A blog that tells the facts with substance and evidence on matters related to Water, Agriculture, Environment and Governance.
Inside the Blog
Tribute To Those Toiling Tough
This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Sunday, December 31, 2017
Wednesday, December 27, 2017
ନଦୀ ମା’ କୁ ଶୋଷିବା ଫଳ ବଡ ଭୟାନକ ହେବ
ସାଧାରଣତଃ
ଭାଗବଣ୍ଟାର ବିବାଦ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ କୌଣସି ବସ୍ତୁ ବା ସମ୍ପତ୍ତି ଦାବି
ଅନୁସାରେ କମ ପଡିଯାଏ; କିନ୍ତୁ ତହିଁରେ ଥିବା
ଦାବିଦାରମାନେ ନିଜନିଜର ଦାବି ଛାଡ଼ନ୍ତି ନାହିଁ। ମହାନଦୀ ଜଳକୁ ନେଇ ଓଡିଶା ଓ
ଛତିଶଗଡ଼ ମଧ୍ୟରେ ମୁଣ୍ଡ ଟେକିଥିବା ବିବାଦ ମଧ୍ୟ ବର୍ତ୍ତମାନଯାଏ ପ୍ରାୟ ସେହି ଶ୍ରେଣୀୟ
ହୋଇରହିଛି। ତାହାରି ଜଳ ଉପରେ କାହାର କେତେ ଅଧିକାର ରହିଛି
ତାହାକୁ ନେଇ ଭିଡା଼ଓଟରା ଚାଲିଛି। କିନ୍ତୁ ଜାଣି ରଖିବା ଦରକାର ଯେ ନଦୀ ଏକ ସାଧାରଣ
ବସ୍ତୁ ବା ସମ୍ପତ୍ତି ନୁହେଁ। ମହାନଦୀ ତ' ବିଲକୁଲ ସେମିତି
ନୁହେଁ। ତେଣୁ, ତାହାରି ଜଳ ଉପରେ
ନିଜନିଜର ଅଧିକାର ଜାହିର କରୁଥିବା ପକ୍ଷ ତାଙ୍କର ନିର୍ବୋଧତା ବ୍ୟତୀତ ଅନ୍ୟ କିଛି ଜାହିର କରୁ
ନାହାନ୍ତି।
ଏବେ ଆପଣ ହୁଏତ
ପ୍ରଶ୍ନ ପଚାରିବେ, ମହାନଦୀ କାହିଁକି ସେମିତି
ନୁହେଁ? ଏବେ ଆପଣ ହୁଏତ ପ୍ରଶ୍ନ ପଚାରିବେ ମହାନଦୀ କାହିଁକି
ସେମିତି ନୁହେଁ? ମହାନଦୀ ସେମିତି ନୁହେଁ କାରଣ ମହାନଦୀ ଆଦୌ ଏକ ସାଧାରଣ
ନଦୀ ନୁହେଁ। ମହାନଦୀ କେବଳ ଜୀବନପ୍ରଦାୟିନୀ ଓ ସୌମ୍ୟା ନୁହେଁ, ଏହା ଅନେକ ସମୟରେ ତାହାରି ଭୟଙ୍କର ରୌଦ୍ରରୂପ ମଧ୍ୟ ଦେଖାଇଥାଏ। ଅର୍ଥାତ, ମହାନଦୀରେ ବନ୍ୟା ମଧ୍ୟ ଏକ ବଡ ପ୍ରସଙ୍ଗ। ମହାନଦୀର ଜଳ ଉପରେ ଭାଗ
ବସାଉଥିବା ପକ୍ଷମାନେ ଏହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ।
ଏହି ସ୍ତମ୍ଭର ଏକ
ପୂର୍ବ ଆଲେଖ୍ୟରେ ଆମେ ଛତିଶଗଡ ଓ ଓଡିଶା ରାଜ୍ୟଦ୍ୱୟ ମହାନଦୀ ବିବାଦ ପରିପ୍ରେକ୍ଷୀରେ ରଖିଥିବା
ପକ୍ଷ ବିଷୟରେ ଆଲୋଚନା କରିଥିଲେ। ବର୍ଷକ ତଳେ ୨୦୧୬ ମସିହା ଡିସେମ୍ବର ୫ ତାରିଖରେ
ଓଡିଶା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ ଛତିଶଗଡ଼ ବିଭିନ୍ନ ପ୍ରକଳ୍ପ ଜରିଆରେ ମହାନଦୀର
୨୭.୪୮ ନିୟୁତ ଏକର ଫୁଟ ପାଣି ବ୍ୟବହାର କରିବା ଯୋଜନା
ରଖିଛି। ୧୯୮୩ ମସିହାରେ ତତ୍କାଳୀନ ମଧ୍ୟପ୍ରଦେଶ ସରକାର
ମହାନଦୀର ଏକ ମାଷ୍ଟରପ୍ଲାନ କରିଥିଲେ। ତହିଁରେ କୁହାଯାଇଥିଲା ଯେ ମହାନଦୀର ୨୧.୫
ନିୟୁତ ଏକର ଫୁଟ ପାଣି ମଧ୍ୟପ୍ରଦେଶ ପାଇଁ ସଂରକ୍ଷିତ କରି ରଖାଯିବ। ଖାଲି ସଂଖ୍ୟା କହିଦେଲେ ଆମେ ବୁଝିପାରିବା ନି ଯେ ଏହି ୨୭.୪୮ ବା ୨୧.୫ ନିୟୁତ ଏକର ଫୁଟ
ଜଳ କେତେ। ଛତିଶଗଡ଼ ରାଜ୍ୟରେ ଥିବା ମହାନଦୀ ଅବବାହିକାର ସମଗ୍ର
ଅଞ୍ଚଳରୁ ବାର୍ଷିକ ହାରାହାରି ପ୍ରାୟ ୨୮.୬ ନିୟୁତ ଏକର ଫୁଟ
ବର୍ଷାରୁ ଉତ୍ପନ୍ନ ହୋଇଥାଏ। ତାହାହେଲେ କ’ଣ ତତ୍କାଳୀନ
ମଧ୍ୟପ୍ରଦେଶ ବା ବର୍ତମାନର ଛତିଶଗଡ ରାଜ୍ୟ ତାଙ୍କ ଅଞ୍ଚଳରେ ଥିବା ମହାନଦୀରୁ ମିଳୁଥିବା ହାରାହାରି ବର୍ଷା ଜଳର
ପ୍ରାୟ ସବୁ ଜଳକୁ ଅଟକାଇବାର ଯୋଜନା କରିଛନ୍ତି? ଓଡିଶା ସରକାର କିଛି
ସେମିତି ଅଭିଯୋଗ ରଖୁଛନ୍ତି। ଗତବର୍ଷ ଦିଲ୍ଲୀରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ
ଓଡିଶା ଜଣାଇଥିଲା ଯେ ଛତିଶଗଡରୁ ହୀରାକୁଦ ଜଳଭଣ୍ଡାରକୁ ଏବେ ହାରାହାରି ୧୫.୬ ନିୟୁତ ଏକର ଫୁଟ ଜଳ ପ୍ରବେଶ କରୁଥିବା ବେଳେ ଛତିଶଗଡ
ନୂତନ ପ୍ରକଳ୍ପ ମାଧ୍ୟମରେ ୧୯.୧୮ ନିୟୁତ ଏକର ଫୁଟ
ଜଳ ବ୍ୟବହାର କରିବାର ଯୋଜନା କରିସାରିଛି। ଏହାର ଅର୍ଥ ହେଲା ଯେ, ହୀରାକୁଦକୁ ବର୍ତ୍ତମାନ ଯେତେ ଜଳ ପ୍ରବେଶ କରୁଛି, ଛଟତିଶଗଡ ତାହାଠୁ
ଅଧିକ ଜଳ ବ୍ୟବହାର କରିବାର ଯୋଜନା କରିଛି। ଅନ୍ୟଭାବରେ କହିଲେ ଛତିଶଗଡରୁ ଓଡିଶାକୁ ବୁନ୍ଦାଏ ଜଳ
ଆସିବ ନାହିଁ।
ଓଡିଶା ସରକାର
ପ୍ରଦାନ କରିଥିବା ଏହି ଭୀତିପ୍ରଦ ତଥ୍ୟ କେତେ ସତ୍ୟ, ତାହା ଆମେ ଜାଣି
ନାହୁଁ। କିନ୍ତୁ ମହାନଦୀ ଭଳି ଏକ ନଦୀର ଜଳ କ’ଣ କେବେ ପୁରା ଅଟକାଇ ହେବ? ଆଉ ଯଦି ବି ସେମିତି ଅଟକାଇବାର ଧୃଷ୍ଟତା ହୁଏ ତାହାର ଫଳ କ’ଣ କେବଳ ତଳ ମୁଣ୍ଡରେ ଜଳ ସଙ୍କଟରେ ସୀମିତ ରହିବ? ଆମେ ସମସ୍ତେ ଜାଣିବା ଦରକାର ଯେ ଯଦି ମଣିଷ ସେମିତି କରିବାର ଧୃଷ୍ଟତା କେବେ କରେ ତେବେ
ମହାନଦୀ ତାହାର ଭୟଙ୍କର ରୌଦ୍ର ରୂପ ହିଁ ପରିପ୍ରକାଶ କରିବ, ବନ୍ୟାର ବିଭୀଷିକା
ବଢିବ ହିଁ ବଢିବ। ଏବେ ଅନେକେ ପ୍ରଶ୍ନ କରି ପାରନ୍ତି ଯଦି
ଜଳଭଣ୍ଡାରମାନଙ୍କରେ ପାଣି ରଖିବାର ବ୍ୟବସ୍ଥା ହେବ ତେବେ ବନ୍ୟା କେମିତି ହେବ, ସବୁ ଜଳ ତା ସେଇଠି ରହିଯିବ? ଏଇ ଦଶନ୍ଧିଏ ଭିତରେ ଆମେ ପାଇଥିବା ସେହି ଭଳି ବନ୍ୟାର କିଛି ଉଦାହରଣ ପୂର୍ବ
ଆଲେଖ୍ୟମାନଙ୍କରେ ଦେଇ ସାରିଛୁ। ସେହି ସବୁ ବନ୍ଧ ପାଣିକୁ ଉପଯୋଗ କରିବା ପାଇଁ ତିଆରି ହେବ, ବନ୍ୟା ନିୟନ୍ତ୍ରଣ ପାଇଁ ନୁହେଁ। ଅର୍ଥାତ, ଜଳଭଣ୍ଡାରକୁ ଯେତେ
ଶୀଘ୍ର ପୂର୍ଣ୍ଣ କରିହେବ ତାହା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ହେବ। କୌଣସି ବର୍ଷା
ଋତୁର ମଧ୍ୟବର୍ତ୍ତୀ ବା ଶେଷ ଆଡକୁ ଯଦି ବଡ ବର୍ଷା ଆସେ ତେବେ ସେତେବେଳକୁ ଭରି ରହିଥିବା ସେହି
ସବୁ ଜଳଭଣ୍ଡାର ଅତିରିକ୍ତ ପାଣି ନିଷ୍କାସନ କରିବେ। ଯାହା ତଳମୁଣ୍ଡରେ ଥିବା
ବନ୍ଧରେ ଅତିରିକ୍ତ ଚାପ ପକାଇବ। ସେହି ବନ୍ଧ ନିଜକୁ ସୁରକ୍ଷିତ ରଖିବା ପାଇଁ ଆହୁରି
ଅଧିକ ପାଣି ଛାଡିବ। ଏମିତି ଭାବରେ ପ୍ରତ୍ୟେକେ ବନ୍ଧ ଅତିରିକ୍ତ ଛାଡି
ଚାଲିବେ ଓ ତଳମୁଣ୍ଡରେ ଭୟଙ୍କର ବନ୍ୟା ବିପତ୍ତିମାନ ସୃଷ୍ଟି କରି ଚାଲିବେ। ଏଠି ଆଦୌ ଭୁଲିବା ଉଚିତ ନୁହେଁ ଯେ ସମଗ୍ର ମହାନଦୀ ଅବବାହିକାରେ ପ୍ରତିବର୍ଷ ସମାନ ବର୍ଷା
ହୋଇ ନଥାଏ। କେଉଁ ବର୍ଷା ଶୁଖିଲା ରହେ ତ ଅନ୍ୟ କେଉଁ ବର୍ଷରେ
ଅତ୍ୟଧିକ ବର୍ଷା ହୋଇଥାଏ। ସେହିଭଳି ଅତ୍ୟଧିକ ବର୍ଷା ହେଉଥିବା ବର୍ଷରେ ବା ଯେଉଁ
ବର୍ଷ ମୌସୁମୀର ଶେଷଆଡକୁ ବେଶୀ ବର୍ଷା ହେବ, ବନ୍ୟାର ପ୍ରଳୟ
ଅଧିକ ବିନାଶକାରୀ ହେବା ନିଶ୍ଚିତ।
ମହାନଦୀ ଏକ ଏମିତି
ସମ୍ପତ୍ତି ନୁହେଁ ଯାହାକୁ ଭାଗବଣ୍ଟା କରିହେବ। ଭାରତରେ ଆଜିଯାଏ ପ୍ରାଧିକରଣ
ମାଧ୍ୟମରେ ଯେଉଁସବୁ ପ୍ରମୁଖ ଜଳ ବିବାଦର ସମାଧାନ ଉଦ୍ୟମ ହୋଇଛି ସବୁରେ କେବଳ ଜଳ ଉପରେ ଅଧିକାର
କଥା ହିଁ ପ୍ରସଙ୍ଗ ହୋଇଛି, କୌଣସିରେ ବି ବନ୍ୟାର ତର୍ଜମା ହୋଇନାହିଁ। କ୍ରିଷ୍ଣା ନଦୀ ଜଳ
ବିବାଦ ଟ୍ରିବୁନାଲ ୩୦ଟି ବିବାଦୀୟ ପ୍ରସଙ୍ଗକୁ ବିଚାର ପାଇଁ ଚିହ୍ନଟ କରିଥିଲା। ତହିଁରେ ଗୋଟିଏ ବି ବନ୍ୟା ସମ୍ବନ୍ଧିତ ନ ଥିଲା। ସେହି ବର୍ଷ ଗଠନ
ହୋଇଥିବା ଗୋଦାବରୀ ନଦୀ ଜଳ ବିବାଦ ଟ୍ରିବୁନାଲ ୬ଟି ବିବାଦୀୟ ପ୍ରସଙ୍ଗକୁ ବିଚାର ପାଇଁ ଚିହ୍ନଟ
କରିଥିଲା। ତହିଁରେ ଗୋଟିଏ ବି ବନ୍ୟା ସମ୍ବନ୍ଧିତ ନ ଥିଲା। ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିବା କାବେରୀ ଜଳ ବିବାଦ ଟ୍ରିବୁନାଲ ତ ୫୦ଟି ପ୍ରସଙ୍ଗ ବିଚାର ପାଇଁ ଚିହ୍ନଟ କରିଥିଲା। ସେଥିରେ ବି ଗୋଟିଏ ମଧ୍ୟ ବନ୍ୟା ସମ୍ବନ୍ଧିତ ନ ଥିଲା। ନର୍ମଦା ନଦୀ ଜଳ ବିବାଦ
ଟ୍ରିବୁନାଲ ବି ସେହି ଭାଗବଣ୍ଟା କଥା ହିଁ ବୁଝିଥିଲା, ବନ୍ୟାର କୌଣସି ଚର୍ଚ୍ଚା
ହିଁ ନ ଥିଲା। ମହାନଦୀ କ୍ଷେତ୍ରରେ ତାହା ହୋଇପାରିବ ନାହିଁ।
ନଦୀ ପ୍ରାଧିକରଣ ମାଧ୍ୟମରେ ଜଳ ଉପରେ ଅଧିକାର ଜାହିର କରିବା ମଣିଷର ନିଜ
ଆସ୍ପର୍ଦ୍ଧାର ପରିପ୍ରକାଶ ଅଟେ। ଆମେ ଭାରତୀୟ ସଂସ୍କୃତିର ଦ୍ୱାହି ଦେଉ। ସେହି ସଂସ୍କୃତି ତ ନଦୀକୁ ‘ମା’ ବୋଲି ବିଚାର କରେ। ଯଦି ଆମେ ଭାରତୀୟ ସଂସ୍କୃତିକୁ ନେଇ ଏତେ ଗର୍ବ କରୁଛୁ ତେବେ ଆମ ମା ଉପରେ ଭାଗ ବସାଇ
ତାହାକୁ ଶୋଷଣ କରି ନିଃଶେଷ କରିଦେବାର ପ୍ରୟାସ କାହିଁକି କରୁଛୁ? ନଦୀ ଆମ ସଂସ୍କୃତିର ଓ ଚଳଣିର ସୁଚକ। ଆମର ବଂଚି ରହିବା ପାଇଁ ଶିରାପ୍ରଶିରାରେ ଯେମିତି
ରକ୍ତ ବହିବା ଦରକାର, ସେମିତି ଆମର ସଭ୍ୟତା ବଞ୍ଚିରହିବା ପାଇଁ ନଦୀରେ ପାଣି
ବହିବା ଦରକାର। ଆମ ସରକାର ମାନେ ଏହି ଚିନ୍ତା ରଖନ୍ତୁ, ମହାନଦୀରେ ଭାଗ ବସାଇବା ଛାଡ଼ନ୍ତୁ।
( This article was originally published in Dharitri in my Op-Ed column 'Tatwa O Tarka' on 27.12.2017. That can be accessed at http://www.dharitri.com/e-Paper/Bhubaneswar/271217/p6.htm )
Monday, December 25, 2017
ମହାନଦୀ ବିବାଦ - ଖାଲି ଉପଯୋଗକୁ ନେଇ ଲଢ଼ ନାହିଁ, ବନ୍ୟା କଥା ବି ଭାବ
ମହାନଦୀ ଯେତେବେଳେ ଆମର ଜୀବନ ରେଖା,
ତାହାରି ଚର୍ଚ୍ଚା ନିଶ୍ଚିତ
ଭାବରେ ପ୍ରମୁଖତାର ସହ ହେବା କଥା। କିନ୍ତୁ ଚର୍ଚ୍ଚା କେତେ ଗମ୍ଭୀରତା ସହ ହେଉଛି ତାହାକୁ ନେଇ ସଂଶୟ ହେଉଛି। ଉଭୟ ପକ୍ଷରୁ କେବଳ ଉଦ୍ଭଟ ପରିସଂଖ୍ୟାନ ଓ ଅବାନ୍ତର ଯୁକ୍ତି ଆସୁନି, ବନ୍ୟାର ଚିନ୍ତା ହିଁ କୋଣଠେସା ହୋଇଯାଇଛି। ପ୍ରଥମେ ଚର୍ଚ୍ଚା କରିବା
ଦିଆଯାଉଥିବା କିଛି ଯୁକ୍ତିର।
୨୦୧୬ ସେପ୍ଟେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ
ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ନିଜର ଦଳବଳ ସହ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ
ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେହି ସଭାର ବିବରଣୀରୁ ପ୍ରଦାନ କରାଯାଇଥିବା ବିଭିନ୍ନ ପକ୍ଷର ତଥ୍ୟ ଓ
ଯୁକ୍ତି ଦେଖିଲା ପରେ ସେମାନେ ପ୍ରଦାନ କରିଥିବା ଅଙ୍କ ଓ ପରିସଂଖ୍ୟାନରେ କେତେ ଯେ ବିଭ୍ରାନ୍ତି
ରହିଛି ତାହାରି ସୂଚନା ମିଳୁଛି। ଉକ୍ତ ବୈଠକରେ କେନ୍ଦ୍ର ଜଳ ଆୟୋଗ ସୂଚନା ଦେଇଥିଲେ ଯେ ହୀରାକୁଦର ଉପରମୁଣ୍ଡରେ ଆୟୋଗ
ଦ୍ୱାରା ପରିଚାଳିତ ତିନିଟି ପ୍ରବାହ ମାପକ କେନ୍ଦ୍ରରୁ
ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଥିବାର କୌଣସି ସୂଚନା ମିଳୁନାହିଁ। ଛତିଶଗଡ ସରକାର ବି
ହୀରାକୁଦ ଉପରମୁଣ୍ଡରେ ବସନ୍ତପୁର ଠାରେ ଥିବା ଆୟୋଗର ମାପକ କେନ୍ଦ୍ରର ତଥ୍ୟକୁ ଆୟୁଧ କରି
ବିଭିନ୍ନ ଦଶନ୍ଧିର ହାରାହାରି ବାହାର କରି କହିଲେ ଯେ ନଦୀରେ ହାରାହାରି ଜଳପ୍ରବାହ ହ୍ରାସ
ପାଇନାହିଁ। ଏତେ ବନ୍ଧବାଡ ପରେ ବି ପ୍ରବାହ ହ୍ରାସ ହୋଇନାହିଁ? ଓଡିଶା ସରକାରଙ୍କ ପରିସଂଖ୍ୟାନ କିନ୍ତୁ ପୁରା ଓଲଟା
କଥା କହିଲା। ଓଡିଶା ସରକାର ୧୯୯୦-୯୧ ବର୍ଷରୁ ୨୦୧୩-୧୪ବର୍ଷରେ
ଅଣ-ମୌସୁମୀ ପ୍ରବାହର ଗ୍ରାଫ ଦର୍ଶାଇ କହିଲେ ଯେ ହୀରାକୁଦକୁ ପ୍ରବାହ କ୍ରମାଗତ ଭାବରେ ହ୍ରାସ
ପାଇ ଚାଲିଛି। ଆମେ ବି ଓଡିଶା ସରକାରଠାରୁ ସୂଚନା ଅଧିକାର ଆଇନ
ମାଧ୍ୟମରେ ପ୍ରାପ୍ତ ତଥ୍ୟକୁ ହିସାବ କରି ଦେଖିଲୁ ଯେ ହୀରାକୁଦ ଜଳଭଣ୍ଡାରକୁ ବାର୍ଷିକ
ଜଳପ୍ରବାହର ୧୦ ବର୍ଷିଆ ଚଳମାନ ହାରାହାରି କ୍ରମାଗତ ଭାବରେ କମି ୧୯୬୮ ମସିହାର ୩୦.୬୨ ନିୟୁତ ଏକର
ଫୁଟରୁ ଖସି ୨୦୧୬ ମସିହା ବେଳକୁ ୨୧.୯୫ ନିୟୁତ ଏକର ଫୁଟକୁ ପହଞ୍ଚି ସାରିଥିଲା। ଅର୍ଥାତ, ୧୯୬୮ ମସିହାର ପୂର୍ବ ୧୦ବର୍ଷର ହାରାହାରି ପ୍ରବାହ
ପାଖାପାଖି ତିନି ଭାଗରୁ ଭାଗେ ହ୍ରାସ ପାଇଛି। ଏହା କୌଣସି ହିସାବରେ ବି
ଆଦୌ କମ୍ ବା ସାଧାରଣ ନୁହେଁ।
କାହାର ପରିସଂଖ୍ୟାନ ଠିକ, କାହାର ଭୁଲ ଜାଣିବାର ଅବକାଶ ଆମପାଖରେ ନାହିଁ। ତେବେ ଓଡିଶା ସରକାର ସେହି ବୈଠକରେ ଏମିତି ପରିସଂଖ୍ୟାନ ଦେଇଛନ୍ତି ଯାହା ଆହୁରି
ଦୁର୍ବୋଧ୍ୟ। ଓଡିଶା ସରକାର କହିଥିଲେ ଯେ ଛତିଶଗଡ ତାହାର ବର୍ତ୍ତମାନ ତିଆରି ଚାଲିଥିବା ଓ ପ୍ରସ୍ତାବିତ
ଥିବା ପ୍ରକଳ୍ପଗୁଡିକ ମାଧ୍ୟମରେ ୧୯.୧୮ ନିୟୁତ ଏକର ଫୁଟ ଅଧିକ ଜଳ ବ୍ୟବହାର କରିବାର ଯୋଜନା
ରଖିଛି ଯାହା ବର୍ତ୍ତମାନ ଛତିଶଗଡରୁ ଓଡିଶାକୁ
ଆସୁଥିବା ୧୫.୬ ନିୟୁତ ଏକର ଫୁଟରୁ ଢ଼େର ଅଧିକ। ଏପରି ତଥ୍ୟ ଆଶ୍ଚର୍ଯ୍ୟଜନକ
କାରଣ ଏହାର ଅନ୍ୟ ଅର୍ଥ ହେଲା ଯେ ହୀରାକୁଦକୁ ବୁନ୍ଦାଏ ବି ପାଣି ଆସିବ ନାହିଁ। ଓଡିଶା ସରକାର ଯୁକ୍ତି
କରିଛନ୍ତି ଯେ ଛତିଶଗଡର ମହାନଦୀ ଅବବାହିକାରେ ଯେତିକି ଜଳ ନାହିଁ ତାହାଠାରୁ ଅଧିକ ଜଳ ଉପଯୋଗ
କରିବାର ଯୋଜନା କରିଛି ଛତିଶଗଡ ସରକାର। ଯଦି ଛତିଶଗଡ ସରକାର ଏମିତି ଯୋଜନା କରିଛନ୍ତି ତେବେ ଓଡିଶା ସରକାର ତାହାକୁ ରାଜ୍ୟର
ସମସ୍ତଙ୍କୁ ଜଣାଇବା ଦରକାର, କିନ୍ତୁ ତାହାକୁ ନିଜର ୱେବସାଇଟରେ ମଧ୍ୟ ପ୍ରଦାନ
କରୁନାହାନ୍ତି। ତେବେ, ଏମିତି ତଥ୍ୟ ଓ ପରିସଂଖ୍ୟାନ କ’ଣ ସତ୍ୟ ଓ ବାସ୍ତବ ହୋଇପାରେ? ଛତିଶଗଡ ସରକାର ଓ କେନ୍ଦ୍ର ଜଳଆୟୋଗ କହୁଛନ୍ତି ଯେ ମହାନଦୀରେ ଜଳପ୍ରବାହରେ କିଛି ପରିବର୍ତ୍ତନ
ହୋଇ ନାହିଁ। ଓଡିଶା ସରକାର କହୁଛନ୍ତି ଯେ ଛତିଶଗଡ଼ର ଯୋଜନା
ଅନୁସାରେ ମହାନଦୀର ବୁନ୍ଦାଏ ବି ପାଣି ଛତିଶଗଡରୁ ଓଡିଶାକୁ ଆସିବ ନାହିଁ। ଉଭୟ ରାଜ୍ୟ ପ୍ରଦାନ କରୁଥିବା ଯୁକ୍ତି ଅତି ଭ୍ରମାତ୍ମକ। ସରକାରମାନେ ଏମିତି ଭ୍ରମପୂର୍ଣ୍ଣ ତଥ୍ୟ ଆଦୌ ଦେବାକଥା
ନୁହେଁ, କିନ୍ତୁ ଦେଉଛନ୍ତି ଓ ଦେଇଚାଲିଛନ୍ତି।
ସାରା ସମାଜ ଯେତେବେଳେ ସମ୍ପତ୍ତିଲୋଭୀ ହୋଇସାରିଲାଣି, ସରକାରମାନେ ବା
ତହିଁରୁ ବାଦ ଯାଆନ୍ତେ କିପରି? ଆଇନ ଓ ପରମ୍ପରା ଅନୁସାରେ ସରକାର ହେଉଛନ୍ତି ନଦୀର
ସଂରକ୍ଷକ। ସରକାର ମାଲିକ ନୁହନ୍ତି। କିନ୍ତୁ
ସରକାରମାନେ ଏମିତି ବ୍ୟବହାର କରୁଛନ୍ତି ଯେମିତି ନଦୀ ତାଙ୍କ ସମ୍ପତ୍ତି ଓ ସେହି ସମ୍ପତ୍ତିକୁ
ଉପଭୋଗ କରିବା ହିଁ ତାଙ୍କର ପ୍ରଥମ କର୍ତ୍ତବ୍ୟ। ମହାନଦୀ କ୍ଷେତ୍ରରେ ବି
ସେୟା ହେଉଛି। ମହାନଦୀରୁ କିଏ କେତେ ପାଣି ନେବ ତାହାକୁ ନେଇ କଜିଆ
ଚାଲିଛି। ଏସବୁ ଭିତରେ, ଓଡିଶା ସରକାର ଅବଶ୍ୟ ଛତିଶଗଡ ସରକାରଠାରୁ ଅନ୍ତତଃ
ଗୋଟିଏ ପ୍ରସଙ୍ଗରେ ନିଜର ଭିନ୍ନତା ପ୍ରକଟ କରିଛନ୍ତି। ଓଡିଶା ସରକାର ଏହା
ବି ଦାବି କରିଛନ୍ତି ଯେ ମହାନଦୀରେ ପାଣି ବହିବା ଦରକାର। ଓଡିଶା ସରକାର
ନଦୀର ପରିବେଶିକ ଆବଶ୍ୟକତାକୁ ବିଶଦରେ ନହେଲେ ବି ଦର୍ଶାଇଛନ୍ତି। ଏବେ ମହାନଦୀ ପ୍ରାଧିକରଣର ଗଠନକୁ ନେଇ ରାଜନୀତି ସରଗରମ
ହୋଇଛି। ଭାରତରେ ଆଜିସୁଦ୍ଧା ଗଠିତ ହୋଇଥିବା ଏମିତି ଗୋଟିଏ ବି
ନଦୀ ପ୍ରାଧିକରଣ ନାହିଁ ଯେଉଁଠି ନଦୀ ଜଳ ଉପରେ ନିଜର ଅଧିକାର ଭିନ୍ନ ବା ତାହାରି ଉପଭୋଗ ଭିନ୍ନ ଅନ୍ୟ
କିଛି ଦାବି ଉଠିଛି। ଯଦି ଓଡିଶା ପରିବେଶର ଦାବି ଉଠାଇବ ତେବେ ତାହା ପ୍ରଥମ ହେବ।
ତେବେ, ଜଳପ୍ରବାହ ହ୍ରାସ ଚିନ୍ତାରେ ବିବ୍ରତ ଓଡିଶା ସରକାର ଏହା ବୋଧହୁଏ ଆଦୌ ବିଚାର କରିନାହାନ୍ତି
ଯେ ଜଳପ୍ରବାହରେ ହ୍ରାସ ତାହାପାଇଁ ଏକମାତ୍ର ବିପଦ ନୁହେଁ। ଛତିଶଗଡରେ
ବିଭିନ୍ନ ବନ୍ଧବାଡ କାରଣରୁ ମହାନଦୀରେ ବନ୍ୟାର ପ୍ରଶମନ ଓ ନିରାକରଣ ଆହୁରି ଜଟିଳ, ଖୁବ ଜଟିଳ ହେବାକୁ ଯାଉଛି। ଅନ୍ୟ ଭାବରେ କହିଲେ ଓଡ଼ିଶାରେ ବନ୍ୟା ବିପଦ ଆହୁରି ଭୟଙ୍କର ହେବାକୁ ଯାଉଛି। ଓଡିଶା ସରକାର ଭୁଲିବା କଥା
ନୁହେଁ ଯେ ମହାନଦୀରେ ମୋଟ ଜଳପ୍ରବାହରେ ହ୍ରାସ ହେବାସହ ଗୋଟିଏ ଦଶନ୍ଧି ଭିତରେ ଅନ୍ତତଃ ତିନିଟି ବିଶାଳ
ବନ୍ୟା ବି ଆସିଛି। ତିନିଟି ଯାକ ବନ୍ୟା ହୀରାକୁଦ ଜଳଭଣ୍ଡାର କାରଣରୁ
ଆହୁରି ଭୟଙ୍କର ହୋଇଥିବାର ଅଭିଯୋଗ ହୋଇଛି, ତହିଁରୁ ଗୋଟିଏକୁ
ମହାଲେଖାଗାର ମଧ୍ୟ ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୦୮, ୨୦୧୧ ଓ ୨୦୧୪ ମସିହାରେ ହୀରାକୁଦରେ ପାଣି ଭରିହୋଇଥିବା ବେଳେ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ
ଆସିଥିଲା। ହୀରାକୁଦ କେବଳ ସମ୍ଭାଳିବାରେ ଅକ୍ଷମ ହୋଇଥିଲା ନୁହେଁ, ଆହୁରି ଅତିରିକ୍ତ ପାଣି ଛାଡିଥିଲା। ଫଳରେ ତଳମୁଣ୍ଡରେ ଭୀଷଣ ବନ୍ୟାମାନ ସୃଷ୍ଟି ହୋଇଥିଲା। ଆହୁରି ଉଦାହରଣ ଅଛି। ୧୯୯୮ ମସିହା ଜାନୁଆରୀ ମାସରେ ହୀରାକୁଦ ସାମାନ୍ୟ
ବନ୍ୟାଜଳ ପ୍ରବେଶକୁ ଅଟକାଇ ପାରିଲାନି,
ହଠାତ ବନ୍ୟାଜଳ ନିଷ୍କାସନ
କଲା ଯହିଁରେ ୭ଜଣ ଇଂଜିନିୟରିଂ ଛାତ୍ରଙ୍କ ଅମୁଲ୍ୟ ଜୀବନ ଚାଲିଗଲା। ଉପରମୁଣ୍ଡରେ
ଯାହାସବୁ ବନ୍ଧବାଡ ହେଉଛି ସବୁ ଜଳ ଉପଯୋଗ ପାଇଁ। ବନ୍ୟା ପ୍ରତିରୋଧ ପାଇଁ
ନୁହେଁ। ଜଳଭଣ୍ଡାରକୁ ଭରିବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ରହିବ। ସେଗୁଡିକ ପୁରାଥିବା ବେଳେ ଯଦି ବର୍ଷା ଆସେ ତେବେ ସେମାନେ କେବଳ ଉପରୁ ଆସୁଥିବା ବନ୍ୟାଜଳ
ଛାଡ଼ିବେ ନାହିଁ, ତା'ସହିତ ବନ୍ଧକୁ
ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ଜଳ ଛାଡ଼ିବେ। ଏହା ହୀରାକୁଦଠାରେ ବନ୍ୟା ନିୟନ୍ତ୍ରଣକୁ ବେହାଲ କରିଦେବା ସହ ତଳମୁଣ୍ଡରେ
ବିପର୍ଯ୍ୟୟ ଘଟାଇବ।
ମହାନଦୀ ଏକ ବଡ ପ୍ରସଙ୍ଗ। କିନ୍ତୁ, ଓଡିଶା ସରକାର
ତାଙ୍କର ଯୁକ୍ତିକୁ ଆହୁରି ବ୍ୟବସ୍ଥିତ ଓ ପରିବର୍ଦ୍ଧିତ କରିବା ଆବଶ୍ୟକତା ରହିଛି। ଜଳପ୍ରବାହର ହ୍ରାସ ସହିତ
ପରିବେଶ ଓ ବନ୍ୟା ଚିନ୍ତା ବି ଯୋଡିବା ଦରକାର। ଖାଲି ଜଳ ବ୍ୟବହାର ଚିନ୍ତା
ରହିଲେ ରାଜ୍ୟର ଓ ମହାନଦୀର କ୍ଷତି ହେବା ଥୟ।
(This article was published in my Dharitri Op-Ed column 'Tatwa O Tarka' on December 13, 2017. That can be accessed at http://www.dharitri.com/e-Paper/Bhubaneswar/131217/p6.htm )
Monday, December 11, 2017
Mahanadi River Dispute - Flood is the major concern, not flow reduction
Yearly inflow to Hirakud varies a lot. But it is true that inflow is continuously declining. The 10-yr moving average in the attached graph clearly shows a declining trend.
But, isn't it true that such decline is true in case of most rivers?
Our greed and climate change are thinning flows in almost all rivers.
Flow reduction is only a minor concern. Storages upstream of Hirakud and a total lack of information exchange is going to doom us. Flood in Mahanadi is going to be a far bigger threat.
Unfortunately, you or your engineers have not given a thought to that.
Your government's Water Resources Department Government of Odisha has many top engineers. I hope they will appropriately give it a thought and brief you, the people of Odisha and the nation.
(The graph has used information provided by Water Resources Department Government of Odisha )
(From my Facebook post: https://www.facebook.com/photo.php?fbid=1688315637874770&set=a.146842925355390.22046.100000890494702&type=3&theater )
ମଣିଷର ଦୁର୍ବୁଦ୍ଧିଆ ଚଳ
କଳ ଯଦି କେବେ ହୁଏ ଖଳ
ନିଶ୍ଚୟ ପଛରେ ଥିବ ମଣିଷର ଦୁର୍ବୁଦ୍ଧିଆ ଚଳ...
ନିଶ୍ଚୟ ପଛରେ ଥିବ ମଣିଷର ଦୁର୍ବୁଦ୍ଧିଆ ଚଳ...
ପୁଚକୁନା ଯଦି ହେଉଥାଏ ଜଳ
ନିଶ୍ଚୟ ପଛରେ ଥିବ ମଣିଷର ଦୁର୍ଗନ୍ଧିଆ ମଳ...
ନିଶ୍ଚୟ ପଛରେ ଥିବ ମଣିଷର ଦୁର୍ଗନ୍ଧିଆ ମଳ...
(Location: The place where PHED of Housing & Urban Development Department, Govt. of Odisha draws water for drinking water supply to Sonepur town)
Subscribe to:
Posts (Atom)