଟ୍ ପଞ୍ଚାୟତର କିରେଝୋଲା ଗାଁର ବୈଦନ୍ତପଡାରେ ଥିବା ନଳକୂଅର ପାଣିକୁ ୨୦୧୩ ଓ ୨୦୧୪ ମସିହାରେ ପରୀକ୍ଷା କରି ନୂଆପଡାର ଗ୍ରାମ୍ୟଉନ୍ନୟନ ବିଭାଗ ଜଳ ପରୀକ୍ଷଣ କେନ୍ଦ୍ର  କହିଥିଲା ଯେ ତହିଁରେ ୩.୧ମିଲିଗ୍ରାମ ଫ୍ଲୋରାଇଡ ଅଛି ସେହି ଗାଁରେ ଅନେକ ଫ୍ଲୋରୋସିସ ରୋଗୀ ଅଛନ୍ତି କାରଣଟା ସ୍ପଷ୍ଟ ସେହି ଉତ୍ସର ଜଳକୁ ୨୦୧୬ ମସିହାରେ ଦୁଇଥର ପରୀକ୍ଷା କରାଗଲା ଥରେ ୧.୫ମିଲିଗ୍ରାମ ଓ ଆଉଥରେ ୧.୧ ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା ଫେବୃଆରୀ ୨୦୧୭ରେ ଆଉଥରେ ପରୀକ୍ଷଣ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ କହିଲା ଯେ ସେଥିରେ ମାତ୍ର ୦.୧୬ମିଲିଗ୍ରାମ ହିଁ ଫ୍ଲୋରାଇଡ ଅଛି ଅଭୁତପୁର୍ବ ଏମିତି ପରୀକ୍ଷଣ ଓ ଏମିତି ରିପୋର୍ଟ ଏମିତି ଉଦାହରଣ ଭରି ହୋଇ ରହିଛି  ଜଳପରୀକ୍ଷଣରେ ଏତେବଡ଼ ବିଭ୍ରାଟଏତେବଡ ବିଶୃଙ୍ଖଳା କିନ୍ତୁ କାହାର ଯେମିତି ତାହାକୁ ପରବାୟ ନାହିଁ!

ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇବା ସରକାରଙ୍କ ଖାଲି ଏକ କର୍ତ୍ତବ୍ୟ ନୁହେଁଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ନାଗରିକର ଏକ ମୌଳିକ ଅଧିକାର ସ୍ୱଚ୍ଛ ଓ ନିରାପଦ ଜଳ ଯୋଗାଇବା ପାଇଁ ସରକାର ବାଧ୍ୟ ଆଗରୁ ପାଣିର ମାନ ଉପରେ ବେଶୀ ଦୃଷ୍ଟି ନଥିଲା କିନ୍ତୁ ବିଭିନ୍ନ ଉତ୍ସର ପାନୀୟ ଜଳରେ ରାସାୟନିକ ଓ ଅନ୍ୟ ପ୍ରଦୂଷଣଜନିତ ସମସ୍ୟା ଦେଖାଦେବାରେ ଲାଗିଲା ତହିଁରୁ ଫ୍ଲୋରାଇଡ ଓ ଆର୍ସେନିକ ସବୁଠାରୁ ବଡ ବିପଦ ଭାବରେ ଉଭାହୋଇ ଲୋକଙ୍କୁ ଭୀଷଣଭାବରେ ରୋଗାକ୍ରାନ୍ତ କରିବା ଆରମ୍ଭ କଲା ସରକାରମାନେ ଏହାକୁ ନେଇ ଚିନ୍ତିତ ହେଲେ ଓ ସୁପ୍ରିମ କୋର୍ଟ ତଥା ହାଇକୋର୍ଟମାନେ ଏହାକୁ ନେଇ ସରକାରଙ୍କୁ ଉତ୍ତରଦାୟୀ କଲେ ସରକାର ୨୦୦୬ ମସିହାରେ ଏଥିପାଇଁ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କଲେ ପରେ ତାହା 'ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ'ର ଏକ ଅଂଶ ହୋଇଗଲା ଏହି କାର୍ଯ୍ୟକ୍ରମରେ ପାନୀୟ ଜଳର ନିୟମିତ ଓ ସଠିକ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର ଅର୍ଥ ଓ ଦାୟିତ୍ୱର  ବ୍ୟବସ୍ଥା ହୋଇଛି ଯୋଜନା ଅନୁସାରେ ପ୍ରତ୍ୟେକ ପାନୀୟ ଜଳଉତ୍ସକୁ ବର୍ଷରେ ଅତି କମରେ ଥରେ ରାସାୟନିକ ମାନ ଏବଂ ଦୁଇଥର ଜୈବିକ ମାନର ଯାଞ୍ଚ ପାଇଁ ପରୀକ୍ଷଣ କରାଯିବ

ଏହି ଯୋଜନା ଅନୁସାରେ ଓଡ଼ିଶାରେ ମଧ୍ୟ ଜଳର ମାନ ପରୀକ୍ଷଣ ଚାଲିଛି ଜଳ ପରୀକ୍ଷଣ ରିପୋର୍ଟ ଖୋଜିବା ଜଣେ ସାଧାରଣ ଲୋକ ପକ୍ଷରେ ସହଜ ନୁହେଁ ୱେବସାଇଟକୁ ଯାଇ ତାହା ଖୋଜିବାକୁ ପଡିବ କିନ୍ତୁ ଆରମ୍ଭରେ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣଯୋଜନାର ପରିକଳ୍ପନା ସେମିତି ନଥିଲା ଏହାକୁ ଏକ ଜନ-ଆଧାରିତ ଯୋଜନା ଭାବରେ ଗଢ଼ା ଯାଇଥିଲା ଜଳ ପରୀକ୍ଷଣରେ ଲୋକେ ଯେମିତି ପୁରା ସାମିଲ ହେବେ ତାହାକୁ କେନ୍ଦ୍ରକରି ଯୋଜନା ପ୍ରସ୍ତୁତ ହୋଇଥିଲାପରିକଳ୍ପନା ସିନା ହେଲା କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ ପ୍ରତି ଉତ୍ସ ପ୍ରତିବର୍ଷ ନିଶ୍ଚିତ ଭାବରେ ପରୀକ୍ଷଣ ହେବାର ଥିଲା ତାହା ତ ହେଲା ନାହିଁଯେଉଁ କିଛି ପାନୀୟ ଜଳଉତ୍ସର ପରୀକ୍ଷଣ ହେଉଛି ତାହାର ଝଲକ ଏହି ଆଲେଖ୍ୟରେ ହିଁ ଦେଖି ସାରିଛେ ଲୋକେ ତ ତାହାର ଟେର୍  ପାଉ ନାହାନ୍ତିଯେଉଁ ସ୍ଥାନୀୟ ସଂସ୍ଥା ଉପରେ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ ବର୍ତ୍ତମାନ ନ୍ୟସ୍ତ ଅଛି ସେହି ପଞ୍ଚାୟତମାନଙ୍କ ପାଖରେ ମଧ୍ୟ ଜଳପରୀକ୍ଷଣ ସମ୍ବନ୍ଧିତ କିଛି ସୂଚନା ସାଧାରଣତଃ ପହଞ୍ଚେ ନାହିଁଏମାନେ ଜଳ ପରୀକ୍ଷଣରେ ସାମିଲ ହେଉନଥିବା ବେଳେ ଯେଉଁ ଅଧିକାରୀମାନେ ସାମିଲ ଅଛନ୍ତି ବା ରହିବା କଥା ସେମାନେ ତଥ୍ୟସବୁକୁ କେମିତି ଦେଖୁଛନ୍ତି ପରଖୁଛନ୍ତି ତାହା ଜଳଜଳ ଦିଶୁଛି ସମାନ ଉତ୍ସରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ଅବାସ୍ତବ ଫରକ ରହୁଛି କିନ୍ତୁ କେହି କିଛି କେମିତି ଦେଖିପାରୁ ନାହାନ୍ତିସରକାର ତଥା ଏହି ବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ତାଙ୍କ ଅପାରଗତା ବା ଠକାମୀ ପାଇଁ ଉତ୍ତରଦାୟୀ ହେବାକୁ ପଡିବ ଲୋକଙ୍କ ଜୀବନ ମୂଲ୍ୟବାନପାଣି ପାଇଁ ଲୋକଙ୍କ ଜୀବନ ବରବାଦ ହେବା ଏକ ଦୋଷଏକ ଅକ୍ଷମଣୀୟ ଅପରାଧ

(This article was published in the Dharitri on October 11, 2017. The original article can be accessed at http://www.dharitri.com/e-Paper/Bhubaneswar/111017/p6.htm )