Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Wednesday, March 28, 2018

ଦରକାର ସିନ୍ଧୁ କିନ୍ତୁ ପାନୀୟ ଜଳ ଯୋଗାଣ ବଢ଼ୁଛି ବିନ୍ଦୁରେ


ବଜେଟ ଅଭିଭାଷଣରେ ଓଡ଼ିଶାର ଅର୍ଥମନ୍ତ୍ରୀ  ବିଗତ ୧୭ ବର୍ଷରେ ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା ପାଉଥିବା ଜନସଂଖ୍ୟା ଗ୍ରାମଞ୍ଚଳରେ ୪ ଲକ୍ଷରୁ ବଢ଼ି ୧୫୦ ଲକ୍ଷରେ ଓ ସହରାଞ୍ଚଳରେ ୩୧ ଲକ୍ଷରୁ ବଢ଼ି ୬୬ ଲକ୍ଷରେ ପହଞ୍ଚିଛି ବୋଲି କହିବା ଶୁଣି ଅନେକ ଆଖି ନିଶ୍ଚୟ ଖୋସି ହୋଇଯାଇଥିବ ଚାରି ଲକ୍ଷରୁ ୧୫୦ ଲକ୍ଷ କହିଲେ ପ୍ରାୟ  ୩୬୫୦% ବୃଦ୍ଧି ପାଇଛି ଯଦି ଏହି ତଥ୍ୟ ଠିକ୍ ତାହାହେଲେ ଏହି ୧୭ ବର୍ଷରେ ଲୋକଙ୍କୁ ପାଇପ ପାଣିର ସୁବିଧା ଯୋଗାଣ ପ୍ରତିବର୍ଷ ହାରାହାରି ଭାବରେ ୨୩.୮% ହାରରେ ବଢ଼ିଛି ଏବେ ଲୋକେ ଆଶ୍ଚର୍ଯ୍ୟ ହେବେ ଯେ ଯଦି ସେତିକି ହାରରେ ଲୋକଙ୍କୁ ପାଇପ ଜଳ ଯୋଗାଣ ସୁବିଧା ବଢ଼ିଛି ତେବେ ମାନ୍ୟବର ଅର୍ଥମନ୍ତ୍ରୀ ଚଳିତ ବର୍ଷର ଅଭିଭାଷଣରେ କାହିଁକି କହିଲେ ଯେ ଆସନ୍ତା ୨୦୧୮-୧୯ ବର୍ଷରେ ପାଇପ ଜଳ ବ୍ୟବସ୍ଥାର ପହଞ୍ଚ ୧୦% ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବୁ! ଏହି ବୃଦ୍ଧିର ଲକ୍ଷ୍ୟ ତାହା ହେଲେ ତ ପୂର୍ବ ବର୍ଷମାନଙ୍କରେ ହାସଲ ହୋଇଥିବା ବୃଦ୍ଧିହାରଠାରୁ ଢେର କମ୍! ଅଡ଼ୁଆ ରହୁଛି ସେଇଠି ମୂଳ କମ୍ ବା ଛୋଟ ଥିଲେ ଅଧିକ ବୃଦ୍ଧିହାର ହାସଲ କରିବା ପାଇଁ ଅଧିକ ପରିଶ୍ରମ ପଡ଼େ ନାହିଁ କିନ୍ତୁ ମୂଳ ବଡ ହୋଇଗଲେ ପରିଶ୍ରମ ଅଧିକ ଲାଗେ ଗୋଟିଏ ଉଦାହରଣରୁ ଏହା ଦେଖିବା ଧରନ୍ତୁ, ୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଥିଲା   ପରବର୍ତ୍ତୀ ବର୍ଷ ଆଉ ୫ଟି ବଢ଼ି ୧୦ଟି ପ୍ରକଳ୍ପ ହେଲା ଏହା କହିହେବ ଯେ ୧୦୦% ବଢ଼ିଗଲା ସେତିକି ବୃଦ୍ଧିହାର ପରବର୍ତ୍ତୀ ବର୍ଷ ହାସଲ କରିବା ପାଇଁ ୫ଟି ନୁହେଁ, ୧୦ଟି ପ୍ରକଳ୍ପ ଦରକାର ହେବ ଖୁବ୍ ଛୋଟ ମୂଳ ହୋଇଥିବାରୁ ଓଡ଼ିଶାର ପାଇପ ଜଳ ଯୋଗାଣରେ ହୋଇଥିବା ବୃଦ୍ଧି ଖୁବ୍ ବଡ଼ ଲାଗୁଛି କିନ୍ତୁ ସରକାରଙ୍କ ସେହିଭଳି ଅଙ୍କ ପ୍ରଦାନ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ବିକଳ ଅବସ୍ଥାକୁ ଆଦୌ ପ୍ରତିଫଳିତ କରୁନାହିଁ


ଗତ ଜାନୁୟାରୀ ୧ ତାରିଖରେ ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ଏକ ଉତ୍ତର ଅନୁସାରେ ଓଡ଼ିଶାର ଗ୍ରାମଞ୍ଚଳର ୧କୋଟି ୬୨ ଲକ୍ଷ ଲୋକଙ୍କ ପାଇଁ ପାଇପ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ଏହା ମୋଟ ଗ୍ରାମ୍ୟ ଜନସଂଖ୍ୟାର ଅଧାରୁ କମ୍ ହେଲେ ବି ଆଖିଦୃଶିଆ ଲାଗୁଛି କିନ୍ତୁ ଏହି ତଥ୍ୟ ବି ବାସ୍ତବତାର ପ୍ରତିଫଳନ ନୁହେଁ କାରଣ ଗାଁ ବା ବସତିରେ ପାଇପ ଜଳ ପ୍ରକଳ୍ପଟେ ହୋଇଗଲେ ବସତିର ସମସ୍ତଙ୍କୁ ପାଇପ ଜଳ ବ୍ୟବସ୍ଥା ହୋଇଗଲା ବୋଲି ଧରି ନିଆଯାଏ ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ସେହି ଉତ୍ତରରୁ ଏହା ବି ଜଣାପଡ଼େ ଯେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମାତ୍ର ୨୬% ବସତିକୁ ହିଁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ପହଞ୍ଚିପାରିଛି ଏହା ଜଣାଏ ଯେ ବଡ଼ ବସତିରେ ପାଇପ ପାଣିର ବ୍ୟବସ୍ଥା ଅଧିକ ହୋଇଛି ତେବେ, ଏହି ସଂଖ୍ୟା ବି ବାସ୍ତବତାର ସମ୍ପୂର୍ଣ୍ଣ ପ୍ରତିଫଳନ ନୁହେଁ କାରଣ ତାହା ଲୋକେ କେଉଁ ସ୍ତରରେ ଓ କେତେ ମାତ୍ରାରେ ପାଇପ ଜଳ ଯୋଗଣ ବ୍ୟବସ୍ଥାକୁ ହାସଲ କରିପାରୁଛନ୍ତି ତାହା ଦେଖାଉ ନାହିଁ  ଗତ ଫେବୃୟାରୀ ୬ ତାରିଖରେ ରାଜ୍ୟସଭାରେ ଆଉ ଏକ ଉତ୍ତର ରଖି ସରକାର କହିଥିଲେ ଯେ ଓଡ଼ିଶାର ୨,୦୫,୫୮୪ ଗ୍ରାମ୍ୟ ପରିବାର ପାଖରେ ହିଁ ଘରୋଇ ପାଇପ ସଂଯୋଗ ରହିଛି ଏହା ବୋଧହୁଏ ପୁରୁଣା ତଥ୍ୟ ଥିଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ ୨୦୧୮ ମସିହାର ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ୩,୦୪,୦୦୬ଟି ପରିବାର ପାଖରେ ହିଁ ଘରୋଇ ପାଇପ ଜଳ ସଂଯୋଗ ଥିଲା ଏହି ସଂଖ୍ୟା ହିଁ ବାସ୍ତବତାର ପ୍ରତିଫଳନ ଅଟେ ଏହି ସଂଖ୍ୟା ଜଣାଏ ଯେ ରାଜ୍ୟର ମାତ୍ର ୩.୭୩% ଗ୍ରାମ୍ୟ ପରିବାର ପାଖରେ ହିଁ ଘରୋଇ ପାଇପ ସଂଯୋଗ ଥିଲା ଆହୁରି ବିକଟ ସ୍ଥିତି ଅଛି ରାଜ୍ୟର ୮ଟି ଜିଲ୍ଲାର ଗ୍ରାମଞ୍ଚଳରେ ଘରୋଇ ସଂଯୋଗ ୧%ରୁ ମଧ୍ୟ କମ୍ ଗ୍ରାମ୍ୟ ପରିବାର ପାଖରେ ଉପଲବ୍ଧ ଅଛି ଏହା ହେଲା ଓଡ଼ିଶାର ନିଚ୍ଛକ ବାସ୍ତବତା

ଏମିତି ଏକ ବିକଟ ସ୍ଥିତିକୁ ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଉଜାଗର କରିଥିଲେ ଭଲ ହୋଇଥାନ୍ତା   କିନ୍ତୁ ତାହା ନ କରି ସେ କହିଲେ ଯେ ୨୦୧୮-୧୯ ବର୍ଷରେ ଅଧିକ ୧୦% ଲୋକଙ୍କୁ ପାଣି ଯୋଗାଇଦେବୁ ଯେହେତୁ ସେ ଖାଲି ଗ୍ରାମ୍ୟ ବୋଲି କହିନାହାନ୍ତି ଏହାକୁ ରାଜ୍ୟର ସମସ୍ତ ଗ୍ରାମ୍ୟ ଓ ସହରୀ ଜନସଂଖ୍ୟା ବୋଲି ବୁଝାଯିବ ଗାଁ ବା ବସ୍ତିରେ ପ୍ରକଳ୍ପଟିଏ କରି ସାରା ଗାଁର ସମସ୍ତ ଲୋକଙ୍କୁ ପାଣି ଯୋଗାହୋଇଛି ବୋଲି ସରକାର ଧରି ନିଅନ୍ତି ସେହିଭଳି ବିଚାରରେ ମଧ୍ୟ ୨୦୧୮-୧୯ ବର୍ଷରେ ଉଭୟ ଗ୍ରାମ୍ୟ ଓ ସହରରେ ପାଇପ ପାଣିର ପହଞ୍ଚ ବର୍ତ୍ତମାନର ୨.୧୬ କୋଟି ଲୋକରୁ ଆଉ ପ୍ରାୟ ୨୨ କୋଟି ବଢି ପ୍ରାୟ ୨.୩୮ କୋଟି ଲୋକଙ୍କ ପାଖରେ ହିଁ ପହଞ୍ଚିପାରିବ ଏମିତିରେ ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ପାଇପ ପାଣି ପହଞ୍ଚିବ କେବେକାରଣ, ସେତିକି ବଢ଼ି ମଧ୍ୟ ତାହା ରାଜ୍ୟର ବର୍ତ୍ତମାନ ଜନସଂଖ୍ୟାର ଅଧାରୁ ତଥାପି ବି କମ୍ ହେବ ଲୋକଙ୍କ ପାଖରେ ପାଇପ ଜଳ ପହଞ୍ଚାଇବାର ସ୍ଥିତି ଏମିତି ବିକଟ ଥିବା ବେଳେ ପ୍ରତି ପରିବାର ପାଖରେ ଘରୋଇ ପାଇପ ସଂଯୋଗ ପହଞ୍ଚାଇବାର ଯୋଉ ଲକ୍ଷ୍ୟ ଥିଲା ତାହାର ସ୍ଥିତି ବିଷୟରେ କହିବା ପାଇଁ ମନ୍ତ୍ରୀ ତନ୍ତ୍ରୀଙ୍କର ସାହସ ନ ରହିବା ସ୍ୱାଭାବିକ ଅନ୍ୟ ସଂଖ୍ୟା ଦେଇ ଭୂଲାଇ ଦେବା କଥା    

୨୦୧୧ ମସିହାରେ କେନ୍ଦ୍ର ସରକାର ଏକ ଷ୍ଟ୍ରାଟେଜିକ ପ୍ଲାନପ୍ରସ୍ତୁତ କରିଥିଲେ ସେଥିରେ ଲକ୍ଷ୍ୟ ଥିଲା ଯେ  ୨୦୧୭ ସୁଦ୍ଧା ୫୫% ଗ୍ରାମ୍ୟ ପରିବାର ପାଖରେ ପାଇପ ଜଳ ଯୋଗାଣର ପହଞ୍ଚ ଥିବ ଓ ଅନ୍ୟୁନ ୩୫% ଗ୍ରାମ୍ୟ ପରିବାର ନିଜର ଘରେ ଘରୋଇ ଟ୍ୟାପ ସଂଯୋଗ ପାଉଥିବେ ୨୦୧୭ ସରିଗଲା କିନ୍ତୁ ଓଡ଼ିଶାରେ ଟ୍ୟାପ ସଂଯୋଗ ପାଇଥିବା ଗ୍ରାମ୍ୟ ପରିବାର ସଂଖ୍ୟା  ଲକ୍ଷ୍ୟର ଦଶଭାଗର ଭାଗେରେ ରହିଗଲା ସେହି ଷ୍ଟ୍ରାଟେଜିକ ପ୍ଲାନରେ ୨୦୨୨ ସୁଦ୍ଧା ଅନ୍ୟୁନ ୮୦% ପରିବାର ପାଖରେ ଘରୋଇ ଟ୍ୟାପ ସଂଯୋଗ ପହଞ୍ଚାଯିବ ବୋଲି ଲକ୍ଷ୍ୟ ଅଛି ଚଳିତ ବର୍ଷକୁ ମିଶାଇ ଆଉ ୪ବର୍ଷ ରହିଲା ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତିବର୍ଷ ହାରାହାରି ୩୯ ଲକ୍ଷ ପରିବାର ପାଖରେ ଟ୍ୟାପ ସଂଯୋଗ ପହଞ୍ଚିବା ଦରକାର ଅନ୍ୟଭାବରେ କହିଲେ ଏବେ ସାରା ଓଡ଼ିଶାରେ ମୋଟରେ ଯେତିକି ଗ୍ରାମ୍ୟ ପରିବାର ପାଖରେ ଟ୍ୟାପ ସଂଯୋଗ ଅଛି, ଆଗାମୀ ଚାରି ବର୍ଷର ପ୍ରତ୍ୟେକ ବର୍ଷରେ ତାହାର ୧୩ଗୁଣା ଅଧିକ ପରିବାର ପାଖରେ ଟ୍ୟାପ ସଂଯୋଗ ପହଞ୍ଚିବା ଦରକାର ଅଛି ଓଡିଶା ସରକାରଙ୍କ ବଜେଟ ଓ ବିଗତ ବର୍ଷମାନଙ୍କର ଗତି ଦେଖି ତାହା ମୁଙ୍ଗେରୀଲାଲର ସୁନେଲୀ ସ୍ୱପ୍ନ ଭଳି ଲାଗିଲାଣି

୨୦୧୮-୧୯ ବର୍ଷର ବଜେଟରେ ବିଭିନ୍ନ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବଜେଟ ତଥା ଅନ୍ୟ ସୂତ୍ରରୁ ଜୁଟାଇ ସମୁଦାୟ ୩,୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି ଦୂର୍ଭାଗ୍ୟ ଯେ କେନ୍ଦ୍ର ସରକାର ଗ୍ରାମ୍ୟ ଜଳଯୋଗାଣ ପାଇଁ ପାଣ୍ଠି ଯୋଗାଣକୁ ଖୁବ୍ ସୀମିତ କରିସାରିଛନ୍ତି ତେଣୁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ଆହୁରି ବଢ଼ି ଯାଇଛି ମରାମତି ଦେଖରେଖ ପାଇଁ ବରାଦ ବ୍ୟତୀତ ଅର୍ଥ କମିଶନରୁ ପ୍ରାପ୍ତ ଅର୍ଥର ଅନ୍ୟୁନ ୩୦% ପାନୀୟ ଜଳ ପାଇଁ ଖର୍ଚ୍ଚ ହେବ ପଇସା ଅଛି, କିଛି ଉଦ୍ୟମ ଓ ଲକ୍ଷ୍ୟର ଅଭାବ ଅଛି କେତେ ବସ୍ତିରେ ବା କେତେ ଲୋକଙ୍କ ପାଖରେ ପାଣି ପହଞ୍ଚିଲା ନୁହଁ, କେତେ ଘରେ ଟ୍ୟାପ ଲାଗିଲା ତାହା ମାପକାଠି ହେବା ଦରକାର  

(This article was originally published in my fortnightly column 'Tatwa O Tarka' in Dhartri on March 28, 2018. You may access that article at http://www.dharitri.com/e-Paper/Bhubaneswar/280318/p6.htm (

Tuesday, March 20, 2018

ଚାଷୀର ଝୋଲା ମେଲା, ଅମ୍ବାନୀର ପୁଳାପୁଳା

(ଗତ ଚାରି ବର୍ଷରେ ଚାଷୀର ଆୟ ଯେଉଁଠି ଥିଲା ସେଇଠି ହିଁ ଅଛି କିନ୍ତୁ ମୁକେଶ୍ ଅମ୍ବାନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨ବର୍ଷରୁ କମ୍ ସମୟରେ ଦୁଇଗୁଣା ବଢି ସାରିଛି)


ସାରା ଭାରତରେ ସମଗ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯେତିକି ମୋଟ ମୂଲ୍ୟ ବା ଉତ୍ପାଦ ବଢ଼ିଛି (ଇଂରାଜୀରେ ଯାହାକୁ ‘ଗ୍ରସ ଭାଲ୍ୟୁ ଆଡେଡ (ଜି.ଭି.ଏ.)’ କୁହାଯାଏ) ତାହା ଭାରତର କେବଳ ଜଣେ ବ୍ୟକ୍ତିର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ସହ ପ୍ରାୟ ସମାନ।  ଭାରତ ସରକାର ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଦେଇଥିବା ତଥ୍ୟ ଅନୁସାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜି.ଭି.ଏ.ରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା  ବଢ଼ିଛି। ଖୁବ୍ ନିକଟରେ ଫୋର୍ବସ ଜାରି କରିଥିବା ଧନୀ ତାଲିକା ଅନୁସାରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଗତ ବର୍ଷେରେ ବଡ଼ିଛି ୧.୧୦ ଲକ୍ଷ କୋଟି ଟଙ୍କା। ଅମ୍ବାନୀଙ୍କ ପୁରା ପରିବାରର ସମ୍ପତ୍ତି ମିଶାଇ ଦେଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ମୋଟ ବୃଦ୍ଧି ତୁଳନାରେ ମୁକେଶ ଅମ୍ବାନୀଙ୍କ ପରିବାରର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ଅନେକ ଅଧିକ ହୋଇଯିବ। ମାତ୍ର ଦୁଇ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ବଡ଼ିଛି ଦୁଇ ଗୁଣରୁ ଅଧିକ। କେବଳ ବିଗତ ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ୧.୭୩ ଗୁଣ ବା ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି। ଧନାଢ଼୍ୟ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏମିତି ବୃଦ୍ଧି ଘଟି ଚାଲିଥିବା ବେଳେ ୨୦୧୫ ତୁଳନାରେ ୨୦୨୨ ମସିହା ସୁଦ୍ଧା, ସାତ ବର୍ଷରେ, ଚାଷୀଙ୍କ ଆୟ ଦୁଇଗୁଣା କରିବାର ଅଭିପ୍ରାୟ ଫଳ ମୁହାଁ ହେବାର ସଙ୍କେତ ବି ଏଯାଏ ମିଳି ନାହିଁ। 


କୃଷକଙ୍କ ଆୟ ଦୁଇଗଣା କେମିତି କରିେହେବ ତାହା ଦେଖିବା ପାଇଁ ଭାରତ ସରକାର ଅଶୋକ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟୀ କହେ ଯେ ଭାରତର ପ୍ରାୟ ୧୧.୯ କୋଟି ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ୨୦୧୫-୧୬ ବର୍ଷରେ ୯୬,୭୦୩ ଟଙ୍କା ଥିଲା। ସେହି ବର୍ଷଠାରୁ ଦୁଇ ବର୍ଷ ଗଡ଼ି ସାରିଲାଣି। ଆୟ ବଢୁଛି ନା ନାହିଁ ତାହାର କୌଣସି ସୂଚନା ସରକାରଙ୍କ ତରଫରୁ ମିଳୁ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଆଜିର କମ୍ପ୍ୟୁଟର ଯୁଗରେ ମଧ୍ୟ ସରକାର ଚାଷୀ ପରିବାରର ଆୟର ହିସାବ ପେଡ଼ି ପ୍ରସ୍ତୁତ କରିପାରି ନାହାନ୍ତି। ଦଲୱାଇ କମିଟୀ ଯେଉଁ ହିସାବ ଦେଇଛନ୍ତିି ତାହା ଏକ ନମୁନା ସର୍ବେକ୍ଷଣର ତଥ୍ୟ। ନମୁନା ସର୍ବେକ୍ଷଣ ବେଳେବେଳେ ବାସ୍ତବତାରୁ ଟିକେ ନୁହେଁ, ଅନେକ ଭିନ୍ନ ହୋଇଥାଏ। ଯଦି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରଖାଯାଇଛି ତେବେ ଭାରତ ସରକାର ଏମିତି ବ୍ୟବସ୍ଥା କରିବା ଦରକାର ଯେଉଁଠି ପ୍ରତି ବର୍ଷ ଚାଷୀଙ୍କ ଆୟରେ କେତେ ବୃଦ୍ଧି ଘଟି କୋଉଠି ପହଞ୍ଚିଲା ତାହା ରୋକଠୋକ୍ ଜଣାପଡିଯିବ। କିନ୍ତୁ ସରକାର ଏଯାଏ ସେମିତି ବ୍ୟବସ୍ଥା କରି ନାହାନ୍ତି। କରିବେ ଭଳି ବି ଜଣା ପଡ଼ୁନାହିଁ। ଚଳିତ ବର୍ଷ ଯେମିତି ଲୋକସଭାରେ ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଘୋଷଣା କରିଦେଲେ ଯେ ସରକାର ଅଧିକାଂଶ ଫସଲ ପାଇଁ ଚାଷ ଖର୍ଚ୍ଚର ଦେଢ଼ଗୁଣା ସର୍ବନିମ୍ନ ସହାୟକ ଦର ଦେଇ ସାରିଛନ୍ତି, ସେମିତି ଗୋଟିଏ ଦିନ ଆସିବ ସରକାର ଘୋଷଣା କରିଦେବେ ଯେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଗଲା। ଲୋକେ କାବା ହେବେ ଯାହା। ଏହା ଜଳଜଳ ଦେଖା ଦେଲାଣି ଯେ ଚାଷୀଙ୍କୁ ଦେଡ଼ଗୁଣା ଦର ନିଶ୍ଚିତ କରିସାରିଥିବା ଭଳି ଡାହା ମିଛକୁ ସରକାର ଯେଉଁଭଳି ତଥ୍ୟ ଓ ପରିସଂଖ୍ୟାନର ଖୋଳରେ ଢାଙ୍କିବାର ଚେଷ୍ଟା କଲେ ସେହିଭଳି ଚେଷ୍ଟା ଚାଷୀଙ୍କ ଆୟ ଦୁଇଗଣ ହୋଇଗଲା ବୋଲି ଘୋଷଣା କରିବାରେ ବି ହେବ।  କାରଣ, ଚାଷୀଙ୍କ ଆୟ ଯେଉଁଠି ଥିଲା ଏବେ ବି ସେଇଠି ଅଛି। 

ଦଲୱାଇ କମିଟୀଙ୍କ ହିସାବ ଅନୁସାରେ ଚାଷୀ ପରିବାରର ପ୍ରକୃତ ଆୟ ପ୍ରତି ବର୍ଷ ହାରାହାରି ୧୦.୪୧% ହାରରେ ବଡ଼ିଲେ ହିଁ ୨୦୨୨-୨୩ ବର୍ଷ ସୁଦ୍ଧା ଆୟ ଦୁଇଗଣା ହେବ। ଚଳନ୍ତି ଆୟରୁ ମୁଦ୍ରାସ୍ପୀତି ଓ ଦରବୃଦ୍ଧିକୁ କାଟିବା ପରେ ଯେଉଁ ଆୟ ରହିଲା ତାହାହେଲା ପ୍ରକୃତ ଆୟ। ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟର ପ୍ରଥମ ଅଧ୍ୟାୟରେ ହିଁ ଭାରତ ସରକାର କହିଛନ୍ତି ଯେ, ‘ବିଗତ ଚାରି ବର୍ଷରେ କୃଷି କ୍ଷେତ୍ରର ପ୍ରକୃତ ଉତ୍ପାଦ ଓ କୃଷି କ୍ଷେତ୍ରର ପ୍ରକୃତ ଆୟ ସ୍ଥିର ରହିଛି’। ଅନ୍ୟ ଭାବରେ କହିଲେ କୃଷି ଉତ୍ପାଦ ଓ ଆୟ ବଢ଼ି ନାହିଁ। ସେହି ସର୍ଭେ ରିପୋର୍ଟରେ ଆଉ ଏକ ବଡ଼ିଆ ଗ୍ରାଫ ଅଛି। ସେହି ଗ୍ରାଫରେ ୨୦୫୫-୫୬ ମସିହାରୁ ୨୦୧୭-୧୮ ମସିହା ଯାଏ କୃଷି କ୍ଷେତ୍ରର ପ୍ରକୃତ ଜି.ଭି.ଏ.ରେ ବୃଦ୍ଧିହାରର ପାଞ୍ଚବର୍ଷିଆ ଚଳମାନ ହାରାହାରି ବା ମୁଭିଙ୍ଗ ଆଭରେଜ କେତେ ରହିଥିଲା ତାହା ଦର୍ଶାଯାଇଛି। ସେହି ଗ୍ରାଫ ଅନୁସାରେ ସବୁଠାରୁ ଅଧିକ ପ୍ରକୃତ ଜି.ଭି.ଏ. ବୃଦ୍ଧି ହାର ସବୁଜ ବିପ୍ଲବ ସମୟରେ ରହିଥିଲା କିନ୍ତୁ ତାହା ମଧ୍ୟ ୬% ଡେଇଁ ପାରି ନଥିଲା। ବିଗତ ତିନି ବର୍ଷରେ ପ୍ରକୃତ ଜି.ଭି.ଏ.ର ଚଳମାନ ବୃଦ୍ଧି ହାର ପ୍ରାୟ ୨.୫% ପ୍ରତିଶତ ହିଁ ରହିଛି। ଆୟ ଦୁଇଗଣା କରିବା ପାଇଁ ଆବଶ୍ୟକତା ଅଛି ୧୦.୪% ବୃଦ୍ଧିହାରର ଅଛି କିନ୍ତୁ ବିଗତ ତିନି ବର୍ଷରେ ପ୍ରକୃତ ବୃଦ୍ଧିହାର ରହିଛି ମୋଟେ ୨.୫%। କେମିତି ଚାଷୀ ଆୟ ଦୁଇଗୁଣା ହେବ ବୋଲି ସରକାର ଏବେ ମଧ୍ୟ କହୁଛନ୍ତୁି ତାହା ଆଦୌ ବୁଝି ହେଉନାହିଁ।


ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖାଲି ସେତିକି କୁହାଯାଇ ନାହିଁ, ସେଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ‘ଜଳବାୟୁ ପରିବର୍ତ୍ତନ କାରଣରୁ କୃଷି କ୍ଷେତ୍ରରୁ ଆୟରେ ହାରାହାରି ୧୫ରୁ ୧୮% ହ୍ରାସ ଘଟିପାରେ। ଅଣଜଳସେଚିତ ଅଞ୍ଚଳରେ ଆୟରେ ହ୍ରାସର ମାତ୍ରା ୨୦-୨୫% ପର୍ଯ୍ୟନ୍ତ ହୋଇପାରେ।’ ଏହା ଦର୍ଶାଇ ସର୍ଭେ କହିଛି ଯେ ଏହି କାରଣରୁ କୃଷକଙ୍କ ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ସହଜ ନୁହେଁ ଓ ତାହା ହାସଲ କରିବା ଅଭିଯାନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି। ଏକରେ ଯେତିକି ଆୟ ବଢ଼଼ିବା କଥା ତାହା ହେଉ ନାହିଁ ଏବଂ ତହିଁରେ ପୁଣି ଜଳବାୟୁ ପରିବର୍ତ୍ତନ କାରଣରୁ ଆୟ କମିବ ବୋଲି କୁହାଗଲାଣି। ଚାଷୀଙ୍କ ଆୟ ଦୁଇଗୁଣା ହେବା କଥା ଚୁଲିକୁ ଯିବା ନିଶ୍ଚିତ ଜଣା ପଡିଲାଣି।


ଏବେ ଚାଷ ସବୁଠାରୁ ନିକମା ଜୀବିକା ହୋଇଗଲାଣି। କିନ୍ତୁ ନିକମା ହୋଇ ବି ଦେଶର ଏକ ବହୁତ ବଡ଼ ଭାଗ ଚାଷରୁ ହିଁ ଯାହା କିଛି ବି ହେଉ ପଛେ ରୋଜଗାର ଟିକକ ଜୁଟାନ୍ତି ଓ ଦେଶକୁ ଖାଦ୍ୟ ଯୋଗାନ୍ତି। ଦେଶର ତାଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିଛି। ତେଣୁ, ଆୟ ଦୁଇଗୁଣା କରିବା, ଖର୍ଚ୍ଚର ଦେଡ଼ଗୁଣା ଦର ଦେବା ଭଳି ଭେଳିକି ନ କରି ସରକାର ଚାଷୀଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ଯୋଗାଇବାର ଯୋଜନା କରିବା ଆବଶ୍ୟକ। ଚଳିତ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ କହିଛି ଯେ, ‘ବିଜୁଳୀ ଓ ସାର ଆଦିରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ପ୍ରତ୍ୟକ୍ଷ ଆୟ ସହାୟତା ଦେବାର ଆବଶ୍ୟକତା ରହିଛି’। ଚାଷୀ ଖାଲି ଚାଷ ଖର୍ଚ୍ଚ ଉଠାଇ କିଛି ଲାଭ ପାଇଲେ ଚଳିବ ନାହିଁ, ତାକୁ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ସ୍ୱୀକୃତି ଆବଶ୍ୟକ। ସରକାର ସେହି ଦିଗରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରଦର୍ଶିତ କରିବା ଦରକାର। ସରକାରଙ୍କ ଚାଷୀଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା କେତେ ଅଛି ଜଣା ପଡ଼ୁନାହିଁ କିନ୍ତୁ କର୍ପୋରେଟ ଜଗତ ପ୍ରତି ତାଙ୍କ ସୁଦୃଷ୍ଟିରୁ ପୁଳାପୁଳା ଅମ୍ବାନୀ ଆଦାନୀ ସୃଷ୍ଟି ହୋଇଚାଲିଛନ୍ତି। ଭାରତ ଭଳି ଏକ ଦେଶରେ ଥିବା ସାଂଘାତିକ ବୈଷମ୍ୟତାକୁ ଏହା ଆହୁରି ବ୍ୟାପକ କରୁଛି ଓ କୃଷି କ୍ଷେତ୍ର ପାଇଁ ଭୀଷଣ ବିପଦ ଆଣୁଛି। 

(This article was originally published in my fortnightly column in Dharitri 'Tatwa O Tarka' on 14th March 2018. That can be accessed at: http://www.dharitri.com/e-Paper/Bhubaneswar/140318/p6.htm)