Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Monday, December 25, 2017

ମହାନଦୀ ବିବାଦ - ଖାଲି ଉପଯୋଗକୁ ନେଇ ଲଢ଼ ନାହିଁ, ବନ୍ୟା କଥା ବି ଭାବ

ମହାନଦୀ ଯେତେବେଳେ ଆମର ଜୀବନ ରେଖା, ତାହାରି ଚର୍ଚ୍ଚା ନିଶ୍ଚିତ ଭାବରେ ପ୍ରମୁଖତାର ସହ ହେବା କଥା କିନ୍ତୁ ଚର୍ଚ୍ଚା କେତେ ଗମ୍ଭୀରତା ସହ ହେଉଛି ତାହାକୁ ନେଇ ସଂଶୟ ହେଉଛି ଉଭୟ ପକ୍ଷରୁ କେବଳ ଉଦ୍ଭଟ  ପରିସଂଖ୍ୟାନ ଓ ଅବାନ୍ତର ଯୁକ୍ତି ଆସୁନି, ବନ୍ୟାର ଚିନ୍ତା ହିଁ କୋଣଠେସା ହୋଇଯାଇଛି ପ୍ରଥମେ ଚର୍ଚ୍ଚା କରିବା ଦିଆଯାଉଥିବା କିଛି ଯୁକ୍ତିର


୨୦୧୬ ସେପ୍ଟେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ନିଜର ଦଳବଳ ସହ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ପରବର୍ତ୍ତୀ ସମୟରେ ସେହି ସଭାର ବିବରଣୀରୁ ପ୍ରଦାନ କରାଯାଇଥିବା ବିଭିନ୍ନ ପକ୍ଷର ତଥ୍ୟ ଓ ଯୁକ୍ତି ଦେଖିଲା ପରେ ସେମାନେ ପ୍ରଦାନ କରିଥିବା ଅଙ୍କ ଓ ପରିସଂଖ୍ୟାନରେ କେତେ ଯେ ବିଭ୍ରାନ୍ତି ରହିଛି ତାହାରି ସୂଚନା ମିଳୁଛି ଉକ୍ତ ବୈଠକରେ କେନ୍ଦ୍ର ଜଳ ଆୟୋଗ ସୂଚନା ଦେଇଥିଲେ ଯେ ହୀରାକୁଦର ଉପରମୁଣ୍ଡରେ ଆୟୋଗ ଦ୍ୱାରା ପରିଚାଳିତ ତିନିଟି ପ୍ରବାହ ମାପକ କେନ୍ଦ୍ରରୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଥିବାର କୌଣସି ସୂଚନା ମିଳୁନାହିଁ ଛତିଶଗଡ ସରକାର ବି ହୀରାକୁଦ ଉପରମୁଣ୍ଡରେ ବସନ୍ତପୁର ଠାରେ ଥିବା ଆୟୋଗର ମାପକ କେନ୍ଦ୍ରର ତଥ୍ୟକୁ ଆୟୁଧ କରି ବିଭିନ୍ନ ଦଶନ୍ଧିର ହାରାହାରି ବାହାର କରି କହିଲେ ଯେ ନଦୀରେ ହାରାହାରି ଜଳପ୍ରବାହ ହ୍ରାସ ପାଇନାହିଁ ଏତେ ବନ୍ଧବାଡ ପରେ ବି ପ୍ରବାହ ହ୍ରାସ ହୋଇନାହିଁ?  ଓଡିଶା ସରକାରଙ୍କ ପରିସଂଖ୍ୟାନ କିନ୍ତୁ ପୁରା ଓଲଟା କଥା କହିଲା ଓଡିଶା ସରକାର ୧୯୯୦-୯୧ ବର୍ଷରୁ ୨୦୧୩-୧୪ବର୍ଷରେ ଅଣ-ମୌସୁମୀ ପ୍ରବାହର ଗ୍ରାଫ ଦର୍ଶାଇ କହିଲେ ଯେ ହୀରାକୁଦକୁ ପ୍ରବାହ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି ଆମେ ବି ଓଡିଶା ସରକାରଠାରୁ ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରାପ୍ତ ତଥ୍ୟକୁ ହିସାବ କରି ଦେଖିଲୁ ଯେ ହୀରାକୁଦ ଜଳଭଣ୍ଡାରକୁ ବାର୍ଷିକ ଜଳପ୍ରବାହର ୧୦ ବର୍ଷିଆ ଚଳମାନ ହାରାହାରି କ୍ରମାଗତ ଭାବରେ କମି ୧୯୬୮ ମସିହାର ୩୦.୬୨ ନିୟୁତ ଏକର ଫୁଟରୁ ଖସି ୨୦୧୬ ମସିହା ବେଳକୁ ୨୧.୯୫ ନିୟୁତ ଏକର ଫୁଟକୁ ପହଞ୍ଚି ସାରିଥିଲା ଅର୍ଥାତ, ୧୯୬୮ ମସିହାର ପୂର୍ବ ୧୦ବର୍ଷର ହାରାହାରି ପ୍ରବାହ ପାଖାପାଖି ତିନି ଭାଗରୁ ଭାଗେ ହ୍ରାସ ପାଇଛି ଏହା କୌଣସି ହିସାବରେ ବି ଆଦୌ କମ୍ ବା ସାଧାରଣ ନୁହେଁ

କାହାର ପରିସଂଖ୍ୟାନ ଠିକ, କାହାର ଭୁଲ ଜାଣିବାର ଅବକାଶ ଆମପାଖରେ ନାହିଁ ତେବେ ଓଡିଶା ସରକାର ସେହି ବୈଠକରେ ଏମିତି ପରିସଂଖ୍ୟାନ ଦେଇଛନ୍ତି ଯାହା ଆହୁରି ଦୁର୍ବୋଧ୍ୟ ଓଡିଶା ସରକାର କହିଥିଲେ ଯେ ଛତିଶଗଡ ତାହାର ବର୍ତ୍ତମାନ ତିଆରି ଚାଲିଥିବା ଓ ପ୍ରସ୍ତାବିତ ଥିବା ପ୍ରକଳ୍ପଗୁଡିକ ମାଧ୍ୟମରେ ୧୯.୧୮ ନିୟୁତ ଏକର ଫୁଟ ଅଧିକ ଜଳ ବ୍ୟବହାର କରିବାର ଯୋଜନା ରଖିଛି ଯାହା ବର୍ତ୍ତମାନ ଛତିଶଗଡରୁ ଓଡିଶାକୁ ଆସୁଥିବା ୧୫.୬ ନିୟୁତ ଏକର ଫୁଟରୁ ଢ଼େର ଅଧିକ ଏପରି ତଥ୍ୟ ଆଶ୍ଚର୍ଯ୍ୟଜନକ କାରଣ ଏହାର ଅନ୍ୟ ଅର୍ଥ ହେଲା ଯେ ହୀରାକୁଦକୁ ବୁନ୍ଦାଏ ବି ପାଣି ଆସିବ ନାହିଁ ଓଡିଶା ସରକାର ଯୁକ୍ତି କରିଛନ୍ତି ଯେ ଛତିଶଗଡର ମହାନଦୀ ଅବବାହିକାରେ ଯେତିକି ଜଳ ନାହିଁ ତାହାଠାରୁ ଅଧିକ ଜଳ ଉପଯୋଗ କରିବାର ଯୋଜନା କରିଛି ଛତିଶଗଡ ସରକାର ଯଦି ଛତିଶଗଡ ସରକାର ଏମିତି ଯୋଜନା କରିଛନ୍ତି ତେବେ ଓଡିଶା ସରକାର ତାହାକୁ ରାଜ୍ୟର ସମସ୍ତଙ୍କୁ ଜଣାଇବା ଦରକାର, କିନ୍ତୁ ତାହାକୁ ନିଜର ୱେବସାଇଟରେ ମଧ୍ୟ ପ୍ରଦାନ କରୁନାହାନ୍ତି ତେବେ, ଏମିତି ତଥ୍ୟ ଓ ପରିସଂଖ୍ୟାନ କ’ଣ ସତ୍ୟ ଓ ବାସ୍ତବ ହୋଇପାରେ? ଛତିଶଗଡ ସରକାର ଓ କେନ୍ଦ୍ର ଜଳଆୟୋଗ କହୁଛନ୍ତି ଯେ ମହାନଦୀରେ ଜଳପ୍ରବାହରେ କିଛି ପରିବର୍ତ୍ତନ ହୋଇ ନାହିଁ ଓଡିଶା ସରକାର କହୁଛନ୍ତି ଯେ ଛତିଶଗଡ଼ର ଯୋଜନା ଅନୁସାରେ ମହାନଦୀର ବୁନ୍ଦାଏ ବି ପାଣି ଛତିଶଗଡରୁ ଓଡିଶାକୁ ଆସିବ ନାହିଁ ଉଭୟ ରାଜ୍ୟ ପ୍ରଦାନ କରୁଥିବା ଯୁକ୍ତି ଅତି ଭ୍ରମାତ୍ମକ ସରକାରମାନେ ଏମିତି ଭ୍ରମପୂର୍ଣ୍ଣ ତଥ୍ୟ ଆଦୌ ଦେବାକଥା ନୁହେଁ, କିନ୍ତୁ ଦେଉଛନ୍ତି ଓ ଦେଇଚାଲିଛନ୍ତି

ସାରା ସମାଜ ଯେତେବେଳେ ସମ୍ପତ୍ତିଲୋଭୀ ହୋଇସାରିଲାଣି, ସରକାରମାନେ ବା ତହିଁରୁ ବାଦ ଯାଆନ୍ତେ କିପରି? ଆଇନ ଓ ପରମ୍ପରା ଅନୁସାରେ ସରକାର ହେଉଛନ୍ତି ନଦୀର ସଂରକ୍ଷକ ସରକାର ମାଲିକ ନୁହନ୍ତି କିନ୍ତୁ ସରକାରମାନେ ଏମିତି ବ୍ୟବହାର କରୁଛନ୍ତି ଯେମିତି ନଦୀ ତାଙ୍କ ସମ୍ପତ୍ତି ଓ ସେହି ସମ୍ପତ୍ତିକୁ ଉପଭୋଗ କରିବା ହିଁ ତାଙ୍କର ପ୍ରଥମ କର୍ତ୍ତବ୍ୟ ମହାନଦୀ କ୍ଷେତ୍ରରେ ବି ସେୟା ହେଉଛି ମହାନଦୀରୁ କିଏ କେତେ ପାଣି ନେବ ତାହାକୁ ନେଇ କଜିଆ ଚାଲିଛି ଏସବୁ ଭିତରେ, ଓଡିଶା ସରକାର ଅବଶ୍ୟ ଛତିଶଗଡ ସରକାରଠାରୁ ଅନ୍ତତଃ ଗୋଟିଏ ପ୍ରସଙ୍ଗରେ ନିଜର ଭିନ୍ନତା ପ୍ରକଟ କରିଛନ୍ତି ଓଡିଶା ସରକାର ଏହା ବି ଦାବି କରିଛନ୍ତି ଯେ ମହାନଦୀରେ ପାଣି ବହିବା ଦରକାର ଓଡିଶା ସରକାର ନଦୀର ପରିବେଶିକ ଆବଶ୍ୟକତାକୁ ବିଶଦରେ ନହେଲେ ବି ଦର୍ଶାଇଛନ୍ତି ଏବେ ମହାନଦୀ ପ୍ରାଧିକରଣର ଗଠନକୁ ନେଇ ରାଜନୀତି ସରଗରମ ହୋଇଛି ଭାରତରେ ଆଜିସୁଦ୍ଧା ଗଠିତ ହୋଇଥିବା ଏମିତି ଗୋଟିଏ ବି ନଦୀ ପ୍ରାଧିକରଣ ନାହିଁ ଯେଉଁଠି ନଦୀ ଜଳ ଉପରେ ନିଜର ଅଧିକାର ଭିନ୍ନ ବା ତାହାରି ଉପଭୋଗ ଭିନ୍ନ ଅନ୍ୟ କିଛି ଦାବି ଉଠିଛି ଯଦି ଓଡିଶା ପରିବେଶର ଦାବି ଉଠାଇବ ତେବେ ତାହା ପ୍ରଥମ ହେବ

ତେବେ, ଜଳପ୍ରବାହ ହ୍ରାସ ଚିନ୍ତାରେ ବିବ୍ରତ  ଓଡିଶା ସରକାର ଏହା ବୋଧହୁଏ ଆଦୌ ବିଚାର କରିନାହାନ୍ତି ଯେ ଜଳପ୍ରବାହରେ ହ୍ରାସ ତାହାପାଇଁ ଏକମାତ୍ର ବିପଦ ନୁହେଁ ଛତିଶଗଡରେ ବିଭିନ୍ନ ବନ୍ଧବାଡ କାରଣରୁ ମହାନଦୀରେ ବନ୍ୟାର ପ୍ରଶମନ ଓ ନିରାକରଣ ଆହୁରି ଜଟିଳ, ଖୁବ ଜଟିଳ ହେବାକୁ ଯାଉଛି ଅନ୍ୟ ଭାବରେ କହିଲେ ଓଡ଼ିଶାରେ ବନ୍ୟା ବିପଦ ଆହୁରି ଭୟଙ୍କର ହେବାକୁ ଯାଉଛି ଓଡିଶା ସରକାର ଭୁଲିବା କଥା ନୁହେଁ ଯେ ମହାନଦୀରେ ମୋଟ ଜଳପ୍ରବାହରେ ହ୍ରାସ ହେବାସହ ଗୋଟିଏ ଦଶନ୍ଧି ଭିତରେ ଅନ୍ତତଃ ତିନିଟି ବିଶାଳ ବନ୍ୟା ବି ଆସିଛି ତିନିଟି ଯାକ ବନ୍ୟା ହୀରାକୁଦ ଜଳଭଣ୍ଡାର କାରଣରୁ ଆହୁରି ଭୟଙ୍କର ହୋଇଥିବାର ଅଭିଯୋଗ ହୋଇଛି, ତହିଁରୁ ଗୋଟିଏକୁ ମହାଲେଖାଗାର ମଧ୍ୟ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ୨୦୦୮, ୨୦୧୧ ଓ ୨୦୧୪ ମସିହାରେ ହୀରାକୁଦରେ ପାଣି ଭରିହୋଇଥିବା ବେଳେ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ ଆସିଥିଲା ହୀରାକୁଦ କେବଳ ସମ୍ଭାଳିବାରେ ଅକ୍ଷମ ହୋଇଥିଲା ନୁହେଁ, ଆହୁରି ଅତିରିକ୍ତ ପାଣି ଛାଡିଥିଲା ଫଳରେ ତଳମୁଣ୍ଡରେ ଭୀଷଣ ବନ୍ୟାମାନ ସୃଷ୍ଟି ହୋଇଥିଲା ଆହୁରି ଉଦାହରଣ ଅଛି ୧୯୯୮ ମସିହା ଜାନୁଆରୀ ମାସରେ ହୀରାକୁଦ ସାମାନ୍ୟ ବନ୍ୟାଜଳ ପ୍ରବେଶକୁ ଅଟକାଇ ପାରିଲାନି, ହଠାତ ବନ୍ୟାଜଳ ନିଷ୍କାସନ କଲା ଯହିଁରେ ୭ଜଣ ଇଂଜିନିୟରିଂ ଛାତ୍ରଙ୍କ ଅମୁଲ୍ୟ ଜୀବନ ଚାଲିଗଲା ଉପରମୁଣ୍ଡରେ ଯାହାସବୁ ବନ୍ଧବାଡ ହେଉଛି ସବୁ ଜଳ ଉପଯୋଗ ପାଇଁ ବନ୍ୟା ପ୍ରତିରୋଧ ପାଇଁ ନୁହେଁ ଜଳଭଣ୍ଡାରକୁ ଭରିବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ରହିବ ସେଗୁଡିକ ପୁରାଥିବା ବେଳେ ଯଦି ବର୍ଷା ଆସେ ତେବେ ସେମାନେ କେବଳ ଉପରୁ ଆସୁଥିବା ବନ୍ୟାଜଳ ଛାଡ଼ିବେ ନାହିଁ, ତା'ସହିତ ବନ୍ଧକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ଜଳ ଛାଡ଼ିବେ ଏହା ହୀରାକୁଦଠାରେ ବନ୍ୟା ନିୟନ୍ତ୍ରଣକୁ ବେହାଲ କରିଦେବା ସହ ତଳମୁଣ୍ଡରେ ବିପର୍ଯ୍ୟୟ ଘଟାଇବ

ମହାନଦୀ ଏକ ବଡ ପ୍ରସଙ୍ଗ କିନ୍ତୁ, ଓଡିଶା ସରକାର ତାଙ୍କର ଯୁକ୍ତିକୁ ଆହୁରି ବ୍ୟବସ୍ଥିତ ଓ ପରିବର୍ଦ୍ଧିତ କରିବା ଆବଶ୍ୟକତା ରହିଛି ଜଳପ୍ରବାହର ହ୍ରାସ ସହିତ ପରିବେଶ ଓ ବନ୍ୟା ଚିନ୍ତା ବି ଯୋଡିବା ଦରକାର ଖାଲି ଜଳ ବ୍ୟବହାର ଚିନ୍ତା ରହିଲେ ରାଜ୍ୟର ଓ ମହାନଦୀର କ୍ଷତି ହେବା ଥୟ


(This article was published in my Dharitri Op-Ed column 'Tatwa O Tarka' on December 13, 2017. That can be accessed at http://www.dharitri.com/e-Paper/Bhubaneswar/131217/p6.htm )
  

No comments:

Post a Comment