Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Thursday, May 24, 2018

ତିନି ମାସରେ ନଦୀ ନୀତି?

ମହାନଦୀକୁ ନେଇ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି ମେ ମାସ ୧୨ ତାରିଖରେ ମୂଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ସମୀକ୍ଷାପରେ ସଂଧ୍ୟାରେ ଟ୍ୱିଟରରେ ଅନେକ କଥା କହିଥିଲେ କିନ୍ତୁ ତହିଁରେ ମହାନଦୀର ନାଁ ନଥିଲା ହଠାତ ତା ପରଦିନ ଗଣମାଧ୍ୟମରୁ ଜଣାପଡିଲା ଯେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ରାଜ୍ୟ ସରକାର ମହାନଦୀରେ ସାତଟି ଏବଂ ତାହାର ଉପନଦୀମାନଙ୍କରେ ଆହୁରି ୨୨ଟି ଆନିକଟ ତିଆରି କରିବେ ବୋଲି ଘୋଷଣା କରିଛନ୍ତି ସେହି ସବୁ ଯୋଜନା ବିଷୟରେ ସବିଶେଷ ତଥ୍ୟ ନଥିଲା ପ୍ରକାଶିତ ତଥ୍ୟ ଅନୁସାରେ କୁଆଡ଼େ ପ୍ରମୁଖ ସଚିବ କହିଲେ ଯେ ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଇ ନଷ୍ଟ ହୋଇଯାଉଛି ଏବଂ ସେହି ନଷ୍ଟ ହୋଇଯାଉଥିବା ଜଳକୁ ରୋକି ବ୍ୟବହାରରେ ଲଗାଇବା ପାଇଁ ଏକ ଯୋଜନାର ଖସଡ଼ା ତିଆରି ଚାଲିଛି ଜଳସମ୍ପଦ ବିଭାଗର ସମୀକ୍ଷା କରିବାର ତିନି ଦିନ ପରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା କରି ଟ୍ୱିଟରରେ ଜଣାଇଲେ ଯେ ସବୁଜ ମହାନଦୀ ମିସନ ହେଉଛି ସବୁଠାରୁ ବଡ଼ ଅଗ୍ରାଧିକାର ଏହି ମିସନରେ ମହାନଦୀର ଉଭୟ ତଟରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣର ଯୋଜନା ରହିଛି ଜଙ୍ଗଲ ବିଭାଗ ସମୀକ୍ଷାର ପର ଦିନ, ମେ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ବିଶାଳ ମହାନଦୀ ବଞ୍ଚାଅଅଭିଯାନ ଆରମ୍ଭ କରି ଛତିଶଗଡ଼ ସରକାର ଆନିକଟମାନ ନିର୍ମାଣ କରି ମହାନଦୀକୁ ମାରି ଦେଉଥିବାର ବିରାଟ ଅଭିଯୋଗ ଦୋହରାଇଲେ ଏବଂ ମହାନଦୀକୁ ବଞ୍ଚାଇବା ପାଇୁଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିିବେ ବୋଲି କହିଲେ ସେହି ଅଭିଯୋଗ କରିବାର ଠିକ୍ ପର ଦିନ ମେ ୧୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଗୋଟିଏ ବକ୍ତବ୍ୟ ଜାରି ହେଲା ଯେ ଜଳସମ୍ପଦର ବିକାଶ ପାଇଁ ଆସନ୍ତା ପାଞ୍ଚ ବର୍ଷରେ ୭୫,୦୦୦ କୋଟି ଟଙ୍କା ବ୍ୟୟ କରାଯିବ ଏହା ସହିତ ସେଥିରେ ଆହୁରି କୁହାଗଲା ଯେ ଆସନ୍ତା ତିନି ମାସ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ନଦୀ ନୀତିପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି

http://www.dharitri.com/e-Paper/Bhubaneswar/230518/p6.htm
ସ୍ୱଳ୍ପ ଦିନର ବ୍ୟବଧାନରେ ହୋଇଥିବା ଏତେ ଗୁଡ଼ିଏ ଘୋଷଣାରେ ଚରମ ବିରୋଧାଭାସ ଭରି ରହିଛି ଗୋଟିଏ ପକ୍ଷରେ ବ୍ୟାରେଜ ଯୋଗୁଁ ମହାନଦୀ ମରିଯାଉଛି ବୋଲି ଚିତ୍କାର କରୁଛନ୍ତି ଏବଂ ଅନ୍ୟ ପକ୍ଷରେ ଠିକ୍ ସେହିଭଳି ବ୍ୟାରେଜ ନିର୍ମାଣ କରିବା ପାଇଁ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳର ଘୋଷଣା କରିଦେଉଛନ୍ତି ପୁଣି ଗୋଟିଏ ପଟେ ଛତିଶଗଡ଼ରେ ଆନିକଟ ଯୋଗୁଁ ମହାନଦୀ ଶୁଖିଗଲାଣି ଏବଂ ତାହା ଯୋଗୁଁ ଜୀବନ ଜୀବିକା ଉଜୁଡ଼ିବା ସହିତ ଚିଲିକା ଓ ଉପକୂଳୀୟ ଲୁଣା ଜଙ୍ଗଲ ନଷ୍ଟ ହୋଇଯିବ ବୋଲି ଅଭିଯୋଗ ହେଉଛି ଏବଂ ଅନ୍ୟପଟେ ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଇ ନଷ୍ଟ ହୋଇଯାଉଛି ବୋଲି କୁହାଯାଉଛି ଏହି ଆଲେଖ୍ୟ ପ୍ରସଙ୍ଗରେ ଆମେ ଅନ୍ୟ ଏକ ବିରୋଧଭାସର କିଛି ଚର୍ଚ୍ଚା କରିବା ମୁଖ୍ୟମନ୍ତ୍ରୀ ଗୋଟେ ପଟେ ପୂର୍ଣ୍ଣାଙ୍ଗ ନଦୀ ନୀତିପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଅନ୍ୟ ପଟେ ସେହି ନଦୀ ନୀତି ପ୍ରସ୍ତୁତ ହେବା ପୂର୍ବରୁ ୭୫,୦୦୦ କୋଟି ଟଙ୍କାର ବିଶାଳ ବ୍ୟାରେଜ, ଆନିକଟ ଆଦି ପ୍ରକଳ୍ପ ହେବ ବୋଲି ଘୋଷଣା କରିପକାଇଛନ୍ତି ଯଦି ନଦୀ ନୀତି କରିବାର ଅଛି ଓ ତାହା ନ ହେବା ପୂର୍ବରୁ ବିଭିନ୍ନ ଯୋଜନା ଘୋଷଣା ହେବାର ଥିଲା ତାହା ହେଲେ ନୀତି ପ୍ରଣୟନ କରିବାର ଆବଶ୍ୟକତା ହିଁ କଣ ଅଛି? ଆଦର୍ଶଗତ ସ୍ଥିତିରେ ପ୍ରଥମେ ନଦୀ ନୀତି ପ୍ରଣୟନ ହେବା ପରେ ତାହା ଭିତ୍ତିରେ ଯୋଜନା ପ୍ରସ୍ତୁତ ହେବା କଥା ଏବଂ ସେହି ଅନୁସାରେ ବ୍ୟୟବରାଦ ହେବା କଥା ଏଠି କିନ୍ତୁ ତାହାର ଠିକ୍ ଓଲଟା ହେଉଛି 

ନୀତି ହେଲା ଏକ ମାର୍ଗଦର୍ଶିକା ଯାହା ବିଭିନ୍ନ ଉପଲବ୍ଧିତା ଓ ଆବଶ୍ୟକତାର ଆକଳନ ତଥା ଭବିଷ୍ୟତର ପୂର୍ବାନୁମାନ କରି ଏକ ଯୁକ୍ତିସଙ୍ଗତ ଲକ୍ଷ୍ୟ ସ୍ଥିର କରେ ଏବଂ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଉଚିତ୍ କାର୍ଯ୍ୟପନ୍ଥା ନିର୍ଘଣ୍ଟ କରି ତାହାକୁ ନିଷ୍ଠା, ନୈତିକତା ଓ ଅନୁଶାସନର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପକ୍ଷଙ୍କୁ ମାର୍ଗଦର୍ଶନ ଯୋଗାଏ ଏହି ଅନୁସାରେ ଏକ ନଦୀ ନୀତି କରିବାକୁ ହେଲେ ଅନେକ ପ୍ରସଙ୍ଗକୁ ବିଚାର କରିବାର ଆବଶ୍ୟକତା ଅଛି ବିଭିନ୍ନ ନଦୀର ଚରିତ୍ର ଭିନ୍ନ ଥାଏ କିଏ ଆନ୍ତଃ-ରାଜ୍ୟ ନଦୀ ତ ଆଉ କିଏ ଖୁବ୍ ଛୋଟ ନଦୀ କିଏ ବର୍ଷ ସାରା ପ୍ରବାହିତ ହୁଏ ତ ଆଉ କିଏ ଅଳ୍ପ କିଛି ମାସ ବିଭିନ୍ନ ନଦୀ ଉପରେ ନିର୍ଭରଶୀଳତାର ମାତ୍ରା ଓ ପ୍ରକାର ଭିନ୍ନଭିନ୍ନ ଥାଏ ବିଭିନ୍ନ ନଦୀର ରାଜନୈତିକ ଓ ପରିବେଶିକ ଦିଗ ଭିନ୍ନଭିନ୍ନ ଅଟେ ନଦୀର ପ୍ରବାହ ସହିତ ବର୍ଷା, ଭୂତଳ ଜଳର ବ୍ୟବହାର, ଜମି ଓ ଜଙ୍ଗଲର ସ୍ଥିତି, ଭୂମିକ୍ଷୟ ଆଦିର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି ନଦୀ ନୀତିରେ ପ୍ରଥମେ ସେହି ସବୁ ଦିଗକୁ ଦେଖିବାର ଅଛି ତାହାପରେ ଆବଶ୍ୟକତାର ଏକ ଯୁକ୍ତିସଙ୍ଗତ ପୂର୍ବାନୁମାନ କରିବାର ଅଛି ମଣିଷର ଆବଶ୍ୟକତାର ସୀମା ନାହିଁ ତହିଁରେ ଅନେକ ପ୍ରତିସ୍ପର୍ଦ୍ଧୀ ବ୍ୟବହାରକାରୀ ଗୋଷ୍ଠୀ ଅଛନ୍ତି - ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବାର ଅଛି, ଚାଷୀ ଜଳ ଚାହୁଁଛି, ଶିଳ୍ପ ଟାକି ବସିଛି ଏବଂ ନଦୀର ନିଜର ଆବଶ୍ୟକତା ରହିଛି ତହିଁରେ ନଦୀ ଜଳର ଉପଲବ୍ଧତା ବିଭିନ୍ନ ବର୍ଷରେ ଓ ବିଭିନ୍ନ ଋତୁରେ ଭିନ୍ନ ରହିଥାଏ କେତେ ପାଣି ମିଳିବ ତାହା ଆକଳନ କରିବା ଖୁବ୍ ଦୁରୂହ ତେଣୁ ନଦୀ ନୀତି ପ୍ରସ୍ତୁତ କରିବା ଆଦୌ ସହଜ ନୁହେଁ

ନଦୀ ନୀତି ପ୍ରସ୍ତୁତ କରିବା ଆଦୌ ସହଜ ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ତିନିମାସ ମଧ୍ୟରେ ଏକ ନଦୀ ନୀତି ପ୍ରସ୍ତୁତ କରିବା ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ତରବରରେ ପ୍ରସ୍ତୁତ ନୀତି ଖୁବ୍ ତ୍ରୁଟିପୂର୍ଣ୍ଣ ଓ କ୍ଷତିକାରକ ହେବାର ଅନେକ ଆଶଙ୍କା ରହିଛି ଏକ ସଠିକ୍ ଏବଂ ଗ୍ରହଣୀୟ ନଦୀ ନୀତି ତିଆରି କରିବାକୁ ହେଲେ ଖାଲି ଜଳସମ୍ପଦ ବିଭାଗ ନୁହେଁ, ସରକାରଙ୍କ ଅନେକ ବିଭାଗ ତଥା ସମାଜର ଅନ୍ୟ ଅନେକ ବର୍ଗ ପ୍ରମୁଖ ଭାବରେ ଅଂଶଗ୍ରହଣ କରିବା ନିହାତି ଦରକାର ଆଗରୁ ସେମିତି ନଦୀ ନୀତି ଥିଲେ ତାହାକୁ ଅନୁସରଣ କରି ଓଡ଼ିଶା ପାଇଁ ନୀତିଟିଏ ପ୍ରସ୍ତୁତ କରିବା ବିଶେଷ କଷ୍ଟ ହୋଇ ନଥାନ୍ତା କିନ୍ତୁ, ସେମିତି ନଦୀ ନୀତିଟିଏ ନାହିଁ ୨୯.୮.୨୦୧୧ ତାରିଖରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ ସରକାର ଏକ ଜାତୀୟ ନଦୀ ନୀତିର ଚିଠା ପ୍ରସ୍ତୁତ କରିବା ପାଇଁ କମିଟୀ ଗଠନ କରିସାରିଛନ୍ତି କିନ୍ତୁ ୧୮.୧୨.୨୦୧୪ରେ ଲୋକସଭାରେ କୌଣସି ନଦୀ ନୀତି ପ୍ରସ୍ତୁତ କରିବାର ଯୋଜନା ଅଛି କି ବା ପ୍ରସ୍ତୁତ ହେଉଛି କି ବୋଲି ଏକ ସିଧା ପ୍ରଶ୍ୱକୁ  ବିଭାଗୀୟ ମନ୍ତ୍ରୀ ସମ୍ପୂର୍ଣ୍ଣ ଏଡ଼ାଇ ଗଲେ ଅବଶ୍ୟ ବେସରକାରୀ ସ୍ତରରେ ନଦୀ ନୀତି ପାଇଁ କିଛି ଉଦ୍ୟମ ହୋଇଛି ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ସଂସ୍ଥା ଏକ ଚିଠା ନଦୀ ପୁନର୍ଜୀବନ ନୀତିପ୍ରସ୍ତୁତ କରିଛନ୍ତିି ୨୦୧୬ ମସିହାରେ ଧାର୍ମିକ ଗୁରୁ ସଦଗୁରୁ ର୍ୟାଲି ଫର ରିଭର୍ସନାମରେ ଏକ ବଡ଼ ଅଭିଯାନ ଚଲାଇଥିଲେ ତାଙ୍କ ସଂସ୍ଥା ଇଶା ଫାଉଣ୍ଡେସନ  ୭୬୦ ପୃଷ୍ଠାର ଏକ ବିଶାଳ ନଦୀ ନୀତିର ଚିଠା ପ୍ରସ୍ତୁତ କରିଛି କିନ୍ତୁ ଉଭୟ ଚିଠା ନଦୀ ନୀତି ପୂର୍ଣ୍ଣାଙ୍ଗ ନୁହେଁ କର୍ଣ୍ଣାଟକ ସରକାର ମଧ୍ୟ ଏକ ନଦୀ ନୀତି ପାଇଁ ଚିନ୍ତା କରିଛନ୍ତି କିନ୍ତୁ ତାହା କେଉଁ ସ୍ଥିତିରେ ଅଛି ତାହା ଜଣା ପଡ଼ି ନାହିଁ


ସରକାରଙ୍କ ପୂର୍ଣ୍ଣାଙ୍ଗ ନଦୀ ନୀତି ପ୍ରଣୟନ କରିବା ଘୋଷଣା ସ୍ୱାଗତଯୋଗ୍ୟ କିନ୍ତୁ ସରକାର ନଦୀ ନୀତିକୁ ଏତେ ସହଜ ଭାବରେ ନେବା ଉଚିତ ନୁହେଁ ଏବଂ ନୀତି ପ୍ରଣୟନ ପୂର୍ବରୁ ତରବରିଆ ଘୋଷଣା ଆଦୌ ସମିଚୀନ ନୁହେଁ

Monday, May 14, 2018

Saving A River by Blocking It?

The plans of both Odisha and Chhattisgarh to usurp water of Mahanadi river has reached ridiculous levels. While Odisha government is crying to 'save' the river, it has declared a barrage plan that will certainly not 'save' the great river. 



Bimal Prasad Pandia


On May 16, 2018, Odisha Chief Minister Naveen Patnaik will launch his party Biju Janata Dal’s "Save Mahanadi Campaign" against the Chhattisgarh government’s "illegal" obstruction of the Mahanadi river's waters through a number of barrages. Just four days ahead of that event, the Principal Secretary of Odisha government’s Water Resources department has declared that Odisha would construct at least "seven barrages" across the Mahanadi, downstream of the Hirakud reservoir. The declaration has evoked responses of varied nature, ranging from jubilant support to total rejection. 

The Hirakud Dam
This declaration by Odisha is significant as the state is in the midst of a bitter dispute with neighbour Chhattisgarh over sharing of Mahanadi water. However, while the planned barrages in Odisha will certainly not affect Chhattisgarh in any manner, they have the potential to influence Odisha in many ways, including its dispute with Chhattisgarh. Keen observers have reacted to this development with two very pertinent questions: (i) If, according to Odisha, construction of barrages across the Mahanadi in Chattisgarh is "illegal" then how can that same action be "legal" in Odisha; and, (ii) If barrages in Chhattisgarh are "killing" the Mahanadi and destroying its ecology, then how will the barrages "save" the river if they are constructed in Odisha? Some other people are questioning the need and timing of the declaration itself and the harm it will cause to Odisha’s brief in the Mahanadi river dispute tribunal

The dispute between Odisha and Chhattisgarh over the Mahanadi began when Odisha alleged that the upper riparian state Chhattisgarh had "illegally" constructed a number of barrages across the river and its tributaries which has seriously affected inflow into the Hirakud reservoir in Odisha, more so in the non-monsoon seasons. The Odisha government has not only termed the construction of such barrages as "illegal", it has also alleged that such barrages are killing the Mahanadi river. As the matter remained unresolved, the Supreme Court directed the Union government to form a river dispute tribunal. The Union government has subsequently notified the formation of the Mahanadi river dispute tribunal on March 12, 2018. Now, the observers are wondering on with what pleas would Odisha approach the National Green Tribunal (NGT) since Odisha has planned to do the exact same action that it has accused Chhattisgarh of doing.  
There is always a section which believes that river water draining into the sea is a waste. Such a section was criticising the Odisha government for not following the "good" example of Chhattisgarh. The Bharatiya Janata Party, which is fighting hard to be the principal opposition party in Odisha, is one of the main advocates of such an argument. It seems that the decision of the government to construct seven barrages across the Mahanadi and a further 22 barrages across its tributaries, has come as a reaction to such a thought. But in the process, it has probably damaged its credentials to oppose Chhattisgarh and its vow to "save the Mahanadi". 

Hirakud reservoir at the center
At the heart of the dispute over Mahanadi water lies the huge Hirakud dam and reservoir. Odisha's allegation of reduced flow to the Hirakud reservoir from Chhattisgarh triggered the dispute. The Hirakud dam project has multiple and conflicting objectives. Its main role is to moderate floods in the Mahanadi and hence it has to remain empty for most of the monsoon season to be ready to accommodate excess water in times of need. The reservoir has many competing users. It has a large direct irrigation command in the western parts of Odisha and a big indirect irrigation command in the deltaic areas in eastern parts of the state. It is one of the important generators of hydro-power in Odisha, a large supplier of water to industrial and urban demands, and also has the objective to ensure flow in the Mahanadi to meet drinking water, ecological and other needs.
The location of the Hirakud dam project makes it the crux of the dispute. Almost all of the reservoir’s catchment lies in Chhattisgarh. Interestingly, Odisha and Chhattisgarh give different figures of catchment area share. In the tripartite meeting held in September 2016 between the two sparring states and the Union government, Odisha had informed that 90.6 per cent of the Hirakud reservoir’s catchment lies in Chhattisgarh and 9.4 per cent lies in Odisha. In the same meeting, Chhattisgarh had informed that 87 per cent of Hirakud’s catchment lies in Chhatisgarh and 13 per cent in Odisha. Both the states had very little irrigation coverage and almost no industries when Hirakud was being conceived. Still, the legendary engineer Sir M Vishweshwarya, who was among the first to conceive a project at the Hirakud site, had foreseen the problems of water sharing between Odisha and then Madhya Pradesh. He had clearly emphasised his doubts about possibilities of a large dam project at the Hirakud site as most of the catchment lay in another state. The Hirakud Project Report itself has referred to the Sir M Visvesvarya Committee Report of 1937 which stated that "the proposals under this head are not practicable" because "such reservoirs will have to be outside the province and therefore, beyond the jurisdiction of the Orissa government". Later, engineer A N Khosla, who was the Chairman of the Central Waterways and Navigation Commission and who had visualised the Hirakud dam project, took the lead in persuading Madhya Pradesh to give their consent to the project. Er. Khosla had convinced Madhya Pradesh stating that the Hirakud project will require a total of 12.28 Million Acre Feet (MAF) water which is significantly less than the recorded minimum annual run-off of 20.61 MAF and about one-fourth of the normal average run-off of 50 MAF at the dam site.
Annual run-off has nearly halved

About six decades later, the situation has drastically changed. An analysis of information obtained, through Right to Information, from the government of Odisha reveals that the average annual runoff into the Hirakud reservoir during the decade 2007 to 2016, from all of its catchment area, was a meager 21.951 MAF. This is almost equal to the minimum annual run-off and a mere 43 per cent of annual average run-off assessed by the original Hirakud Dam Project Report. The same information source also indicates that in as many as 20 of the 59 years since 1958, or one in every three years since the commissioning of the Hirakud project, total annual flow at Hirakud has been less than 20.61 MAF, the minimum annual run-off assessed during the original project report.


Bizzare ‘utilisation’ projections
At a time when the run-off at the Hirakud dam site has substantially reduced, the plans of both Odisha and Chhattisgarh to utilise Mahanadi river water belie all rationality. Both states are eyeing rapid industrialisation, by tapping the rich mineral resources of the area, which also are serious water guzzlers. 

Bizzare 'utilisation' projection of Odisha

Odisha submitted, in the tripartite meeting of September 2016, that its "planned utilisation" from the Hirakud reservoir for different uses including evaporation loss is 18,175 Million Cubic Metre (MCM) or 14.73 MAF. It said that it needs a further 7.8 MAF for "environmental flow requirements". This total projected utilisation of 22.53 MAF is 83 percent more than the "total demand" of Hirakud project as was estimated in the dam project report. In the same meeting, Odisha had informed that the current average annual runoff into Hirakud has reduced to 17.3 MAF. Yet, Odisha did put forward a much higher projected utilisation of 22.53 MAF. In other words, Odisha has made an utilisation plan which is much more than the current average run-off it receives at the site.  

CG's utilisation projection is higher than total water potential

Chhattisgarh’s plans have been equally atrocious. Odisha government has claimed that in a communication to it made on August 27, 2016, Chhattisgarh has informed that it will utilise a total of 33,896 MCM, about 27.48 MAF water through existing, ongoing and future planned projects. The "Integrated Hydrological data book", published by Central Water Commission (CWC), has assessed that the total water potential in the Mahanadi basin is 50.22 MAF. Considering the area share of states in the basin area and rainfall pattern, it can be roughly estimated that total water potential of the Mahanadi basin area in Chhattisgarh state will be about half of the total basin potential. This means that Chhattisgarh has planned to utilise an amount of water that it is not likely to get in a normal year. The Odisha government has quoted CWC sources to further allege that the "planned utilisation" of Chhattisgarh through "ongoing" and "future" projects is about 19.17 MAF which is significantly higher than 15.6 MAF of present average annual run-off from Chhattisgarh. It literally means that Chhattisgarh has made bizarre plan that expects to use a lot more than the average normal potential of Mahanadi river in the whole state. In other words, even if Chhattisgarh stops releasing even a drop of Mahanadi basin area to Odisha, still its projected utilisation will be much higher than the total potential of Mahanadi river in Chhattisgarh.  Such ‘plans’  indicate how irrational and irresponsible both Odisha and Chhattisgarh governments have been in planning their "utilisation".   

Barrage of confusion
Riverbank near Sonepur - it was once sparkling
Odisha’s declaration of the barrage plan came out suddenly, from almost nowhere. There is no public record of any discussion on it anywhere, either in the Assembly or in the cabinet or in any appropriate forum. A total absence of any information on the nature and scale of the barrage projects across the Mahanadi has added to the confusion over the objectives and motives behind such a declaration. A section of media have cited names of proposed barrage sites. All those sites had been in the news in the past for barrage or dam projects. All past proposals for barrages at those sites had evoked strong public opposition, the most recent being the public outrage against Sindol project in the early years of the current decade. While announcing the plan, the Principal Secretary of the Department of Water Resources simply said that IIT-Roorkee has been asked to study and prepare project reports. This shows that the idea is still in conception stage. That makes the need and timing of declaring the plan of constructing the barrages even hazier, especially in context of the dispute over river water sharing.


The dispute between two states over an important inter-state river, the constitution of a river dispute tribunal, the plan of Odisha’s ruling party to hold a massive "Save Mahanadi campaign" throughout the basin districts of Odisha state and the sudden declaration of barrage plans has made the issue of the Mahanadi conflict murkier. These developments across the breadth of the Mahandi river basin in both the states have serious environmental and ecological ramifications. But, it seems, a vested industry-engineer-politician lobby has started gaining the upper-hand to usurp the river water. It will be interesting to see how the tribunal will take note of these developments. While Odisha was crying that barrages in Chhattisgarh are ‘killing’ the great Mahanadi river, it remains to be seen how it has planned to ‘save’ the river through the same set of actions. Meanwhile, environmentalists are seeing an early death of the river. 

(This article was originally published in the Down To Earth, which can be accessed at: http://www.downtoearth.org.in/blog/-maha-dispute-over-the-mahanadi-60542 )

Thursday, May 10, 2018

ରୋଜଗାରର ମାତ୍ରା ଓ ମାନ ହିଁ ଅର୍ଥନୀତିର ସୂଚକ

ଦେଶରେ ବେକାରୀ ବଢ଼ୁଛି ବୋଲି ହଲ୍ଲା ଚାଲିଥିବା ବେଳେ ପକୁଡ଼ି ବିକିବା ବି ଏକ ରୋଜଗାରବୋଲି ପ୍ରଧାନମନ୍ତ୍ରୀ କହିବା ଲୋକଙ୍କୁ ବ୍ୟଥିତ, ଚିନ୍ତିତ ଓ ଆମୋଦିତ କରିଥିଲା ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ଭଳି ବିରୋଧୀ ଦଳ ନେତା ତାତ୍ସଲ୍ୟରେ କହିଥିଲେ, ତାହାହେଲେ ଭିକାରୀ ବି ବେରୋଜଗାର ନୁହେଁ ଶାସକ ଦଳର ଅନେକ ନେତା ତଥା କିଛି ଅର୍ଥନିତିଜ୍ଞ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ଉଦାହରଣକୁ ଭୁଲ ନୁହେଁ ବୋଲି ଦର୍ଶାଇ ଆହୁରି ଉଦାହରଣ ଯୋଡ଼ିଲେ ନିକଟରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଯୁବକଯୁବତୀଙ୍କୁ ଚାକିରୀ ଚିନ୍ତା ଛାଡ଼ି ପାନ ଦୋକାନ ଖୋଲ ବୋଲି କହିଛନ୍ତି ଅନେକ ମନ୍ତ୍ରୀ ମୁଦ୍ରା ଯୋଜନା, ଦକ୍ଷତା ବିକାଶ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ରୋଜଗାର ଭଳି ଯୋଜନାରେ ଅନେକ ରୋଜଗାର ହୋଇଥିବାର ଦାବୀ କରିଛନ୍ତିି ଏଭଳି ସ୍ଥିତିରେ ରୋଜଗାର କଣ ଓ ରୋଜଗାର ସମ୍ବନ୍ଧୀୟ ତଥ୍ୟାବଳୀ କେମିତି ସଂଗ୍ରହ ହେଉଛି ତଥା ସରକାରଙ୍କ ଉତ୍ତରଦାୟିତ୍ୱ କଣ ରହିଛି ତାହାକୁ ନେଇ ଘୋର ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି


ବିଭିନ୍ନ ପକ୍ଷର ଅଭିଯୋଗ ଉଠୁଛି ଯେ ସରକାରଙ୍କ ପାଖରେ ରୋଜଗାର-ବେରୋଜଗାର ସମ୍ବନ୍ଧରେ ସଠିକ୍ ତଥ୍ୟ ନାହିଁ ନିକଟରେ ସରକାର ରଖିଥିବା ଏକ ଉତ୍ତର ଦେଖିବା ରାଜ୍ୟସଭାରେ ସରକାରଙ୍କୁ ଏକ ସିଧା ପ୍ରଶ୍ନ ଥିଲା, ‘ଦେଶରେ ମୋଟ କେତେ ରୋଜଗାର ସୁୃଷ୍ଟି ହୋଇଛି ତାହାର ରେକର୍ଡ଼ ସରକାର ରଖନ୍ତି କି’? ୨୦୧୮ ମସିହା ମାର୍ଚ୍ଚ ୨୮ ତାରିଖରେ ଏହାର ଉତ୍ତରରେ ସରକାର କହିଲେ ଯେ ଦେଶରେ ରୋଜଗାର ବେରୋଜଗାରର ସ୍ଥିତି ଜାଣିବା ପାଇଁ ନ୍ୟାସନାଲ ସାମ୍ପଲ ସର୍ଭେ ଅଫିସ ଲେବର ଫୋର୍ସ ସର୍ଭେ କରନ୍ତିଭଲ କଥା ତେବେ ତାହା ହୁଏ ପାଞ୍ଚ ବର୍ଷରେ ଥରେ ସେଭଳି ଶେଷ ସର୍ଭେ ହୋଇଥିଲା ୨୦୧୧-୧୨ ମସିହାରେ ଅବଶ୍ୟ ମନ୍ତ୍ରୀ ପୁଣି କହିଥିଲେ ଯେ ଲେବର ବ୍ୟୁରୋ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ମଧ୍ୟ ଏକ ବାର୍ଷିକ ସର୍ଭେ କରନ୍ତି ସେହିଭଳି ଶେଷ ସର୍ଭେ ହୋଇଥିଲା ୨୦୧୫-୧୬ ମସିହାରେ ତେବେ ଏହି ସୂଚନା ଦେଇ ମନ୍ତ୍ରୀ ଆହୁରି କହିଥିଲେ ଯେ ରୋଜଗାରର ସ୍ଥିତି ସମ୍ବନ୍ଧୀୟ ତଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆଣିବା ଲକ୍ଷ୍ୟରେ ନୀତି ଆୟୋଗ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ ସେହି ଟାସ୍କଫୋର୍ସ ଔପଚାରିକ କର୍ମନିୟୋଜନର ସଜ୍ଞା ପୁନଃ-ନିର୍ଦ୍ଧାରଣ କରିବା ପାଇଁ କହିଛନ୍ତି ଏହା ସହିତ ଟାସ୍କଫୋର୍ସର ସୁପାରିଶ କ୍ରମେ ଏବେ ଶ୍ରମ ବଜାରର ସ୍ଥିତିକୁ ଅଧିକ ଶୀଘ୍ର ଜାଣିବା ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ୨୦୧୭ ମସିହା ଏପ୍ରିଲ ମାସରୁ ତ୍ରୟମାସିକ ପିରିୟଡ଼ିକ ଲେବର ଫୋର୍ସ ସର୍ଭେଆରମ୍ଭ କରିଛନ୍ତି

ବେରୋଜଗାର ମାତ୍ରା ଓ ରୋଜଗାରର ପ୍ରକାର କୌଣସି ବି ଅର୍ଥନୀତିର ଏକ ମାନକ ଅଟେ ତେଣୁ ବିଶ୍ୱର ସମସ୍ତ ପ୍ରମୁଖ ଦେଶ ଏହାକୁ ଖୁବ୍ ଗୁରୁତ୍ୱ ଦିଅନ୍ତି ଆମେରିକାର ସରକାରଙ୍କ ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ୍ସପ୍ରତି ମାସ ବେକାରର ସ୍ଥିତି ମାପିବା ପାଇଁ ଏକ ସର୍ଭେ କରିଥାନ୍ତି ୧୯୪୦ ମସିହାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ପ୍ରତିମାସର ପ୍ରଥମ ପ୍ରଥମ ସପ୍ତାହରେ ହିଁ ଜବ୍ ଡାଟାଜାରି କରିଥାଏ ସେହି ରିପୋର୍ଟର ବିଭିନ୍ନ ଗଣମାଧ୍ୟମରେ ତଥା ଅନ୍ୟ ଫୋରମରେ ବିଶେଷ ଚର୍ଚ୍ଚା ହୋଇଥାଏ ସମସ୍ତ ତଥ୍ୟ ସାଧାରଣ ଜନତାଙ୍କ ପାଇଁ ଖୋଲା ଥାଏ ବିଭିନ୍ନ ସରକାରୀ ଯୋଜନା ଏବଂ ଆମର ରିଜର୍ଭ ବ୍ୟାଙ୍କ ଭଳି ଥିବା ଆମେରିକୀୟ ଫେଡ଼େରାଲ ବ୍ୟାଙ୍କ ତାଙ୍କର ନୀତି ନିର୍ଦ୍ଧାରଣ ବେଳେ ସେହି ତଥ୍ୟକୁ ଖୁବ୍ ଗୁରୁତ୍ୱ ଦିଅନ୍ତିି ସେୟାର ମାର୍କେଟ ମଧ୍ୟ ତାହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କରେ ନିୟୋଜନର ସ୍ଥିତି ଜାଣିବା ପାଇଁ ସେମିତି ଠୋସ୍ ବ୍ୟବସ୍ଥା ରହିଛି ଯୁକ୍ତରାଜ୍ୟ ସରକାରଙ୍କ ଜାତୀୟ ପରିସଂଖ୍ୟାନ ବିଭାଗ ପ୍ରତି ତିନିମାସରେ ଲେବର ଫୋର୍ସ ସର୍ଭେ କରି ରିପୋର୍ଟକୁ ସାର୍ବଜନୀନ କରିଥାଏ ଜର୍ମାନୀ ସରକାରଙ୍କ ଫେଡ଼େରାଲ ଏମ୍ପଲୟମେଣ୍ଟ ଏଜେନ୍ସି ସେମିତି ସର୍ଭେ କରନ୍ତି ପ୍ରତି ତିନି ମାସରେ ସେହି ସବୁ ଦେଶରେ ବେରୋଜଗାର ରିପୋର୍ଟକୁ ବଡ଼ ଗୁରୁତ୍ୱର ସହ ଦେଖନ୍ତି ସମସ୍ତେ ଅନେକ କ୍ଷେତ୍ରରେ ଭାରତ ଚୀନ ସହ ନିଜକୁ ତୁଳନା କରିଥାଏ ଚୀନରେ ପ୍ରତି ତିନି ମାସରେ ଥରେ ସର୍ଭେ ହେଉଥିଲା ଏଇ ଏପ୍ରିଲରୁ ଚୀନ ମଧ୍ୟ ଆମେରିକା ଭଳି ମାସିକ ବେରୋଜଗାର ତଥ୍ୟ ଜାରି କଲାଣି ଆମର ଅନ୍ୟ ପଡ଼ୋଶୀ କ୍ଷୁଦ୍ର ରାଷ୍ଟ୍ର ଶ୍ରୀଲଙ୍କା ମଧ୍ୟ ଏହି ମାମଲାରେ ଆମଠୁ ଢେର ଆଗରେ ଭାରତରେ ତ୍ରୟମାସିକ ସର୍ଭେ ବ୍ୟବସ୍ଥା ୨୦୧୭ରୁ ହିଁ ଆରମ୍ଭ ହୋଇଥିବା ବେଳେ ଶ୍ରୀଲଙ୍କାରେ ତାହା ଚାଲିଛି ୧୯୯୦ ମସିହାରୁ ଦୁର୍ଭାଗ୍ୟ ଯେ ଭାରତରେ ରୋଜଗାରର ସ୍ଥିତିକୁ ଜାଣିବା ପାଇଁ ଏକ ବିଶ୍ୱାସଯୋଗ୍ୟ ବ୍ୟବସ୍ଥା ଏଯାଏ ହୋଇପାରି ନାହିଁ ବା ତାହାକୁ ଗୁରୁତ୍ୱ ଦିଆ ହୋଇନାହିଁ ୨୦୧୭ରୁ ତ୍ରୟମାସିକ ପରିୟଡ଼ିକ ଲେବର ଫୋର୍ସ ସର୍ଭେ ବ୍ୟବସ୍ଥା ହେଲାଣି ବୋଲି ସରକାର କହୁଛନ୍ତି କିନ୍ତୁ ତାହାର ତଥ୍ୟ ପାର୍ଲ୍ୟାମେଣ୍ଟରେ ମଧ୍ୟ ତଥ୍ୟ ପ୍ରଦାନ ହୋଇନାହିଁ

ଏଇ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସୁରଜିତ ଭାଲ୍ଲା ଏକ ତଥ୍ୟ ରଖିଥିଲେ ଯାହା ଖୁବ୍ ସମାଲୋଚିତ ହୋଇଛି ଶ୍ରୀ ଭାଲ୍ଲା କହିଥିଲେ ଯେ ୨୦୧୭ ମସିହାରେ ଭାରତରେ ୧କୋଟି ୫୦ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇଛି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମି (ସି.ଏମ୍.ଆଇ.ଇ.) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବିଭିନ୍ନ ତଥ୍ୟରୁ ଏହି ସ୍ଥିତି ମିଳୁଛି ବୋଲି ଶ୍ରୀ ଭାଲ୍ଲା ଦାବୀ କରିଥିଲେ ବେସରକାରୀ ସଂସ୍ଥା ସି.ଏମ୍.ଆଇ.ଇ. ଭାରତର ସବୁଠାରୁ ବଡ଼ ସର୍ଭେ କରିଥାଏ ଏବଂ ଦୈନିକ ରୋଜଗାର-ବେରୋଜଗାର ରିପୋର୍ଟ ମଧ୍ୟ ଜାରି କରିଥାଏ ତେବେ ଶ୍ରୀ ଭାଲ୍ଲାଙ୍କର ଦାବୀଙ୍କୁ ରୋକଠୋକ୍ ଭାବରେ ପ୍ରତ୍ୟାଖ୍ୟାନ କରି ସି.ଏମ୍.ଆଇ.ଇ.ର ଅଧ୍ୟକ୍ଷ ଶ୍ରୀ ମହେଶ ବ୍ୟାସ କହିଛନ୍ତି ଯେ ତାଙ୍କ ସଂସ୍ଥାର ସର୍ଭେ ଅନୁସାରେ ଭାରତରେ ୨୦୧୭ ମସିହାରେ ମାତ୍ର ୧୮ଲକ୍ଷ ନୁତନ ନିଯୁକ୍ତି ସୃଷ୍ଟି ହୋଇଛି ବର୍ତ୍ତମାନର ଆଲେଖ୍ୟ ପ୍ରସଙ୍ଗରେ ଏହି ଉଦାହରଣ ଦୁଇଟି ବାସ୍ତବତାକୁ ପ୍ରକଟ କରେ, (୧) ସରକାର ମଧ୍ୟ ସରକାରୀ ତଥ୍ୟ ବ୍ୟବହାର କରୁନାହାନ୍ତି, ଏବଂ (୨) ଭାରତରେ ବେରୋଜଗାର ସ୍ଥିତିର ଜାଣିବା ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ


ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଏବଂ ଦ୍ୱିତୀୟ ଜନବହୁଳ ଦେଶ ଏହା ସହିତ ଭାରତ କମ୍ପ୍ୟୁଟର ସଫ୍ଟୱେର କ୍ଷେତ୍ରରେ ସାରା ପୃଥିବୀରେ ଅଗ୍ରଣୀ ଏଭଳି ଏକ ଦେଶରେ କର୍ମ ନିୟୋଜନକୁ ମାପିବାର ଭରସାଯୋଗ୍ୟ ବ୍ୟବସ୍ଥା ନ ରହିବା ଖୁବ୍ ଚିନ୍ତାଜନକ ଭାରତରେ ଫର୍ମାଲବା ଆନୁଷ୍ଠାନିକ କ୍ଷେତ୍ରରେ ନିୟୋଜନ ଅତି ନିରୁତ୍ସାହଜନକ, ମାତ୍ର ପ୍ରାୟ ୧୦% ତେଣୁ, ବେରୋଜଗାରୀ ମାପିବା ପାଇଁ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଭାରତ ରୋଜଗାରବେରୋଜଗାରର ସଠିକ୍ ସଜ୍ଞା ନିର୍ଦ୍ଧାରଣ କରିବା ଦରକାର ଅନେକ ଦେଶ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ସଜ୍ଞାକୁ ମୂଳ ହିସାବରେ ନିଅନ୍ତି ଆମେରିକାରେ ତାଙ୍କୁ ବେରୋଜଗାର ବୋଲି ଧରାଯାଏ ଯାହାଙ୍କର କୌଣସି କାମ ବା ଚାକିରି ନଥିବ, ପୂର୍ବ ଚାରି ସପ୍ତାହରେ କାମ ବା ଚାକିରି ପାଇଁ ଉଦ୍ୟମ କରିଥିବେ, ଏବଂ ସିଏ ବର୍ତ୍ତମାନ କାମ ବା ଚାକିରୀ ଖୋଜୁଥିବେ ଭାରତ ମଧ୍ୟ ବେକାରୀର ସଜ୍ଞାକୁ ସରଳ କରିବା ଦରକାର ହୁଏତ ଭିକ ମାଗିବା ବି ଏକ କାମ ହୋଇପାରେ ତେବେ, ଭାରତ କେଉଁ ପ୍ରକାର କର୍ମ ନିୟୋଜନ କେତେ ମାତ୍ରାରେ ଯୋଗାଉଛି ତାହା ଆମ ପ୍ରଗତି ମାପିବାର ମୂଳ ମାନଦଣ୍ଡ ହେବା ଦରକାର

(This article was originally published in my Op-Ed column in Dharitri on May 09, 2018. That can be accessed at http://www.dharitri.com/e-Paper/Bhubaneswar/090518/p6.htm )