Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Monday, May 15, 2017

ସୁରକ୍ଷିତ ଜଳ ଯୋଗାଇଦେବାରେ ସରକାରଙ୍କ ଘୋଷଣା ଅଛି ସତ କିନ୍ତୁ ଉତ୍ତରଦାୟିତ୍ୱ ଦିଶୁନି

ବାଲେଶ୍ବର ଜିଲ୍ଲା ସଦର ମହକୁମାରୁ ପ୍ରାୟ ୧୫ କିଲୋମିଟର ଦୂର ଭୀମେଶ୍ୱର ମାଧ୍ୟମିକ ବିଦ୍ୟାଳୟର କାନ୍ଥରେ ବଡ଼ବଡ଼ ଅକ୍ଷ୍ୟରରେ ସୁଦୃଶ୍ୟ ଭାବରେ ଲେଖା ହୋଇଛି 'ମଧ୍ୟାହ୍ନ ଭୋଜନ ପଞ୍ଚ ନିୟମ'  ପଞ୍ଚ ନିୟମର ଗୋଟିଏ ହେଉଛି 'ନିରାପଦ ପାନୀୟ ଜଳର ସୁବ୍ୟବସ୍ଥା' ବିଦ୍ୟାଳୟରେ ନଳକୂଅଟିଏ ଅଛି ତା'ସହିତ ଦଦରା ଟ୍ୟାପଟେ ବଡ କଷ୍ଟରେ ମାଟିଠୁ କିଛି ଇଞ୍ଚ ଉପରକୁ ବେକ ଉଠାଇ ମୁଁ ବି ଅଛି ବୋଲି ଜଣାଇବାର ପ୍ରୟାସ କରୁଛି ଏହା ଅଲଗା କଥା ଯେ ସେହି ଟ୍ୟାପ ତା ଅଛି ଯାହା  କୋଉ କାଳରୁ ତହିଁରେ ପାଣି ଆସୁ ନାହିଁ ଯେ ତା ତଳେ ଥିବା ଶୁଖା ମାଟିରେ ଦୁବଟିଏ ବି ତିଷ୍ଠି ରହି ନାହିଁ ଯାହାହେଉ ନଳକୂଅଟିଏ ତ ଅଛି! ନଳକୂଅର ପାଣିକୁ ନିରାପଦ ବୋଲି ସମସ୍ତେ ଧରି ନିଅନ୍ତି ସେଥିରୁ ସମସ୍ତେ ପାଣି ପିଉଥିଲେ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏବେ ବି ପିଉଛନ୍ତି, ମଧ୍ୟାହ୍ନ ଭୋଜନ ରୋଷେଇ ବି ହେଉଛି  ବର୍ଷରେ ଅନ୍ତତଃ ଥରଟିଏ ନିଶ୍ଚୟ ସମସ୍ତ ନଳକୂଅର ପାଣି ପରୀକ୍ଷା ହେବ ବୋଲି ସରକାରୀ ନୀତି ରହିଛି ସେହି ନଳକୂଅର ପାଣି କେବେ ବି ସରକାରୀ ଭାବରେ ପରୀକ୍ଷା ହୋଇଥିବାର ଖବର ବିଦ୍ୟାଳୟ ପାଖରେ ନାହିଁ ଏବେ ଏକ ବେସରକାରୀ ସଂସ୍ଥା ଦ୍ୱାରା ସେହି ନଳକୂଅ ପାଣିର ପରୀକ୍ଷାରୁ ଜଣାପଡିଛି ଯେ ସେଥିରୁ ବାହାରୁ ଥିବା ପ୍ରତି ଲିଟର ପାଣିରେ ୧୭ ମିଲିଗ୍ରାମ ଫ୍ଲୋରାଇଡ ରହିଛି ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡର ମାନକ ଅନୁସାରେ ପିଇବା ପାଣିରେ ୧ ମିଲିଗ୍ରାମ ଯାଏ  ରହିଲେ ଚଳିବ ଯଦି ଅନ୍ୟ ସୁବିଧା କିଛି ନ ଥାଏ ତେବେ ଅତି ବେଶୀରେ ୧.୫ ମିଲିଗ୍ରାମ ଯାଏ ଫ୍ଲୋରାଇଡ ଯାଏ ଚଳିବ  ତାହାଠୁ ଅଧିକ ଆଦୌ ନୁହେଁ  କିନ୍ତୁ ସେହି ପାଣି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ସମସ୍ତେ ପିଇ ଆସୁଛନ୍ତି ଜହରିଲା ଜଳର କୁଫଳ  ଜଳଜଳ ହୋଇ ଜାଜଲ୍ୟମାନ ହେଲାଣି ବିଦ୍ୟାଳୟର ଅର୍ଦ୍ଧାଧିକ ଛାତ୍ରଛାତ୍ତ୍ରୀ ଦାନ୍ତ କଷରା ପଡି କ୍ଷୟ ହେବ ଆରମ୍ଭ ହେଲାଣି ଅନେକଙ୍କ ଆଣ୍ଠୁ ଗଣ୍ଠି ଫୁଲି ସାରିଲାଣି, କେତେକଙ୍କର ଆଣ୍ଠୁ ବଙ୍କେଇଲାଣି ଏମାନେ ସମସ୍ତେ ଅତ୍ୟଧିକ ଫ୍ଲୋରାଇଡ ଥିବା ପାଣି ପିଇ ଫ୍ଲୋରୋସିସ ରୋଗୀ ହୋଇସାରିଲେଣି ଖାଲି ବାଲେଶ୍ଵରର ଏହି ବିଦ୍ୟାଳୟରେ ଥିବା ଜଳଉତ୍ସ ନୁହେଁ, ରାଜ୍ୟର ଅନେକ ପାନୀୟ ଜଳଉତ୍ସ ବିଭିନ୍ନ ଭାବରେ ପିଇବା ପାଣି ଯୋଗାଇବାରେ ଅକାମୀ କିନ୍ତୁ ଲୋକେ ତାହାକୁ ବ୍ୟବହାର କରିଚାଲିଛନ୍ତି କାରଣ ହୁଏତ ତାହାର ପାଣି ପିଇବା ପାଇଁ ଅଯୋଗ୍ୟ ବୋଲି ସେମାନେ ଜାଣି ନାହାନ୍ତି ବା ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ  ।
ଗ୍ରୀଷ୍ମର ନିଦାଘରେ ସମସ୍ତେ ପାଣିର ମାତ୍ରାକୁ ନେଇ ଚିନ୍ତିତ ହୋଇପଡୁଥିବା ବେଳେ ପାଣିର ମାନ ଯେ ଏକ ବଡ ବିପଦ ଭାବରେ ଉଭା ହେଲାଣି ତାହା ଫୁଟିକି ବାହାରିଲାଣି ପାଣିର ମାନକୁ ନେଇ ଚିନ୍ତା ଏବର ନୁହେଁ  ଜଳ ପରୀକ୍ଷଣକୁ ନେଇ ସରକାରୀ ହେୟକୁ କେନ୍ଦ୍ରୀୟ ମହାଲେଖକ ବଡ ନିନ୍ଦା କରିଥିଲେ ୨୦୦୭ ମସିହାର ତାଙ୍କ ରିପୋର୍ଟରେ କହିଥିଲେ, ରାଜ୍ୟରେ ଥିବା ମୋଟ ବସତି ମଧ୍ୟରୁ ୬୭ ପ୍ରତିଶତ ବସତିରେ ଥିବା ଜଳଉତ୍ସର ମାନ କେବେବି ପରୀକ୍ଷା ହୋଇନାହିଁ ପରୀକ୍ଷଣ ହୋଇଥିବା ୦.୪୬ ଲକ୍ଷ ବସତି ମଧ୍ୟରୁ ୦.୨୮ ଲକ୍ଷ୍ୟ ବସତିରେ, ଅର୍ଥାତ ପରୀକ୍ଷଣ ହୋଇଥିବା ବସତି ମଧ୍ୟରୁ ୬୦.୯ ପ୍ରତିଶତ ବସତିରେ ଥିବା ଜଳଉତ୍ସର ପାଣି ରାସାୟନିକ ପ୍ରଦୂଷଣ କାରଣରୁ ପିଇବା ପାଇଁ ଅଯୋଗ୍ୟ ଦଶନ୍ଧିଏ ତଳର ସେହି ରିପୋର୍ଟରେ କଡ଼ାକଥା ଶୁଣିବା ପରେ ସରକାର କିଛି ଅଧିକ ପ୍ରୟାସ ନିଶ୍ଚୟ କରିଛନ୍ତି ଜଳର ମାନ ପରୀକ୍ଷା କରିବା ପାଇଁ ସରକାର ନିଜେ ସ୍ଥିର କରିଥିବା ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଉତ୍ସର ଜଳକୁ ପ୍ରତିବର୍ଷ ଅନ୍ୟୁନ ଠାରେ ରାସାୟନିକ ମାନକ ଜାଣିବା ପାଇଁ ନିଶ୍ଚିତ ଭାବରେ ପରୀକ୍ଷା କରାଯିବ କଥା କିନ୍ତୁ ପ୍ରତିବର୍ଷ ପରୀକ୍ଷା ହେବ କଥା ଦୂରେ ଥାଉ, ଏବେ ମଧ୍ୟ ଅନେକ ଉତ୍ସର ପାଣି ଥରୁଟିଏ ବି ପରୀକ୍ଷଣ ହୋଇପାରି ନାହିଁ ସରକାରୀ ତଥ୍ୟର ଅନୁଶୀଳନରୁ ଜଣାପଡେ ଯେ ୨୦୧୬-୧୭ ବର୍ଷରେ ରାଜ୍ୟରେ ମୋଟ ବସତି ମଧ୍ୟରୁ ମାତ୍ର ୧୬.୯ ପ୍ରତିଶତ ବସତିର ସବୁ ଜଳଉତ୍ସ ପରୀକ୍ଷା ହୋଇଥିଲା ଅଧିକାଂଶ ବସ୍ତିରେ କେବଳ ଗାଈଟିଏ ହିଁ ଉତ୍ସର ପରୀକ୍ଷା ହୋଇଛି ସେହିଭଳି ତାଳିପକା  ପରୀକ୍ଷଣ ଉଦ୍ୟମରୁ ମିଳୁଥିବା ପରବର୍ତ୍ତୀ ତଥ୍ୟ ସବୁ ଆହୁରି ଭ୍ରମପୂର୍ଣ୍ଣ ଉଦାହରଣସ୍ୱରୂପ, ୨୦୧୬-୧୭ ବର୍ଷର ପରୀକ୍ଷଣର ଏକ ଉପରଠାଉରିଆ ଅନୁଶୀଳନରୁ ଜଣେ ଜାଣିବ ଯେ ରାଜ୍ୟର ସର୍ବାଧିକ ଫ୍ଲୋରାଇଡ ପ୍ରପୀଡ଼ିତ ନୂଆପଡା ଜିଲ୍ଲାର ୮୮.୬୩ ପ୍ରତିଶତ ବସତିରେ ଗୋଟିଏ ବି ଅସୁରକ୍ଷିତ ପାନୀୟ ଜଳ ଉତ୍ସ ନାହିଁ ଅନ୍ୟ ଭାବରେ କହିଲେ, ତହିଁରୁ ଆମେ ବୁଝିବା ଯେ ସେତିକି ବସତିରେ ଆଦୌ ଜଳର ମାନ ଜନିତ ସମସ୍ୟା ନାହିଁ ନୂଆପଡା ଜିଲ୍ଲା ତଥା ଜଳର ମାନ ବିଷୟରେ ଜାଣିଥିବା ଲୋକେ ଏହି ତଥ୍ୟକୁ ନେଇ ଘୋର ସଂଶୟରେ ପଡିବ ନିହାତି ସ୍ୱାଭାବିକ ମାନ ପରୀକ୍ଷଣର ସେହି ତଥ୍ୟକୁ ଟିକିଏ ନିରିଖେଇ ଦେଖିଲେ ଜଣାପଡିବ ଯେ ଉପରକୁ ସୁନ୍ଦରିଆ ଦିଶୁଥିବା ସେହି ତଥା କେତେ ଭ୍ରମ ସୃଷ୍ଟିକାରୀ ଓ କେତେ ଭୟାବହ ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର କରଲାକୋଟ ଗାଁଟି ସମ୍ପୂର୍ଣ ଭାବରେ ଫ୍ଲୋରାଇଡ ପ୍ରପୀଡ଼ିତ ଗାଁର ଶହଶହ ଲୋକ ବିଭିନ୍ନ ମାତ୍ରାରେ ବିକଳାଙ୍ଗ ଓ ବିକୃତ ହୋଇସାରିଲେଣି କିନ୍ତୁ ଜଳର ମାନ ପରୀକ୍ଷଣ ସମ୍ବନ୍ଧିତ ସରକାରୀ ତଥ୍ୟ ଜଣାଏ ଯେ ସେହି କରଲାକୋଟ ଗ୍ରାମର ଚାରିଟି ଯାକ ବସତିରୁ କୌଣସୀରେ ଗୋଟିଏ ବି ଜଳଉତ୍ସରେ ଜଳର ମାନ ସମସ୍ୟା ନାହିଁ ବାସ୍ତବ କଥା ହେଲା ଯେ ବସତିମାନଙ୍କରେ ଥିବା ସମସ୍ତ ଜଳଉତ୍ସ ଗୁଡିକର ଜଳ ପରୀକ୍ଷା ହିଁ ହୋଇ ନାହିଁ  କରଲାକୋଟ ଗାଁର ମୂଳ ବସତିରେ ସରକାରୀ ଭାବରେ ୯ଟି ଉତ୍ସ ଅଛି  କିନ୍ତୁ ଜଳ ପରୀକ୍ଷା ହୋଇଛି କେବଳ ଗୋଟିଏର ଅନ୍ୟ ବଡ ବସତି ଡୁଡୁକୀବାହାଲର ୧୨ଟି ଉତ୍ସରୁ ବି ସେହି ଗୋଟିଏ ବାସ୍ତବତା ହେଲା ଯେ ନଦୀରୁ ଯୋଗାଇବାର ବ୍ୟବସ୍ଥାଟିକୁ ଛାଡିଦେଲେ, ଯାହା କେବେ କେମିତି ଚାଲେକରଲାକୋଟ ଗାଁର ସେହି ଚାରି ବସତିରେ ସରକାରଙ୍କ ପକ୍ଷରୁ ତିଆରି କରାଯାଇଥିବା ଗୋଟିଏ ବି ଜଳଉତ୍ସ ସୁରକ୍ଷିତ ନୁହେଁ

କେବଳ ଜଳ ପରୀକ୍ଷଣକୁ ହେୟ କରିବାରେ ନୁହେଁ, ଜଳର ମାନ ଖରାପ ଥିବା ଜଣାପଡିବା ପରେ ମଧ୍ୟ ତାହାକୁ ମୁକାବିଲା କରିବାରେ ସରକାରୀ ବ୍ୟଗ୍ରତାରା ସ୍ପଷ୍ଟ ଅଭାବ ଜଳଜଳ ଦିଶୁଛି ଉଦାହରଣସ୍ୱରୂପ, ନୂଆପଡା ଜିଲ୍ଲାର ୯୦୫ଟି ବସତିରେ ଥିବା ଫ୍ଲୋରାଇଡ ସମସ୍ୟାକୁ ମୁକାବିଲା କରିବା ପାଇଁ ୨୦୧୦ ମସିହାରେ ନଦୀରୁ ପାଣି ଯୋଗାଇଦେବାର ମେଗା ଜଳଯୋଗାଣ ଯୋଜନା ଆଜିଯାଏ ଦୁଇଟୋପା ମଧ୍ୟ ପାଣି ଯୋଗାଇପାରିଲା ନାହିଁ କୋଟିକୋଟି ଟଙ୍କା ଜଳସମାଧି ନେଲା ପୂର୍ବର ଉଦ୍ୟମ ଉଧେଇ ପରି ନ ଥିବା ବେଳେ ନୂଆପଡା ଜିଲ୍ଲାରେ ସୁରକ୍ଷିତ ଜଳ ଯୋଗାଇ ଦେବା ପାଇଁ ଓଡିଶା ସରକାର ଆଉ ଏକ ଯୋଜନା କରି ୨୦୧୫ ଅକ୍ଟୋବର ମାସରେ ନାବାର୍ଡ ସହିତ ୫୪୩.୬ କୋଟି ତାଙ୍କର ଏକ ଋଣ ଚୁକ୍ତି ସ୍ଵାକ୍ଷର କରିସାରିଛନ୍ତି ଆଜିକି ଦେଢ଼ବର୍ଷ ଗଲାଣି, ଓଡିଶା ସରକାର ସେହି ଯୋଜନାକୁ କାର୍ଯ୍ୟନ୍ବିତ କରିବା ପାଇଁ ଟେଂଡର ପ୍ରକ୍ରିୟା ବି ଚୂଡାନ୍ତ କରିପାରି ନାହାନ୍ତି ମେଗା ବା ବୃହତ ଜଳଯୋଗାଣ ପ୍ରକଳ୍ପ ଟିକିଏ ଅଧିକ ସମୟ ନେଉଥିବା ବେଳେ ଜଳର ମାନ ଜନିତ ସମସ୍ୟାର ତତ୍କାଳିକ ସମାଧାନ ପାଇଁ ସରକାର ନେଇଥିବା ଉପଚାର ବ୍ୟବସ୍ଥା ଆହୁରି ଭୀତିପ୍ରଦ  ।  ପ୍ରାୟ ମାସେ ତଳେ ବାଲେଶ୍ବର ଜିଲ୍ଲାର ପତ୍ରୀପାଳ ପଂଚାୟତର ଚକୁଳିଆ ଗ୍ରାମର ଫ୍ଲୋରାଇଡ ଆକ୍ରାନ୍ତ ନଳକୂଅରେ ସରକାର ଏକ ଫ୍ଲୋରାଇଡ ନିବାରଣକାରୀ ଫିଲଟର ବସିଛନ୍ତି କିନ୍ତୁ ତାହା ବସିବାଠାରୁ ଗୋଟିଏ ଦିନ ବି ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇ ପରି ନାହିଁ ତହିଁରୁ ବାହାରୁଥିବା ପାଣି ଏତେ ଗନ୍ଧଯୁକ୍ତ ଓ ସ୍ୱାଦକଟୁ ଯେ ବୁନ୍ଦାଏ ପାଣି ପାଟିରେ ଦେଇ ହେଉ ନାହିଁ କିନ୍ତୁ ସରକାରୀ ନଥିରେ ଏବେ ସେହି ଗାଁର ଲୋକେ ସୁରକ୍ଷିତ ଜଳ ପାଉଛନ୍ତି ସେହିଭଳି ୬୦୦ଟି ଫିଲଟର ନୂଆପଡାରେ ବସିଛି ସରକାରୀ ନଥିରେ ସେହିସବୁ ବସ୍ତିରେ ଜଳଉତ୍ସ ଏବେ ପୁରା ସୁରକ୍ଷିତ ନୟାଗଡ, ଅନୁଗୁଳ ଜିଲ୍ଲା ଆଦିରେ ମଧ୍ୟ ସେହିଭଳି ଫିଲଟର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି   

ଆମେ ବର୍ତ୍ତମାନଯାଏ କେବଳ ଫ୍ଲୋରାଇଡ ଆକ୍ରାନ୍ତ ଜଳଉତ୍ସ କଥା ହିଁ ହୋଇଛେ ରାଜ୍ୟର ଅନେକ ନଳକୂପ ଓ ଭୂତଳ ଜଳ ଉତ୍ସରେ ଅନ୍ୟାନ୍ୟ ପ୍ରଦୂଷଣ ଥିବା ତଥ୍ୟ କେବେଠୁ ମଧ୍ୟ ମିଳିସାରିଲାଣି  ଚିନ୍ତାର ବିଷୟ ଯେ ସେହିଭଳି ବିପଦ ବଢ଼ିବାରେ ହିଁ ଲାଗିଛି ଭୂ-ପୃଷ୍ଠ ଜଳ ଉତ୍ସରେ ବି ମାନ ସମସ୍ୟା କିଛି କମ ନାହିଁ ସରକାର ପାଇପ ଯୋଗେ ଯୋଗାଇଦେଉଥିବା ପାଣିକୁ ନିଃସଂକୋଚରେ ପିଇବାର ଲୋକଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି କାରଣ ପାଣି ଖରାପ ଥିବାର ସନ୍ଦେହ ଓ ପ୍ରମାଣ ବଢ଼ିବାରେ ଲାଗିଛି   

ସରକାର ଏବଂ ସରକାରୀ ତନ୍ତ୍ରରେ ଥିବା ବ୍ୟକ୍ତିମାନେ ଜଳର ମାନ ସମସ୍ୟାକୁ ନେଇ ଉଦାସୀନ ରହୁଥିବାର ଉଦାହରଣ ପ୍ରବଳ କେବଳ ଉଦାସୀନ କହିବା ବୋଧହୁଏ ସ୍ଥିତିର ଗମ୍ଭିରାଟକୁ କମ କରିଦେବ ତାଙ୍କର ଉଦାସୀନତା ଏକ ବିରାଟ ଅପରାଧକୁ ପ୍ରଶ୍ରୟ ଦେଉଛି, ଲୋକଙ୍କର ବଞ୍ଚିବାର ଅଧିକାରକୁ ଭୁଲୁଣ୍ଠିତ କରୁଛି ଭାରତର ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବଞ୍ଚିବାର ଅଧିକାର ରହିଛି ସୁପ୍ରିମ କୋର୍ଟ ତଥା ଅନେକ ହାଇକୋର୍ଟ ଏହାର ତର୍ଜମା କରି କହିଛନ୍ତି ଯେ ବଞ୍ଚିବାର ଅଧିକାର ଶୀତ ସୁରକ୍ଷିତ ଜଳ ଓ ବାୟୁ ପାଇବାର ଅଧିକାର ମଧ୍ୟ ଅଙ୍ଗାଙ୍ଗୀ ଭାବରେ  ଜଡିତ ତେଣୁ ଜଳ ଓ ବାୟୁ ପାଇବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର ସମ୍ବିଧାନର ଧାରା ୪୭ ଏହି ଅଧିକାର ନିଶ୍ଚିତ କରିବାର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରିଛି ଏହି ଧାରା କହେ ଯେ ପ୍ରତ୍ୟେକ ନାଗରିକର ବଞ୍ଚିବାର ମାନ ବଢାଇବା, ପୁଷ୍ଟିହାର ବୃଦ୍ଧି କରିବା ତଥା ସାଧାରଣ ସ୍ୱାସ୍ଥ୍ୟ ସ୍ଥିତି ଉନ୍ନତ କରିବାର ଦାୟିତ୍ୱ ସରକାରଙ୍କର ଏଣୁ, ଲୋକଙ୍କୁ ସୁରକ୍ଷିତ ଜଳ ଯୋଗାଇଦେବାର ଦାୟିତ୍ୱ ସରକାରଙ୍କର


ଏଭଳି ବିରାଟ ଦାୟିତ୍ୱ ନିର୍ଵହନ କରିବାରେ ସରକାର କେତେ ଯତ୍ନବାନ ତାହା ଚିନ୍ତାର ବିଷୟ ସରକାରଙ୍କ ଘୋଷଣା ଓ ଲକ୍ଷ୍ୟରେ ବିଶେଷ କିଛି ଅସୁବିଧା ନାହିଁ ଲୋକଙ୍କୁ ସୁରକ୍ଷିତ ପାଣି ଉପଯୁକ୍ତ ମାତ୍ରାରେ ଉପଲବ୍ଧ କରାଇବାର ଦାୟିତ୍ୱ ତାଙ୍କର ବୋଲି କହିବାରେ ହେଲା କରି ନାହାନ୍ତି ସରକାର ଯୋଜନା ବି ହେଉଛି କିନ୍ତୁ ଅସୁବିଧା ରହୁଛି ଯୋଜନା କାର୍ଯ୍ୟକାରୀ କରିବାରେ ଏବଂ ସ୍ପଷ୍ଟ ଉତ୍ତରଦାୟିତ୍ୱଟା ନିର୍ଦିଷ୍ଟ କରିବାରେ ଏବେ ବାଲେଶ୍ବରର ବିଦ୍ୟାଳୟ ଛାତ୍ରଛାତ୍ରୀ ଅତିମାତ୍ରାରେ ଫ୍ଲୋରାଇଡ ପ୍ରଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଥିବା ତଥା କରଲାକୋଟ  ଭଳି ଅତି ପ୍ରଭାବିତ ଗ୍ରାମରେ ଜଳର ମାନ ସମସ୍ୟା ନାହିଁ ବୋଲି ଧାରଣା ଜନ୍ମଉଥିବା ସ୍ଥିତିକୁ ଅପରାଧ ବୋଲି ହିଁ ବିବେଚନା କରାଯାଉନାହିଁ, ଉତ୍ତରଦାୟୀ କରିବା ତ କାହିଁ କେତେ ଦୂରର କଥା ସେହିଭଳି ଉଦାସୀନତା ବା ଚକ୍ରାନ୍ତକୁ ଉତ୍ତରଦାୟୀ ନ କରିବା ଯାଏ ବିଦ୍ୟାଳୟର କାନ୍ଥରେ ବା ଗାଁର କୋଉଠି ବଡ଼ବଡ଼ ଅକ୍ଷରରେ ସୁରକ୍ଷିତ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଲେଖାଯାଉଥିବ ସିନା, କିନ୍ତୁ ପିଲାଏ ଓ ଲୋକେ ବିଷ ପାଣି ହିଁ ପିଇ ଚାଲିଥିବେ         

(Note: Leading Odia newspaper 'Dharitri' carried this article as op-ed piece on September 09, 2017. I have tried to post that article here to enable easier reading. The Dharitri article can be accessed at http://www.dharitri.com/Bhubaneswar/090517/p6.htm 

(Kindly ignore grammatical and font mistakes at places as I have used the transliteration mode to type in unicode)

No comments:

Post a Comment