Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Sunday, March 29, 2015

ବନ୍ଧୁ ଦିନଟା ଯାକର କାଲି, ମନାଇବା ଆମେ ହୋଲି

ସାଙ୍ଗ ଓ ସାଥୀଏ ପଚାରନ୍ତି ମୋତେ କ’ଣ କରିବ କାଲି
ଆରେ ଯାହାକୁ ଭରସି ସୁନାମୁଣ୍ଡା ଭାଳି ଖୁବ‌୍‍ ଜପୁଥିଲୁ ମାଳି
କଥାରେ କାମରେ ଯୋଜନ ଅନ୍ତର, ବାହାରିଲା ସିଏ ଜାଲି
ଦିଶୁଥିଲା ଯାହା ଉପବନ ଭଳି ସିଏ ଥିଲା ଚୋରାବାଲି
ହଜାର ସପନ ହଜାର ଭାବନ ତାର ସ୍ବାର୍ଥପରତାରେ ଜାଳି
‘ଆପ’ ସନମାନ ମାଡିମୋଡି ସିଏ ଖୁସିରେ ମାରୁଛି ତାଳି
ବନ୍ଧୁ... ଦିନଟା ଯାକର କାଲି,
ବେଳକାଳ ଦେଖି ତୁହାକୁ ତୁହା ମୁଁ ତାକୁ ଦେଉଥିବି ଗାଳି୤
ତେବେ ବଡ କଥା ଯାହା ଭାବିଛି କରିବି କାଲି
ଘରପରିବାର ସାନାସୁନୁଙ୍କର ପଡିବ କାଲିକି ପାଳି
ତାଙ୍କୁ ଅବହେଳା ଖୁବ‌୍‍ ମୁଁ କରୁଛି, କେବେ ନ କରନ୍ତି ଅଳି
ବନ୍ଧୁ ଦିନଟା ଯାକର କାଲି...
ପରିବାର ପାଇଁ ପାଳି, ତାଆରି ଗହଣେ ଦିନଟା ଯାକର ଖୁବ‌୍‍ ଜମାଇବି ମେଳି୤
କାଲିର ଦିନଟା ବରଷକେ ଗୋଟେ, ଭାଇଚାରା ପର୍ବ ହୋଲି
ଗୁରୁ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ ପାଦେ ପ୍ରଣତି ମୋହର ଢାଳି
ତାଙ୍କ ଆଶିର୍ବାଦେ ଆମରି ମନରୁ ବିଶାଦ ପାରିବା ଟାଳି
ବନ୍ଧୁ... ଦିନଟା ଯାକର କାଲି,
ଶତୃ ହେଲେବି ମଙ୍ଗଳ ତାଙ୍କର କାମନା କରିବା ଖାଲି
ଶାନ୍ତି ସୌହାର୍ଦ୍ଦର ପରବ ଆମର ଦୀପାବଳୀ ଆଉ ହୋଲି
ମାରା ନ କରିବା ପରବ ସେପରି ଆଗକୁ ମାଡିବା ଚାଲି
ବନ୍ଧୁ... ଦିନଟା ଯାକର କାଲି, ମନାଇବା ଆମେ ହୋଲି୤୤
(ହୋଲିର ପୂର୍ବ ଦିନ ସଂଧ୍ୟାରେ ଭବନେଶ୍ବରରୁ ସମ୍ବଲପୁର ରେଳଗାଡିରେ ଆସୁଥିବା ବେଳେ)

No comments:

Post a Comment