Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Odisha. Show all posts
Showing posts with label Odisha. Show all posts

Tuesday, October 22, 2024

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡିଶା !

ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ ଶାସନର  ୧୦୦ ତମ ଦିନରେ ଯେତେବେଳେ ସର୍ବସାଧାରଣରେ ଘୋଷଣା କଲେ ଯେ ଆସନ୍ତା ୨୦୩୬ ସୁଦ୍ଧା ଓଡିଶା ଏକ 'ବିକଶିତ' ରାଜ୍ୟ ହୋଇଯିବ, ସେତେବେଳେ ସାରା ରାଜ୍ୟ ଆନନ୍ଦରେ କୁରୁଳି ଉଠିବା କଥା। ଗଣମାଧ୍ୟମରେ ଏହା ପ୍ରମୁଖ ଖବର ହୋଇ ଦିନଦିନ ଧରି ବାଜିବା କଥା। ଏହି ଘୋଷଣାଟି କେଡେ ବଡ ତାହା ବୋଧେ ଲୋକେ ବା ଗଣମାଧ୍ୟମ ବୁଝି ପାରିନାହାନ୍ତି। ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଓଡିଶା ରାଜ୍ୟ ଯଦି ଆଉ ମାତ୍ର ୧୨ ବର୍ଷରେ 'ବିକଶିତରାଜ୍ୟ ହୋଇଯିବ ତାହା ଏକ ସର୍ବକାଳୀନ ବିଶ୍ୱସ୍ତରୀୟ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ ତେବେ, ମୁଖ୍ୟମନ୍ତ୍ରୀ ତାଙ୍କ ୧୦୦ ଦିନର କାର୍ଯ୍ୟକାଳରେ ଏମିତି କ’ଣ ପ୍ରଗତି ଦେଖି ପାରିଲେ ଯେ ଆଉ ମାତ୍ର ୧୨ ବର୍ଷରେ ଓଡିଶା ରାଜ୍ୟ ନରୱେ, ଜର୍ମାନୀ, ଆମେରିକା, ଜାପାନ ଆଦି ଦେଶ ଭଳି ବିକଶିତ ହୋଇଯିବ ବୋଲି ତାଙ୍କ ହିସାବ କହିଲା ତାହା ଜଣାଇଥିଲେ ଖୁସିର ମାହୋଲ ବୋଧେ ପୁରା ଗରମ ହୋଇଯାଇଥାନ୍ତା। ଏମିତି ତ ନିଶ୍ଚୟ ହୋଇ ନଥିବ ଯେ ମୂଖ୍ୟମନ୍ତ୍ରୀ ବି ଜାଣି ନଥିବେ ଯେ ସେ କେଡେଟେ ଘୋଷଣା କରି ଦେଇଛନ୍ତି


ଲୋକଙ୍କର ଆୟ କେତେ ହେଲେକେଉଁ ମାନର ଶିକ୍ଷାସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ହେଲେକେତେ ଓ କେଉଁମାନର ଗମନାଗମନ ଓ ଯୋଗାଯୋଗର ସାଧନ ହେଲେଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ତର କ’ଣ ହେଲେ, ତଥା, ଭିତ୍ତିଭୂମି ଓ ଢାଞ୍ଚାଗତ ବିକାଶର କେଉଁ ସ୍ତରକୁ ପହଞ୍ଚିଲ ଗୋଟିଏ ରାଜ୍ୟ ବା ଦେଶକୁ 'ବିକଶିତରାଜ୍ୟ ବା ଦେଶ କୁହାଯିବ ତାହାରି କିଛି ନିର୍ଦ୍ଦିଷ୍ଟ ଗାଣିତିକ ସୂତ୍ର ବା ସୁଚକ ନାହିଁ ମୁଣ୍ଡପିଛା ଆୟକୁ ଏକ ସହଜ ପନ୍ଥା ବିଚାରି ଅନେକ ଅର୍ଥନୀତି ବିଶାରଦ ତାହାକୁ 'ବିକାଶ'ର ଏକ ମାପକ ବୋଲି ଗ୍ରହଣ କରନ୍ତି କିନ୍ତୁମୁଣ୍ଡପିଛା ଆୟକୁ ଅର୍ଥନୈତିକ ସ୍ଥିତିର ବିଚାର କରିବା ପାଇଁ ଉପଯୁକ୍ତ ମାନଦଣ୍ଡ ନୁହେଁ ବୋଲି ଅନେକ ବିଶେଷଜ୍ଞ କହନ୍ତି ଉଭୟ ଯୁକ୍ତିର ତର୍କ ଅଛି ଏବେ ବିକଶିତ କୁହାଯାଉଥିବା ପ୍ରାୟ ସମସ୍ତ ଦେଶର ମୁଣ୍ଡପିଛା ଆୟ ଆମ ଦେଶ ବା ରାଜ୍ୟର ମୁଣ୍ଡପିଛା ଆୟଠାରୁ ଅନେକ ଗୁଣ ଅଧିକ ତେବେଏମିତି ଅନେକ ଦେଶ ବି ଅଛନ୍ତି ଯାହାର ମୁଣ୍ଡପିଛା ଆୟ ଆମଦେଶ ବା ଆମ ରାଜ୍ୟଠାରୁ ଅନେକ ଅଧିକ ହେଲେ ବି ତାଙ୍କୁ କୌଣସି ହିସାବରେ ବିକଶିତ ଦେଶ କୁହାଯାଇପାରିବ ନାହିଁ ଆଫ୍ରିକାର ଗେବୋନ ଦେଶ ପ୍ରଚୁର ପ୍ରାକୃତିକ ତୈଳ ରପ୍ତାନୀ କରୁଥିବାରୁ ସେହି ଦେଶର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟର ତିନିଗୁଣରୁ ବି ଅଧିକ। କିନ୍ତୁ, ସେହି ଦେଶର ପ୍ରାୟ ପ୍ରତି ତିନି ବ୍ୟକ୍ତିରେ ଜଣେ ବ୍ୟକ୍ତି ଦାରିଦ୍ର୍ୟରେ ରହୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ କହୁଛି କାହିଁକି ଅନେକ ବିଶେଷଜ୍ଞ ମୁଣ୍ଡପିଛା ଆୟକୁ ପ୍ରଗତି ବା ଦାରିଦ୍ର୍ୟର ପ୍ରକୁତ ମାପକାଠି ବିଚାର କରନ୍ତି ନାହିଁ ଏହା ତାହାରି ଏକ ଉଦାହରଣ  ତେବେ, ମୁଣ୍ଡପିଛା ଆୟର ମାପକରେ ବି ଭାରତ ସାରା ବିଶ୍ୱର ଦେଶମାନଙ୍କ ମଧ୍ୟରେ ଅତି ଦୟନୀୟ ୧୪୭ ତମ ସ୍ଥାନରେ ଅଛି ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟ କୁହେ ଆମ ପଡୋଶୀ ଦେଶ ଚୀନର ମୁଣ୍ଡପିଛା ଆୟ ଭାରତର ୫ଗୁଣରୁ ବି ଅଧିକ

ମାନବ ବିକାଶ ସୁଚକାଙ୍କକୁ 'ବିକାଶ'ର ସ୍ଥିତିକୁ ମାପିବାର ଏକ ଉଚିତ୍ ମାଧ୍ୟମ ବୋଲି ଅଧିକାଂଶ ବିଶେଷଜ୍ଞ ବିଚାର କରନ୍ତି ସେଥିରେ ଉନ୍ନତ ଓ ସୁଖୀ ଜୀବନ ପାଇଁ ଆବଶ୍ୟକୀୟ ଉପାଦାନକୁ ବିଚାର କରାଯାଇଥାଏ  ମାନବ ବିକାଶ ସୁଚକାଙ୍କରେ ୧ ସ୍କୋର ରହିଲେ ସବୁ ମାନଦଣ୍ଡରେ ସେହି ଦେଶ 'ବିକଶିତବୋଲି ବିଚାର କରାଯିବ  ନରୱେ ଦେଶ ୦.୯୮୧ ସ୍କୋର ରଖି ପୃଥିବୀରେ ପ୍ରଥମ ସ୍ଥାନରେ ରହିଛି ଅର୍ଥାତଏହି ଦେଶ ହେଉଛି ସବୁଠାରୁ 'ବିକଶିତଦେଶ ମାତ୍ର ୦.୬୪୪ ସ୍କୋର ରଖି ଆମ ଦେଶ ୧୯୧ଟି ଦେଶର ସୂଚୀରେ ଦୟନୀୟ ୧୩୪ତମ ସ୍ଥାନରେ ଅଛି

ବିକାଶର ସ୍ତରକୁ ଆଉ ଏକ ସୁଚକାଙ୍କରେ ମପାଯାଏ ତାହା ହେଲା, 'ହ୍ୟାପିନେସ ଇଣ୍ଡେକ୍ସବା ଖୁସି ସୁଚକାଙ୍କ ଯେଉଁ ଦେଶର ଲୋକ ଯେତେ ଖୁସି ସେହି ଦେଶ ସେତେ ବିକଶିତ ମାନବ ସୁଚକାଙ୍କର ସର୍ବାଗ୍ରେ ଥିବା ନରୱେ ଦେଶର ଲୋକମାନେ ଖୁସି ସୁଚକାଙ୍କରେ ବି ସବୁଠୁ ଉପରେ ଅର୍ଥାତସେହି ଦେଶର ଲୋକେ ସବୁଠାରୁ ଅଧିକ ଖୁସି ଓ ତୃପ୍ତ ଆମ ଦେଶ 'ଖୁସି ସୁଚକାଙ୍କ'ରେ ବି ନିହାତି ତଳେ ଗଡୁଛି ବିଶ୍ୱର ୧୪୬ଟି ଦେଶର ସୂଚୀରେ ଭାରତ ୧୧୬ତମ ସ୍ଥାନରେ ଅଛି। 

୨୦୨୧ ମସିହାରେ ଓଡ଼ିଶାର ମାନବ ଉନ୍ନୟନ ସ୍କୋର ସ୍କୋର ଥିଲା ମାତ୍ର ୦.୫୯୭। ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଓଡ଼ିଶାଜ୍ଜ୍ୟାଜନକ ୩୦ତମ ସ୍ଥାନରେ ଥିଲା ଭାରତର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ଥିବା କେରଳର ସ୍କୋର ଥିଲା ୦.୭୫୨ ଆଜି ଓଡ଼ିଶାର ମାନବ ସୁଚକାଙ୍କ ସ୍କୋର ଯାହା ଅଛି ୨୦୦୦ ମସିହାରେ ଚୀନର ସ୍କୋର ପ୍ରାୟ ସେତିକି ଥିଲା ଏହି ସମୟ ମଧ୍ୟରେ ଚୀନ ଖାଲି ଆଖିଦୃଶିଆ ନୁହଁଭେଳିକି ହୋଇଯିବା ଭଳି ହାରରେ ପ୍ରଗତି କରିଛି କିନ୍ତୁ ସେତିକି କରି ବି ଆଜି ତାହାକୁ 'ବିକଶିତଦେଶ ବୋଲି ଏବେବି ଗଣାଯାଉ ନାହିଁ

ଓଡିଶା ୨୦୩୬ରେ ବିକାଶର କେଉଁ ସ୍ତର ହାସଲ କରିବ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ତାହା ନିହାତି ଭାବରେ ସ୍ଥିର କରିବା ଆବଶ୍ୟକ  ଲକ୍ଷ୍ୟ ସ୍ଥିର ହେବା ପରେ ହିଁ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ବିଭିନ୍ନ ପନ୍ଥା ସ୍ଥିର କରିବା ସହଜ ହୋଇଥାଏ ୨୦୧୫ ମସିହାରେ ବିଶ୍ୱ 'ପୋଷଣୀୟ ଉନ୍ନୟନ ଲକ୍ଷ୍ୟଯାହାକୁ ଇଂରାଜୀରେ 'ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ' କୁହାଯାଏ ତାହାର ଠୋସ୍ ଓ ମାପ କରିହେଉଥିବା ସୂଚକାଙ୍କ ସ୍ଥିର କରାହେଲା ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶ୍ୱ ଓ ବିଭିନ୍ନ ଦେଶ କେତେଦୂର ଅଗ୍ରଗତି କରୁଛନ୍ତି ତାହାର ନିୟମିତ ତର୍ଜମା ଚାଲିଛି ସେମିତି, ଓଡିଶା ୨୦୩୬ ସୁଦ୍ଧା କେଉଁ ସ୍ତରର ବିକାଶ ହାସଲ କରିବ ତାହା ସ୍ଥିର କରିବା ସହିତ ସେହି ଲକ୍ଷ୍ୟକୁ ହାସଲ କରିବାରେ କେତେ ଦୂର ଅଗ୍ରଗତି କରୁଛନ୍ତି ତାହାର ନିରନ୍ତର ସମୀକ୍ଷା କରିବା ଦରକାର

ବିକଶିତ ରାଷ୍ଟ୍ରର ସର୍ବାଗ୍ରେ ଥିବା ଦେଶମାନଙ୍କରେ ବିଦ୍ୟାଳୟର ମାନ ଅତି ଉନ୍ନତ ପ୍ରାୟ ସମସ୍ତେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ଓ ପଢିବା ସେଇଠି ମାଗଣା ସେହି ଦେଶମାନଙ୍କରେ ସରକାରୀ ଚିକିତ୍ସା ସେବା ଅତି ଉନ୍ନତ ତଥା ମାଗଣାପ୍ରାୟ ସମସ୍ତେ ସରକାରୀ ଡାକ୍ତରଖାନାରେ ସେବା ପସନ୍ଦ କରନ୍ତି ଏଞ୍ଜେଲା ମର୍କେଲ ୧୬ ବର୍ଷ ଧରି ବିତ୍ତଶାଳୀ ଜର୍ମାନୀ ଦେଶର ପ୍ରଭାବଶାଳୀ ଶାସିକା ଥିଲେ ସେ ଧନୀ ବି ଥିଲେ କିନ୍ତୁ ତାଙ୍କ ସନ୍ତାନମାନେ ସରକାରୀ ବିଦ୍ୟାଳୟରେ ହିଁ ପଢିଥିଲେ ନରୱେର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜୋନାସ ଷ୍ଟୋର ତାଙ୍କ ଝିଅ କୌଣସି ସମ୍ଭ୍ରାନ୍ତ ବେସରକାରୀ ବିଦ୍ୟାଳୟ ନୁହଁସରକାରୀ ବିଦ୍ୟାଳୟରେ ପଢ଼ନ୍ତି ସେମାନେ ଅସୁସ୍ଥ ହେଲେ କୌଣସି ବେସରକାରୀ ଡାକ୍ତରଖାନା ନୁହଁ ସରକାରୀ ଡାକ୍ତରଖାନାରେ ହିଁ ଚିକିତ୍ସା ଗ୍ରହଣ କରନ୍ତି ମାଗଣା କିନ୍ତୁ ଅତି ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା  ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ବୋଲି ସେହି ଦେଶ ସବୁ ଗ୍ରହଣ କରି ନେଇଛନ୍ତି ସେଠି ସାମାଜିକ ସୁରକ୍ଷାର ବଳୟ ଅତ୍ୟନ୍ତ ସୁଦୃଢ କେହି ଅସହାୟ ଓ ନିଃସହାୟ ପ୍ରାୟ ମନେ କରନ୍ତି ନାହିଁ ବିକଶିତ ରାଷ୍ଟ୍ରର ସୂଚୀର ଥିବା ଦେଶମାନଙ୍କ ମଧ୍ୟରୁ ଅନେକ ଦେଶରେ ସାର୍ବଜନୀକ ଗମନାଗମନ ମାଗଣା ବା ନିହାତି ଶସ୍ତା ଅଟେ 

ତାହାକୁ ବିକଶିତ ରାଜ୍ୟ କୁହାଯାଏ ଯେଉଁଠି (୧) ମୁଣ୍ଡପିଛା ଆୟ ଅଧିକ ଥିବ, (୨) ଲୋକଙ୍କର ଜୀବନ ଧାରଣର ମାନ ଉଚ୍ଚ ଥିବ, (୩) ପ୍ରାୟ ସମସ୍ତ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ରୋଜଗାର ମିଳୁଥିବ, (୪) ଆଇନର ଶାସନ ଥିବ ତଥା ଶାସନତନ୍ତ୍ର ବ୍ୟବସ୍ଥା ସୁଦୃଢ ସମ୍ବେଦନଶୀଳପାରଦର୍ଶୀ ଓ ଉତ୍ତରଦାୟୀ ଥିବ, (୫) ଉନ୍ନତ ମାନର ଓ ସୁରକ୍ଷିତ ଗମନାଗମନ ଓ ଯୋଗାଯୋଗର ସୁବିଧା ସମସ୍ତଙ୍କୁ ଉପଲବ୍ଧ ହେଉଥିବ, (୬) ଶିଳ୍ପ ଓ ପ୍ରଯୁକ୍ତି ବ୍ୟବହାରର ଉଚ୍ଚ ସୋପାନରେ ଥିବେ, (୭) ଉନ୍ନତ ଓ ସ୍ଥିର ସଂସ୍ଥାନିକ ବ୍ୟବସ୍ଥା ଥିବ, (୮) ଦାରିଦ୍ର୍ୟ ଓ ଭେଦଭାବ ନ ଥିବ, (୯) ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହେଉଥିବ, (୧୦) ସମସ୍ତଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଥିବ, (୧୧) ବିସ୍ତୀର୍ଣ୍ଣ ସାମାଜିକ ଓ ଆର୍ଥିକ ସୁରକ୍ଷାର ସୁଦୃଢ ଢାଲ ଥିବ; ଏବଂ, (୧୨) ଲୋକେ ଖୁସିରେ ରହୁଥିବେ।

ଆମେ ଆଶା କରିବା ଯେ ମୁଖ୍ୟମନ୍ତ୍ରୀ ଆଉ ୧୨ ବର୍ଷରେ ଓଡିଶାକୁ ସେହି ସ୍ତରରେ ପହଞ୍ଚାଇବାର ସ୍ବପ୍ନ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ କାହାକୁ 'ବିକଶିତ ରାଜ୍ୟ'ର ମାପକ ଭାବରେ ନେଇଛନ୍ତି ତାହା ଜଣାଇନାହାନ୍ତି I ସେ ନିଜେ ତାହା ବୁଝିନାହାନ୍ତି ବୋଲି କହିବାର ଧୃଷ୍ଟତା ଆମେ ଅନ୍ତତଃ ଏବେ କରିବା କଥା ନୁହେଁ I  ଆମେ ଆଶାକରୁଛୁ ଯେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସରକାର ୨୦୩୬ ସୁଦ୍ଧା ଓଡିଶାକୁ 'ବିକଶିତ ରାଜ୍ୟ' କରିଦେବାର ଘୋଷଣାକୁ ଅତି ଗମ୍ଭୀରାତାର ସହ ନେବେ I

(A slightly shortened version of this article was published in Dharitri on 22-10-2024. The e-paper version of that article can be accessed at https://dharitriepaper.in/edition/16968/bhubaneswar/page/6 and the web version is available at https://www.dharitri.com/odisha-is-on-the-way-to-world-wonders/)

Sunday, August 14, 2022

‘ରାବିଡି’ ଓ ଖୁସି

(ସବୁଠୁ ଅସୁଖୀ ରାଷ୍ଟ୍ରରେ 'ରାବିଡି'କୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଥିବା ତର୍କ କିଛି ଲୋକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ତାହା ପ୍ରଗତିର ପ୍ରକୃତ ପରିଭାଷା ଖୋଜିବା ପାଇଁ ପୁଣିଥରେ ଖୋରାକ ଯୋଗାଇଛି ନିଶ୍ଚୟ ଆସନ୍ତୁ, ବିଶ୍ୱର ସବୁଠାରୁ ଖୁସି ଓ ପ୍ରଗତିର ସୁଚକାଙ୍କରେ ସବୁଠାରୁ ଆଗରେ ଥିବା କିଛି ରାଷ୍ଟ୍ରର ଉଦାହରଣରୁ ଖୁସି ଓ ପ୍ରଗତି ସହ 'ରାବିଡି'ର ସମ୍ପର୍କ ଖୋଜିବା)


ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ 'ବର୍ତ୍ତମାନ ଆମ ଦେଶରେ ମାଗଣା ରାବିଡି ବାଣ୍ଟି ଭୋଟ ହାତେଇବାର ସଭ୍ୟତା ବଢି ଚାଲିଛି; ଏହି ରାବିଡି ସଭ୍ୟତା ଦେଶର ପ୍ରଗତି ପାଇଁ ବହୁତ ଘାତକ ଅଟେ' ବୋଲି କହିବେ ତେବେ ତାହାକୁ ସହଜରେ ଏଡାଇ ଦେଇ ହେବ ନାହିଁ ପ୍ରଧାନମନ୍ତ୍ରୀ କାହାକୁ 'ରାବିଡି' ବୋଲି ମନେ କରୁଛନ୍ତି ତାହା କିଏ ବାଂଟୁଛନ୍ତି ସ୍ପଷ୍ଟ କରି ନାହାନ୍ତି ତେବେ, ଯେହେତୁ ସେ ଭୋଟ ସହିତ ମାଗଣା ରାବିଡିକୁ ଯୋଡ଼ିଛନ୍ତି, ସେଥିରୁ ବୁଝାଯାଉଛି ଯେ ଲୋକଙ୍କୁ ବିଭିନ୍ନ ସରକାର ଦେଉଥିବା ଭିନ୍ନଭିନ୍ନ ରିହାତିକୁ ସେ 'ରାବିଡି' ମନେ କରୁଛନ୍ତି ତେବେ, ଆଜିର ଆଲେଖ୍ୟରେ ଆମେ ଏହାର ରାଜନୈତିକ ଦିଗକୁ ଆଦୌ ଯିବା ନାହିଁ ବା ପ୍ରଧାନମନ୍ତ୍ରୀ ପ୍ରକୃତରେ ରାବିଡିର ଧାରଣା ରଖିଛନ୍ତି ତାହାର ଚର୍ଚ୍ଚା କରିବା ନାହିଁ ଆମେ କେବଳ 'ସୁଖ ସୁଚକାଙ୍କ'ରେ ସର୍ବାଗ୍ରେ ଥିବା କିଛି ରାଷ୍ଟ୍ରର ଉଦାହରଣ ନେଇ ସେଠାରେ 'ରାବିଡି' କିଛି ଭୂମିକା ଅଛି ନା ନାହିଁ ଦେଖିବାର ଚେଷ୍ଟା କରିବା 

ପ୍ରଗତି ମାପିବାର ପ୍ରକୃତ ମାପକ ହେବା ଦରକାର - ଅନେକ ବର୍ଷ ହେଲାଣି ଏହାରି ଉପରେ ଚର୍ଚ୍ଚା ହୋଇଆସିଛି ବିଶ୍ବର ଅଧିକାଂଶ ରାଷ୍ଟ୍ରରେ 'GDP – Gross Domestic Product' ବା ସମୁଦାୟ କେତେ ଉତ୍ପାଦନ ହେଉଛି ତାହା ପ୍ରଗତିର ମାପକାଠି ହୋଇ ରହିଛି ତେବେ ଏଥିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପଲବ୍ଧି କରି ୨୦୧୧ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ 'ସୁଖ - ପ୍ରଗତିର ଏକ ସାମଗ୍ରିକ ପରିଭାଷା'  ଶୀର୍ଷକ ଏକ ପ୍ରସ୍ତାବ ପାରିତ ହେଲା ସେଥିରେ କୁହାଯାଇଥିଲା ଯେ ଲୋକଙ୍କ ସୁଖ ଖୁସି ହିଁ ଉନ୍ନତି ପ୍ରଗତିର ପ୍ରକୃତ ପରିଭାଷା ଏହି କ୍ରମରେ ଏପ୍ରିଲ ୨୦୧୨ ମସିହାରେ ପ୍ରଥମ 'World Happiness Report ' ବା ବିଶ୍ବ ସୁଖୀ ରିପୋର୍ଟ ଆସିଲା ସେହି ବର୍ଷଠାରୁ ପ୍ରତିବର୍ଷ ସେହି ରିପୋର୍ଟ ପ୍ରସ୍ତୁତ ହେଉଛି ସେଥିରେ ବିଶ୍ବର କେଉଁ ରାଷ୍ଟ୍ରର ଲୋକେ କେତେ ସୁଖୀ ତାହା ମାପିବାର ପ୍ରୟାସ କରାଯାଉଛି ମୋଟ ଘରୋଇ ଉତ୍ପାଦ, ସାମାଜିକ ସହାୟତା, ଜନ୍ମ ସମୟରେ ସ୍ଵସ୍ଥ ଆୟୁ ସମ୍ଭାବନା, ନିଜ ପସନ୍ଦର ଜୀବନ ଜିଇଁବାର ସୁଯୋଗ, ଉଦାରତା ଦୁର୍ନୀତିର ଅନୁଭବକୁ କାରକ ଭାବରେ ନେଇ 'ସୁଖ ସୁଚକାଙ୍କ' ପ୍ରସ୍ତୁତ କରାଯାଉଛି ଏହାକୁ ନେଇ ଆଉ ଦ୍ୱିମତ ନାହିଁ ଯେ ଖୁସି ଆଣିବାରେ ଆୟ ' ଏକ ବଡ ମାପକ ନିଶ୍ଚୟ ହେବ କିନ୍ତୁ ତାହା ଆଦୌ ଏକମାତ୍ର ବା ପ୍ରମୁଖ ମାପକ ନୁହେଁ ନିଜକୁ କେତେ ସୌଭାଗ୍ୟଶାଳୀ ମନେ କରୁଛନ୍ତି, ନିଜକୁ କେତେ ସୁଯୋଗ ମିଳୁଛି ବୋଲି ବିବେଚନା କରୁଛନ୍ତି, ଆପଦ ବିପଦରେ ନିଜକୁ କେତେ ସୁରକ୍ଷିତ ମନେ କରୁଛନ୍ତି ଇତ୍ୟାଦି ମଧ୍ୟ ଖୁସି ବା ସନ୍ତୁଷ୍ଟି ଆଣିବାରେ ବା ହୃଦୟଙ୍ଗମ କରିବାରେ ପ୍ରମୁଖ କାରକ ଅଟନ୍ତି ସୁଖୀ ଦେଶମାନଙ୍କର ସନ୍ତୁଷ୍ଟିର କାରଣ ଖୋଜିବା ଆଦୌ କଷ୍ଟପ୍ରଦ ନୁହେଁ ସେହି ଦେଶର ଲୋକେ ବିଚାର କରନ୍ତି ଯେ ତାଙ୍କୁ ଚାହୁଁଥିବା ସୁଯୋଗ ମିଳୁଛି, ତାଙ୍କୁ ସାମାଜିକ ସହାୟତା ମିଳୁଛି, ତାଙ୍କ ଦେଶରେ ବିଭେଦ ନାହିଁ, ତାଙ୍କ ସରକାରରେ ଦୁର୍ନୀତି ନାହିଁ ସେମାନେ ଆହୁରି ବିଚାର କରନ୍ତି ଯେ ସେମାନେ ସରକାରକୁ ଦେଉଥିବା କର ଅପବ୍ଯୟ ହେଉନାହିଁ

ଫିନଲାଣ୍ଡ, ଡେ଼ନମାର୍କ, ନରୱେ ଆଦି ରାଷ୍ଟ୍ର ସେହି ସୂଚୀରେ କ୍ରମାଗତ ଭାବରେ ଶୀର୍ଷରେ ରହି ଆସିଛନ୍ତି ଲୋକଙ୍କୁ ସମାନ ସୁଯୋଗ ଦେଇ ପ୍ରଗତି ପଥରେ ଆଗେଇ ନେବା ପାଇଁ ସେହି ଦେଶର ସରକାରମାନେ ରାବିଡି ବାଣ୍ଟିବାରେ ଆଦୌ କାର୍ପଣ୍ୟ କରନ୍ତି ନାହିଁ ସୁଖ ସୂଚୀରେ ସର୍ବାଗ୍ରେ ରହୁଥିବା ଏଇ ରାଷ୍ଟ୍ର ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଉନ୍ନତ ବିଭେଦ ରହିତ ସେଠାରେ ବିଦ୍ୟାଳୟରେ ପଢିବା ପାଇଁ ଫିଜ୍ ଦରକାର ପଡେ ନାହିଁ ତେଣୁ, ଧନୀ ଯେଉଁଠି ପଢ଼ିବ, ଗରିବଟେ ବି ସେଇଠି ପଢ଼ିବାର ସମାନ ସୁଯୋଗ ରହିଛି ଏହି ମାଗଣା ଶିକ୍ଷା ବ୍ୟବସ୍ଥା ଖାଲି ପ୍ରାଥମିକ ସ୍ତରରେ ନାହିଁ, ଉଚ୍ଚ ଶିକ୍ଷାରେ ବି ଅଛି ଅଧ୍ୟୟନ ପାଇଁ ଆର୍ଥିକ ସ୍ୱଚ୍ଛଳତା ଆଦୌ ଏକ କାରକ ନୁହେଁ ସେହିସବୁ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ସେବା ବି ସେଇଠି ସମସ୍ତଙ୍କ ପାଇଁ ସମାନ ଧନୀ ପାଇଁ ଯେଉଁ ଡାକ୍ତରଖାନା ଗରିବ ପାଇଁ ବି ସେୟା ସବୁ ମାଗଣା ସେହି ସବୁ ରାଷ୍ଟ୍ରରେ 'ସାମାଜିକ ସୁରକ୍ଷା'କୁ ନାଗରିକର 'ଅଧିକାର' ବୋଲି ବିବେଚନା କରାଯାଏ ଜର୍ମାନୀକୁ ଅନ୍ୟତମ ଶକ୍ତିଶାଳୀ ଉନ୍ନତ ରାଷ୍ଟ୍ର ଭାବରେ ଗଣାଯାଏ ପୁଞ୍ଜିବାଦୀ ଅର୍ଥନୀତିର ଏକ ଉଦାହରଣ ଭାବରେ ସେହି ଦେଶକୁ ନିଆଯାଏ ୨୦୧୪ ମସିହାରେ ଜର୍ମାନୀର ସମସ୍ତ ୧୬ଟି ରାଜ୍ୟ ନିଷ୍ପତ୍ତି ନେଲେ ଯେ ଜର୍ମାନୀର କୌଣସି ବିଶ୍ୱବିଦ୍ୟାଳୟରେ ସ୍ନାତକ ସ୍ତର ପର୍ଯ୍ୟନ୍ତ ଫିଜ ନିଆଯିବ ନାହିଁ ଖାଲି ତାଙ୍କ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ଦେଶ ବାହାରର ମଧ୍ୟ ଯେ କେହି ସେଠି ପଢିବା ତାହାକୁ ପଢିବା ପାଇଁ ଫିଜ ଦେବାକୁ ପଡିବ ନାହିଁ, ପୁରା ମାଗଣା

ସୁଖର ସୂଚୀରେ ଆଗରେ ଥିବା ଅନେକ ରାଷ୍ଟ୍ର ଆହୁରି ଅନେକ ପ୍ରକାରର 'ରାବିଡି' ବାଣ୍ଟନ୍ତି ଲକ୍ସମବର୍ଗ, ଜର୍ମାନୀ ଆଦି ଦେଶରେ ସାର୍ବଜନୀନ ଗମନାଗମନ ବ୍ୟବସ୍ଥା ପ୍ରାୟ ମାହାଳିଆ ସବୁଠି ବେକାରୀ, ବରିଷ୍ଠ ନାଗରିକ, ଅନ୍ୟଭାବରେ ଦୁର୍ବଳ ଲୋକଙ୍କ ପାଇଁ ସରକାରମାନେ ରାବିଡିର ବ୍ୟବସ୍ଥା ରଖିଛନ୍ତିଖାଲି ସମସ୍ତଙ୍କ ପାଇଁ ଉନ୍ନତ ମାଗଣା ଶିକ୍ଷା ସ୍ୱାସ୍ଥ୍ୟ ସେବା ନୁହେଁ, ନରୱେ ସରକାର ବିଜୁଳି ଦରରେ ବି ଅନେକ ରିହାତି ଦିଅନ୍ତି ଯଦି ବିଜୁଳି ଦର ୟୁନିଟ ପ୍ରତି . ନରୱେ କ୍ରୋନ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ .୮୦ ଟଙ୍କାରୁ ଅଧିକ ହେଲେ ସେହି ଅଧିକ ଦରର ୮୦% ସରକାର ଭରଣା କରନ୍ତି ପୁଞ୍ଜିବାଦୀ ଅର୍ଥନୀତିର ଗୁରୁ ହେଲା ଆମେରିକା ସେହି ଦେଶ ଗତ ୧୨ ମାସରେ ତାହାର ବେକାରଙ୍କୁ ,୨୪,୮୦୦ କୋଟି ଟଙ୍କାର ବେକାରୀ ଭତ୍ତା ଦେଇଛି ଏହା କେତେ? ଏହା, ଭାରତ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗତ ବର୍ଷ କରିଥିବା ମୋଟ ବ୍ୟୟର ପ୍ରାୟ ତିନି ଗୁଣ ଅଧିକ ସେହି ଆମେରିକାର ଜଣେ ହାରାହାରି ଚାଷୀର ବର୍ଷକରେ କରୁଥିବା ମୋଟ ଆମଦାନୀର ପ୍ରାୟ ପ୍ରାୟ ୩୯% ସରକାରୀ ରିହାତିରୁ ଆସେ ଗତ ଆର୍ଥିକ ବର୍ଷରେ ଆମେରିକାର କେନ୍ଦ୍ର ରାଜ୍ୟ ସରକାରମାନେ ତାଙ୍କର ଚାଷୀଙ୍କୁ ୨୨. ବିଲିୟନ ଡଲାର ବା ପ୍ରାୟ ,୭୨,୪୮୦ କୋଟି ତାଙ୍କର ରିହାତି ଦେଇଥିଲେ ଏହା କେତେ? ଏହା ଭାରତୀୟ ରେଳବାଇର ଚଳିତ ବର୍ଷର ବଜେଟଠାରୁ ବି ଅଧିକ ଭାରତୀୟ ରେଳବାଇର ଚଳିତ ବର୍ଷର ବଜେଟ ହେଲା ,୪୦,୩୬୭ ଟଙ୍କା

ଲୋକଙ୍କ ଆତ୍ମ-ବିଶ୍ୱାସ ଖୁସି ବିନା ପ୍ରଗତି ଅସମ୍ଭବ ବା ସେହିଭଳି ପ୍ରଗତିର କିଛି ମାନେ ନାହିଁ, ତାହା ଦୁର୍ଗତି ନିଜ ଦେଶକୁ ଖୁସି ରଖିବାରେ ସକ୍ଷମ ହୋଇଥିବା ରାଷ୍ଟ୍ରର ସରକାରମାନେ ଦେଉଥିବା ଏହିଭଳି ପ୍ରତ୍ୟକ୍ଷ ରିହାତି 'ରାବିଡି' ଶ୍ରେଣୀରେ ଆସେ ନା ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇପାରେ କିନ୍ତୁ, ସେଥିରେ ଆଦୌ କୌଣସି ଦ୍ୱିମତ ନାହିଁ ଯେ ତାହା ଲୋକଙ୍କୁ ଆଶ୍ୱସ୍ତ କରେ, ତାଙ୍କ ମନରେ ଖୁସି ଆଣେ, ତାଙ୍କୁ ଭବିଷ୍ୟତ ପାଇଁ ଆତ୍ମବିଶ୍ଵାସୀ କରେ ତାଙ୍କ ଦେଶକୁ ପ୍ରଗତି ପଥରେ ନେଇଯାଏ ସବୁ ବ୍ୟକ୍ତିଙ୍କୁ ଉପଯୁକ୍ତ ଶିକ୍ଷା ସ୍ୱାସ୍ଥ୍ୟ ସେବା ମିଳିବା, ବ୍ୟକ୍ତିର ଆୟ ନଥିଲେ ବା ବେକାର ଥିଲେ ରୋଜଗାରର ବିକଳ୍ପ ସାଧନ ବା ଭତ୍ତା ରହିବା, ବ୍ୟକ୍ତି ବେମାର ବା କାମ କରି ପାରିଲେ ସେବା ଆୟର ଚିନ୍ତା ଥିବା, ଶିଶୁ ବୟସ୍କଙ୍କ ପାଇଁ ଉନ୍ନତ ସେବା ବ୍ୟବସ୍ଥା ଥିବା, ବୈଷମ୍ୟ ଥିବା ଇତ୍ୟାଦି ହେଲା 'ସାମାଜିଜ ସୁରକ୍ଷା' ଜଣେ ବ୍ୟକ୍ତି ନିଜକୁ ଚିନ୍ତାମୁକ୍ତ ମନେ କରିବା ହେଲା 'ସାମାଜିଜ ସୁରକ୍ଷା' ମାପକାଠି ସୁଖ ପ୍ରଗତିର ସୂଚୀରେ ସର୍ବାଗ୍ରେ ଥିବା ରାଷ୍ଟ୍ରର ସରକାରମାନେ ଭୋଟ ପାଇଁ ସେଭଳି ବ୍ୟବସ୍ଥା ରଖି ନାହାନ୍ତି ସେମାନେ ବୁଝିଛନ୍ତି ଯେ ତାହା ହିଁ ଶାସକ ଶାସନର କର୍ତ୍ତବ୍ୟ ହଁ, ଗୋଟିଏ ଯୁକ୍ତି ଆସିପାରେ ଯେ ସେହି ଦେଶମାନଙ୍କରେ ସରକାର ଅଧିକ ଆୟକର ନିଅନ୍ତି ହଁ, ଫିନଲାଣ୍ଡ ଡେନମାର୍କରେ ଲୋକେ ୫୬% ଯାଏ ଆୟକର ଦିଅନ୍ତି ସେତିକି କର ଦେଇକି ବି ସେହି ଦେଶର ଲୋକେ ପ୍ରବଳ ଖୁସି କାରଣ ସେମାନେ ଚାହୁଁଥିବା ସେବା, ସୁଯୋଗ ବାତାବରଣ ତାଙ୍କୁ ତାଙ୍କ ସରକାର ପ୍ରଦାନ କରନ୍ତି ଆଉ ସେମାନେ ମନେ କରନ୍ତି ଯେ ସେମାନେ ଦେଉଥିବା କରର ସଠିକ ଉପଯୋଗ ହେଉଛିଭବିଷ୍ୟତ ପାଇଁ ତାଙ୍କର ବିଶେଷ ଚିନ୍ତା ନାହିଁ

୨୦୨୨ର ହାପିନେସ ରିପୋର୍ଟରେ ୧୪୬ଟି ରାଷ୍ଟ୍ରର ସୂଚୀରେ ଭାରତ ଦୟନୀୟ ୧୩୬ତମ ସ୍ଥାନରେ ରହିଛି ଅର୍ଥାତ, ସବୁଠୁ ଅସୁଖୀ ୧୧ଟି ରାଷ୍ଟ୍ରର ସୂଚୀରେ ଭାରତର ନାଁ ଅଛି ଏହା କୌଣସି ବି ସଭ୍ୟ ରାଷ୍ଟ୍ର ପାଇଁ ଆଦୌ ଗ୍ରହଣୀୟ ହେବ କଥା ନୁହେଁ୧୩୫ଟି ରାଷ୍ଟ୍ରର ଲୋକ ଭାରତର ଲୋକଙ୍କ ଠାରୁ ଅଧିକ ସୁଖୀ ଅଛନ୍ତି ଯେଉଁ ପ୍ରଗତି ସୁଖ ଆଣେ ନାହିଁ ତାହା କେତେବେଳେ ବି ପ୍ରଗତି ନୁହଁ ରାବିଡି ବାଣ୍ଟିବା ପ୍ରଗତିର ସାଧକ ନା ବାଧକ ତାହାକୁ ନେଇ ଦ୍ବନ୍ଦ୍ବ ଥାଇପାରେ, କିନ୍ତୁ ସୁଖ ଯେ ପ୍ରଗତିର ପ୍ରମୁଖ ମାପକାଠି ତାହାକୁ ନେଇ ଆଦୌ କିଛି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ ଆମ ଦେଶରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପୁଳାପୁଳା ଧନ ଦେଇ ଧନୀ ପିଲା ପଢ଼ୁଥିବା ବିଦ୍ୟାଳୟ ମଧ୍ୟରେ ଥିବା ବୈଷମ୍ୟକୁ ଆମେ ସମସ୍ତେ ଉଣା-ଅଧିକେ ଭୋଗିଛେକେବଳ ଧନୀ ଘରର ହୋଇଥିବାରୁ ନିଜଠାରୁ ଭଲ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦେଖି ଆମ ଭିତରେ ନିଶ୍ଚୟ ହୀନମନ୍ୟତା ଜାଗ୍ରତ ହୋଇଥିବ ଆଉ ଆମଠୁ ଗରିବ ହୋଇଥିବା କାରଣରୁ ନ୍ୟୁନ ସ୍କୁଲକଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦେଖି ତାଙ୍କ ପ୍ରତି ତାତ୍ସଲ୍ୟ ବା ଦୟା ଭାବ ଆସିଥିବ ଆମ ବ୍ୟବସ୍ଥା ମୌଳିକ କ୍ଷେତ୍ରରେ ବି ବୈଷମ୍ୟର ମଞ୍ଜି ବାଳୁତ କାଳରୁ ବୁଣି ଚାଲିଛି ଶୈଶବରୁ ହିଁ ପିଲା ଭିତରେ ହୀନମନ୍ୟତା ଭର୍ତ୍ତି ହେବାର ସମସ୍ତ ବ୍ୟବସ୍ଥା ଆମର ଏଠି ଅଛି ଖାଲି ଶୈଶବ୍ୟ ନୁହେଁ, ଜନ୍ମଠାରୁ ମରିବା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ  ବିଭେଦ ବୈଷମ୍ୟ ଠୁଙ୍କିଠୁଙ୍କି ଭରି ରହିଛି ସୁଖ ଆସିବ କୋଉଠି? ଭାରତୀୟ ସଭ୍ୟତା ସବୁବେଳେ ସମସ୍ତଙ୍କର ଖୁସି ହିଁ କାମନା କରିଛି ଭାରତ ତାହାର ଲୋକଙ୍କୁ ଖୁସି କରିବାରେ ବି ଅଗ୍ରଣୀ ହେଉ, ଏହି କାମନା ନିଶ୍ଚୟ ରଖିବା ଉଚିତ

(This article was first published in my Op-Ed column in Dharitri, 'Tatwa O Tarka' on 14.08.2022. That can be accessed at http://dharitriepaper.in/edition/11215/bhubaneswar/page/6)