Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Fluorosis. Show all posts
Showing posts with label Fluorosis. Show all posts

Wednesday, October 11, 2017

ଜଳ ପରୀକ୍ଷଣରେ ଶଠତା

ସେହି ଏକା ନଳକୂଅର ପାଣି,ସେହି ଏକା ସରକାରୀ ଜଳ ପରୀକ୍ଷଣ କେନ୍ଦ୍ର। ଜଳ ପରୀକ୍ଷଣ ରିପୋର୍ଟରେ କିନ୍ତୁ ଭୀଷଣ ତାରତମ୍ୟ। ଜାନୁଆରୀ ୨୦୧୭ରେ ନଳକୂଅ ଉତ୍ସଟିର ପାଣି ପରୀକ୍ଷା କରି ଜଳ ପରୀକ୍ଷଣ କେନ୍ଦ୍ର ଜଣାଇଲା ଯେ ପ୍ରତି ଲିଟରେ ପାଣିରେ ୦.୩୩ ମିଲିଗ୍ରାମ ଫ୍ଲୋରାଇଡ ଅଛି।ମାତ୍ର ତିନିମାସ ପରେ ଏପ୍ରିଲରେ ଆଉଥରେ ପରୀକ୍ଷଣ କରି କହିଲା ଯେ ତହିଁରେ ୧୩.୮୬ ମିଲିଗ୍ରାମ ଫ୍ଲୋରାଇଡ ଅଛି।ନଳକୂଅଟି ଅଛି ବାଲେଶ୍ୱର ଜିଲ୍ଲାର ପତ୍ରିପାଲ ଗ୍ରାମପଞ୍ଚାୟତର ବାଲିପାଳ ପ୍ରାଥମିକ ବିଦ୍ୟାଳୟରେ ଆଉ ଜଳପରୀକ୍ଷଣ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗର ବାଲେଶ୍ୱରରେ ଥିବା ଜଳ ପରୀକ୍ଷଣ କେନ୍ଦ୍ର।  ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନୁସାରେ ଲିଟରେ ପାଣିରେ ଅତି ବେଶୀରେ ୧ମିଲିଗ୍ରାମ ଯାଏ ଫ୍ଲୋରାଇଡ ରହିଲେ ତାହା ପିଇବା ଖାଇବା ପାଇଁ ଠିକ। ତେବେ ଯଦି ଅନ୍ୟ କୌଣସି ଜଳଉତ୍ସ ନ ଥାଏ ତେବେ ପାଣିରେ ୧.୫ମିଲିଗ୍ରାମ ଯାଏ ଫ୍ଲୋରାଇଡ ଥିଲେ ଚଳିବ, ତହିଁରୁ ଅଧିକ ହେଲେ ତାହା ଭୟଙ୍କର ବିପଦ। ସେହି ଜଳର ବ୍ୟବହାର ଲୋକଙ୍କୁ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ କରି ସାରା ଜୀବନ ପାଇଁ ବିକଳାଙ୍ଗ ଓ ଅନ୍ୟାନ୍ୟ ଶାରୀରିକ ଜଟିଳତାରେ ଜର୍ଜରିତ କରିଦେବ। କହିବାର ତାତ୍ପର୍ଯ୍ୟ ହେଲା ଯେ ପାଣିରେ ଏତେ ଟିକିଏ ଫ୍ଲୋରାଇଡର ଫରକ ରହିଲେ ତାହାର ଗୁଣରେ କେତେ ବଡ ପରିବର୍ତ୍ତନ ହୋଇଯାଉଛି. କିନ୍ତୁ ବାଲେଶ୍ୱରରେ ଥିବା ସେହି ଜଳଉତ୍ସର ପାଣିରେ ଏତେବଡ ଫରକ ଆସିଲା କିନ୍ତୁ କାହାରି ନଜରକୁ ତାହା ଆସିଲାଣି କେମିତି? 

କଣ ହୋଇଗଲା ତିନି ମାସରେ ଯେ ଉପରବର୍ଣ୍ଣିତ ଉତ୍ସର ପାଣିରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ପ୍ରଭେଦ ରହିଲା? କୌଣସି କାରଣରୁ ଊତ୍ସଟି ଦୂଷିତ ହୋଇଗଲା ନା ଜଳ ପରୀକ୍ଷଣ ବ୍ୟବସ୍ଥା ହିଁ ସଂକ୍ରମିତ ହୋଇଯାଇଛି ଠକାମୀ, ଭଣ୍ଡାମୀ ବା ଅପାରଗତାର ରୋଗରେ? ପ୍ରଥମଟି କାରଣ ହୋଇଥିଲେ ଫ୍ଲୋରାଇଡ଼ର ମାତ୍ରା ଏତେ ଅଧିକ ବଦଳି ନଥାନ୍ତା। ଭିନ୍ନ ପରୀକ୍ଷଣରେ ଫ୍ଲୋରାଇଡ଼ର ମାତ୍ରାରେ କିଛି ଭିନ୍ନତା ରହିପାରେ, କିନ୍ତୁ ଏତେ ବଡ ପାର୍ଥକ୍ୟ କଦାପି ହେବନାହିଁ। ଏହା ନିଶ୍ଚିତ ଭାବରେ ସରକାରୀ ଜଳ ପରୀକ୍ଷଣ ତନ୍ତ୍ରର ବିଫଳତା ଓ ଶଠତାକୁ ହିଁ ଦର୍ଶାଉଛି। କେହିକେହି କହି ପାରନ୍ତି ଯେ ଗୋଟିଏ ବିଦ୍ୟାଳୟର ଉଦାହରଣ ଦେଇ ଏଭଳି ଏକ ବିରାଟ ଅଭିଯୋଗ ଆଣିବା ଠିକ ନୁହଁ। ଆଉ ଗୋଟେ ଉଦାହରଣ ଦେବା ସେହି ପଞ୍ଚାୟତର ବାହାରଦା ଗ୍ରାମର ନୂଆଗାଁ ପ୍ରାଥମିକ ବିଦ୍ୟାଳରେ ଥିବା ନଳକୂଅର। ଜଳ ପରୀକ୍ଷଣ କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟ ଅନୁସାରେ ସେହି ନଳକୂଅର ପାଣିରେ ଫେବୃଆରୀ ୨୦୧୪ ଓ ଜାନୁଆରୀ ୨୦୧୫ରେ ୦.୭ମିଲିଗ୍ରାମ ଫ୍ଲୋରାଇଡ ଥିଲା କିନ୍ତୁ ଜୁଲାଇ ୨୦୧୬ରେ ତହିଁରୁ ୫.୪ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା। ପରୀକ୍ଷଣ କେନ୍ଦ୍ର ଜାନୁଆରୀ ୨୦୧୭ରେ ଉତ୍ସର ଆଉଥରେ ପରୀକ୍ଷଣ କଲା ଆଉ କହିଲା ଯେ ତହିଁରେ ମାତ୍ର ୦.୦୮୪ମିଲିଗ୍ରାମ ଫ୍ଲୋରାଇଡ ଅଛି। ଆଶ୍ଚର୍ଯ୍ୟ ହେଲେ? ଆହୁରି ଅଛି। ତାହାର ୩ମାସ ପରେ ଆଉ ଏକ ପରୀକ୍ଷଣରୁ କୁଆଡେ ବାହାରିଲା ଯେ ସେହି ଜଳଉତ୍ସରେ ୩.୭୬ମିଲିଗ୍ରାମ ଫ୍ଲୋରାଇଡ ଅଛି। ଏହା କେମିତି ହେଉଛି? ସମ୍ପୂର୍ଣ୍ଣ ଅବାସ୍ତବତା! କେହିକେହି ହୁଏତ ପୁଣି  କହିବେ ଯେ ବାଲେଶ୍ୱରର ଦୁଇଟି ଉଦାହରଣରୁ କଣ ରାଜ୍ୟଟା ସାରା ଏମିତି ଶଠତା ଚାଲିଛି ବୋଲି କହିବା? ଠିକ କଥା। ନୂଆପଡା ଜିଲ୍ଲାର ପାନୀୟ ଜଳଉତ୍ସମାନଙ୍କରେ ଫ୍ଲୋରାଇଡ ପ୍ରଦୂଷଣ ଅତି ବ୍ୟାପକ ବୋଲି ସମସ୍ତେ ଜାଣନ୍ତି। ନୂଆପଡାର ଭାତ ହାଣ୍ଡିରୁ ଗୋଟେ ଭାତ ଚିପୁଡିବା। ବୋଡେ଼ନ ବ୍ଲକର କର୍ଲାକୋଟ୍ ପଞ୍ଚାୟତର କିରେଝୋଲା ଗାଁର ବୈଦନ୍ତପଡାରେ ଥିବା ନଳକୂଅର ପାଣିକୁ ୨୦୧୩ ଓ ୨୦୧୪ ମସିହାରେ ପରୀକ୍ଷା କରି ନୂଆପଡାର ଗ୍ରାମ୍ୟଉନ୍ନୟନ ବିଭାଗ ଜଳ ପରୀକ୍ଷଣ କେନ୍ଦ୍ର  କହିଥିଲା ଯେ ତହିଁରେ ୩.୧ମିଲିଗ୍ରାମ ଫ୍ଲୋରାଇଡ ଅଛି। ସେହି ଗାଁରେ ଅନେକ ଫ୍ଲୋରୋସିସ ରୋଗୀ ଅଛନ୍ତି। କାରଣଟା ସ୍ପଷ୍ଟ। ସେହି ଉତ୍ସର ଜଳକୁ ୨୦୧୬ ମସିହାରେ ଦୁଇଥର ପରୀକ୍ଷା କରାଗଲା। ଥରେ ୧.୫ମିଲିଗ୍ରାମ ଓ ଆଉଥରେ ୧.୧ ମିଲିଗ୍ରାମ ଫ୍ଲୋରାଇଡ ବାହାରିଲା। ଫେବୃଆରୀ ୨୦୧୭ରେ ଆଉଥରେ ପରୀକ୍ଷଣ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ କହିଲା ଯେ ସେଥିରେ ମାତ୍ର ୦.୧୬ମିଲିଗ୍ରାମ ହିଁ ଫ୍ଲୋରାଇଡ ଅଛି। ଅଭୁତପୁର୍ବ ଏମିତି ପରୀକ୍ଷଣ ଓ ଏମିତି ରିପୋର୍ଟ। ଏମିତି ଉଦାହରଣ ଭରି ହୋଇ ରହିଛି।  ଜଳପରୀକ୍ଷଣରେ ଏତେବଡ଼ ବିଭ୍ରାଟ, ଏତେବଡ ବିଶୃଙ୍ଖଳା କିନ୍ତୁ କାହାର ଯେମିତି ତାହାକୁ ପରବାୟ ନାହିଁ!

ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇବା ସରକାରଙ୍କ ଖାଲି ଏକ କର୍ତ୍ତବ୍ୟ ନୁହେଁ, ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ଏହା ନାଗରିକର ଏକ ମୌଳିକ ଅଧିକାର। ସ୍ୱଚ୍ଛ ଓ ନିରାପଦ ଜଳ ଯୋଗାଇବା ପାଇଁ ସରକାର ବାଧ୍ୟ। ଆଗରୁ ପାଣିର ମାନ ଉପରେ ବେଶୀ ଦୃଷ୍ଟି ନଥିଲା। କିନ୍ତୁ ବିଭିନ୍ନ ଉତ୍ସର ପାନୀୟ ଜଳରେ ରାସାୟନିକ ଓ ଅନ୍ୟ ପ୍ରଦୂଷଣଜନିତ ସମସ୍ୟା ଦେଖାଦେବାରେ ଲାଗିଲା। ତହିଁରୁ ଫ୍ଲୋରାଇଡ ଓ ଆର୍ସେନିକ ସବୁଠାରୁ ବଡ ବିପଦ ଭାବରେ ଉଭାହୋଇ ଲୋକଙ୍କୁ ଭୀଷଣଭାବରେ ରୋଗାକ୍ରାନ୍ତ କରିବା ଆରମ୍ଭ କଲା। ସରକାରମାନେ ଏହାକୁ ନେଇ ଚିନ୍ତିତ ହେଲେ ଓ ସୁପ୍ରିମ କୋର୍ଟ ତଥା ହାଇକୋର୍ଟମାନେ ଏହାକୁ ନେଇ ସରକାରଙ୍କୁ ଉତ୍ତରଦାୟୀ କଲେ। ସରକାର ୨୦୦୬ ମସିହାରେ ଏଥିପାଇଁ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣ' ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କଲେ। ପରେ ତାହା 'ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ'ର ଏକ ଅଂଶ ହୋଇଗଲା। ଏହି କାର୍ଯ୍ୟକ୍ରମରେ ପାନୀୟ ଜଳର ନିୟମିତ ଓ ସଠିକ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର ଅର୍ଥ ଓ ଦାୟିତ୍ୱର  ବ୍ୟବସ୍ଥା ହୋଇଛି। ଯୋଜନା ଅନୁସାରେ ପ୍ରତ୍ୟେକ ପାନୀୟ ଜଳଉତ୍ସକୁ ବର୍ଷରେ ଅତି କମରେ ଥରେ ରାସାୟନିକ ମାନ ଏବଂ ଦୁଇଥର ଜୈବିକ ମାନର ଯାଞ୍ଚ ପାଇଁ ପରୀକ୍ଷଣ କରାଯିବ।

ଏହି ଯୋଜନା ଅନୁସାରେ ଓଡ଼ିଶାରେ ମଧ୍ୟ ଜଳର ମାନ ପରୀକ୍ଷଣ ଚାଲିଛି। ଜଳ ପରୀକ୍ଷଣ ରିପୋର୍ଟ ଖୋଜିବା ଜଣେ ସାଧାରଣ ଲୋକ ପକ୍ଷରେ ସହଜ ନୁହେଁ। ୱେବସାଇଟକୁ ଯାଇ ତାହା ଖୋଜିବାକୁ ପଡିବ। କିନ୍ତୁ ଆରମ୍ଭରେ 'ପାନୀୟ ଜଳର ମାନ ତଦାରଖ ଓ ନିରୀକ୍ଷଣ' ଯୋଜନାର ପରିକଳ୍ପନା ସେମିତି ନଥିଲା। ଏହାକୁ ଏକ ଜନ-ଆଧାରିତ ଯୋଜନା ଭାବରେ ଗଢ଼ା ଯାଇଥିଲା। ଜଳ ପରୀକ୍ଷଣରେ ଲୋକେ ଯେମିତି ପୁରା ସାମିଲ ହେବେ ତାହାକୁ କେନ୍ଦ୍ରକରି ଯୋଜନା ପ୍ରସ୍ତୁତ ହୋଇଥିଲା।ପରିକଳ୍ପନା ସିନା ହେଲା କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପ୍ରତି ଉତ୍ସ ପ୍ରତିବର୍ଷ ନିଶ୍ଚିତ ଭାବରେ ପରୀକ୍ଷଣ ହେବାର ଥିଲା ତାହା ତ ହେଲା ନାହିଁ, ଯେଉଁ କିଛି ପାନୀୟ ଜଳଉତ୍ସର ପରୀକ୍ଷଣ ହେଉଛି ତାହାର ଝଲକ ଏହି ଆଲେଖ୍ୟରେ ହିଁ ଦେଖି ସାରିଛେ। ଲୋକେ ତ ତାହାର ଟେର୍  ପାଉ ନାହାନ୍ତି, ଯେଉଁ ସ୍ଥାନୀୟ ସଂସ୍ଥା ଉପରେ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ ବର୍ତ୍ତମାନ ନ୍ୟସ୍ତ ଅଛି ସେହି ପଞ୍ଚାୟତମାନଙ୍କ ପାଖରେ ମଧ୍ୟ ଜଳପରୀକ୍ଷଣ ସମ୍ବନ୍ଧିତ କିଛି ସୂଚନା ସାଧାରଣତଃ ପହଞ୍ଚେ ନାହିଁ।ଏମାନେ ଜଳ ପରୀକ୍ଷଣରେ ସାମିଲ ହେଉନଥିବା ବେଳେ ଯେଉଁ ଅଧିକାରୀମାନେ ସାମିଲ ଅଛନ୍ତି ବା ରହିବା କଥା ସେମାନେ ତଥ୍ୟସବୁକୁ କେମିତି ଦେଖୁଛନ୍ତି ପରଖୁଛନ୍ତି ତାହା ଜଳଜଳ ଦିଶୁଛି। ସମାନ ଉତ୍ସରେ ଫ୍ଲୋରାଇଡ଼ର ମାତ୍ରାରେ ଏତେ ଅବାସ୍ତବ ଫରକ ରହୁଛି କିନ୍ତୁ କେହି କିଛି କେମିତି ଦେଖିପାରୁ ନାହାନ୍ତି? ସରକାର ତଥା ଏହି ବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ତାଙ୍କ ଅପାରଗତା ବା ଠକାମୀ ପାଇଁ ଉତ୍ତରଦାୟୀ ହେବାକୁ ପଡିବ। ଲୋକଙ୍କ ଜୀବନ ମୂଲ୍ୟବାନ, ପାଣି ପାଇଁ ଲୋକଙ୍କ ଜୀବନ ବରବାଦ ହେବା ଏକ ଦୋଷ, ଏକ ଅକ୍ଷମଣୀୟ ଅପରାଧ।

(This article was published in the Dharitri on October 11, 2017. The original article can be accessed at http://www.dharitri.com/e-Paper/Bhubaneswar/111017/p6.htm )

Monday, May 15, 2017

ସୁରକ୍ଷିତ ଜଳ ଯୋଗାଇଦେବାରେ ସରକାରଙ୍କ ଘୋଷଣା ଅଛି ସତ କିନ୍ତୁ ଉତ୍ତରଦାୟିତ୍ୱ ଦିଶୁନି

ବାଲେଶ୍ବର ଜିଲ୍ଲା ସଦର ମହକୁମାରୁ ପ୍ରାୟ ୧୫ କିଲୋମିଟର ଦୂର ଭୀମେଶ୍ୱର ମାଧ୍ୟମିକ ବିଦ୍ୟାଳୟର କାନ୍ଥରେ ବଡ଼ବଡ଼ ଅକ୍ଷ୍ୟରରେ ସୁଦୃଶ୍ୟ ଭାବରେ ଲେଖା ହୋଇଛି 'ମଧ୍ୟାହ୍ନ ଭୋଜନ ପଞ୍ଚ ନିୟମ' ।   ପଞ୍ଚ ନିୟମର ଗୋଟିଏ ହେଉଛି 'ନିରାପଦ ପାନୀୟ ଜଳର ସୁବ୍ୟବସ୍ଥା' ।  ବିଦ୍ୟାଳୟରେ ନଳକୂଅଟିଏ ଅଛି ।  ତା'ସହିତ ଦଦରା ଟ୍ୟାପଟେ ବଡ କଷ୍ଟରେ ମାଟିଠୁ କିଛି ଇଞ୍ଚ ଉପରକୁ ବେକ ଉଠାଇ ମୁଁ ବି ଅଛି ବୋଲି ଜଣାଇବାର ପ୍ରୟାସ କରୁଛି ।  ଏହା ଅଲଗା କଥା ଯେ ସେହି ଟ୍ୟାପ ତା ଅଛି ଯାହା ।   କୋଉ କାଳରୁ ତହିଁରେ ପାଣି ଆସୁ ନାହିଁ ଯେ ତା ତଳେ ଥିବା ଶୁଖା ମାଟିରେ ଦୁବଟିଏ ବି ତିଷ୍ଠି ରହି ନାହିଁ ।  ଯାହାହେଉ ନଳକୂଅଟିଏ ତ ଅଛି! ନଳକୂଅର ପାଣିକୁ ନିରାପଦ ବୋଲି ସମସ୍ତେ ଧରି ନିଅନ୍ତି ।  ସେଥିରୁ ସମସ୍ତେ ପାଣି ପିଉଥିଲେ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ।  ଏବେ ବି ପିଉଛନ୍ତି, ମଧ୍ୟାହ୍ନ ଭୋଜନ ରୋଷେଇ ବି ହେଉଛି ।  ବର୍ଷରେ ଅନ୍ତତଃ ଥରଟିଏ ନିଶ୍ଚୟ ସମସ୍ତ ନଳକୂଅର ପାଣି ପରୀକ୍ଷା ହେବ ବୋଲି ସରକାରୀ ନୀତି ରହିଛି ।  ସେହି ନଳକୂଅର ପାଣି କେବେ ବି ସରକାରୀ ଭାବରେ ପରୀକ୍ଷା ହୋଇଥିବାର ଖବର ବିଦ୍ୟାଳୟ ପାଖରେ ନାହିଁ ।  ଏବେ ଏକ ବେସରକାରୀ ସଂସ୍ଥା ଦ୍ୱାରା ସେହି ନଳକୂଅ ପାଣିର ପରୀକ୍ଷାରୁ ଜଣାପଡିଛି ଯେ ସେଥିରୁ ବାହାରୁ ଥିବା ପ୍ରତି ଲିଟର ପାଣିରେ ୧୭ ମିଲିଗ୍ରାମ ଫ୍ଲୋରାଇଡ ରହିଛି ।  ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡର ମାନକ ଅନୁସାରେ ପିଇବା ପାଣିରେ ୧ ମିଲିଗ୍ରାମ ଯାଏ  ରହିଲେ ଚଳିବ ।  ଯଦି ଅନ୍ୟ ସୁବିଧା କିଛି ନ ଥାଏ ତେବେ ଅତି ବେଶୀରେ ୧.୫ ମିଲିଗ୍ରାମ ଯାଏ ଫ୍ଲୋରାଇଡ ଯାଏ ଚଳିବ ।  ତାହାଠୁ ଅଧିକ ଆଦୌ ନୁହେଁ ।  କିନ୍ତୁ ସେହି ପାଣି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ସମସ୍ତେ ପିଇ ଆସୁଛନ୍ତି ।  ଜହରିଲା ଜଳର କୁଫଳ  ଜଳଜଳ ହୋଇ ଜାଜଲ୍ୟମାନ ହେଲାଣି ।  ବିଦ୍ୟାଳୟର ଅର୍ଦ୍ଧାଧିକ ଛାତ୍ରଛାତ୍ତ୍ରୀ ଦାନ୍ତ କଷରା ପଡି କ୍ଷୟ ହେବ ଆରମ୍ଭ ହେଲାଣି।  ଅନେକଙ୍କ ଆଣ୍ଠୁ ଗଣ୍ଠି ଫୁଲି ସାରିଲାଣି, କେତେକଙ୍କର ଆଣ୍ଠୁ ବଙ୍କେଇଲାଣି ।  ଏମାନେ ସମସ୍ତେ ଅତ୍ୟଧିକ ଫ୍ଲୋରାଇଡ ଥିବା ପାଣି ପିଇ ଫ୍ଲୋରୋସିସ ରୋଗୀ ହୋଇସାରିଲେଣି ।  ଖାଲି ବାଲେଶ୍ଵରର ଏହି ବିଦ୍ୟାଳୟରେ ଥିବା ଜଳଉତ୍ସ ନୁହେଁ, ରାଜ୍ୟର ଅନେକ ପାନୀୟ ଜଳଉତ୍ସ ବିଭିନ୍ନ ଭାବରେ ପିଇବା ପାଣି ଯୋଗାଇବାରେ ଅକାମୀ ।  କିନ୍ତୁ ଲୋକେ ତାହାକୁ ବ୍ୟବହାର କରିଚାଲିଛନ୍ତି କାରଣ ହୁଏତ ତାହାର ପାଣି ପିଇବା ପାଇଁ ଅଯୋଗ୍ୟ ବୋଲି ସେମାନେ ଜାଣି ନାହାନ୍ତି ବା ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ  ।
ଗ୍ରୀଷ୍ମର ନିଦାଘରେ ସମସ୍ତେ ପାଣିର ମାତ୍ରାକୁ ନେଇ ଚିନ୍ତିତ ହୋଇପଡୁଥିବା ବେଳେ ପାଣିର ମାନ ଯେ ଏକ ବଡ ବିପଦ ଭାବରେ ଉଭା ହେଲାଣି ତାହା ଫୁଟିକି ବାହାରିଲାଣି ।  ପାଣିର ମାନକୁ ନେଇ ଚିନ୍ତା ଏବର ନୁହେଁ ।  ଜଳ ପରୀକ୍ଷଣକୁ ନେଇ ସରକାରୀ ହେୟକୁ କେନ୍ଦ୍ରୀୟ ମହାଲେଖକ ବଡ ନିନ୍ଦା କରିଥିଲେ ୨୦୦୭ ମସିହାର ତାଙ୍କ ରିପୋର୍ଟରେ ।  କହିଥିଲେ, ରାଜ୍ୟରେ ଥିବା ମୋଟ ବସତି ମଧ୍ୟରୁ ୬୭ ପ୍ରତିଶତ ବସତିରେ ଥିବା ଜଳଉତ୍ସର ମାନ କେବେବି ପରୀକ୍ଷା ହୋଇନାହିଁ ।  ପରୀକ୍ଷଣ ହୋଇଥିବା ୦.୪୬ ଲକ୍ଷ ବସତି ମଧ୍ୟରୁ ୦.୨୮ ଲକ୍ଷ୍ୟ ବସତିରେ, ଅର୍ଥାତ ପରୀକ୍ଷଣ ହୋଇଥିବା ବସତି ମଧ୍ୟରୁ ୬୦.୯ ପ୍ରତିଶତ ବସତିରେ ଥିବା ଜଳଉତ୍ସର ପାଣି ରାସାୟନିକ ପ୍ରଦୂଷଣ କାରଣରୁ ପିଇବା ପାଇଁ ଅଯୋଗ୍ୟ ।  ଦଶନ୍ଧିଏ ତଳର ସେହି ରିପୋର୍ଟରେ କଡ଼ାକଥା ଶୁଣିବା ପରେ ସରକାର କିଛି ଅଧିକ ପ୍ରୟାସ ନିଶ୍ଚୟ କରିଛନ୍ତି ଜଳର ମାନ ପରୀକ୍ଷା କରିବା ପାଇଁ ।  ସରକାର ନିଜେ ସ୍ଥିର କରିଥିବା ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଉତ୍ସର ଜଳକୁ ପ୍ରତିବର୍ଷ ଅନ୍ୟୁନ ଠାରେ ରାସାୟନିକ ମାନକ ଜାଣିବା ପାଇଁ ନିଶ୍ଚିତ ଭାବରେ ପରୀକ୍ଷା କରାଯିବ କଥା ।  କିନ୍ତୁ ପ୍ରତିବର୍ଷ ପରୀକ୍ଷା ହେବ କଥା ଦୂରେ ଥାଉ, ଏବେ ମଧ୍ୟ ଅନେକ ଉତ୍ସର ପାଣି ଥରୁଟିଏ ବି ପରୀକ୍ଷଣ ହୋଇପାରି ନାହିଁ ।  ସରକାରୀ ତଥ୍ୟର ଅନୁଶୀଳନରୁ ଜଣାପଡେ ଯେ ୨୦୧୬-୧୭ ବର୍ଷରେ ରାଜ୍ୟରେ ମୋଟ ବସତି ମଧ୍ୟରୁ ମାତ୍ର ୧୬.୯ ପ୍ରତିଶତ ବସତିର ସବୁ ଜଳଉତ୍ସ ପରୀକ୍ଷା ହୋଇଥିଲା ।  ଅଧିକାଂଶ ବସ୍ତିରେ କେବଳ ଗାଈଟିଏ ହିଁ ଉତ୍ସର ପରୀକ୍ଷା ହୋଇଛି ।  ସେହିଭଳି ତାଳିପକା  ପରୀକ୍ଷଣ ଉଦ୍ୟମରୁ ମିଳୁଥିବା ପରବର୍ତ୍ତୀ ତଥ୍ୟ ସବୁ ଆହୁରି ଭ୍ରମପୂର୍ଣ୍ଣ ।  ଉଦାହରଣସ୍ୱରୂପ, ୨୦୧୬-୧୭ ବର୍ଷର ପରୀକ୍ଷଣର ଏକ ଉପରଠାଉରିଆ ଅନୁଶୀଳନରୁ ଜଣେ ଜାଣିବ ଯେ ରାଜ୍ୟର ସର୍ବାଧିକ ଫ୍ଲୋରାଇଡ ପ୍ରପୀଡ଼ିତ ନୂଆପଡା ଜିଲ୍ଲାର ୮୮.୬୩ ପ୍ରତିଶତ ବସତିରେ ଗୋଟିଏ ବି ଅସୁରକ୍ଷିତ ପାନୀୟ ଜଳ ଉତ୍ସ ନାହିଁ ।  ଅନ୍ୟ ଭାବରେ କହିଲେ, ତହିଁରୁ ଆମେ ବୁଝିବା ଯେ ସେତିକି ବସତିରେ ଆଦୌ ଜଳର ମାନ ଜନିତ ସମସ୍ୟା ନାହିଁ ।  ନୂଆପଡା ଜିଲ୍ଲା ତଥା ଜଳର ମାନ ବିଷୟରେ ଜାଣିଥିବା ଲୋକେ ଏହି ତଥ୍ୟକୁ ନେଇ ଘୋର ସଂଶୟରେ ପଡିବ ନିହାତି ସ୍ୱାଭାବିକ ।  ମାନ ପରୀକ୍ଷଣର ସେହି ତଥ୍ୟକୁ ଟିକିଏ ନିରିଖେଇ ଦେଖିଲେ ଜଣାପଡିବ ଯେ ଉପରକୁ ସୁନ୍ଦରିଆ ଦିଶୁଥିବା ସେହି ତଥା କେତେ ଭ୍ରମ ସୃଷ୍ଟିକାରୀ ଓ କେତେ ଭୟାବହ ।  ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର କରଲାକୋଟ ଗାଁଟି ସମ୍ପୂର୍ଣ ଭାବରେ ଫ୍ଲୋରାଇଡ ପ୍ରପୀଡ଼ିତ ।  ଗାଁର ଶହଶହ ଲୋକ ବିଭିନ୍ନ ମାତ୍ରାରେ ବିକଳାଙ୍ଗ ଓ ବିକୃତ ହୋଇସାରିଲେଣି ।  କିନ୍ତୁ ଜଳର ମାନ ପରୀକ୍ଷଣ ସମ୍ବନ୍ଧିତ ସରକାରୀ ତଥ୍ୟ ଜଣାଏ ଯେ ସେହି କରଲାକୋଟ ଗ୍ରାମର ଚାରିଟି ଯାକ ବସତିରୁ କୌଣସୀରେ ଗୋଟିଏ ବି ଜଳଉତ୍ସରେ ଜଳର ମାନ ସମସ୍ୟା ନାହିଁ ।  ବାସ୍ତବ କଥା ହେଲା ଯେ ବସତିମାନଙ୍କରେ ଥିବା ସମସ୍ତ ଜଳଉତ୍ସ ଗୁଡିକର ଜଳ ପରୀକ୍ଷା ହିଁ ହୋଇ ନାହିଁ ।   କରଲାକୋଟ ଗାଁର ମୂଳ ବସତିରେ ସରକାରୀ ଭାବରେ ୯ଟି ଉତ୍ସ ଅଛି ।   କିନ୍ତୁ ଜଳ ପରୀକ୍ଷା ହୋଇଛି କେବଳ ଗୋଟିଏର ।  ଅନ୍ୟ ବଡ ବସତି ଡୁଡୁକୀବାହାଲର ୧୨ଟି ଉତ୍ସରୁ ବି ସେହି ଗୋଟିଏ ।  ବାସ୍ତବତା ହେଲା ଯେ ନଦୀରୁ ଯୋଗାଇବାର ବ୍ୟବସ୍ଥାଟିକୁ ଛାଡିଦେଲେ, ଯାହା କେବେ କେମିତି ଚାଲେ,  କରଲାକୋଟ ଗାଁର ସେହି ଚାରି ବସତିରେ ସରକାରଙ୍କ ପକ୍ଷରୁ ତିଆରି କରାଯାଇଥିବା ଗୋଟିଏ ବି ଜଳଉତ୍ସ ସୁରକ୍ଷିତ ନୁହେଁ ।

କେବଳ ଜଳ ପରୀକ୍ଷଣକୁ ହେୟ କରିବାରେ ନୁହେଁ, ଜଳର ମାନ ଖରାପ ଥିବା ଜଣାପଡିବା ପରେ ମଧ୍ୟ ତାହାକୁ ମୁକାବିଲା କରିବାରେ ସରକାରୀ ବ୍ୟଗ୍ରତାରା ସ୍ପଷ୍ଟ ଅଭାବ ଜଳଜଳ ଦିଶୁଛି ।  ଉଦାହରଣସ୍ୱରୂପ, ନୂଆପଡା ଜିଲ୍ଲାର ୯୦୫ଟି ବସତିରେ ଥିବା ଫ୍ଲୋରାଇଡ ସମସ୍ୟାକୁ ମୁକାବିଲା କରିବା ପାଇଁ ୨୦୧୦ ମସିହାରେ ନଦୀରୁ ପାଣି ଯୋଗାଇଦେବାର ମେଗା ଜଳଯୋଗାଣ ଯୋଜନା ଆଜିଯାଏ ଦୁଇଟୋପା ମଧ୍ୟ ପାଣି ଯୋଗାଇପାରିଲା ନାହିଁ ।  କୋଟିକୋଟି ଟଙ୍କା ଜଳସମାଧି ନେଲା ।  ପୂର୍ବର ଉଦ୍ୟମ ଉଧେଇ ପରି ନ ଥିବା ବେଳେ ନୂଆପଡା ଜିଲ୍ଲାରେ ସୁରକ୍ଷିତ ଜଳ ଯୋଗାଇ ଦେବା ପାଇଁ ଓଡିଶା ସରକାର ଆଉ ଏକ ଯୋଜନା କରି ୨୦୧୫ ଅକ୍ଟୋବର ମାସରେ ନାବାର୍ଡ ସହିତ ୫୪୩.୬ କୋଟି ତାଙ୍କର ଏକ ଋଣ ଚୁକ୍ତି ସ୍ଵାକ୍ଷର କରିସାରିଛନ୍ତି ।  ଆଜିକି ଦେଢ଼ବର୍ଷ ଗଲାଣି, ଓଡିଶା ସରକାର ସେହି ଯୋଜନାକୁ କାର୍ଯ୍ୟନ୍ବିତ କରିବା ପାଇଁ ଟେଂଡର ପ୍ରକ୍ରିୟା ବି ଚୂଡାନ୍ତ କରିପାରି ନାହାନ୍ତି ।  ମେଗା ବା ବୃହତ ଜଳଯୋଗାଣ ପ୍ରକଳ୍ପ ଟିକିଏ ଅଧିକ ସମୟ ନେଉଥିବା ବେଳେ ଜଳର ମାନ ଜନିତ ସମସ୍ୟାର ତତ୍କାଳିକ ସମାଧାନ ପାଇଁ ସରକାର ନେଇଥିବା ଉପଚାର ବ୍ୟବସ୍ଥା ଆହୁରି ଭୀତିପ୍ରଦ  ।  ପ୍ରାୟ ମାସେ ତଳେ ବାଲେଶ୍ବର ଜିଲ୍ଲାର ପତ୍ରୀପାଳ ପଂଚାୟତର ଚକୁଳିଆ ଗ୍ରାମର ଫ୍ଲୋରାଇଡ ଆକ୍ରାନ୍ତ ନଳକୂଅରେ ସରକାର ଏକ ଫ୍ଲୋରାଇଡ ନିବାରଣକାରୀ ଫିଲଟର ବସିଛନ୍ତି ।  କିନ୍ତୁ ତାହା ବସିବାଠାରୁ ଗୋଟିଏ ଦିନ ବି ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇ ପରି ନାହିଁ ।  ତହିଁରୁ ବାହାରୁଥିବା ପାଣି ଏତେ ଗନ୍ଧଯୁକ୍ତ ଓ ସ୍ୱାଦକଟୁ ଯେ ବୁନ୍ଦାଏ ପାଣି ପାଟିରେ ଦେଇ ହେଉ ନାହିଁ ।  କିନ୍ତୁ ସରକାରୀ ନଥିରେ ଏବେ ସେହି ଗାଁର ଲୋକେ ସୁରକ୍ଷିତ ଜଳ ପାଉଛନ୍ତି ।  ସେହିଭଳି ୬୦୦ଟି ଫିଲଟର ନୂଆପଡାରେ ବସିଛି ।  ସରକାରୀ ନଥିରେ ସେହିସବୁ ବସ୍ତିରେ ଜଳଉତ୍ସ ଏବେ ପୁରା ସୁରକ୍ଷିତ ।  ନୟାଗଡ, ଅନୁଗୁଳ ଜିଲ୍ଲା ଆଦିରେ ମଧ୍ୟ ସେହିଭଳି ଫିଲଟର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ।    

ଆମେ ବର୍ତ୍ତମାନଯାଏ କେବଳ ଫ୍ଲୋରାଇଡ ଆକ୍ରାନ୍ତ ଜଳଉତ୍ସ କଥା ହିଁ ହୋଇଛେ ।  ରାଜ୍ୟର ଅନେକ ନଳକୂପ ଓ ଭୂତଳ ଜଳ ଉତ୍ସରେ ଅନ୍ୟାନ୍ୟ ପ୍ରଦୂଷଣ ଥିବା ତଥ୍ୟ କେବେଠୁ ମଧ୍ୟ ମିଳିସାରିଲାଣି ।   ଚିନ୍ତାର ବିଷୟ ଯେ ସେହିଭଳି ବିପଦ ବଢ଼ିବାରେ ହିଁ ଲାଗିଛି ।  ଭୂ-ପୃଷ୍ଠ ଜଳ ଉତ୍ସରେ ବି ମାନ ସମସ୍ୟା କିଛି କମ ନାହିଁ ।  ସରକାର ପାଇପ ଯୋଗେ ଯୋଗାଇଦେଉଥିବା ପାଣିକୁ ନିଃସଂକୋଚରେ ପିଇବାର ଲୋକଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି କାରଣ ପାଣି ଖରାପ ଥିବାର ସନ୍ଦେହ ଓ ପ୍ରମାଣ ବଢ଼ିବାରେ ଲାଗିଛି ।    

ସରକାର ଏବଂ ସରକାରୀ ତନ୍ତ୍ରରେ ଥିବା ବ୍ୟକ୍ତିମାନେ ଜଳର ମାନ ସମସ୍ୟାକୁ ନେଇ ଉଦାସୀନ ରହୁଥିବାର ଉଦାହରଣ ପ୍ରବଳ ।  କେବଳ ଉଦାସୀନ କହିବା ବୋଧହୁଏ ସ୍ଥିତିର ଗମ୍ଭିରାଟକୁ କମ କରିଦେବ ।  ତାଙ୍କର ଉଦାସୀନତା ଏକ ବିରାଟ ଅପରାଧକୁ ପ୍ରଶ୍ରୟ ଦେଉଛି, ଲୋକଙ୍କର ବଞ୍ଚିବାର ଅଧିକାରକୁ ଭୁଲୁଣ୍ଠିତ କରୁଛି ।  ଭାରତର ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବଞ୍ଚିବାର ଅଧିକାର ରହିଛି ।  ସୁପ୍ରିମ କୋର୍ଟ ତଥା ଅନେକ ହାଇକୋର୍ଟ ଏହାର ତର୍ଜମା କରି କହିଛନ୍ତି ଯେ ବଞ୍ଚିବାର ଅଧିକାର ଶୀତ ସୁରକ୍ଷିତ ଜଳ ଓ ବାୟୁ ପାଇବାର ଅଧିକାର ମଧ୍ୟ ଅଙ୍ଗାଙ୍ଗୀ ଭାବରେ  ଜଡିତ ତେଣୁ ଜଳ ଓ ବାୟୁ ପାଇବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର ।  ସମ୍ବିଧାନର ଧାରା ୪୭ ଏହି ଅଧିକାର ନିଶ୍ଚିତ କରିବାର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରିଛି ।  ଏହି ଧାରା କହେ ଯେ ପ୍ରତ୍ୟେକ ନାଗରିକର ବଞ୍ଚିବାର ମାନ ବଢାଇବା, ପୁଷ୍ଟିହାର ବୃଦ୍ଧି କରିବା ତଥା ସାଧାରଣ ସ୍ୱାସ୍ଥ୍ୟ ସ୍ଥିତି ଉନ୍ନତ କରିବାର ଦାୟିତ୍ୱ ସରକାରଙ୍କର ।  ଏଣୁ, ଲୋକଙ୍କୁ ସୁରକ୍ଷିତ ଜଳ ଯୋଗାଇଦେବାର ଦାୟିତ୍ୱ ସରକାରଙ୍କର ।


ଏଭଳି ବିରାଟ ଦାୟିତ୍ୱ ନିର୍ଵହନ କରିବାରେ ସରକାର କେତେ ଯତ୍ନବାନ ତାହା ଚିନ୍ତାର ବିଷୟ ।  ସରକାରଙ୍କ ଘୋଷଣା ଓ ଲକ୍ଷ୍ୟରେ ବିଶେଷ କିଛି ଅସୁବିଧା ନାହିଁ ।  ଲୋକଙ୍କୁ ସୁରକ୍ଷିତ ପାଣି ଉପଯୁକ୍ତ ମାତ୍ରାରେ ଉପଲବ୍ଧ କରାଇବାର ଦାୟିତ୍ୱ ତାଙ୍କର ବୋଲି କହିବାରେ ହେଲା କରି ନାହାନ୍ତି ସରକାର ।  ଯୋଜନା ବି ହେଉଛି ।  କିନ୍ତୁ ଅସୁବିଧା ରହୁଛି ଯୋଜନା କାର୍ଯ୍ୟକାରୀ କରିବାରେ ଏବଂ ସ୍ପଷ୍ଟ ଉତ୍ତରଦାୟିତ୍ୱଟା ନିର୍ଦିଷ୍ଟ କରିବାରେ ।  ଏବେ ବାଲେଶ୍ବରର ବିଦ୍ୟାଳୟ ଛାତ୍ରଛାତ୍ରୀ ଅତିମାତ୍ରାରେ ଫ୍ଲୋରାଇଡ ପ୍ରଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଥିବା ତଥା କରଲାକୋଟ  ଭଳି ଅତି ପ୍ରଭାବିତ ଗ୍ରାମରେ ଜଳର ମାନ ସମସ୍ୟା ନାହିଁ ବୋଲି ଧାରଣା ଜନ୍ମଉଥିବା ସ୍ଥିତିକୁ ଅପରାଧ ବୋଲି ହିଁ ବିବେଚନା କରାଯାଉନାହିଁ, ଉତ୍ତରଦାୟୀ କରିବା ତ କାହିଁ କେତେ ଦୂରର କଥା ।  ସେହିଭଳି ଉଦାସୀନତା ବା ଚକ୍ରାନ୍ତକୁ ଉତ୍ତରଦାୟୀ ନ କରିବା ଯାଏ ବିଦ୍ୟାଳୟର କାନ୍ଥରେ ବା ଗାଁର କୋଉଠି ବଡ଼ବଡ଼ ଅକ୍ଷରରେ ସୁରକ୍ଷିତ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଲେଖାଯାଉଥିବ ସିନା, କିନ୍ତୁ ପିଲାଏ ଓ ଲୋକେ ବିଷ ପାଣି ହିଁ ପିଇ ଚାଲିଥିବେ  ।        

(Note: Leading Odia newspaper 'Dharitri' carried this article as op-ed piece on September 09, 2017. I have tried to post that article here to enable easier reading. The Dharitri article can be accessed at http://www.dharitri.com/Bhubaneswar/090517/p6.htm 

(Kindly ignore grammatical and font mistakes at places as I have used the transliteration mode to type in unicode)

Saturday, December 3, 2016

Fluorosis Mauls Flowery Dreams of Phulkumari

A bubbly workaholic Phulkumari looses everything to fluorosis in a span of mere four years.


The whole surrounding became electric and cheerful when Sukanti, came to Karlakote village in 2006, as a bride to Suresh Patel. She was beautiful and mingled with  all in her new village with respect and affection. “Soon after my marriage I not only took up the role of managing her family, comprising myself and my husband, but also helped  with labour in our households farming activity, and earned additional income through collection of  kendu leaf and mahul, and also earning wage employment during agriculture season. 
Bubbly & beautiful Phulkumari after marriage

Now, in 2016, the only activities that Phulkamari does is the basic necessity to attend to call of nature, take bath, sit, sleep and eat to sustain. “Even doing these basic activities for myself is an enourmous pain for me,” says Phulkumari. She is not able to stand upright and makes painful few small strides when she is forced to walk.

“I was very fine till up to year 2008. But, by 2010, when I was barely 22 years old, I was crippled. My whole world turned upside down,” recollects Phulkumari. “I lost capacity to earn and I lost capacity to even do our own household work,” adds she. Now her husband does part of what Phulkumari was doing so effectively, including cooking, cleaning the house, do other chores of the house as well as earn livelihoods for both of the two. 

With just one acre of land, the family of Suresh and Phulkumari was never very well off. Even with such meager income Suresh and Phulkumari had travelled to Sambalpur, 250 kilometers away, to seek treatment and redress. That is a missionary hospital that provides treatment at low and subsidized cost to poor people. “The doctor of that hospital gave me medicine and assured us that it will get alright. We do not know what he diagnosed. It didn’t heal. The problem only grew bigger,” recalls Phulkumari. “In just two years I became fully defunct,physically and we became mentally and economically drained,” adds a dejected looking Phulkumari.

A crippled Phulkumari now
“Our land provides us rice for a year only. For income we have to do wage earning. Earlier we both were going for wage earning, now only I go after doing all the household chores,” says Suresh. Phulkumari was earning big. ‘We never count how much we earn, but what Phulkumari was earning was quite big for our family. We have totally lost that income.  We do not have money to take her to bigger hospitals in large cities,” says tired but still hopeful Suresh. 

Phulkumari is not alone in her village Karlakot in Nuapada district of Odisha. “Many others have become crippled. People of an NGO tell us that it is fluorosis disease caused by contaminated water of the village tube well. We now know that it is because of the bad quality of water of the tube wells that we were trusting as clean and safe water”, says Phulkumri. Government has already identified this village as fluoride affected. “Few years ago some government people asked villagers to not use water of the tubewells. A year later government started supplying water from the Sunder river that flows nearby. But the pipe water network fails often and villagers keep drinking high fluoride contaminated water,” Suresh. “A team from Bhubaneswar had visited once. But, no doctor team has ever visited us,” complains Phulkumari.

Further adding salt to the injury is the severe feeling of getting excluded even by the government. “We have made numerous request to provide us a fluorosis of disability certificate and provide us pension. But our request have fallen on deaf ears,” alleges Suresh. 

The family is devastated. The only saving grace for them is support from the neighbours and relatives. Suresh’s house which was brimming with energy on his marriage day in 2006, wears a deserted look now. And Phulkumari, the beautiful bride with truck loads of dreams on that lovely marriage day, is has lost almost everything, including the hope to become a mother.