Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Sunday, August 6, 2017

ହୀରାକୁଦକୁ ଅଣ-ମୌସୁମୀ ଋତୁରେ ଜଳପ୍ରବାହ ହ୍ରାସ: ଓଡିଶା ସରକାରଙ୍କ ତଥ୍ୟ ଓ ତର୍ଜମାରେ ଛିଦ୍ର

ବିମଳ ପ୍ରସାଦ ପାଣ୍ଡିଆ


ଓଡିଶା ସରକାର ପ୍ରଦାନ କରୁଥିବା ତଥ୍ୟ ଅନୁସାରେ ଛତିଶଗଡରେ ବିଭିନ୍ନ ନଦୀବନ୍ଧ ଓ ଆନିକଟ ଆଦିର ନିର୍ମାଣ ଯୋଗୁଁ ଅଣ-ମୌସୁମୀ ଋତୁରେ ଜଳ-ପ୍ରବେଶ ଖାଲି କମିଛି ନୁହେଁ, ଭୀଷଣ କମିଛିରାଜ୍ୟ ଜଳସମ୍ପଦ ବିଭାଗ କହିଛି ଯେ ପୂର୍ବ ଦଶବର୍ଷର ବିଭିନ୍ନ ମାସର ହାରାହାରି ତୁଳନାରେ ଗତ ଅଣ-ମୌସୁମୀ ଋତୁର ଜଳ-ପ୍ରବେଶ ନଭେମ୍ବରରେ ୪୧.୧%, ଡିସେମ୍ବରରେ ୩୨.୯%, ଜାନୁଆରୀରେ ୩୦.୯%, ଫେବୃଆରୀରେ ୩୯.୨%, ମାର୍ଚ୍ଚରେ ୨୭.୬%, ଏପ୍ରିଲରେ ୭୩% ଓ ମେ ମାସରେ ୭୭.୫% ହ୍ରାସ ପାଇଛି ଉପରମୁଣ୍ଡରେ ବନ୍ଧ ହେଲେ ଏବଂ  ଜଳର ଉତ୍ତୋଳନ ଓ ଅପସାରଣ ବଢିଲେ ତଳମୁଣ୍ଡକୁ ଜଳପ୍ରବାହ ହ୍ରାସ ପାଇବା ନିଶ୍ଚିତକିନ୍ତୁ ଜଳପ୍ରବାହ ଯେତିକି ହ୍ରାସ ପାଇଛି ବୋଲି ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ତାହା ଆଚମ୍ବିତ କରିବା ନିଶ୍ଚିତଯଦି ଜଳ ପ୍ରବାହ ବାସ୍ତବରେ ଏତେ ଅଧିକ କମିଛି ତାହା ଖୁବ ଉଦବେଗଜନକ

ଏଭଳି ଭୀଷଣ ସ୍ଥିତିକୁ ନେଇ ରାଜ୍ୟ ସରକାର ତଥା ସରକାର ଚଳାଉଥିବା ଦଳ ତଥା ଅନେକ ସାମାଜିକ କର୍ମୀ ଓ ଅନୁଷ୍ଠାନ ତୁମ୍ବି ତୋଫାନ କରୁଛନ୍ତିକରିବା ବି କଥା  କିନ୍ତୁ ସ୍ଥିତିକୁ ସଠିକ ଆକଳନ କରି, ତଥ୍ୟର ଠୋସ ପ୍ରମାଣ ରଖି ପଦକ୍ଷେପ ନ ନେଲେ ଅଡୁଆ ପରିସ୍ଥିତିମାନ ସୃଷ୍ଟି ହେବା ନିଶ୍ଚିତ ସରକାର ପ୍ରଦାନ କରୁଥିବା ତଥ୍ୟରେ ହତବାକ ହୋଇ ମୁଁ ଜଳସମ୍ପଦ ବିଭାଗକୁ ଅନୁରୋଧ କଲି ଯେ ସରକାର ଯେଉଁ ଚିତ୍ର ଦେଉଛନ୍ତି ତାହା ଏକ ସାଂଘାତିକ ସ୍ଥିତି ଓ ସରକାର ଏହି ସ୍ଥିତି ବିଷୟରେ ଲୋକଙ୍କୁ ଅଧିକ ଜାଗ୍ରତ କରିବା ଆବଶ୍ୟକମୁଁ ବିଭାଗକୁ ଅନୁରୋଧ କଲି ଯେ ମହାନଦୀରେ ଜଳ ପ୍ରବାହ ଜନିତ ସମସ୍ତ ତଥ୍ୟକୁ ସରକାର ସାର୍ବଜନୀନ କରନ୍ତୁଏଯାଏ ତାହା ପ୍ରକାଶ କରି ନାହାନ୍ତିସ୍ଥିତିକୁ ଠିକରେ ପରଖିବା ପାଇଁ ଲୋକଙ୍କ ପାଖରେ ବିଶେଷ କିଛି ତଥ୍ୟ ଉପଲବ୍ଧ କରାଯାଉ ନାହିଁମୁଁ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗିଛି, ଏଯାଏ ପାଇନିତେବେ ଜଳ ସମ୍ପଦ ବିଭାଗ ବିଭିନ୍ନ ସମୟରେ ପ୍ରଦାନ କରିଥିବା ତୁଳନା ତଥା ଅନ୍ୟ ସରକାରୀ ସୂତ୍ରମାନଙ୍କରୁ ପ୍ରାପ୍ତ ସୂଚନାର କିଛି ବିଶ୍ଲେଷଣ ଜଳସମ୍ପଦ ବିଭାଗ ପ୍ରଦାନ କରୁଥିବା ଦାବୀ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଛିଡା କରୁଛି

ପ୍ରଥମେ ଦେଖିବା ଜଳସମ୍ପଦ ବିଭାଗ ପ୍ରଦାନ କରିଥିବା କିଛି ତଥ୍ୟକୁଜାନୁଆରୀ ୨୦ ତାରିଖରେ ବୁର୍ଲାରେ ଅବସ୍ଥାପିତ ମହାନଦୀ ଉପର-ଅବବାହିକାର ମୁଖ୍ୟଯନ୍ତ୍ରୀ ରାଜ୍ୟସରକାରଙ୍କୁ ଏକ ଚିଠି ଲେଖି ଜଣାଇଲେ ଯେ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ କରିଥିବା ଆନିକଟମାନଙ୍କରେ ଜଳ ଭରିବା ଆରମ୍ଭ କଲେଣିଏହି କାରଣରୁ ହୀରାକୁଦକୁ ଡିସେମ୍ବର ମାସରେ ଜଳ-ପ୍ରବେଶ ପୂର୍ବ ଦଶବର୍ଷର ହାରାହାରି ପ୍ରବେଶ ତୁଳନାରେ ୩୩% କମି ଯାଇଛିସେଥିରେ ମୁଖ୍ୟଯନ୍ତ୍ରୀ ଆହୁରି ବି ସତର୍କ କରାଇଥିଲେ ଯେ ଏହି ଧାରା ଅବ୍ୟାହତ ରହିଲେ ଗୁରୁତର ଅବସ୍ଥା ସୃଷ୍ଟି ହେବତେବେ ମୁଖ୍ୟଯନ୍ତ୍ରୀ ମହୋଦୟ ସେହି ଚିଠିରେ ହିଁ ପ୍ରଦାନ କରିଥିବା ସାରଣୀ ତାଙ୍କ ତର୍ଜମାକୁ ଅଯୌକ୍ତିକ ଓ ଭିତ୍ତିହୀନ ପ୍ରମାଣ କରୁଛି ମୁଖ୍ୟଯନ୍ତ୍ରୀ ତାଙ୍କ ଚିଠିରେ ୨୦୧୬ର ଡିସେମ୍ବର ମାସର ଜଳ-ପ୍ରବେଶ  ପରିମାଣ ସହିତ ୨୦୦୫ରୁ ୨୦୧୫ ମସିହାର ଡିସେମ୍ବର ମାସମାନଙ୍କରେ ପଶିଥିବା ଜଳର ତଥ୍ୟ ଦେଇଛନ୍ତି ଓ ସାରଣୀର ତଳେ ଏହାର ହାରାହାରି ବାହାର କରିଛନ୍ତି ୦.୧୮୩ ନିୟୁତ ଏକର  ଫୁଟଏହାକୁ ମୁଖ୍ୟଯନ୍ତ୍ରୀ ପୂର୍ବ ଦଶବର୍ଷର ହାରାହାରି ବୋଲି କହିଛନ୍ତିଏହାକରି ମୁଖ୍ୟଯନ୍ତ୍ରୀ ହୁଏତ ନିଜର ଚତୁରତା ପ୍ରଦର୍ଶନ କରିବାର ପ୍ରୟାସ କରିଛନ୍ତି ନହେଲେ ସେ ଏକ ଭୁଲ ହିସାବ ଦେଇ ଲୋକଙ୍କୁ ଓ ସରକାରଙ୍କୁ ବିଭ୍ରାନ୍ତ କରିବାର ଚେଷ୍ଟା କରିଛନ୍ତି୨୦୦୫ରୁ ୨୦୧୫ ଦଶ ନୁହେଁ, ଏଗାର ବର୍ଷତେବେ ଏଗାରବର୍ଷର ହାରାହାରି ବାହାର କରି ସେ ତାହାକୁ କାହିଁକି ଦଶବର୍ଷର ବୋଲି କହିଲେ? ମୋ ବିଚାରରେ ତାହା ଏକ ତ୍ରୁଟି ନୁହେଁ, ତାହା ଉଦ୍ଦେଶ୍ୟମୂଳକଗତ ୨୦୦୬ରୁ ୨୦୧୫ ମସିହାର (ଯାହା ୨୦୧୬ ମସିହା ପୂର୍ବର ପ୍ରକୃତ ଦଶବର୍ଷ ହେବ) ଡ଼ିସେମ୍ବର ମାସମାନଙ୍କର ଜଳ-ପ୍ରବେଶର ହାରାହାରି ଥିଲା ୦.୧୬୫ ନିୟୁତ ଏକର ଫୁଟକିନ୍ତୁ ୨୦୦୫ର ଡ଼ିସେମ୍ବର ମାସରେ ହୀରାକୁଦକୁ ପଶିଥିଲା ୦.୩୬୭ ନିୟୁତ ଏକର ଫୁଟ, ଯାହା ପୂର୍ବ ଦଶବର୍ଷର ହରାହାରିର ଦୁଇଗୁଣରୁ ବି ଅଧିକଏଥିରୁ ଏହି ସନ୍ଦେହ ଦୃଢ଼ୀଭୁତ ହୋଇଛି ଯେ ୨୦୦୫ ବର୍ଷର ଡ଼ିସେମ୍ବର ମାସର ଜଳ-ପ୍ରବେଶକୁ ଜାଣିଶୁଣି ମିଶା ଯାଇଛି ଯେମିତି କି ହାରାହାରିଟା ଖୁବ ଆଖିଦୃଶିଆ ହୋଇଯିବ ଓ ତୁଳନା କଲେ ଚଳିତ ଡ଼ିସେମ୍ବରର ଜଳ-ପ୍ରବେଶ ଖୁବ ହ୍ରାସ ପାଇଛି ବୋଲି ଜଣା ପଡିବସେହିଭଳି ହାରାହାରି ବାହାର କରି ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ ୨୦୧୬ ଡ଼ିସେମ୍ବରରେ ଜଳ ପ୍ରବାହ ୩୭% କମିଛିଏହି ହିସାବ ସମ୍ପୂର୍ଣ ଉଦ୍ଦେଶ୍ୟ-ପ୍ରଣୋଦିତ ଲାଗୁଛିଇୟେ ତ ଗଲା ଗୋଟିଏ ତ୍ରୁଟିମୁଖ୍ୟଯନ୍ତ୍ରୀଙ୍କ ତର୍ଜମାରେ ଆହୁରି ମୌଳିକ ତ୍ରୁଟି ଅଛିକୌଣସି ବର୍ଷର ଗୋଟିଏ ଅଣ-ମୌସୁମୀ ମାସର ପ୍ରବାହକୁ କୌଣସି ଅନ୍ୟଗୋଟିଏ ମାସ ବା କିଛି ବର୍ଷର ସେହି ମାସର  ହାରାହାରି ସହିତ ତୁଳନା କରିବା ଆଦୌ ଠିକ ନୁହେଁ କାରଣ ଅଣ-ମୌସୁମୀ ଋତୁର ପ୍ରବାହମାନଙ୍କରେ ଗୁରୁତର ଅସଙ୍ଗତି ରହିଥାଏମୁଖ୍ୟଯନ୍ତ୍ରୀ ୨୦୦୫ରୁ ୨୦୧୬ ବର୍ଷର ଡ଼ିସେମ୍ବର ମାସରେ ହୀରାକୁଦକୁ ପ୍ରବେଶ କରିଥିବା ଜଳର ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ବ୍ୟବହାର କରି ଅନ୍ୟଜଣେ ସମ୍ପୂର୍ଣ୍ଣ ବିପରୀତ ଯୁକ୍ତିଟିଏ ଅତି ଆରାମରେ ବାହାର କରିପାରିବ୨୦୧୫ ଡ଼ିସେମ୍ବରରେ ହୀରାକୁଦକୁ ୦.୦୮୮ ନିୟୁତ ଏକର ଫୁଟ ଜଳ ଆସିଥିଲାଏହାକୁ ୨୦୧୬ର ପ୍ରବେଶ ସହିତ ତୁଳନା କରି ଜଣେ ନିଶ୍ଚିତ ଭାବରେ କହି ପାରିବେ ଯେ ଛତିଶଗଡରେ ଅନେକ ବନ୍ଧ ହେବା ସତ୍ତ୍ୱେ ଚଳିତ ବର୍ଷର ଡ଼ିସେମ୍ବରରେ ଗତ ବର୍ଷର ଡ଼ିସେମ୍ବର ମାସ ତୁଳନାରେ ଜଳ-ପ୍ରବେଶ ୪୦% ଅଧିକ ଥିଲାଆଉଜଣେ କହିପାରିବେ ଯେ ବିଗତ ଦଶବର୍ଷରୁ ତିନିବର୍ଷର ଡ଼ିସେମ୍ବର ମାସରେ ହୀରାକୁଦକୁ ଜଳପ୍ରବେଶ ଗତ ଡ଼ିସେମ୍ବରର ପ୍ରବେଶ ତୁଳନାରେ କମ ଥିଲା, ତେଣୁ ଛତିଶଗଡରେ ବନ୍ଧ ହେବା ସତ୍ତ୍ୱେ ହୀରାକୁଦକୁ ଜଳ ପ୍ରବାହରେ କିଛି ବିଶେଷ ଅସଙ୍ଗତି ବା ହ୍ରାସ ପରିଲକ୍ଷିତ ହୋଇନାହିଁହୀରାକୁଦ ଇତିହାସର ବିଗତ ୫୮ଟି ଡ଼ିସେମ୍ବର ମଧ୍ୟରୁ ୧୯ଟି ଡ଼ିସେମ୍ବରରେ ଜଳ-ପ୍ରବେଶ ୨୦୧୬ ଡ଼ିସେମ୍ବର ତୁଳନାରେ କମ ଥିଲା

ଏଥର ଦେଖିବା ହୀରାକୁଦ ସମ୍ବନ୍ଧିତ ତଥ୍ୟର ଅନ୍ୟ ଏକ ଉତ୍ସକୁଓଡିଶା ଜଳବିଦ୍ୟୁତ ନିଗମ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଳଭଣ୍ଡାରମାନଙ୍କର ଜଳସ୍ତରର ପ୍ରତି ଦିନର ବିବରଣୀ ରଖେଜଳବିଦ୍ୟୁତ ନିଗମର ତଥ୍ୟ ଅନୁସାରେ ଏଇ ଜୁନ ମାସର ପହିଲା ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଥିଲା ୬୦୫.୧୨ ଫୁଟଏହି ତାରିଖରେ ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହେଉଛି ୬୦୧.୫୩ ଫୁଟଗତ ଅଣ-ମୌସୁମୀ ଋତୁର ଆରମ୍ଭରେ ଅର୍ଥାତ ୨୦୧୬ ନଭେମ୍ବର ପହିଲା ତାରିଖରେ ହୀରାକୁଦର ଜଳସ୍ତର ତାହାର ସର୍ବୋଚ୍ଚ ସ୍ତରରେ ଅର୍ଥାତ ୬୩୦ ଫୁଟରେ ଥିଲାଏହି ତାରିଖରେ ପୂର୍ବ ଦଶବର୍ଷର ହାରାହାରି ସ୍ତର ହେଉଛି ୬୨୮.୦୪ ଫୁଟଅର୍ଥାତ, ପୂର୍ବ ଦଶବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭ ତାରିଖର ହାରାହାରି ତୁଳନାରେ ଚଳିତ ବର୍ଷର ଅଣ-ମୌସୁମୀ ଋତୁର ଆରମ୍ଭରେ ହୀରାକୁଦର ଜଳସ୍ତର ପ୍ରାୟ ଦୁଇଫୁଟ ଅଧିକ ଥିବା ବେଳେ ଅଣ-ମୌସୁମୀ ଋତୁର ଶେଷରେ ହୀରାକୁଦର ଜଳସ୍ତର ତାହାର ପୂର୍ବ ଦଶବର୍ଷର ହାରାହାରି ତୁଳନାରେ ଚାରି ଫୁଟ ଅଧିକ ଥିଲାଅର୍ଥାତ, ପୂର୍ବ ଦଶବର୍ଷର ହାରାହାରି ଜଳସ୍ତର ହ୍ରାସ ତୁଳନାରେ ଗତ ଅଣ-ମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ହ୍ରାସର ପରିମାଣ କମ ଥିଲାଚଳିତ ଜୁନ ପହିଲାର ଏହି ସ୍ତରକୁ ପୂର୍ବ ବାରବର୍ଷର ଏହି ଦିନରେ ଥିବା ସ୍ତର ସହିତ ମିଳାଇ ଦେଖିଲେ ଆହୁରି ପାଇବା ଯେ କେବଳ ୨୦୧୪କୁ ଛାଡିଦେଲେ ବାକି ଏଗାରଟି ଯାକ ବର୍ଷରେ ଜଳସ୍ତର ଚଳିତ ବର୍ଷର ଜଳସ୍ତରଠାରୁ କମ ଥିଲାସରକାର ଗୋଟିଏ ପ୍ରକାର ହିସାବ କରି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ୭୭.୮% ଯାଏ କମିଯାଇଥିବାର ଭୟାବହ ଚିତ୍ର ଦେଉଥିବା ବେଳେ ସେହି ସରକାରଙ୍କ ତଥ୍ୟର ଭିନ୍ନ ଓ ବିଶଦ ବିଶ୍ଲେଷଣ ଆଦୌ ସେମିତି କିଛି ଭୟାବହତାର ସୂଚନା ଦେଉ ନାହିଁ

ଏହା ନିଶ୍ଚିତ ଭାବରେ ସତ୍ୟ ଯେ ମହାନଦୀରେ ଜଳ ପ୍ରବାହ ହ୍ରାସ ହୋଇଛି ଓ ଦିନକୁ ଦିନ ଅଧିକ ଅସମାନ ହେବାରେ ଲାଗିଛିକିନ୍ତୁ ଏହା ମଧ୍ୟ ସତ୍ୟ ଯେ ମହାନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲଢେଇ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଓଡିଶା ସରକାର ଯେଉଁସବୁ ବିଶ୍ଲେଷଣ ଦେଉଛନ୍ତି ତାହା ଅତି ତ୍ରୁଟିପୂର୍ଣ୍ଣସରକାରୀ ପରିସଂଖ୍ୟାନଗୁଡିକ ସମସ୍ୟାକୁ ପରଖିବାରେ ସାହାଯ୍ୟ କରି ଠିକ ଏକ ନିଷ୍କର୍ଷରେ ପହଞ୍ଚାଇବାରେ ସମ୍ପୁର୍ଣ୍ଣ ଭାବରେ ବିଫଳ ହେଉଛନ୍ତିଓଡିଶା ସରକାର ଏଦିଗରେ ଅଧିକ ଯତ୍ନବାନ ହେବା ଆବଶ୍ୟକପ୍ରବାଦ ଅଛି, 'ମିଛ, ଡାହା ମିଛ ଓ ପରିସଂଖ୍ୟାନ'ହୀରାକୁଦକୁ ନେଇ ପ୍ରଦାନ କରାଯାଉଥିବା ଚିତ୍ର ଓ ଦିଆଯାଉଥିବା ପରିସଂଖ୍ୟାନଗୁଡିକ ମିଛୁଆ ନ ହୁଅନ୍ତୁ ଓ ସତ୍ୟକୁ ପ୍ରଦର୍ଶିତ କରନ୍ତୁ

(This article was published in my fortnightly Op-Ed column in Dharitri on August 23, 2017. That article can be accessed at http://www.dharitri.com/e-Paper/Bhubaneswar/230817/p6.htm)