Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Wednesday, June 28, 2017

ଇଏ ଯଦି ଜଳସେଚନ ଯୋଜନା, ପ୍ରଭୁ ହିଁ ଆମ ଭରସା

ଗୋଟିଏ ସାମାନ୍ୟ ବର୍ଷରେ ୩୬୫ ଦିନ ଓ ଅଧିବର୍ଷରେ ୩୬୬ ଦିନ ବୋଲି ଆମେ ଜାଣୁ କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବଲାଙ୍ଗିର ଜିଲ୍ଲା ଜଳସେଚନ ଯୋଜନା ଅନୁସାରେ ସେହି ଜିଲ୍ଲାରେ ବର୍ଷରେ ୮୩୪.୪ ଦିନ ବର୍ଷା ହୁଏ ତାହା କୁଆଡେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ହେଉଥିବା ବର୍ଷା ଦିନ ତୁଳନାରେ କମ ଅର୍ଥାତଅନ୍ୟ ଜିଲ୍ଲାମାନଙ୍କରେ ତାହାହେଲେ ୮୩୪ ଦିନରୁ ବି ଅଧିକ ବର୍ଷା ହୁଏ ବଲାଙ୍ଗୀର ଜଳସେଚନ ଯୋଜନା ଆହୁରି କହୁଛି ବଲାଙ୍ଗୀର ଜିଲ୍ଲାରେ ୧୮,୦୪୫ ମିଲିମିଟର ବର୍ଷା ହୁଏ  ଅର୍ଥାତଓଡ଼ିଶାରେ ବର୍ଷଯାକରେ ଯେତିକି ହାରାହାରି ବର୍ଷା ହୁଏ ତାହାର ପ୍ରାୟ ୧୩ଗୁଣ ଅଧିକ ବର୍ଷା ବଲାଙ୍ଗିର ଜିଲ୍ଲାରେ ହୁଏ ମେଘାଳୟର ମାସିରାମ ଗ୍ରାମରେ ବାର୍ଷିକ ହାରାହାରି ୧୧,୮୭୩ ମିଲିମିଟର ବର୍ଷା ହୁଏ ଯାହା କେବଳ ଭାରତ ନୁହେଁ ସାରା ପୃଥିବୀର ସବୁଠାରୁ ଅଧିକ ବର୍ଷୁଥିବା ଅଂଚଳ ଭାବରେ ଗଣ୍ୟ ଦ୍ଵିତୀୟ ସର୍ବାଧିକ ବର୍ଷା ଚେରାପୁଞ୍ଜିରେ ହୋଇଥାଏବଲାଙ୍ଗିର ଜିଲ୍ଲା ଜଳସେଚନ ଯୋଜନା ଅନୁସାରେ କିନ୍ତୁ ମାସିରାମରେ ହେଉଥିବା ବର୍ଷାର ଦେଢ଼ ଗୁଣାରୁ ବି ଅଧିକ ବର୍ଷା ବଲାଙ୍ଗୀରରେ ହୋଇଥାଏଏତିକି ହୋଇ ବି ବଲାଙ୍ଗୀର ଯୋଜନା କହିଛି ଯେ ବଲାଙ୍ଗିରରେ ହେଉଥିବା ବର୍ଷା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ କମ ଏକଥା ଶୁଣି ନିଜ ମୁଣ୍ଡର ଚୁଟି ଟାଣୁଛନ୍ତିରହିଯାଆନ୍ତୁଆହୁରି ଆସିଛି ସମ୍ବଲପୁର ଜିଲ୍ଲା ଜଳସେଚନ ଯୋଜନା ଅନୁସାରେ ଜିଲ୍ଲାର ଯୁଜୁମୁରା ବ୍ଲକରେ ବର୍ଷରେ ନୁହେଁ ମାସରେ ହାରାହାରି ୧୩,୨୬୦ ମିଲିମିଟର ବର୍ଷା ହୁଏ ଅର୍ଥାତମାସିରାମ ସାରା ବର୍ଷରେ ଯେତେ ବର୍ଷା ପାଇଥାଏଯୁଜୁମୁରାରେ ଗୋଟିଏ ମାସରେ ତାହାଠାରୁ ଅଧିକ ବର୍ଷା ହୁଏ। 
ଜୁନ ୨୮, ୨୦୧୭ ତାରିଖ; ଧରିତ୍ରୀ ସମ୍ପାଦକୀୟ ପୃଷ୍ଠା 


ବର୍ଷା କଥା ଜାଣିଲେଏବେ ଜଳସେଚନ ତଥ୍ୟକୁ ଆସିବା ସୋନପୁର ଜିଲ୍ଲା ଜଳସେଚନ ଯୋଜନାରେ କୁହାହୋଇଛି ଯେ ଜିଲ୍ଲାରେ ଖରିଫ ଓ ରବି ଋତୁକୁ ମିଶାଇ ହେକ୍ଟର ପ୍ରତି ୨୦୧୪୪୮୪ ବିସିଏମ (ବିଲିୟନ କ୍ୟୁବିକ ମିଟର) ଜଳ ଭୁପୃଷ୍ଠ ଉତ୍ସରୁ ଜଳସେଚନ ପାଇଁ ମିଳୁଛି ଏବେ ଆପଣ ଜାଣିବାକୁ ଆଗ୍ରହୀ ହେବେ ଯେ ଏତିକି ଜଳ କେତେ ହେବସୋନପୁର ଯୋଜନାରେ ଭୁପୃଷ୍ଠ ଉତ୍ସରୁ ଗୋଟିଏ ହେକ୍ଟର ଜମିକୁ ଯେତେ ପାଣି ଜଳସେଚନ ପାଇଁ ମିଳେ ବୋଲି କୁହାହୋଇଛିତାହା ଯଦି ସତ୍ୟ ତେବେ ସୋନପୁର ଜିଲ୍ଲାର ପ୍ରତି ଜମିରେ ୨୦୧୫ ଲକ୍ଷ କିଲୋମିଟର ଉଚ୍ଚତାର ହିଡ଼ ଦରକାର ହେବ ଅନ୍ୟ ଏକ ହିସାବରେ କହିଲେସାରା ଓଡିଶା ପୁରା ବର୍ଷରେ ଯେତିକି ଜଳ ତାହାର ସମୁଦାୟ ଅଂଚଳରେ ବର୍ଷାରୁ ପାଇଥାଏସୋନପୁର ଜିଲ୍ଲା ଜଳସେଚନ ଯୋଜନା କହୁଛି ଯେ ସେହି ଜିଲ୍ଲାର ଗୋଟିଏ ହେକ୍ଟର ଜମି ତାହାର ୮୭୨୦ଗୁଣ ଅଧିକ ଜଳ ପାଇଥାଏ ଖାଲି ଭୁ-ପୃଷ୍ଠ ଜଳସେଚନ ଉତ୍ସରୁ ଖାଲି ଭୁପୃଷ୍ଠ ଜଳସେଚନ ବିଷୟରେ ଅସମ୍ଭାଳ କଥା କୁହା ହୋଇନାହିଁ ସୋନପୁର ଜିଲ୍ଲା ଜଳସେଚନ ଯୋଜନା କହୁଛି ଯେ ଜିଲ୍ଲାରେ ବିଭିନ୍ନ ଭୂଗର୍ଭ ଜଳ ଉତ୍ସରୁ ହେକ୍ଟର ପ୍ରତି ୧୬୬୨୮୧ ବିସିଏମ ଜଳ ଯୋଗାଇଦେବାର ବ୍ୟବସ୍ଥା ହୋଇଛି ଗୋଟିଏ ହେକ୍ଟର ଜମିରେ ସେତିକି ଜଳ ଧରି ରଖିବା ପାଇଁ ମାତ୍ର ୨୬୬ ଲକ୍ଷ କିଲୋମିଟର ଉଚ୍ଚତାର ହିଡ଼ ଦରକାର ଏଥିରୁ ବୁଝାପଡୁଛି ଯେସୋନପୁର ଜିଲ୍ଲା ସାରା ଏଡିକି ଉଚ୍ଚତାର ହିଡ଼ସବୁ ଭରିରହିଛି ବୋଧେ ସୋନପୁର ଜିଲ୍ଲା ଜଳସେଚନ ଯୋଜନା ପୁଣି କହୁଛି ଯେ ଜିଲ୍ଲାରେ ଯେତିକି ଭରଣାଯୋଗ୍ୟ ଭୂତଳ ଜଳ ଅଛି ବୋଲି ଆକଳନ ହୋଇଛିତାହାର ୧୨୬.୬୯ ପ୍ରତିଶତ ଜଳ ଉତ୍ତୋଳିତ ହେଉଛି ଅର୍ଥାତଯେତିକି ଭୂତଳ ଜଳ ଅଛି ତାହାଠୁ ବି ଅଧିକ ଜଳ ଉତ୍ତୋଳନ ହେଉଛି ବାଲେଶ୍ବର ଜିଲ୍ଲା ଜଳସେଚନ ଯୋଜନା କହିଛି ଯେ ଜିଲ୍ଲାରେ ବାଲେଶ୍ବର ଜଳ ଯୋଜନା କହେ ଯେ ଜିଲ୍ଲାରେ ଜଳସେଚନ ପାଇଁ ୧.୪୬୪୭୪ ବିସିଏମ ଜଳ ଆବଶ୍ୟକ ଅଛି କିନ୍ତୁ ୧.୬୯୯୪ ବିସିଏମ ଜଳ ଯୋଗାଇଦିଆଯାଉଛି ଅର୍ଥାତ ଜଳସେଚନ ପାଇଁ ଯେତେ ପାଣି ଦରକାର ତାହାଠୁ ଅଧିକ ପାଣି ଯୋଗାଯାଉଛି
ବଲାଙ୍ଗିର ଜିଲ୍ଲା ଜଳସେଚନ ଯୋଜନାରେ ବର୍ଷା ଓ ତାପମାତ୍ରାର ବର୍ଣ୍ଣନା ଥିବା ପୃଷ୍ଠା 

ଜିଲ୍ଲା ଜଳସେଚନ ଯୋଜନମାନଙ୍କରେ ସଂଖ୍ୟା ସବୁକୁ ଖାଲି ବଢ଼ାଇ ଚଢାଇ ଲେଖିଛନ୍ତି ବୋଲି ଯଦି ଆପଣ ଭାବୁଛନ୍ତି ତେବେ ଏବେ ଦେଖନ୍ତୁ ସୋନପୁର ଜିଲ୍ଲା ଜଳସେଚନ ଯୋଜନାର ଗୋଟିଏ ଅଧ୍ୟାୟରେ ଲକ୍ଷଲକ୍ଷ କିଲୋମିଟର ଉଚ୍ଚତାର ହିଡ଼ ଦରକାର କରିବା ଭଳି ଜଳସେଚନର ବ୍ୟବସ୍ଥା ଛି ବୋଲି କୁହାହୋଇଥିବା ବେଳେ ଆଉ ଗୋଟିଏ ଅଧ୍ୟାୟରେ କିନ୍ତୁ କୁହାହୋଇଛି ଯେ ସୋନପୁର ଜିଲ୍ଲାରେ ଭୁପୃଷ୍ଠ ଉତ୍ସରୁ ସୃଷ୍ଟି ହୋଇଥିବା ଜଳସେଚନ କ୍ଷମତା ହେଲା 'ଶୂନ', ଇଂରାଜୀରେ ଜିରୋବା ସରଳ ଓଡ଼ିଆରେ ଆଦୌ ନାହିଁ ଏହାର ଅର୍ଥ ହେଲା ଯେ ମହାନଦୀତେଲଅଙ୍ଗଭଳି ନଦୀ ଯେଉଁ ଜିଲ୍ଲାରେ ବହୁଛିଯେଉଁ ଜିଲ୍ଲାରେ ହୀରାକୁଦ ଓ ହରିହରଜୋର ଭଳି ବଡ ସେଚାଞ୍ଚଳ ଅଛି ତଥା ଯେଉଁଠି ବନ୍ଧକଟାର   ସମ୍ଭାର ଅଛି ସେହି ଜିଲ୍ଲାରେ ଭୁପୃଷ୍ଠ ଉତ୍ସରୁ ଗୋଟିଏ ହେକ୍ଟର ଜମିକୁ ବି ଜଳସେଚନର ବ୍ୟବସ୍ଥା ହୋଇନାହିଁ ବଲାଙ୍ଗୀର ଜିଲ୍ଲା ଜଳସେଚନ ଯୋଜନାରେ କୁହାହୋଇଛି ଯେ ସାରା ବଲାଙ୍ଗୀର ଜିଲ୍ଲାରେ କେବଳ ଚାରିଟି ଗାଁରେ ଜଳସେଚିତ ଅଂଚଳ ବା ଇଂରାଜୀରେ 'କମାଣ୍ଡ ଏରିଆରହିଛି ଯାହାର ମୋଟ ଜଳସେଚିତ କ୍ଷେତ୍ର ହେବ ୭୪.୯୩ ହେକ୍ଟର ଏହାକୁ ସରଳ କରି ଯଦି କହିବା ତେବେ ସାରା ବଲାଙ୍ଗୀର ଜିଲ୍ଲାରେ ଯେତିକି ମୋଟ କମାଣ୍ଡ ଏରିଆ ଅଛି ବୋଲି କୁହା ହୋଇଛି ତାହା ଗୋଟିଏ ହାରାହାରି ଗାଁର ଦୁଇ ଭାଗର ଭାଗେ ବି ଜମି ହେବ ନାହିଁ ଏହା ଅଲଗା କଥା ଯେ ସେହି ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ କହୁଛି ଯେ ବଲାଙ୍ଗୀର ଜିଲ୍ଲାରେ ୨୦୧୫-୧୬ ବର୍ଷା ଶେଷ ସୁଦ୍ଧା ବୃହତ ଓ ମଧ୍ୟମ ଜଳସେଚନ ଯୋଜନାମାନଙ୍କରୁ ୧୫,୪୧୦ ହେକ୍ଟରର ଜଳସେଚନ ବ୍ୟସ୍ଥା ହୋଇସାରିଛି ସେହିଭଳି ଭୁପୃଷ୍ଠ ଉତ୍ସ ଆଧାରିତ କ୍ଷୁଦ୍ର ଜଳସେଚନ ଯୋଜନାରୁ ୨୯,୩୨୪ ହେକ୍ଟର ଜଳସେଚନ ବ୍ୟବସ୍ଥା ହୋଇଛି ଯଦି ଏତେ ଜଳସେଚନ ବ୍ୟବସ୍ଥା ଅଛି ତେବେ କମାଣ୍ଡ ଏରିଆ କେମିତି ୭୪.୯୩ ହେକ୍ଟର ହେଲା ତାହା ଜଳସେଚନ ଯୋଜନା କହିନାହିଁ ସମ୍ବଲପୁର ଜିଲ୍ଲା ଜଳସେଚନ ଯୋଜନା ଗୋଟିଏ ସ୍ଥାନରେ କୁହାହୋଇଛି ଯେ ଜିଲ୍ଲାରେ ଖରିଫ ଋତୁରେ ଜଳସେଚନର ପ୍ରଧାନ ଉତ୍ସ ହେଉଛି ବନ୍ଧ ପୋଖରୀ ଯଦି ତାହା ସତ ତେବେ ସମ୍ବଲପୁର ଜିଲ୍ଲାରେ ବୋଧେ ହୀରାକୁଦର ଜଳସେଚିତ ଅଂଚଳ ନାହିଁ କିନ୍ତୁ ସେହି ଜଳସେଚନ ଯୋଜନାର ଅନ୍ୟ ଏକ ସ୍ଥାନରେ କୁହା ହୋଇଛି ଯେ ଜିଲ୍ଲାରେ ଥିବା ମୋଟ ଜଳସେଚନ ବ୍ୟବସ୍ଥାର ୪୫.୮ ପ୍ରତିଶତ ବୃହତ ଓ ମଧ୍ୟମ ଜଳସେଚନ ଉତ୍ସରୁ ଆସିଛି

ବର୍ଷା ଓ ଜଳସେଚନକୁ ନେଇ ଏମିତିଆ ନିର୍ଘାତିଆ ତଥ୍ୟ ସବୁ ଦେଖି ଯଦି ଆପଣ ଚିନ୍ତାରେ ପଡି ଯାଇଛନ୍ତି ତେବେ ଫସଲ ଓ ଅନ୍ୟ ବିଷୟରେ ଜିଲ୍ଲା ଜଳସେଚନ ଯୋଜନା ଗୁଡିକ ଯେମିତି ଜ୍ଞାନ ସବୁ ବାଣ୍ଟିଛନ୍ତି ତାହା ଜାଣିଲେ ଆପଣ ନିଜର ସାଧାରଣ ଜ୍ଞାନକୁ ନିନ୍ଦିବେ ହିଁ ନିନ୍ଦିବେ ସୋନପୁର ଓ ବଲାଙ୍ଗିର ଜିଲ୍ଲା ଜଳସେଚନ ଯୋଜନା ଅନୁସାରେ ମୁଗ ବିରି ଭଳି ଡାଲି ଜାତୀୟ ଫସଲ ଖରିଫ ଋତୁରେ ମଧ୍ୟ ଜଳସେଚନ ଦରକାର କରନ୍ତି ସୋନପୁର ଯୋଜନା କହେ ଯେ ଜିଲ୍ଲାର ୨,୩୩୭ ବର୍ଗକିଲୋମିଟର ଅଂଚଳରେ ବିଭିନ୍ନ ମାତ୍ରାରେ ଭୂମିକ୍ଷୟ ଘଟୁଛି କହିବା ବାହୁଲ୍ୟ ଯେ ସୋନପୁର ଜିଲ୍ଲାର ମୋଟ ଆକାର ୨୨୮୫ ବର୍ଗ କିଲୋମିଟର ମୋଟ ଆୟତନରୁ ଅଧିକ ଅଂଚଳରେ କେମିତି ଭୂମିକ୍ଷୟ ହେଉଛି ତାହାକୁ ନେଇ ଯଦି ମୁଣ୍ଡ ପିଟି ହେଉଥିବେ ତେବେ ପରବର୍ତ୍ତୀ ଧାଡ଼ିକ ଆପଣଙ୍କୁ ଆହୁରି ଅବାକ କରିଦେବ ସେଥିରେ କୁହାହୋଇଛି ଯେ ସୋନପୁର ଜିଲ୍ଲାର ଭୂମିକ୍ଷୟ ଘଟୁଥିବା ଅଂଚଳ ମୋଟ ଭୁଭାଗର ମୋଟେ ୧.୫ ପ୍ରତିଶତ

ଏତିକିରେ କଥା ସରିନାହିଁ ଉଭୟ ବଲାଙ୍ଗୀର ଓ ସୋନପୁର ଜିଲ୍ଲା କଣ ଆକଳନ ଓ ଅନୁଶୀଳନ କରିଛନ୍ତି କେଜାଣି କିନ୍ତୁ ତାଙ୍କର ପ୍ରାରମ୍ଭିକ ଅଧ୍ୟାୟରେ ହିଁ କହିଛନ୍ତି ଯେ ଜଳସେଚନର ଆବଶ୍ୟକତା ଓ ବର୍ତ୍ତମାନର ସ୍ଥିତିରେ ଥିବା ଅନ୍ତରକୁ ମେଣ୍ଟାଇବାକୁ ହେଲେ ନଦୀ-ସଂଯୋଗୀକରଣ ଜରୁରୀ ଏହା ଅଲଗା କଥା ଯେ ସେହି କଥା ସିନା କହି ଦେଇଛନ୍ତି କିନ୍ତୁ ଜିଲ୍ଲାମାନଙ୍କରେ ନଦୀର ସ୍ଥିତି କଣ ଓ କେଉଁ ନଦୀ କାହା ସହିତ ସଂଯୋଗ କଲେ କଣ ହେବ ତାହାର ଟିକିଏ ବି ଚର୍ଚ୍ଚା କୌଣସିଠାରେ ହୋଇନାହିଁ
ଏମିତିଆ ପାଏ ଚାର୍ଟ ଯହିଁରେ ଆପଣ ଏରିଆ, ଉତ୍ପାଦନ, ଆୟ, ଶତାଂଶ ସବୁ ପାଇବେ 


ଇୟେ ତ ଗଲା ବିଭିନ୍ନ ପ୍ରସଙ୍ଗର ଦିଆଯାଇଥିବା ତଥ୍ୟର କଥା ଆହୁରି ସାଙ୍ଘାତିକ କଥା ଅଛି ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଏମିତିଆ ଗ୍ରାଫ ସବୁ ଦିଆ ଯାଇଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ଚକରାଇଯିବଉଦାହରଣସ୍ୱରୂପଗୋଟିଏ 'ପାଏ-ଚାର୍ଟ'ରେ ଆପଣ ଅଂଚଳଉତ୍ପାଦନଖର୍ଚ ସବୁ ପାଇବେ ସେହିଭଳି ଗ୍ରାଫରେ ଭରିରହିଛି ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଯୋଜନା ଯାହା ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବି ହସାଇ ହସାଇ ବେଦମ କରିଦେବ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଯୋଜନା କୌଣସି ସାରଣୀରେ ୟୁନିଟ ବର୍ଣ୍ଣନା ନାହିଁ

ଏମିତି ଭୟଙ୍କର ବ୍ୟୁତ୍ପାତିଆ ଜିଲ୍ଲା ଜଳସେଚନ ଯୋଜନା ସବୁକୁ ନେଇ ବୋଧେ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ କିଛି ନିଘା ବା ଚିନ୍ତା ନାହିଁ ମୁଁ ବର୍ତ୍ତମାନଯାଏ ମୋଟେ ତିନି ଚାରିଟି ହିଁ ଜିଲ୍ଲା ଜଳସେଚନ ଯୋଜନା ଉପରେ ଆଖି ବୁଲାଇ ପାରିଛି ସେହି ତିନିଟି ଜିଲ୍ଲାର ଜଳସେଚନ ଯୋଜନାରୁ ମିଳିଥିବା ଉଦାହରଣ ଏତେ ଯଥେଷ୍ଟ ଯେ ଯୋଜନା କେମିତି ପ୍ରସ୍ତୁତ ହେଉଛି ଓ ଯୋଜନାରେ କଣ ରହୁଛି ତାହାର ଠୋସ ପ୍ରମାଣ ଖୋଜିବାର ଅଧିକ ଦରକାର ନାହିଁ ସୋନପୁରବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ଜଳସେଚନ ଯୋଜନାଗୁଡିକର ପ୍ରତିଟି ପୃଷ୍ଠା ଏତେ ଫାଲତୁ ଯେ ଅଳିଆ ଗଦାକୁ ଫୋପାଡିଲେ ଅଳିଆ ଗଦା ବି ମନ ଦୁଃଖ କରି କହିବ 'କାହିଁକି ମୋ ଭିତରକୁ ଏମିତି ନିକମା ଦସ୍ତାବିଜ ଫୋପାଡ଼ି ମୋତେ ବଦନାମ କରୁଛ'

ଏବେ ଆସିବା ଜିଲ୍ଲା ଜଳସେଚନ ଯୋଜନା କଣ ଓ ତାହା କାହିଁକି ଗୁରୁତ୍ତ୍ୱପୂର୍ଣ୍ଣ ଜମିକୁ ଜଳସେଚନ ଯୋଗାଇଦେବା ପାଇଁ ଅନେକ ଯୋଜନା ହେଉଛି କିନ୍ତୁ ଯୋଜନାମାନଙ୍କ ଭିତରେ କୌଣସି ସମନ୍ୱୟ ରହୁନାହିଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଭିତରେ ସମନ୍ୱୟ ରହୁନାହିଁ ତ ବିଭିନ୍ନ ବିଭାଗମାନେ କେହି କାହାକୁ ପଚାରନ୍ତି ନାହିଁ ସମସ୍ତେ ନିଜନିଜ ବାଟରେ ଫଳରେ ସମ୍ପଦର ଦୁରୁପଯୋଗ ହୁଏସୁଯୋଗ ନଷ୍ଟ ହୁଏ ଓ ବେଳେବେଳେ ଅବସ୍ଥା ଆହୁରି ଖରାପ ହୋଇଯାଏ ଜଳ ଏକ ସୀମିତ ସମ୍ବଳ ତେଣୁ ତାହାର ଉପଯୋଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛିଉପଲବ୍ଧ ଜଳକୁ ଜମିରେ ପହଂଚାଇବା ପାଇଁ ଅସୀମିତ ଟଙ୍କାପଇସା ବା ସମ୍ବଳ ନାହିଁ ତେଣୁ ଉପଲବ୍ଧ ସମ୍ପଦ ଓ ସମ୍ବଳକୁ ଠିକରେ ଉପଯୋଗ କରିବା ପାଇଁ ସମନ୍ବିତ ଓ ସଠିକ ଉଦ୍ୟମ ଜରୁରୀ ଅଟେ ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସରକାର ଆରମ୍ଭ କରିଥିବା 'କୃଷି ସିଂଚାଇ ଯୋଜନାଅଧୀନରେ ଜଳର ଉପଲବ୍ଧିତାଆବଶ୍ୟକତା ଓ ସମ୍ବଳର ସଠିକ ଆକଳନକରି ଆସନ୍ତା ପ୍ରଥମ ପାଞ୍ଚ ବର୍ଷା ତଥା ତ'ପରବର୍ତ୍ତୀ କାଳ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଜିଲ୍ଲା ଜଳସେଚନ ଯୋଜନା କରିବା ପାଇଁ କୁହାଯାଇଛି ତାହା ଭିତ୍ତିରେ ପ୍ରତ୍ୟେକ ରାଜ୍ୟ ସମୁଦାୟ ରାଜ୍ୟ ପାଇଁ ଜଳସେଚନ ଯୋଜନା ପ୍ରସ୍ତୁତ କରିବା କଥା ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏହି ଯୋଜନା ପ୍ରସ୍ତୁତି ତଥା କାର୍ଯ୍ୟାନ୍ୱୟନ ପାଇଁ ଗଠିତ କମିଟୀର ମୁଖ୍ୟ ରାଜ୍ୟର ମୁଖ୍ୟ ସଚିବ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତିରେ ଦାୟିତ୍ୱାଧିକାରୀ ଜିଲ୍ଲା ଜଳସେଚନ ଯୋଜନାଗୁଡିକର ଉଚ୍ଚ ଗୁଣବତ୍ତା ନିଶ୍ଚିତ କରିବା ପାଇଁ ସବା ନୂତନ ତିନିଟି ବ୍ୟାଚର ଯୁବ ଆଇଏଏସ ବା ଆଇଏଫଏସ ଅଧିକାରୀ ମାନେ ଏହି ଯୋଜନା ପ୍ରସ୍ତୁତ କରିବେ ବୋଲି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ମାର୍ଗ ଦର୍ଶିକାରେ କୁହାଯାଇଛି। 

ମୁଁ ଯେଉଁ ତିନିଚାରିଟି ଜଳସେଚନ ଯୋଜନା ଦେଖିଛି ତାହା ସେହିଭଳି ଯୁବ ଅଧିକାରୀମାନେ ପ୍ରସ୍ତୁତ କରିଛନ୍ତି ନା ନାହିଁ ଜଣାପଡ଼ୁନାହିଁ କିନ୍ତୁ ଭାରତ ସରକାରଙ୍କ 'ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସ୍ଥା (ଏନ.ଆଇ.ଆର.ଡି.) ସଂସ୍ଥା ବଲାଙ୍ଗୀର ଓ ସୋନପୁର ଜିଲ୍ଲାକୁ ତଥା ସିଟ୍ରନ ନାମକ ସଂସ୍ଥା ସମ୍ବଲପୁର ଜିଲ୍ଲାକୁ ବୈଷୟିକ ସହାୟତା ଦେଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଆସିଛି। ସେହିଭଳି ସଂସ୍ଥା କେମିତି ବୈଷୟିକ ସହାୟତା ଦେଇଛନ୍ତି ଓ ଅଧିକାରୀମାନେ କେମିତି ତାଙ୍କର ଦାୟିତ୍ୱ ନିର୍ବାହ କରିଛନ୍ତି ତାହା ଜଳଜଳ ଦିଶୁଛି। ଜଳସେଚନ ଯୋଜନା ଯଦି ଏମିତି, ଜମିକୁ ଜଳ କେମିତି ପହଂଚିବ ତାହାକୁ ନେଇ ଶଙ୍କିତ ହେବା ନିଶ୍ଚିତ ।



( This article was published in my Op-Ed column for Dharitri on 28.06.2017. The screenshot images have been added aditionally. The Dharitri article can be accessed at http://www.dharitri.com/Bhubaneswar/280617/p6.htm )

(Note: There might be some typographical error here as I have typed in unicode using available transliteration options.)

No comments:

Post a Comment