(ଗତ ଚାରି ବର୍ଷରେ ଚାଷୀର ଆୟ ଯେଉଁଠି ଥିଲା ସେଇଠି ହିଁ ଅଛି କିନ୍ତୁ ମୁକେଶ୍ ଅମ୍ବାନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨ବର୍ଷରୁ କମ୍ ସମୟରେ ଦୁଇଗୁଣା ବଢି ସାରିଛି)
ସାରା ଭାରତରେ ସମଗ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯେତିକି ମୋଟ ମୂଲ୍ୟ ବା ଉତ୍ପାଦ ବଢ଼ିଛି (ଇଂରାଜୀରେ ଯାହାକୁ ‘ଗ୍ରସ ଭାଲ୍ୟୁ ଆଡେଡ (ଜି.ଭି.ଏ.)’ କୁହାଯାଏ) ତାହା ଭାରତର କେବଳ ଜଣେ ବ୍ୟକ୍ତିର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ସହ ପ୍ରାୟ ସମାନ। ଭାରତ ସରକାର ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଦେଇଥିବା ତଥ୍ୟ ଅନୁସାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜି.ଭି.ଏ.ରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ବଢ଼ିଛି। ଖୁବ୍ ନିକଟରେ ଫୋର୍ବସ ଜାରି କରିଥିବା ଧନୀ ତାଲିକା ଅନୁସାରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଗତ ବର୍ଷେରେ ବଡ଼ିଛି ୧.୧୦ ଲକ୍ଷ କୋଟି ଟଙ୍କା। ଅମ୍ବାନୀଙ୍କ ପୁରା ପରିବାରର ସମ୍ପତ୍ତି ମିଶାଇ ଦେଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ମୋଟ ବୃଦ୍ଧି ତୁଳନାରେ ମୁକେଶ ଅମ୍ବାନୀଙ୍କ ପରିବାରର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ଅନେକ ଅଧିକ ହୋଇଯିବ। ମାତ୍ର ଦୁଇ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ବଡ଼ିଛି ଦୁଇ ଗୁଣରୁ ଅଧିକ। କେବଳ ବିଗତ ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ୧.୭୩ ଗୁଣ ବା ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି। ଧନାଢ଼୍ୟ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏମିତି ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୫ ତୁଳନାରେ ୨୦୨୨ ମସିହା ସୁଦ୍ଧା, ସାତ ବର୍ଷରେ, ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅଭିପ୍ରାୟ ଫଳ ମୁହାଁ ହେବାର ସଙ୍କେତ ବି ଏଯାଏ ମିଳି ନାହିଁ।
କୃଷକଙ୍କ ଆୟ ଦୁଇଗଣା କେମିତି କରିେହେବ ତାହା ଦେଖିବା ପାଇଁ ଭାରତ ସରକାର ଅଶୋକ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟୀ କହେ ଯେ ଭାରତର ପ୍ରାୟ ୧୧.୯ କୋଟି ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ୨୦୧୫-୧୬ ବର୍ଷରେ ୯୬,୭୦୩ ଟଙ୍କା ଥିଲା। ସେହି ବର୍ଷଠାରୁ ଦୁଇ ବର୍ଷ ଗଡ଼ି ସାରିଲାଣି। ଆୟ ବଢୁଛି ନା ନାହିଁ ତାହାର କୌଣସି ସୂଚନା ସରକାରଙ୍କ ତରଫରୁ ମିଳୁ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଆଜିର କମ୍ପ୍ୟୁଟର ଯୁଗରେ ମଧ୍ୟ ସରକାର ଚାଷୀ ପରିବାରର ଆୟର ହିସାବ ପେଡ଼ି ପ୍ରସ୍ତୁତ କରିପାରି ନାହାନ୍ତି। ଦଲୱାଇ କମିଟୀ ଯେଉଁ ହିସାବ ଦେଇଛନ୍ତିି ତାହା ଏକ ନମୁନା ସର୍ବେକ୍ଷଣର ତଥ୍ୟ। ନମୁନା ସର୍ବେକ୍ଷଣ ବେଳେବେଳେ ବାସ୍ତବତାରୁ ଟିକେ ନୁହେଁ, ଅନେକ ଭିନ୍ନ ହୋଇଥାଏ। ଯଦି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରଖାଯାଇଛି ତେବେ ଭାରତ ସରକାର ଏମିତି ବ୍ୟବସ୍ଥା କରିବା ଦରକାର ଯେଉଁଠି ପ୍ରତି ବର୍ଷ ଚାଷୀଙ୍କ ଆୟରେ କେତେ ବୃଦ୍ଧି ଘଟି କୋଉଠି ପହଞ୍ଚିଲା ତାହା ରୋକଠୋକ୍ ଜଣାପଡିଯିବ। କିନ୍ତୁ ସରକାର ଏଯାଏ ସେମିତି ବ୍ୟବସ୍ଥା କରି ନାହାନ୍ତି। କରିବେ ଭଳି ବି ଜଣା ପଡ଼ୁନାହିଁ। ଚଳିତ ବର୍ଷ ଯେମିତି ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଘୋଷଣା କରିଦେଲେ ଯେ ସରକାର ଅଧିକାଂଶ ଫସଲ ପାଇଁ ଚାଷ ଖର୍ଚ୍ଚର ଦେଢ଼ଗୁଣା ସର୍ବନିମ୍ନ ସହାୟକ ଦର ଦେଇ ସାରିଛନ୍ତି, ସେମିତି ଗୋଟିଏ ଦିନ ଆସିବ ସରକାର ଘୋଷଣା କରିଦେବେ ଯେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଗଲା। ଲୋକେ କାବା ହେବେ ଯାହା। ଏହା ଜଳଜଳ ଦେଖା ଦେଲାଣି ଯେ ଚାଷୀଙ୍କୁ ଦେଡ଼ଗୁଣା ଦର ନିଶ୍ଚିତ କରିସାରିଥିବା ଭଳି ଡାହା ମିଛକୁ ସରକାର ଯେଉଁଭଳି ତଥ୍ୟ ଓ ପରିସଂଖ୍ୟାନର ଖୋଳରେ ଢାଙ୍କିବାର ଚେଷ୍ଟା କଲେ ସେହିଭଳି ଚେଷ୍ଟା ଚାଷୀଙ୍କ ଆୟ ଦୁଇଗଣ ହୋଇଗଲା ବୋଲି ଘୋଷଣା କରିବାରେ ବି ହେବ। କାରଣ, ଚାଷୀଙ୍କ ଆୟ ଯେଉଁଠି ଥିଲା ଏବେ ବି ସେଇଠି ଅଛି।
ଦଲୱାଇ କମିଟୀଙ୍କ ହିସାବ ଅନୁସାରେ ଚାଷୀ ପରିବାରର ପ୍ରକୃତ ଆୟ ପ୍ରତି ବର୍ଷ ହାରାହାରି ୧୦.୪୧% ହାରରେ ବଡ଼ିଲେ ହିଁ ୨୦୨୨-୨୩ ବର୍ଷ ସୁଦ୍ଧା ଆୟ ଦୁଇଗଣା ହେବ। ଚଳନ୍ତି ଆୟରୁ ମୁଦ୍ରାସ୍ପୀତି ଓ ଦରବୃଦ୍ଧିକୁ କାଟିବା ପରେ ଯେଉଁ ଆୟ ରହିଲା ତାହାହେଲା ପ୍ରକୃତ ଆୟ। ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟର ପ୍ରଥମ ଅଧ୍ୟାୟରେ ହିଁ ଭାରତ ସରକାର କହିଛନ୍ତି ଯେ, ‘ବିଗତ ଚାରି ବର୍ଷରେ କୃଷି କ୍ଷେତ୍ରର ପ୍ରକୃତ ଉତ୍ପାଦ ଓ କୃଷି କ୍ଷେତ୍ରର ପ୍ରକୃତ ଆୟ ସ୍ଥିର ରହିଛି’। ଅନ୍ୟ ଭାବରେ କହିଲେ କୃଷି ଉତ୍ପାଦ ଓ ଆୟ ବଢ଼ି ନାହିଁ। ସେହି ସର୍ଭେ ରିପୋର୍ଟରେ ଆଉ ଏକ ବଡ଼ିଆ ଗ୍ରାଫ ଅଛି। ସେହି ଗ୍ରାଫରେ ୨୦୫୫-୫୬ ମସିହାରୁ ୨୦୧୭-୧୮ ମସିହା ଯାଏ କୃଷି କ୍ଷେତ୍ରର ପ୍ରକୃତ ଜି.ଭି.ଏ.ରେ ବୃଦ୍ଧିହାରର ପାଞ୍ଚବର୍ଷିଆ ଚଳମାନ ହାରାହାରି ବା ମୁଭିଙ୍ଗ ଆଭରେଜ କେତେ ରହିଥିଲା ତାହା ଦର୍ଶାଯାଇଛି। ସେହି ଗ୍ରାଫ ଅନୁସାରେ ସବୁଠାରୁ ଅଧିକ ପ୍ରକୃତ ଜି.ଭି.ଏ. ବୃଦ୍ଧି ହାର ସବୁଜ ବିପ୍ଲବ ସମୟରେ ରହିଥିଲା କିନ୍ତୁ ତାହା ମଧ୍ୟ ୬% ଡେଇଁ ପାରି ନଥିଲା। ବିଗତ ତିନି ବର୍ଷରେ ପ୍ରକୃତ ଜି.ଭି.ଏ.ର ଚଳମାନ ବୃଦ୍ଧି ହାର ପ୍ରାୟ ୨.୫% ପ୍ରତିଶତ ହିଁ ରହିଛି। ଆୟ ଦୁଇଗଣା କରିବା ପାଇଁ ଆବଶ୍ୟକତା ଅଛି ୧୦.୪% ବୃଦ୍ଧିହାରର ଅଛି କିନ୍ତୁ ବିଗତ ତିନି ବର୍ଷରେ ପ୍ରକୃତ ବୃଦ୍ଧିହାର ରହିଛି ମୋଟେ ୨.୫%। କେମିତି ଚାଷୀ ଆୟ ଦୁଇଗୁଣା ହେବ ବୋଲି ସରକାର ଏବେ ମଧ୍ୟ କହୁଛନ୍ତୁି ତାହା ଆଦୌ ବୁଝି ହେଉନାହିଁ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖାଲି ସେତିକି କୁହାଯାଇ ନାହିଁ, ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ‘ଜଳବାୟୁ ପରିବର୍ତ୍ତନ କାରଣରୁ କୃଷି କ୍ଷେତ୍ରରୁ ଆୟରେ ହାରାହାରି ୧୫ରୁ ୧୮% ହ୍ରାସ ଘଟିପାରେ। ଅଣଜଳସେଚିତ ଅଞ୍ଚଳରେ ଆୟରେ ହ୍ରାସର ମାତ୍ରା ୨୦-୨୫% ପର୍ଯ୍ୟନ୍ତ ହୋଇପାରେ।’ ଏହା ଦର୍ଶାଇ ସର୍ଭେ କହିଛି ଯେ ଏହି କାରଣରୁ କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ସହଜ ନୁହେଁ ଓ ତାହା ହାସଲ କରିବା ଅଭିଯାନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ଏକରେ ଯେତିକି ଆୟ ବଢ଼଼ିବା କଥା ତାହା ହେଉ ନାହିଁ ଏବଂ ତହିଁରେ ପୁଣି ଜଳବାୟୁ ପରିବର୍ତ୍ତନ କାରଣରୁ ଆୟ କମିବ ବୋଲି କୁହାଗଲାଣି। ଚାଷୀଙ୍କ ଆୟ ଦୁଇଗୁଣା ହେବା କଥା ଚୁଲିକୁ ଯିବା ନିଶ୍ଚିତ ଜଣା ପଡିଲାଣି।
ଏବେ ଚାଷ ସବୁଠାରୁ ନିକମା ଜୀବିକା ହୋଇଗଲାଣି। କିନ୍ତୁ ନିକମା ହୋଇ ବି ଦେଶର ଏକ ବହୁତ ବଡ଼ ଭାଗ ଚାଷରୁ ହିଁ ଯାହା କିଛି ବି ହେଉ ପଛେ ରୋଜଗାର ଟିକକ ଜୁଟାନ୍ତି ଓ ଦେଶକୁ ଖାଦ୍ୟ ଯୋଗାନ୍ତି। ଦେଶର ତାଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିଛି। ତେଣୁ, ଆୟ ଦୁଇଗୁଣା କରିବା, ଖର୍ଚ୍ଚର ଦେଡ଼ଗୁଣା ଦର ଦେବା ଭଳି ଭେଳିକି ନ କରି ସରକାର ଚାଷୀଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବାର ଯୋଜନା କରିବା ଆବଶ୍ୟକ। ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ କହିଛି ଯେ, ‘ବିଜୁଳୀ ଓ ସାର ଆଦିରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ପ୍ରତ୍ୟକ୍ଷ ଆୟ ସହାୟତା ଦେବାର ଆବଶ୍ୟକତା ରହିଛି’। ଚାଷୀ ଖାଲି ଚାଷ ଖର୍ଚ୍ଚ ଉଠାଇ କିଛି ଲାଭ ପାଇଲେ ଚଳିବ ନାହିଁ, ତାକୁ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ସ୍ୱୀକୃତି ଆବଶ୍ୟକ। ସରକାର ସେହି ଦିଗରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରଦର୍ଶିତ କରିବା ଦରକାର। ସରକାରଙ୍କ ଚାଷୀଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା କେତେ ଅଛି ଜଣା ପଡ଼ୁନାହିଁ କିନ୍ତୁ କର୍ପୋରେଟ ଜଗତ ପ୍ରତି ତାଙ୍କ ସୁଦୃଷ୍ଟିରୁ ପୁଳାପୁଳା ଅମ୍ବାନୀ ଆଦାନୀ ସୃଷ୍ଟି ହୋଇଚାଲିଛନ୍ତି। ଭାରତ ଭଳି ଏକ ଦେଶରେ ଥିବା ସାଂଘାତିକ ବୈଷମ୍ୟତାକୁ ଏହା ଆହୁରି ବ୍ୟାପକ କରୁଛି ଓ କୃଷି କ୍ଷେତ୍ର ପାଇଁ ଭୀଷଣ ବିପଦ ଆଣୁଛି।
(This article was originally published in my fortnightly column in Dharitri 'Tatwa O Tarka' on 14th March 2018. That can be accessed at: http://www.dharitri.com/e-Paper/Bhubaneswar/140318/p6.htm)

No comments:
Post a Comment