Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Wednesday, December 11, 2019

‘ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି' ଲକ୍ଷ୍ୟ ଏବେ ବି ଅଛି ତ?


ଚାଷୀଙ୍କ ଆୟ ବର୍ଷରେ ଦୁଇଗୁଣା ବଢିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ ଛାଡି ଦେଇଥିବା ବେଳେ ଭାରତର ସବୁଠାରୁ ବଡ ଧନୀ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି କିନ୍ତୁ ବର୍ଷକରେ ଦେଢଗୁଣା ବଢି ସାରିଛି ଅର୍ଥନୈତିକ ପତ୍ରିକା 'ଫୋର୍ବସ' ଅନୁସାରେ .୧୨.୨୦୧୯ ତାରିଖରେ  ମୁକେଶ ଅମ୍ବାନିଙ୍କ ସମ୍ପତ୍ତିର ପରିମାଣ ଥିଲା ୫୯. ବିଲିୟନ ଡଲାର ବା ପ୍ରାୟ ଲକ୍ଷ ୨୫ ହଜାର କୋଟି ଟଙ୍କା ମାତ୍ର ବର୍ଷକ ତଳେ ତାଙ୍କ ସମ୍ପତ୍ତିର ପରିମାଣ ୪୦. ବିଲିୟନ ଡଲାର ଥିଲା ଅର୍ଥାତ ବର୍ଷକରେ ବଢ଼ିଲା ୪୯.% ବା ପ୍ରାୟ ଦେଢ଼ ଗୁଣା ଏବେ ଆସିବା କୃଷକଙ୍କ ଆୟକୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜାରି କରିଥିବା ଜି.ଡି.ପି. ତଥ୍ୟ ଅନୁସାରେ କୃଷିକ୍ଷେତ୍ରର ବୃଦ୍ଧି ହାର ୨୦୧୯-୨୦ ବର୍ଷର ପ୍ରଥମ ତ୍ରୈମାସିକରେ ଥିଲା ମାତ୍ର % ଦ୍ଵିତୀୟ ତ୍ରୈମାସିକରେ ଥିଲା .% ପୂର୍ବ ବର୍ଷର ଏହି ଦୁଇ ତ୍ରୈମାସିକରେ କୃଷି କ୍ଷେତ୍ରର ବୃଦ୍ଧି ହାର ଯଥାକ୍ରମେ ଥିଲା .% .% ଅର୍ଥାତ କୃଷିକ୍ଷେତ୍ରରେ ଅଭିବୃଦ୍ଧିହାର ଅଧାରୁ ଅଧିକ ହ୍ରାସ ପାଇଛି


ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି ପ୍ରଥମ ଘୋଷଣା କରିଥିଲେ ୨୮.୦୨. ୨୦୧୬ ତାରିଖରେ ପରେ ସରକାରଙ୍କ ଏହା ସବୁଠାରୁ ବଡ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାର ସଂସଦ ଭିତରେ ବାହାରେ ବାରମ୍ବାର ଦୋହରାଇଛନ୍ତି ଏହି ଘୋଷଣା ଅନୁସାରେ ୨୦୧୬ ବର୍ଷକୁ ମୂଳ ବର୍ଷ ହିସାବରେ ନେଇ ୬ ବର୍ଷରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବା କଥା ସେହି ବର୍ଷ ମଧ୍ୟରୁ ଅଧା ସରିଗଲାଣି ଏହି ତିନି ବର୍ଷରେ ଚାଷୀଙ୍କ ଆୟ କେତେ ବଢି ସାରିଲାଣି ତାହା କିନ୍ତୁ ସରକାର ପ୍ରକାଶ କରିନାହାନ୍ତି ବଢୁଛି ନା ନାହିଁ ତାହାକୁ ନେଇ ବି ଘୋର ଶଙ୍କା ଉଠିଲାଣି ୩୧.୦୮.୨୦୧୯ ତାରିଖରେ 'ବିଜିନେସ ଷ୍ଟାଣ୍ଡାର୍ଡ' ପତ୍ରିକାରେ ରାଜଲକ୍ଷ୍ମୀ ନିର୍ମଳ ଉଲ୍ଲେଖ କରିଥିଲେ ଯେ ବିଗତ ଦଶ ବର୍ଷର ପ୍ରଥମ ପାଞ୍ଚ ବର୍ଷ ବା  ୨୦୦୯-୧୦ ରୁ ୨୦୧୩-୧୪ ମଧ୍ୟରେ ଖାଦ୍ୟଶସ୍ୟର ବାର୍ଷିକ ହାରାହାରି ଉତ୍ପାଦନ ହାର % ଥିଲା କିନ୍ତୁ ପର ପାଞ୍ଚ ବର୍ଷରେ ବଢିବ ' ଓଲଟି ତାହା %କୁ ଖସି ଯାଇଥିଲା ଏହି ବୃଦ୍ଧିହାର କେତେ ନିକୃଷ୍ଟ ତାହା ଜଣାପଡେ ଚାଷୀଙ୍କ ଆୟ ଦୁଇଗୁଣ କେମିତି ହୋଇପାରିବ ତାହା ସ୍ଥିର କରିବା ପାଇଁ କେନ୍ଦ୍ର ସରକାର କୃଷି ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଆନ୍ତଃ-ମନ୍ତ୍ରଣାଳୟ କମିଟିର ଆକଳନରୁ ଶ୍ରୀ ଦଲୱାଇ ଓଡିଶା କ୍ୟାଡରର ଜଣେ ଦକ୍ଷ ଆଇ..ଏସ. ଅଫିସର ତଥା ନିଜେ କୃଷି ବିଜ୍ଞାନରେ ଉଚ୍ଚ ଶିକ୍ଷା ପ୍ରାପ୍ତ ଅଟନ୍ତି ତାଙ୍କ କମିଟିରେ ଅନ୍ୟ ବିଶେଷଜ୍ଞ ମଧ୍ୟ ଥିଲେ ସେହି କମିଟି ହିସାବ କରିଥିଲା ଯେ ଯଦି ୨୦୧୫-୧୬ ବର୍ଷ ତୁଳନାରେ ୨୦୨୨-୨୩ ସୁଦ୍ଧା ଭାରତର ଚାଷୀଙ୍କ ଆୟ ଦୁଇ ଗୁଣା କରିବାର ଅଛି ତେବେ ଏହି ଛଅ ବର୍ଷର ପ୍ରତ୍ୟେକ ବର୍ଷ ଚାଷୀଙ୍କ ପ୍ରକୃତ ଆୟ ବାର୍ଷିକ ହାରାହାରି ୧୦.୪୧% ହାରରେ ବଢିବା ଦରକାର।  ୨୦୦୨-୦୩ରୁ ୨୦୧୨-୧୩ ମଧ୍ୟରେ ଚାଷୀଙ୍କ ପ୍ରକୃତ ଆୟ ମୋଟେ .% ହାରରେ ହିଁ ବୃଦ୍ଧି ପାଇଥିଲା। ଅନ୍ୟ ଭାବରେ କହିଲେ, ଚାଷୀଙ୍କ ଆୟକୁ ୬ବର୍ଷରେ ଦୁଇଗୁଣ କରିବା ପାଇଁ  ପ୍ରକୃତ ଆୟରେ ବୃଦ୍ଧି ହାର ପୂର୍ବ ୧୦ ବର୍ଷରେ ଯାହା ରହିଥିଲା ତାହାଠାରୁ ଆହୁରି ତିନି ଗୁଣା ବଢାଇବାର ଆବଶ୍ୟକତା ଅଛି 

ଗଭୀର ଚିନ୍ତାର ବିଷୟ ହେଲା ଯେ 'ଚାଷୀଙ୍କ ଆୟ ଦୁଇ ଗୁଣା ବୃଦ୍ଧି'କୁ ସରକାର ତାଙ୍କର ପ୍ରମୁଖ ଲକ୍ଷ୍ୟ କହୁଥିବା ବେଳେ ଚାଷୀଙ୍କ ଆୟ ଗତ ତିନି ବର୍ଷରେ କେତେ ବଢିଛି ତାହା କହିବା ବେଳକୁ ସରକାରଙ୍କ ମୁହଁରେ ତାଲା ପଡିଯାଉଛି ତାଲା ପଡୁଛି କାରଣ ସରକାର ଚାଷୀଙ୍କ ଆୟ ମାପିବାର ପ୍ରଚେଷ୍ଟା ହିଁ କରିନାହାନ୍ତି ଗତ .୧୨.୨୦୧୯ ତାରିଖରେ ରାଜ୍ୟସଭାରେ ଏକ ସିଧା ପ୍ରଶ୍ନ ଥିଲା '୨୦୧୬-୧୭, ୨୦୧୭-୧୮ ୨୦୧୮-୧୯ ବର୍ଷରେ ଚାଷୀଙ୍କ ବାର୍ଷିକ ଆୟରେ ବୃଦ୍ଧି ହାର କେତେ ଥିଲା?' ସରକାର ଯଦି ଚାଷୀଙ୍କ ଆୟରେ ବୃଦ୍ଧିକୁ ନେଇ ଚିନ୍ତିତ ତେବେ ଏହାର ଏକ ସିଧା ଉତ୍ତର ଆସିବା କଥା କିନ୍ତୁ ମନ୍ତ୍ରୀ ମହୋଦୟ କହିଲେ ଯେ ଏହି ତିନି ବର୍ଷରେ ଚାଷୀଙ୍କ ଆୟ ମାପିବା ପାଇଁ କୌଣସି ସର୍ଭେ ହୋଇନାହିଁ ଓଲଟା ମନ୍ତ୍ରୀ ୨୦୧୩ ମସିହାରେ ଏନ.ଏସ.ଏସ.. କରିଥିବା ସର୍ଭେର ତଥ୍ୟ ରଖିଥିଲେ ଯାହାର ପ୍ରଶ୍ନ ସହିତ କିଛି ବି ସମ୍ପର୍କ ନଥିଲା ନେଡି ଗୁଡ଼ କହୁଣିକୁ ବହିବା ବେଳକୁ କେନ୍ଦ୍ର ସରକାର ଗତ ୨୩.୦୧.୨୦୧୯ ତାରିଖରେ ଶ୍ରୀ ଅଶୋକ ଦଳୱାଇଙ୍କ ଅଧ୍ୟକ୍ଷତାରେ ଏକ 'ଏମ୍ପାୱାର୍ଡ଼ କମିଟି' ବା କ୍ଷମତାପ୍ରାପ୍ତ କମିଟି ଗଠନ କରିଛନ୍ତି ଯାହା ଶ୍ରୀ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ପୂର୍ବ ଆନ୍ତଃ-ମନ୍ତ୍ରଣାଳୟ କମିଟିର ସୁପାରିଶ ଗୁଡିକ କେତେ କାର୍ଯ୍ୟନ୍ବିତ ହୋଇଛି ତାହାକୁ ପରଖିବ ତଥା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟପନ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ  ବିଭିନ୍ନ ବିଭାଗ, ସଂସ୍ଥା ରାଜ୍ୟସରକାରମାନଙ୍କ ମଧ୍ୟରେ ସମନ୍ୱୟ ରଖିବ ଦଲୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ପୂର୍ବ କମିଟି ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ତିନିଟି ପ୍ରମୁଖ ସ୍ତମ୍ଭର ଆବଶ୍ୟକତା ଚିହ୍ନଟ କରିଥିଲେ ପ୍ରଥମଟି ହେଲା, ଫସଲମାନଙ୍କର ଉତ୍ପାଦକତା ବଢ଼ାଇ ମୋଟ ଅମଳ ବଢାଇବା; ଦ୍ୱିତୀୟଟି ହେଲା, ଉପଲବ୍ଧ ସମ୍ବଳର ସଠିକ ଉପଯୋଗ କରି ଖର୍ଚ୍ଚକୁ କମାଇବା; ଏବଂ ତୃତୀୟଟି ହେଲା, ଚାଷୀଙ୍କୁ ତାଙ୍କ ଉତ୍ପାଦର ଲାଭପ୍ରଦ ମୂଲ୍ୟ ଯୋଗାଇବା ଏବେ ପ୍ରଥମ ସ୍ତମ୍ଭକୁ ଦେଖିବା ଫସଲର ଉତ୍ପାଦନ ବିଭିନ୍ନ ବର୍ଷରେ ତଳ ଉପର ହୋଇଥାଏ କିନ୍ତୁ ଏହା ଅଳ୍ପ ଲେଖାଏଁ ହେଉ ପଛେ ହାରାହାରି ଭାବରେ ବଢିଚାଲିଛି ତେବେ ଏହା ଏକ ନିରାଟ ବାସ୍ତବତା ଯେ ଫସଲର ମୋଟ ଉତ୍ପାଦନ ସହିତ ଚାଷୀର ଆୟର ପ୍ରତ୍ୟକ୍ଷ ସମ୍ପର୍କ ପ୍ରାୟ ନାହିଁ ଉତ୍ପାଦନ ବଢିଲେ ଚାଷୀ ବିପତ୍ତିରେ ପଡି ଅତି କମ ଦରରେ ବିକିବାର ଉଦାହରଣ ନିତିଦିନିଆ ଘଟଣା ହୋଇଗଲାଣି ଅଧିକ ଦିନ ସାଇତା ହୋଇ ରହୁଥିବା ଶସ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି ଚାଷ ଖର୍ଚ୍ଚ କମାଇ ଚାଷୀଙ୍କ ଆୟ ବଢାଇବା ଆଉ ଏକ ମାଧ୍ୟମ ବୋଲି ଚିହ୍ନଟ ହୋଇଛି କିନ୍ତୁ ଚାଷ ଖର୍ଚ୍ଚ କମିବାର କୌଣସି ସୂଚନା ମିଳୁନାହିଁ ବରଂ ଚାଷୀଙ୍କ ନିଜ ଅନୁଭୂତି ତଥା ସରକାରଙ୍କ ଦ୍ୱାରା ହେଉଥିବା ଖର୍ଚ୍ଚର ଆକଳନ ଅନୁସାରେ ଚାଷ ଖର୍ଚ୍ଚ ବଢି ହିଁ ଚାଲିଛି ତୃତୀୟଟି ହେଲା, ଚାଷୀଙ୍କୁ ଲାଭଜନକ ମୂଲ୍ୟ ଯୋଗାଇବା କେବଳ ଧାନ ଗହମକୁ ଛାଡିଦେଲେ ସରକାର ଚାଷୀଙ୍କୁ ଲାଭଜନକ ମୂଲ୍ୟ ଯୋଗାଇବା ପାଇଁ ପ୍ରାୟ କିଛି କରିନାହାନ୍ତି ସରକାରଙ୍କ ଏମ.ଏସ.ପି. ବା ସର୍ବନିମ୍ନ ଦର ପ୍ରତିଶୃତିର ଲାଭ ଖୁବ କମ ଚାଷୀ ଖୁବ କମ ଅଂଚଳରେ ହିଁ ମିଳେ ସରକାରଙ୍କ '-ନାମ' ଯୋଜନା ଏବେବି ପ୍ରାୟ ବସ୍ତାନି ଭିତରେ

ମୋଟାମୋଟି ଭାବରେ ଦେଖିଲେ ଚାଷୀଙ୍କ ଆୟ ୬ବର୍ଷରେ ଦୁଇଗୁଣ ବଢ଼ାଇବା ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କିଛି ଠୋସ ଉଦ୍ୟମ ଯୋଜନାର କରିଥିବାର ଆଦୌ ସୁରାକ ମିଳୁନାହିଁ ସରକାର ବୋଧେ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ବଢାଇବାରେ ବେଶୀ ଆଗ୍ରହୀ ଏଣେ ଚେରମୂଳ ସଢ଼ିବାରେ ଲାଗିଲାଣି, ଚାଷ ବୁଡିବାରେ ଲାଗିଲାଣି ସରକାର ଏହି ସତ୍ୟତାକୁ ହୃଦୟଙ୍ଗମ କରିବା ଦରକାର ଗଣମାଧ୍ୟମ, ସାଧାରଣ ଜନତା, ରାଜନୈତିକ ଦଳ ଆଦି ଚାଷୀଙ୍କ ପକ୍ଷ ନେଇ ସରକାରଙ୍କୁ ଏହି ବିଷୟରେ ଉତ୍ତରଦାୟୀ କରିବାର ଆବଶ୍ୟକତା ଆସିଛି 


(This article was originally published in my fortnightly column 'Tatwa O Tarka' in Dharitri. It may be accessed at http://dharitriepaper.in/edition/4293/bhubaneswar/page/6 )

No comments:

Post a Comment