Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Wednesday, May 24, 2017

ଲୋକେ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ପିଇବା ପାଣି ନ ପାଇଲେ ବନ୍ଧା ହେବ କିଏ?

ବିମଳ ପ୍ରସାଦ ପାଣ୍ଡିଆ 

ନଳକୂଅରୁ ପାଣି ବାହାରୁ ନାହିଁ, ପାଇପ ଜଳଯୋଗାଣ ପ୍ରକଳ୍ପ କାମ କରୁନାହିଁ, କମ ପାଣି ଯୋଗାଣ ହେଉଛି, ପାଣିର ବିଶୋଧାନ ହେଉନାହିଁ, ଭୟଙ୍କର ଭାବରେ ପାଣି ଉତ୍ସ ଦୂଷିତ, ଫ୍ଲୋରାଇଡ ଆର୍ସେନିକ ଭଳି ରସାୟନ ପ୍ରଦୂଷିତ ପାଣି ଯୋଗାଣ ଚାଲିଛି, ଫଟା ପାଇପରେ ନାଳ ପାଣି ପଶି ଟ୍ୟାପରେ ବାହାରୁଛି, ଜଣ୍ଡିସ ହଇଜା ଝାଡ଼ାବାନ୍ତି ଭଳି ରୋଗ ମାଡି ଚାଲିଛି ଏମିତି ଖବର ସବୁରେ ପୋତି ହୋଇପଡୁଛି ଖବରକାଗଜ ଓ ଟେଲିଭିଜନ ଖବର ଚ୍ୟାନେଲ ସବୁ, କୋଉଠି କେମିତି ମାରପିଟ ହେଉଛି, ଭଙ୍ଗାରୁଜା ହେଉଛି, ଲୋକେ ବିରୋଧ କରୁଛନ୍ତି  ସରକାର ଆଶ୍ୱାସନା ଦେଉଛନ୍ତି, କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ହେଉଛି, ଅନେକ କ୍ଷେତ୍ରରେ କିଛି ହେଉନାହିଁ ସରକାରମାନେ ସବୁବେଳେ କହି ଆସିଛନ୍ତି ଯେ ଲୋକଙ୍କୁ ସ୍ୱଚ୍ଛ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପିଇବାଖାଇବା ପାଣି ଯୋଗାଇଦେବା ତାଙ୍କର ଦାୟିତ୍ୱ ଓ ତାହା ସୁନିଶ୍ଚିତ କରିବା ପାଇଁ ସେମାନେ ସବୁମନ୍ତେ ଚେଷ୍ଟିତ କିନ୍ତୁ ପିଇବା ଓ ଖାଇବା ପାଣି ଯୋଗାଣ ଭଳି ଏକ ଜରୁରୀ ଆବଶ୍ୟକୀୟ ସେବା ଓ ଦାୟିତ୍ୱରେ ହେଲା ପାଇଁ କେହି ବି ଉତ୍ତରଦାୟୀ ଥିବାର ଠୋସ ସୂଚନା ଖୋଜିଲେ ବି ମିଳୁନାହିଁ

ଲୋକଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ଯୋଗାଇବାରେ ସରକାରଙ୍କ ପ୍ରତିନିଧି ହିସାବରେ ଜଳଯୋଗାଣ ସେବା ପ୍ରଦାନକାରୀ ସଂସ୍ଥା ଯଥା ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା, ପଂଚାୟତ ବା ନଗରପାଳିକାମାନଙ୍କର ପ୍ରାଥମିକ ଦାୟିତ୍ୱ କିନ୍ତୁ ଅନ୍ୟମାନଙ୍କର ହେଳା ବି ଲୋକଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ଯୋଗାଇବାରେ ବଡ ବାଧକ ହେଉଛି ନୂଆ ରାସ୍ତା ପାଇଁ ପଡିଥିବା ପାଇପ ତାଡି ଦିଆଯାଉଛି, ପାଇପ ଭାଙ୍ଗି ଡ୍ରେନ ଘର ତିଆରି ହେଉଛି, ନଦୀ ପୋଖରୀରେ ବର୍ଜ୍ୟ ଜଳ ପଡି ତାହା ପ୍ରଦୂଷିତ ହେଉଛି, ପାରମ୍ପରିକ ଜଳଉତ୍ସଗୁଡିକ ହତାଦର କାରଣରୁ ବ୍ୟବହାରଯୋଗ୍ୟ ରହୁ ନାହାନ୍ତି, ବ୍ୟାପକ ଗଭୀର ନଳକୂଅ ଖନନ ଯୋଗୁଁ ବା କମ ଭୂତଳ ଜଳ ସଞ୍ଚାରଣ ଯୋଗୁଁ କୂଅ ନଳକୂଅ ପୋଖରୀ ଶୁଖିଲା ପଡିଯାଉଛି, ଯୋଗାଣ ପାଇପରୁ ପମ୍ପ ଯୋଗେ ସ୍ୱାର୍ଥପର ବ୍ୟକ୍ତି ଜଳ ଟାଣି ନେଉଛନ୍ତି, ବିଦ୍ୟୁତ ଯୋଗାଣର ଖରାପ ମାନ ବା ଅନିୟମିତତା ଯୋଗୁଁ ଜଳଯୋଗାଣ ହୋଇପାରୁନାହିଁ ଏମିତି ଘଟଣା ଯେମିତି ଦେହସୁହା ହୋଇସାରିଛି ଲୋକେ ଭଲକରି ମୁନ୍ଦିଏ ପାଣି ପାଇପାରୁ ନାହାନ୍ତି

ସାଧାରଣରେ ଏକ ଧାରଣା ଯାଉଛି ଯେ ଲୋକଙ୍କୁ ପାଣି ଯୋଗାଇ ସରକାର ନିଜର ଦାତାପଣ ଦେଖାଉଛନ୍ତି କିନ୍ତୁ ବାସ୍ତବତା ହେଲା ଯେ ଲୋକଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ, ଦାତାପଣ ନୁହେଁ ପାଣି ପାଇବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ଭାରତର ସମ୍ବିଧାନର ୨୧ତମ ଧାରାର ବ୍ୟାଖ୍ୟା କରି ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ଅନେକ ଯୁଗାନ୍ତକାରୀ ନିଷ୍ପତ୍ତିରେ କହି ସାରିଛନ୍ତି ଯେ ବଂଚିବା ପାଇଁ ପାଣି ନିହାତି ଦରକାର ତେଣୁ ଲୋକଙ୍କର ପାଣି ପାଇବାର ମୌଳିକ ଅଧିକାର ରହିଛି ସୁପ୍ରିମ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏମିତି ସେମିତି ଭାବରେ ବଂଚିବା ନୁହେଁ, ମଣିଷ ତାହାର ଜୀବନକୁ ଗାରିମାର ସହ ଉପଭୋଗ କରିବା ପାଇଁ ଯେତିକି ଓ ଯେମିତି ପାଣି ଦରକାର, ସେତିକି ଓ ସେମିତି ପାଣି ଉପରେ ତାହାର ମୌଳିକ ଅଧିକାର ରହିଛି ଏହାଠାରୁ ଆଉପାଦେ ଆଗେଇ ସୁପ୍ରିମ କୋର୍ଟ ମେନକା ଗାନ୍ଧୀ ଓ ଭାରତ ସରକାର ମାମଲାରେ କହିଛନ୍ତି ଯେ, 'ଏହି ଦେଶର ନାଗରିକମାନେ ବୈଦିକ କାଳରୁ ଗୌରବର ସହ ବହନ କରିଆସିଥିବା ସିଦ୍ଧାନ୍ତକୁ ସମ୍ବିଧାନରେ ପ୍ରଦାନ କରାଯାଇଥିବା ମୌଳିକ ଅଧିକାର ପ୍ରତିଫଳିତ କରିଛି ଏବଂ ସେଗୁଡିକ ବ୍ୟକ୍ତିର ସମ୍ମାନ କରିବା ପାଇଁ ତଥା ଏପରି ସ୍ଥିତି ପ୍ରସ୍ତୁତ କରିବା ପାଇଁ ସ୍ଥିର କରାଯାଇଛି ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ତାଙ୍କର ବ୍ୟକ୍ତିତ୍ୱକୁ ପୁର୍ଣ ଭାବରେ ବିକଶିତ କରିପାରିବେ' ସମ୍ବିଧାନ ପ୍ରଦାନ କରୁଥିବା ମୌଳିକ ଅଧିକାରଗୁଡିକୁ ଦେଶର ନାଗରିକମାନେ ଯେଭଳି ସମ୍ପୂର୍ଣ ଭାବରେ ସାବ୍ୟସ୍ତ କରିପାରିବେ ତାହା ପାଇଁ ସମସ୍ତ ସାଧନ ଓ ସୁଯୋଗ ଯୋଗାଇଦେବାର ଦାୟିତ୍ୱ ସରକାରଙ୍କର ବୋଲି ସମ୍ବିଧାନର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ ବା 'ଡାଇରେକଟିଭ ପ୍ରିନ୍ସିପିଲସ ଅଫ ଷ୍ଟେଟ ପଲିସି' କହିଛି ଲୋକଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆବଶ୍ୟକୀୟ ନିୟମ ପ୍ରଣୟନ କରିବେ ବୋଲି ସେଥିରେ କୁହାଯାଇଛି  

ଗୋଟିଏ ପଟେ ଦେଶର ସମ୍ବିଧାନ ଓ ଆଇନ କାନୁନ ପାନୀୟ ଜଳ ପାଇବା ଲୋକଙ୍କର ଅଧିକାର ତଥା ତାହା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି କହିଥିବା ବେଳେ; ଏପରି ଅନେକ ଆନ୍ତର୍ଜାତୀୟ ପ୍ରସ୍ତାବ ଓ ଚୁକ୍ତିରେ ଭାରତ ସ୍ଵାକ୍ଷର କରିଛି ଯେଉଁଥିରେ କୁହାଯାଇଛି ଯେ ପର୍ଯ୍ୟାପ୍ତ ପିଇବା ଖାଇବା ପାଣି ପାଇବା ଲୋକଙ୍କର ଅଧିକାର ଓ ସେହି ଅଧିକାର ନିଶ୍ଚିତ କରିବାର ଦାୟିତ୍ୱ ସରକାରଙ୍କର ଆଜିଠୁ ପ୍ରାୟ ଚାରି ଦଶନ୍ଧି ପୂର୍ବରୁ ୧୯୭୭ ମସିହାରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ହୋଇଥିବା ଜାତିସଂଘର ଜଳ ସମ୍ମିଳନୀରେ ପ୍ରସ୍ତାବ ପାରିତ ହୋଥିଲା ଯେ 'ବ୍ୟକ୍ତିର ସାମାଜିକ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ମୌଳିକ ଆବଶ୍ୟକତା ପୁରଣ ପାଇଁ ଉପଯୁକ୍ତ ମାତ୍ରା ଓ ମାନର ପାଣି ହାସଲ କରିବାର ଅଧିକାର ରହିଛି' ୨୦୧୦ ମସିହାରେ ଜାତିସଂଘରେ ଆଉ ଏକ ଯୁଗାନ୍ତକାରୀ ପ୍ରସ୍ତାବ ପାରିତ ହେଲା ସେହି ପ୍ରସ୍ତାବ ସ୍ପଷ୍ଟ ଭାବରେ ଉଦଘୋଷଣା କଲା ଯେ 'ସ୍ୱଚ୍ଛ ଓ ସୁରକ୍ଷିତ ଜଳ ଏବଂ ପରିମଳର ଅଧିକାର ଏକ ମାନବିକ ଅଧିକାର ଯାହା ଜୀବନର ପରିପୂର୍ଣ ଉପଭୋଗ ତଥା ମାନବିକ ଅଧିକାର ପାଇଁ ଏକ ନିତାନ୍ତ ଆବଶ୍ୟକତା' ଏହି ପ୍ରସ୍ତାବ ତଥା ସେପ୍ଟେମ୍ବର ୨୦୧୧ରେ ଜାତିସଂଘର ପାରିତ ହୋଇଥିବା ଅନ୍ୟ ଏକ ସମ୍ବନ୍ଧିତ ପ୍ରସ୍ତାବରେ ଜାତିସଂଘର ସଦସ୍ୟଭୁକ୍ତ ସରକାରମାଙ୍କୁ ଏହି ଆହ୍ୱାନ ଦିଆଯାଇଛି ଯେ ଉପରୋକ୍ତ ଅଧିକାର ପ୍ରଦାନ ପାଇଁ ସେମାନେ କୌଣସି ହେଳା ନ କରି ଯାହା କିଛି ବି ପଦକ୍ଷେପ ଆବଶ୍ୟକ ତାହା ନିଶ୍ଚିତ ଭାବରେ ନେବେ  

ସରକାରଙ୍କ ଉପରେ ଦାୟିତ୍ୱ ସ୍ପଷ୍ଟ ଭାବରେ ନ୍ୟସ୍ତ ହୋଇଥିବା ସତ୍ତ୍ୱେ ତଥା ସରକାରମାନେ ମଧ୍ୟ ଏହା ତାଙ୍କ ଦାୟିତ୍ୱ ବୋଲି ପୁର୍ଣ ଭାବରେ ସ୍ଵୀକାର କରିସାରିଥିବା ସତ୍ତ୍ୱେ ଏହା ଏକ ନିଚ୍ଛକ ବାସ୍ତବତା ଯେ ଲୋକେ ପର୍ଯ୍ୟାପ୍ତ ଭାବରେ ସ୍ୱଚ୍ଛ ଓ ସୁରକ୍ଷିତ ପାଣି ପାଇପାରୁ ନାହାନ୍ତି ଏହାର କାରଣ ହେଳା ସରକାର ବଳିଷ୍ଠ ଆଇନ ପ୍ରଣୟନ କରିବାରେ କୁଣ୍ଠିତ ହେଉଛନ୍ତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନାହିଁ, ଆବଶ୍ୟକୀୟ ଅର୍ଥ ବ୍ୟବସ୍ତା ହେଉନାହିଁ, କାହାରି ଉପରେ ସ୍ପଷ୍ଟ ଉତ୍ତରଦାୟିତ୍ୱଟା ନାହିଁ, ଲୋକେ ଅଧିକାର କଥା କହୁଛନ୍ତି କିଂଫଟୁ ଦାୟିତ୍ୱ କଥା ଭୁଲି ଯାଉଛନ୍ତି ଏବଂ ବିଚାରାଳୟଗୁଡିକ ମଧ୍ୟ ଯଦିଓ କିଛି ଆଦେଶ ଦେଇଛନ୍ତି ତାହା ମୁଖ୍ୟତଃ ପରାମର୍ଶ କେନ୍ଦ୍ରିକ ହୋଇଛି ଏସବୁ ମାନବିକ ଓ ପ୍ରଶାସନିକ କାରଣ ବ୍ୟତୀତ ବନ୍ୟା ବାତ୍ୟା ମରୁଡି ଭଳି ପ୍ରାକୃତିକ କାରଣ ମଧ୍ୟ ପାନୀୟ ଜଳ ଅଧିକାରକୁ ପ୍ରଭାବିତ କରୁଛି ତେବେ ସରକାରମାନଙ୍କର ଦାୟିତ୍ୱ ହେଲା ସବୁ ମାନବିକ, ପ୍ରଶାସନିକ ଓ ପ୍ରାକୃତିକ ସ୍ଥିତିର ଆକଳନ କରି ଏପରି ବ୍ୟବସ୍ଥା ନିଶ୍ଚିତ କରିବା ଯାହା ଲୋକଙ୍କୁ ତାଙ୍କ ମୌଳିକ ଅଧିକାର ହାସଲ କରିବାର ନିଶ୍ଚିତତା ପ୍ରଦାନ କରାଇବ ଅସୁବିଧା ହେଳା ଏହାର ହିଁ ସ୍ପଷ୍ଟ ଅଭାବ ପରିଲକ୍ଷିତ ହେଊଛୀ କିଛି ଉଦାହରଣ ଦେଖିବା ନଲକରୁ ବାହାରୁଥିବା ଫ୍ଲୋରାଇଡ ପ୍ରଦୂଷିତ ପାଣି ପିଇ ଲୋକେ ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବା ପାଇଁ ଘଣ୍ଟାଘଣ୍ଟାର ସମୟ ଓ ବ୍ୟାପକ ଶ୍ରମ ବିନିଯୋଗ ହେଉଛି କେହି ବି ଉତ୍ତରଦାୟୀ ହେଉନାହାନ୍ତି କି କାହାକୁ କ୍ଷତିପୂରଣ ମିଳି ନାହିଁ ଜଳର ବ୍ୟବହାରର ପ୍ରାଥମିକତାରେ ପାନୀୟ ଜଳ ସର୍ବାଗ୍ରେ  ବୋଲି ଜଳନୀତିରେ କୁହାଯାଇଛି କିନ୍ତୁ ଜଳଉତ୍ସଗୁଡିକ କଳକାରଖାନା, ଶିଳ୍ପ, ସହରୀ ବର୍ଜ୍ୟ କାରଣରୁ ପାନୀୟ ଉପଯୋଗୀତା ହରାଉଛନ୍ତି ଗଭୀର ନଳକୂଅ ମାଧ୍ୟମରେ ବ୍ୟାପକ ଭୂତଳ ଜଳ ଉତ୍ତୋଳନ କାରଣରୁ ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ନଳକୂଅ ଶୁଖି ଯାଉଛି ନଦୀନାଳର ପାଣିକୁ ଶିଳ୍ପ ଜଳସେଚନ ଆଦି ପାଇଁ ଟାଣି ନିଆଯାଉଛି ତଳମୁଣ୍ଡରେ ଥିବା ଲୋକେ ମୌଳିକ ଆବଶ୍ୟକତା ପାଇଁ ପାଣି ପାଉନାହାନ୍ତି ବିଭାଗମାନଙ୍କ ମଧ୍ୟରେ ସମନ୍ବୟର ଅଭାବ କାରରୁ ପାଇପ ଫାଟୁଛି, ବିଦ୍ୟୁତ ସଂଯୋଗ କାଟୁଛି ଏମିତିରେ ପାନୀୟ ଜଳର ପ୍ରାଥମିକତା ରହୁଛି କେଉଁଠି? ଏହିଭଳି ଉଦାହରଣ ପାଇଁ କେହି ବି ଉତ୍ତରଦାୟୀ ହୋଇନାହାନ୍ତି ବା କୌଣସି ପ୍ରଭାବଜୀତ କ୍ଷତି ପୂରଣ ପାଇନାହାନ୍ତି

ତେବେ ଉତ୍ତରଦାୟୀ ହେବ କିଏ? ଭାରତର ସମ୍ବିଧାନ ଅନୁସାରେ ଜଳ ପ୍ରମୁଖତଃ ଏକ ରାଜ୍ୟ ବିଷୟ ତେଣୁ ଲୋକଙ୍କୁ ଜଳ ଉପରେ ଥିବା ମୌଳିକ ଅଧିକାର ପ୍ରଦାନ କରିବାର ପ୍ରମୁଖ ଦାୟିତ୍ୱ ରାଜ୍ୟ ସରକାରଙ୍କର ରାଜ୍ୟ ସରକାର ବିଭିନ୍ନ ବିଭାଗ ତଥା ନଗରପାଳିକା ଓ ପଂଚାୟତ ସଂସ୍ଥାମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତେବେ ଜଣେ ବ୍ୟକ୍ତି ପାଣି ଉପରେ ଥିବା ତାହାର ଅଧିକାର ନ ପାଇଲେ ଗାଁର ମେମ୍ବର ବନ୍ଧା ହେବେ କି ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ଧା ହେବ ତାହା ନିର୍ଦିଷ୍ଟ କରୁଥିବା କିଛି ଆଇନ କି ନୀତି ଏଯାଏଁ ପ୍ରଣୀତ ହୋଇନାହିଁ ଯେହେତୁ ପ୍ରଦୂଷଣ ସମ୍ବନ୍ଧିତ କିଛି ଆଇନ ରହିଛି ତାହାରି ଆଧାରରେ କିଛି ସଂସ୍ଥା ଓ ଅନୁଷ୍ଠାନ କେବଳ କାନୁନ ବ୍ୟବସ୍ଥାର ସୀମିତ ପରିଧିରେ ଆସିଛନ୍ତି ଏହାଠାରୁ ଅଧିକ କିଛି ହୋଇନାହିଁ

ଲୋକଙ୍କର ମୌଳିକ ଅଧିକାର ଅବଶ୍ୟ ଭୁଲୁଣ୍ଠିତ ହୋଇଚାଲିଛି ତେବେ ଆଶା ଏବେ ବି ଉଜ୍ଜୀବିତ ଅଛି  ପୂର୍ବରୁ ଯୋଗୀନ୍ଦ୍ର କୁମାର ଅଲଘଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏକ କମିଟି ଜାତୀୟ ଜଳ ଢାଞ୍ଚା ବା ଫ୍ରେମୱର୍କର ଏକ ଚିଠା ପ୍ରସ୍ତୁତ କରି ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ ତାହା ପଡ଼ିରହିଲା ୨୦୧୬ ମସିହାରେ ଏକ ନୂତନ ଜାତୀୟ ଜଳ ଫ୍ରେମୱର୍କ ବିଲର ଚିଠା ପ୍ରସ୍ତୁତ ହୋଇ ବର୍ଷେଧିକ ହେଲାଣି ପଡ଼ିରହିଛି ଏହି ଫ୍ରେମୱର୍କରେ ମଧ୍ୟ ଅଙ୍ଗୀକାରଟା ସିନା ଉଦ୍ଭାସିତ ହେଉଛି କିନ୍ତୁ ଉତ୍ତରଦାୟିତ୍ୱଟାର ସ୍ପଷ୍ଟତା ନାହିଁ ଏହି ଚିଠା ବିଲର ଦ୍ଵିତୀୟ ଅଧ୍ୟାୟଟି ଜୀବନ ପାଇଁ ଜଳ ଅଧିକାର କଥା କହିଛି ତେବେ ଏହି ଅଧ୍ୟାୟଟି ମୋତେ ଗୋଟିଏ ଧାରାରେ ହିଁ ସୀମିତ, ଯହିଁରେ ଦଂଡାର ନାମଗନ୍ଧ ହିଁ ନାହିଁ


ଯେହେତୁ ଜଳ ଏକ ରାଜ୍ୟ କର୍ତ୍ତୃତ୍ୱାଧୀନ ପ୍ରସଙ୍ଗ, ରାଜ୍ୟ ସରକାର ଆଗେଇ ଆସି ଏହି ଅଧିକାର ପ୍ରଦାନ ପାଇଁ ତାଙ୍କର ପ୍ରତିବଦ୍ଧତା ଦେଖାଇବା ଜରୁରୀ ଅଟେ ଲୋକେ ମଧ୍ୟ ଜଳ ପାଇବା ଏକ ଅଧିକାର ବୋଲି ଜାଣି ତାହା ସାବ୍ୟସ୍ତ କରିବାରେ ଅଧିକ ସଚେତନ ହେବା ଦରକାର ଅଧିକାର ସହିତ କର୍ତ୍ତବ୍ୟ ରହିଛି ତେଣୁ, ଜଳ ଉତ୍ସ ତଥା ଯୋଗାଣ  ବ୍ୟବସ୍ଥାର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସେମାନେ ସଚେତନ ରହିବାର ଆବଶ୍ୟକତା ରହିଛି ତେବେ, ସବୁଠୁ ମୂଳରେ  ରହିଲା, ଅଧିକାର ହନନ ହେଲେ କିଏ ବନ୍ଧା ହେବେ ତାହା ସ୍ଥିର ହେବ ନିହାତି ଦରକାର କାରଣ ତାହା ଅନେକ ଦାୟିତ୍ବହୀନତା ଓ ଅପରାଧକୁ ପ୍ରତିରୋଧ ଓ ଦଣ୍ଡିତ କରିବା ତଥା ଲୋକଙ୍କୁ ତାଙ୍କ ଅଧିକାର ପ୍ରତି ଅଧିକ ସଚେତନ କରିବ  

(This article was published as Op-Ed piece in 'Dharitri' newspaper. It is being pulished here to facilitate easier view through different modes, including mobiles. The original article can be accessed at http://www.dharitri.com/Bhubaneswar/240517/p6.htm . Kindly ignore few grammatical error as they come with limitations of web-based unicode typing)

Tuesday, May 16, 2017

Chief Minister's directive to use Twitter & Facebook for communication & governance gets no respect

Chief Minister of Odisha had 'directed' his Ministers and Officers to quickly start communicating with people through Twitter and Facebook and use social media as governance too.

A year and month later, we find that the direction from the Chief Minister has no takers. Very few Ministers have Twitter and/or Facebook IDs. None of them have used those media for two-way communication. Most Ministers have not even created an ID.

The status of departments are even worse. Barring very few, none have opened Twitter and Facebook IDs. And no department has used the media to improve both side communication and use those for governance.

The table below is a list of Ministers and Departments which have Twitter and/or Facebook IDs. This has been compiled to help people use those media to start interacting. Hopefully, the government will soon realise that communicating better is very good for effective governance and also to pacify people.

Twitter and Facebook IDs of Ministers
Name of the Minister
Twitter
Facebook
Naveen Patnaik
@Naveen_Odisha
@Naveen.odisha
Bijayshree Routray  


Damodar Rout
@Damodar-Rout-129003097207776/
Bikram Keshari Arukh


Pradeep Maharathy
@PradeepMaharathy
Usha Devi


Badri Narayan Patra
@badrin_bjd (yet to make the first tweet)

Surya Narayan Patro

Niranjan Pujari


Prafulla Samal


Maheshwar Mohanty


Sashibhushan Behera


Pratap Jena
@jenapratap66
Ramesh Chandra Majhi


Prafulla Kumar Mallik


Ashok Chandra Panda

Snehangini Chhuria
@snehangini_bjd (yet to make the first tweet)

Nrusingha Charan Sahu


Sushanta Singh


Ananta Das


Chandra Sarathi Behera



Twitter and/or Facebook IDs of Departments
Department
Twitter
Facebook
Agriculture and Farmer Empowerment

Krushi Bibhaga Not sure if that is the official ID.
Commerce and Transport

Cooperation


Electronics & Information Technology


Energy
 
Excise


Finance


Fisheries & Animal Resources


Food & Civil Supplied


Forest & Environment


General Administration


Handloom, Textiles & Handicrafts


Health & Family Welfare


Higher Education

Home
@Home.odisha
Housing & Urban Development
@urbanodisha.gov.in
Industries


Information & PR
 @IPR_Odisha (Last tweet was in October 2016)
Labour and ESI


Law


Micro Small & Medium Enterprises

@msmeodisha
Panchayatiraj & Drinking Water


Parliamentary Affairs


Planning & Convergence
@PCDept.Odisha
Public Enterprise


Public Grievance & Pension Admin
Links available in website but no ID exists

Revenue & Disaster Management

@RevenueDepartmentOdisha
Rural Development
@RDOdisha
@RDOdisha
Social Security and Empowerment of Persons with Disabilities
@ssepdodisha (The last tweet was in October 2016)
@SSEPD
ST & SC Development, Minorities & Backward Classes Welfare


School & Mass Education


Science & Technology


Skill Development & Technical Education


Sports & Youth Services


Steel & Mines


Tourism
@odisha_tourism
@OdishaTourismOfficial
Culture


Water Resources
@OdishaWater
@odishawater
Women & Child Development

Works