ବରଷା ରାଣୀ,
କଅଁଳ ମେଘର ଓଢଣୀ ଟାଣି
ଦେଖାଏ ନିଜର ଛଇ ଚାହାଣୀ...
ଯନ୍ତ୍ରଚାଳିତ ଚଢ଼େଇ ରାଣୀ
ବଉଦ ଉପରେ ଝଟକୁ ଥିଲା ସେ ପରାୟେ ମଣି
ଅସମ୍ଭାଳ ହେଲା ରହିବା ଗଗନେ ମନଟା ତାହାର ଝୁରିଲା ପୁଣି
ଟୁପୁରୁଟାପୁରୁ ମେଘର ସରାଗ ସରଗୁ ତାହାକୁ ଭିଡିଲା ଆଣି...
ବରଷା ରାଣୀ,
କଅଁଳ ମେଘର ଓଢଣୀ ଟାଣି
ଭରିଦେ ସବୁଠି ଆଶାର ଅକାତ ଅକାତ ପାଣି
ଏ ଜୀବଜଗତେ ଯେତେ ଅଛୁ ସବୁ ପ୍ରାଣୀ
ଅତୀତେ ଥିଲେ, ଆଜି ବି ଅଛୁ, କାଲି ବି ରହିବେ ତୋ'ର ଋଣୀ I
No comments:
Post a Comment