Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Saturday, August 6, 2022

ଦୁର୍ମୂଲ୍ୟ ଜୀବନ ବିତୁ ଧରମେ


ଜୀବ ଯେତେ ଛନ୍ତି ଧରା ଧାମେ
ଜୀବନ ଜିଅନ୍ତି ବଡ଼ ଭରମେ
ମୁଁ-କାର ବଡ଼ିମା ବାହି ଅଧମେ
ଆତ୍ମ-ଚିନ୍ତେ ସାରା ଜନମ ଗମେ...



ଦେଖ ନିରେଖି ଛଟାକୁ ତୁମେ
ପ୍ରଭୁଙ୍କ ତୁଳୀରେ ଗଗନ ଝୁମେ
ସପ୍ତରଙ୍ଗ ଛିଟା ବଳୟ ଚୁମେ
କୃପା ଢାଳୁଛନ୍ତି ପ୍ରଭୁ ପରମେ...

 

 

କରି ମନ ବୁଦ୍ଧି ସ୍ଥିର ଚରମେ
ଜିଇଁ ନିଜ ସହ ସଭିଙ୍କ ପ୍ରେମେ
ଶାନ୍ତି ପ୍ରୀତି ବାଣ୍ଟି ଚାଲିବା ଧୀମେ
ଦୁର୍ମୂଲ୍ୟ ଜୀବନ ବିତୁ ଧରମେ

 

(Some thoughts that came to mind seeing the amazingly colourful evening sky on 5th August 2022 at Sambalpur)

 


No comments:

Post a Comment