Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Bimal. Show all posts
Showing posts with label Bimal. Show all posts

Friday, August 16, 2019

How Hirakud dam is hugely vulneable and can be a big threat...

Hirakud Dam
let's spare some thoughts for Hirakud. We have to. We just can't escape without thinking about it. The dam itself is highly vulnerable to flood flow, and in being so, it makes a large part of Odisha hugely vulnerable to a major disaster. 

The current live storage capacity of Hirakud reservoir is 3.6 Million Acre Feet or even less. After recent rainfall in Kalahandi and Balangir, the Tel River continued to flow over 9 lakh cusec for over 12 hours (as measured at Patharla river gauge station). Suppose this volume of water enters Hirakud reservoir and let’s further suppose that Hirakud reservoir is totally empty, at its dead storage level of 590 ft as flood flow of that volume starts entering the reservoir. Do you know how long it will take to reach the reservoir’s Full Reservoir Level (FRL) of 630 ft? With an inflow of about 9 lakh cusec, Hirakud will take a mere 48 hours to get totally filled up from dead level.

Just imagine the threat: Hirakud reservoir’s catchment is 3.6 times larger than Tel river’s basin area. This means, if rainfall of similar intensity, as was in Balangir and Kalahandi occurs in Hirakud’s command area, occurs in Hirakud’s catchment area; it will take just about 12 hours for the reservoir to get full from its dead storage level. The dam does not stay at dead storage level – especially from August onwards.

Let’s further remember that vast area of Western Odisha – including Sambalpur, Burla and Hirakud - had received >500 mm rainfall in a single day last year.

Hirakud reservoir is absolutely incapable to handle such inflow. Its current water Release Capacity - through the entire existing 34 nos. of spillway gates & 64 nos of under sluice gates of Hirakud Dam - is a mere 42450 m3 /sec or about 15 lakh Cusec. Some of gates have never been opened and probably are not in a position to open. In the meanwhile, the Central Water Commission (CWC) has enhanced Probable Maximum Flood (PMF) to 69632 m3 /sec or about 24.6 lakh Cusec. Just imagine the threat. 

Tuesday, June 25, 2019

Where Has The Village Gone?

Oh, Satabhaya!

An entire village has been wiped out, not by any Tsunami or any single disaster or occurrence. Gradual sea ingress and coastal erosion have gulped the village.




Here is the route to the location of this unfortunately - one a pride of Odishi folklore:

https://goo.gl/maps/WnVU6XcubArXM7ZbA

( 20.638728°,  86.935982°)

Monday, June 24, 2019

Pentha and the bulging sea

These two satellite images of Pentha village compare the status of November 2009 (top) with March 2019 (bottom). This is the beach where the government has tried using modern geo tubes to stem sea erosion. Yet,...!
Two things are to be observed here. While the sea is continuously gulping land, people continue to cut trees and build pucca houses.
Can't blame the sea for everything, can we?



Sunday, June 23, 2019

Marauding Sea and Vanishing 'Satabhaya'

This village is (rather, was) part of Odisha's great #Tapoi, his seven brothers and #Satabhaya folklore. Sea has already most and about the gulp the remaining of the seven villages.

These two satellite images capture changes in the last 13 years.


Pre & Post FANI Cyclone - Some images from Puri







Wednesday, April 24, 2019

କାହିଁକି ସରକାର ତଥ୍ୟ ଲୁଚାଉଛନ୍ତି?

  
ବିମଳ ପ୍ରସାଦ ପାଣ୍ଡିଆ

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗମାନଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତାରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏକ ଲମ୍ବା ଡିଆଁ ମାରିଛି ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ଖୁବ ସୁନ୍ଦର ଓ ବଳିଷ୍ଠ ତଥ୍ୟ ପରିଚାଳନା ଓ ସୂଚନା ବ୍ୟବସ୍ଥା ଆରମ୍ଭ ହୋଇଥିଲା ତାହା ବଢିଆ ଭାବରେ କାର୍ଯ୍ୟକାରୀ ହେଉଥିଲା ଜଣେ ସାଧାରଣ ଲୋକ ମଧ୍ୟ ବିଭାଗର ୱେବସାଇଟକୁ ଯାଇ ଅତି ଆରାମରେ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟ ନିଜ ହାତପାଆନ୍ତାରେ ପାଇପାରୁଥିଲା କେବଳ ଦେଶ ବା ରାଜ୍ୟର ସ୍ଥିତି ନୁହେଁ, ପ୍ରତ୍ୟେକ ପରିବାରର ତଥ୍ୟ ମିଳିପାରୁଥିଲା ଜଣେ ଚାହିଁଲେ କାହାର ପାଇଖାନା ତିଆରି ହେଲାଣି, କାହାର ନାହିଁ ତାହା ଜାଣି ପାରୁଥିଲା କାହାକୁ ପାଇଖାନା ପାଇଁ ରିହାତି ପଇସା ମିଳିଲା, କେବେ ମିଳିଲା ତାହା ସହଜରେ ଜାଣି ପାରୁଥିଲା କେଉଁ ଗାଁର ପାଇଖାନା ସଂଖ୍ୟା କେତେ ଅଛି, କେଉଁ ମାସରେ କେତେ ପାଇଖାନା ତିଆରି ହେଲା ତାହା ଜଣେ ଆରାମରେ ଜାଣି ପାରୁଥିଲା ସେହିପରି ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟକୁ ୱେବସାଇଟ ମାଧ୍ୟମରେ ହାସଲ କରିବାର ବ୍ୟବସ୍ଥା ଥିଲା ଖାଲି ଗାଁ ନୁହେଁ, ବସ୍ତିର ପାନୀୟ ଜଳ ସ୍ଥିତିର ସୂଚନା ମିଳୁଥିଲା କେତୋଟି ଓ କଣ ଜଳ ଉତ୍ସ ଅଛି ତାହା ଜଣେ ଜାଣିପାରୁଥିଲା କେଉଁ ଜଳ ଉତ୍ସର ଜଳ ପରୀକ୍ଷା କେବେ ହୋଇଥିଲା ଓ ପରୀକ୍ଷଣରେ ବିଭିନ୍ନ ବ୍ୟାକ୍ଟେରିଆ ଓ ରସାୟନର ମାତ୍ରା କେତେ ଥିଲା ତାହା ୱେବସାଇଟରୁ ମିଳିପାରୁଥିଲା ସେହି ତଥ୍ୟକୁ ଠୁଳକରି ଜଣେ ଚାହିଁଲେ ବିଭିନ୍ନ ବିଷୟରେ ତର୍ଜମା କରିପାରୁଥିଲା


ଏବେ ଆଉ ସେହି ସ୍ଥିତି ନାହିଁ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତତ୍କାଳୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ସ୍ୱଚ୍ଛ ଭାରତ ଅଭିଯାନରେ ପରିବର୍ତ୍ତିତ କଲେ ପ୍ରଥମ କିଛି ବର୍ଷ ପାଇଁ ଉଭୟ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ  ୱେବସାଇଟରେ ପୂର୍ବ ଭଳି ତଥ୍ୟ ରହିଲା କିନ୍ତୁ ତା ପରେ ସେହି ବିଭାଗର ଉଭୟ ପରିମଳ ଓ ପାନୀୟଜଳ ୱେବସାଇଟ ମଇଳା ହେବା ଆରମ୍ଭ ହୋଇଗଲା ଲୋକଙ୍କଠୁ ତଥ୍ୟ ଲୁଚାଇବା ଅଭିଯାନ ଆରମ୍ଭ ହୋଇଗଲା ପ୍ରଥମେ ପାଳିପଡିଲା ସ୍ୱଚ୍ଛ ଭାରତ (ଗ୍ରାମୀଣ) ସମ୍ବନ୍ଧିତ ୱେବସାଇଟର ଏବେ ଜଣେ ସ୍ୱଚ୍ଛ ଭାରତ ୱେବସାଇଟକୁ ଗଲେ ଅତି ବେଶୀରେ  ଭାରତରେ ଓ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କେତେ ପ୍ରତିଶତ ପାଇଖାନା ଲକ୍ଷ୍ୟ ହାସଲ ହୋଇଛି ସେତିକି ହିଁ ତଥ୍ୟ ପାଇବ ଜିଲ୍ଲାର ତଥ୍ୟ ମଧ୍ୟ ପାଇବ ନାହିଁ ଘର, ଗାଁ, ପଞ୍ଚାୟତର ତଥ୍ୟ ତ ସପନ ଏବେ କେବଳ କେତେ ଗାଁ ବାହ୍ୟ ମଳମୂକ୍ତ ହେଲା ତାହାର ସଂଖ୍ୟା ହିଁ ମିଳିବ, ତାହାଠୁ ଅଧିକ କିଛି ନୁହେଁ କେଉଁ ଗାଁ ବାହ୍ୟମଳମୂକ୍ତ ହେଲାଣି ତାହା ଜଣେ ଜାଣିବାର ସୁଯୋଗ ନାହିଁ ଏଯାଏଁ ପାନୀୟ ଜଳର ବିସ୍ତୃତ ତଥ୍ୟ ପ୍ରଦାନ କରୁଥିବା ୱେବସାଇଟ ଏବେ ସେହି ସମାନ ରାସ୍ତା ଧରିଛି ଯେଉଁ ୱେବସାଇଟରୁ ପ୍ରତି ଉତ୍ସ, ପ୍ରତି ବସ୍ତିର ତଥ୍ୟ ମିଳୁଥିଲା ସେଠି ଏବେ କେବଳ କିଛି ମୋଟା ତଥ୍ୟ ହିଁ ମିଳୁଛି ଉଦାହରଣସ୍ୱରୂପ, ଏବେ କେବଳ ରାଜ୍ୟର ଓ ଜିଲ୍ଲାର କେତେ ପ୍ରତିଶତ ଲୋକଙ୍କୁ ପାଇପ ଜଳ ମିଳୁଛି ତାହାର ମୋଟ ସଂଖ୍ୟା ଓ ପ୍ରତିଶତ ହିଁ ଦିଆଯାଉଛି ଆଗରୁ ଜଣେ ଚାହିଁଲେ ଗୋଟିଏ ଗାଁ ଓ ବସ୍ତିରେ କେତେ ଲୋକ ପାଇପ ଜଳ ପାଉଛନ୍ତି ତାହାର ତଥ୍ୟ ପାଇପାରୁଥିଲା ସେମିତି ଏବେ କେବଳ କେତୋଟି ଜଳ ଉତ୍ସର ପାଣି ପରୀକ୍ଷା ହୋଇଛି ଓ ତହିଁରୁ ମୋଟରେ କେତୋଟି ପ୍ରଦୂଷିତ ତାହାର ମୋଟ ସଂଖ୍ୟା ହିଁ ମିଳୁଛି ପୂର୍ବରୁ, ପ୍ରତି ଉତ୍ସର ତଥ୍ୟ ମିଳୁଥିଲା ପାଣି କେବେ ପରୀକ୍ଷା ହୋଇଥିଲା ଓ ତାହାର ପରୀକ୍ଷା ଫଳ କଣ ସୁଚାଇଥିଲା ତାହା ଜଣେ ଜାଣିପାରୁଥିଲା ଏବେ କେଉଁ ଉତ୍ସର ଜଳ ପରୀକ୍ଷା ହୋଇଛି ଓ କେଉଁ ଉତ୍ସର ଜଳ ପ୍ରଦୂଷିତ ତାହା ଜଣେ ଜାଣିବା ଆଉ ସମ୍ଭବ ନୁହେଁ ଏମିତି ଅନେକ ତଥ୍ୟ ଉଭୟ ୱେବସାଇଟରୁ ହଟାଇ ନିଆଯାଇଛି ଅନ୍ୟ ଭାବରେ କହିଲେ ସାଧାରଣ ଲୋକଙ୍କୁ କିଛି ଅତି ଜରୁରୀ ତଥ୍ୟ ନ ଦେବାର ସମସ୍ତ ବନ୍ଦୋବସ୍ତ କରାହୋଇଛି  

ସାଧାରଣ ଲୋକଙ୍କଠାରୁ ଏହି ତଥ୍ୟ ଲୁଚାଇବାର କ୍ରମବର୍ଦ୍ଧମାନ ପ୍ରକ୍ରିୟା ଶାସନ ପ୍ରଣାଳୀ ପ୍ରତି ଅବିଶ୍ୱାସର ଆଙ୍ଗୁଳି ଦେଖାଇବା ପାଇଁ ବାଧ୍ୟ କରିଦିଏ କାହିଁକି ସରକାର ଆଗରୁ ପ୍ରଦାନ କରୁଥିବା ତଥ୍ୟ ଏବେ ପ୍ରଦାନ କରୁନାହାନ୍ତି ସେହି ପ୍ରଶ୍ନ ସମସ୍ତେ କରିବା ଆବଶ୍ୟକ'ଣ ଏମିତି ରହସ୍ୟ ଅଛି ଯେ ସରକାର ପାନୀୟ ଜଳ ଭଳି ଏକ ଗୁରୁତର ମାମଲାରେ ମଧ୍ୟ ଲୋକଙ୍କୁ ତଥ୍ୟ ଲୁଚାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି? ସୁପ୍ରିମ କୋର୍ଟ ଭାରତୀୟ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟା କରି କହିଛନ୍ତି ଯେ ଯେହେତୁ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ ତେଣୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ଜଳ ଉପରେ ଲୋକଙ୍କ ମୌଳିକ ଅଧିକାର ରହିଛି ତେଣୁ, ପ୍ରତ୍ୟେକ ବ୍ୟକ୍ତି ସେ ପିଉଥିବା ବା ପାଉଥିବା ପାଣିର ମାନ କଣ ରହିଛି ତାହା ଜାଣିବାର ଅଧିକାର ରହିଛି ସରକାର ସେହି ତଥ୍ୟ ପ୍ରଦାନ ନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଛନ୍ତି

ତେବେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ତାହାକୁ ନେଇଁ ଅନ୍ୟ ପ୍ରକାରର ପ୍ରଶ୍ନ ମଧ୍ୟ ମନରେ ଆସିବା ସ୍ୱାଭାବିକଣ ସରକାର ଲୋକଙ୍କୁ ଉନ୍ନତ ପାନୀୟ ଜଳ ଓ ପରିମଳ ସ୍ଥିତି ଯୋଗାଇବାର ଯେଉଁ ଢୋଲ ପିଟୁଛନ୍ତି ସେହି ଢୋଲରେ ବିରାଟ ବିରାଟ ଛିଦ୍ର ଭରି ରହିଛି? ଣ ଗାଁ ବାହ୍ୟ ମଳମୂକ୍ତ ହୋଇଯାଇଛି ବୋଲି କରାହେଉଥିବା ଦାବିର ବାସ୍ତବତାକୁ ଢାଙ୍କିବାର ଏହା ଏକ ପ୍ରଯତ୍ନ? ଣ ଯେଉଁ ମାତ୍ରା ଓ ମାନକର ପାନୀୟ ଜଳ ଯୋଗାଇ ଦିଆହେଉଛି ବୋଲି ଡିଣ୍ଡିମ ପିଟାହେଉଛି ବାସ୍ତବ ସ୍ଥିତି ତାହାଠୁ ଢେର ଭିନ୍ନ ଓ ସେଥିପାଇଁ ତଥ୍ୟ ଲୁଚାଇବାର ଏହି ବ୍ୟଗ୍ରତା? 'ଉଜ୍ବଳା', 'ଆୟୁଷ୍ମାନ ଭାରତ', 'ମୁଦ୍ରା' ଭଳି ବଡ ଯୋଜନାରେ ଆରମ୍ଭରୁ ହିଁ ପାରଦର୍ଶିତା ନାହିଁ କିଏ ହିତାଧିକାରୀ ତାହା ଜାଣିବାର କିଛି ସୁଯୋଗ ନାହିଁ କେବଳ କିଛି ମୋଟା ସଂଖ୍ୟା ହିଁ ଜଣେ ପାଇବ ଯହିଁରୁ କିଛି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ  

ବୋଧହୁଏ ଓଡିଶା ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଏହି ଗୁଣରୁ ଅନୁପ୍ରାଣିତ ହୋଇଛନ୍ତି ଏକଦା ଓଡ଼ିଶାର 'ଇ-ଡେସ୍ପାଚ' ବ୍ୟବସ୍ଥା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସବୁଠାରୁ ଉତ୍କୃଷ୍ଟ ଥିଲା ସରକାର କଣ ଚିଠି କାହାକୁ ପଠାଉଛନ୍ତି ଲୋକେ ତାହା ଜାଣିପାରୁଥିଲେ ଏବେ କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ବିଭାଗ ଚିଠିଗୁଡ଼ିକୁ 'ଇ-ଡେସ୍ପାଚ'ରେ ଆଦୌ ଅପଲୋଡ଼ କରୁନାହାନ୍ତି ବା ଗୁପ୍ତ ଶ୍ରେଣୀର ହୋଇନଥିବା ଅନେକ ଚିଠିକୁ ମଧ୍ୟ ଲୁଚାଇ ରଖିଦେଉଛନ୍ତି ଓଡିଶା ସରକାରଙ୍କ 'ସଂଯୋଗ' ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥା ଥିଲା ଜଣେ ସାଧାରଣ ଲୋକ ୱେବସାଇଟକୁ ଯାଇ କେଉଁ ବିଭାଗରେ କେତେ ଓ କଣ ଅଭିଯୋଗ ଆସିଛି ଓ ତାହାର କେମିତି ସମାଧାନ ହୋଇଛି ତାହା ଜାଣିପାରୁଥିଲା ଏବେ ଆଉ ସେହି ସୁଯୋଗ ନାହିଁ କେବଳ ଜଣେ ଅଭିଯୋଗକାରୀ ତାହାର ହିଁ ଅଭିଯୋଗର ସ୍ଥିତି ଜାଣିପାରିବ 


ଏକ ପାରଦର୍ଶୀ ବ୍ୟବସ୍ଥା ଭଲ ଶାସନ ବ୍ୟବସ୍ଥାର ସବୁଠାରୁ ପ୍ରଧାନ ଗୁଣ ବୈଷୟିକ ପ୍ରଗତି ସହ ପାରଦର୍ଶିତା ଆହୁରି ବଢିବା କଥା କିନ୍ତୁ ସରକାର ଆଗରୁ ଥିବା ପାରଦର୍ଶୀ ବ୍ୟବସ୍ଥାକୁ ଧ୍ବଂସ କରିଚାଲିଛନ୍ତି ଲୋକେ ଯାହା ତଥ୍ୟ ପାଉଥିଲେ ସେତିକି ବି ଆଉ ପାଉନାହାନ୍ତି ଏହା ପ୍ରଗତି ନୁହେଁ ଅଧୋଗତିର ସୂଚନା

(This piece was published in my fortnightly Op-Ed column in Dhartri on April 24, 2019. That can be accessed at http://dharitriepaper.in/edition/2641/bhubaneswar/page/6)

Wednesday, October 10, 2018

ସରକାରମାନଙ୍କୁ ପରଖିବାର ମହାପର୍ବ ଆସିଲା


ପାଞ୍ଚଟି ରାଜ୍ୟରେ ନିର୍ବାଚନର ବିଗୁଲ ବାଜିଗଲା ଆଉ କିଛି ମାସରେ ଲୋକସଭା ନିର୍ବାଚନର ବିଗୁଲ ବି ବାଜିଯିବ ନେତା ସେମିତି ଗର୍ଜୁଛନ୍ତି, ଆହୁରି ଗର୍ଜିବେ ଭଲ ହୁଅନ୍ତା ଯଦି ଜାତି, ଧର୍ମ, ବ୍ୟକ୍ତିଗତ ସ୍ତରକୁ ବିମର୍ଷ ଆକ୍ଷେପ ଖସି ନୀତି ସ୍ଥିତି ଉପରେ ତର୍କ ହୁଅନ୍ତା ଯଦି ଗଣତନ୍ତ୍ରର ଏହି ମହାଋତୁରେ ଆମେ ଆମକୁ ଶାସନ କରୁଥିବା ଦଳମାନଙ୍କୁ ପରଖିବା ତେବେ ପାଇବା ଯେ ପ୍ରାୟ ସବୁ ଦଳ ଆମକୁ ଠକି ଚାଲିଛନ୍ତି ବିରୋଧୀ ଦଳ ସେଭଳି ତର୍କ ଉପରେ ହିଁ ଜୋର ଦେଲେ ମୋଦି ଅମିତ ଶାହା ନେତୃତ୍ୱାଧୀନ ଭାରତୀୟ ଜନତା ଦଳ ଖୁବ ଅଡୁଆରେ ପଡ଼ିବା ନିଶ୍ଚିତ ସେଭଳି କିଛି ଆଡୁଆର ଚର୍ଚ୍ଚା କରିବା ଏଠାରେ


ପ୍ରଥମେ ଆସିବା ତୈଳ ଦରକୁ ୨୦୧୩-୧୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଭାରତୀୟ ଜନତା ଦଳର ସମସ୍ତ ନେତା ପେଟ୍ରୋଲ ଡିଜେଲ ଦରକୁ ନେଇ ତତ୍କାଳୀନ ମନମୋହନ ସିଂ ସରକାର ଉପରେ ପ୍ରବଳ ଆକ୍ଷେପ କରୁଥିଲେ ସେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦରରେ ନିଆଁ ଲାଗିଥିଲା ତଥାପି ବି ମୋଦି ସମେତ ସମସ୍ତେ ଦୋଷ ୟୁପିଏ ସରକାର ଉପରେ ହିଁ ଲଦିବାରେ ଟିକିଏ ବି ହେଳା କରୁ ନଥିଲେ ଆକ୍ଷେପର ସୀମା ଅତି ତଳକୁ ଖସି ଯାଇଥିଲା ବିଜେପି ନେତା ତୈଳଦରକୁ ୟୁପିଏ ସରକାରରେ ଥିବା ନେତାଙ୍କ ବୟସ ସହିତ ତୁଳନା କରିବାକୁ ବି ପଛେଇ ଥିଲେ ୨୦୧୧ ଫେବୃଆରୀରୁ ୨୦୧୪ ଅଗଷ୍ଟ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ତୈଳଦର ବ୍ୟାରେଲ ପ୍ରତି ୧୦୦ ଡଲାରରୁ ଅଧିକ ରହିଥିଲା ଏପ୍ରିଲ ୨୦୧୧ ମାର୍ଚ୍ଚ ୨୦୧୨ରେ ଆନ୍ତର୍ଜାତୀୟ ବଜାରରେ ତୈଳଦର ୧୩୦ ଡଲାରକୁ ଛୁଇଁଥିଲା ଜୁନ ୨୦୧୪ରୁ ଆନ୍ତର୍ଜାତୀୟ ବଜାରରେ ତେଲଦର ହଠାତ ପ୍ରବଳ ଖସିବା ଆରମ୍ଭ ହେଲା ୨୦୧୪ ମସିହା ଜୁନ ୧୯ ତାରିଖରେ ୧୧୬ ଡଲାର ଥିଲା ମାତ୍ର ୬ମାସରେ ତାହା ୪୫ ଡଲାରକୁ ଖସିଆସିଲା କିଛି ଦିନ ସାମାନ୍ୟ ବଢିବା ପରେ ୨୦୧୬ ମସିହା ଜାନୁୟାରୀ ୧୯ତାରିଖରେ ତାହା ୨୮ ଡଲାରକୁ ଖସି ଆସିଲା ତୈଳଦର କମିଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ମୋଦି ଖସୁଥିବା ତୈଳଦରକୁ ନିଜର ଭାଗ୍ୟସହ ଯୋଡି ଜନତାଙ୍କୁ କହିଥିଲେ ଭାଗ୍ୟବାନ ଅର୍ଥାତ ତାଙ୍କୁ ଭୋଟ ଦିଅ ଅନ୍ତର୍ଜାତୀୟ ବଜାରରେ ଦର ଖସିଥିବା ସୁଯୋଗରେ ସରକାର ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କରିଦେଲେ ଏବଂ ପେଟ୍ରୋଲ ବିକ୍ରୟକାରୀ କମ୍ପାନୀମାନେ ନିଜେ ଦର ସ୍ଥିର କରିବା ଆରମ୍ଭ କଲେ କେବଳ ପେଟ୍ରୋଲ ଡିଜେଲକୁ ନିୟନ୍ତ୍ରଣମୁକ୍ତ କଲେନି, ତା'ସହିତ ଏକ୍ସାଇଜ ଡ୍ୟୁଟିକୁ ମଧ୍ୟ ଅନେକ ବଢ଼ାଇଦେଲେ ଏବେ ଭାରତରେ ତୈଳଦର ପ୍ରାୟ ପ୍ରତିଦିନ ନୂଆ ରେକର୍ଡ କରୁଛି ସେତେବେଳେ ସମସ୍ତ ଦୋଷ ୟୁପିଏ ସରକାର ଉପରେ ଲଦୁଥିବା ଭାରତୀୟ ଜନତା ପାର୍ଟିର ନେତାଗଣ ଏବେ ଆନ୍ତର୍ଜାତୀୟ ବଜାରକୁ ଦାୟୀ କରୁଛନ୍ତି ବ୍ରେଣ୍ଟ ତୈଳଦର ଏବେ ଆସି ପହଞ୍ଚିଛି ୮୫ ଡଲାରରେ ଆନ୍ତର୍ଜାତୀୟ ବଜାରରେ ତୈଳଦର ଏବେ ମଧ୍ୟ ୟୁପିଏ ସରକାର ବେଳର ଦରଠାରୁ ଢେର କମ ଅଛି କିନ୍ତୁ ଦେଶ ଭିତରେ ତୈଳଦରରେ ନିଆଁ ଲାଗିଛି

ଏବେ ଆସିବା ଭାରତର ମୁଦ୍ରା 'ଟଙ୍କା' ସ୍ଥିତିକୁ ମନମୋହନ ସିଂ ସରକାର ଶେଷଆଡକୁ ଟଙ୍କାର ମୂଲ୍ୟରେ ତୀବ୍ର ହ୍ରାସ ହେବା ମୋଦିଙ୍କୁ ଏକ ବଢିଆ ସୁଯୋଗ ଦେଇଥିଲା ମୁଦ୍ରାର ବିନିମୟ ହାର ଅନେକ କାରଣ ଉପରେ ନିର୍ଭର କରେ କିନ୍ତୁ  ମୋଦି ଭାରତୀୟ ଜନତା ପାର୍ଟିର ନେତା ସବୁ ଦୋଷ ଲଦିଥିଲେ 'ଦିଲ୍ଲୀରେ ଶାସନ କରୁଥିବା' ତତ୍କାଳୀନ ସରକାର ଉପରେ ଏହା ବି କହିବାକୁ ପଛାଇ ନଥିଲେ ଯେ 'ଏବେ ଟଙ୍କା ୟୁପିଏ ସରକାର ଭିତରେ ନିଜର ଇଜ୍ଜତକୁ ମୁକୁଳା କରିବାର ପ୍ରତିଯୋଗିତା ଲାଗିଛି' ଏବେ ଟଙ୍କାର ଅବସ୍ଥା ଅତି ସାଙ୍ଘାତିକ ପ୍ରତିଦିନ ଅଧିକ ଦୁର୍ବଳ ହେବାର ନୂଆ ରେକର୍ଡ କରିଚାଲିଛି ମନମୋହନ ସିଂ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବାବେଳେ ଗୋଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଥିଲା ୪୫ଟଙ୍କା ତାଙ୍କର ୧୦ବର୍ଷର ଶାସନକାଳ ସରିବାବେଳକୁ ଟଙ୍କା ଦୁର୍ବଳ ହୋଇ ୫୯ଟଙ୍କାକୁ ଖସି ଆସିଥିଲା ଅର୍ଥାତ ୧୦ ବର୍ଷରେ ଟଙ୍କା ୧୪ଟଙ୍କା ଦୁର୍ବଳ ହୋଇଥିଲା ମୋଦିଙ୍କ ଶାସନକାଳ ୫ବର୍ଷ ବି ପୁରା ହୋଇନାହିଁ ଟଙ୍କା ତଳିତଳାନ୍ତ ହୋଇ ଡଲାର ତୁଳନାରେ ୭୪ଟଙ୍କାକୁ ଖସିଆସିଲାଣି ଅର୍ଥାତ ମନମୋହନ ସିଂ ସରକାର ବେଳେ ଟଙ୍କା ଯେତିକି ଦୁର୍ବଳ ହୋଇଥିଲା ମୋଦି ସରକାରର ୫ବର୍ଷରୁ କମ ସମୟରେ  ମଧ୍ୟ ତାହାଠୁ ଅଧିକ ଦୁର୍ବଳ ହେଲାଣି ହାରାହାରି ହିସାବରେ ମନମୋହନ ସିଂ ସରକାରର ୧୦ବର୍ଷର ଶାସନ ସମୟରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ବାର୍ଷିକ ହାରାହାରି .% ହାରରେ ଦୁର୍ବଳ ହୋଇଥିଲା ବେଳେ ମୋଦିଙ୍କ ଶାସନରେ ତାହା ବାର୍ଷିକ ହାରାହାରି .% ହାରରେ ଦୁର୍ବଳ ହୋଇଚାଲିଛି

ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପଛରେ ସବୁଠାରୁ ବଡ କାରଣ ହେଲା ଦେଶର 'କରେଣ୍ଟ ଆକାଉଣ୍ଟ' ସ୍ଥିତି କରେଣ୍ଟ ଆକାଉଣ୍ଟ ହେଲା ଦେଶର ରପ୍ତାନି ଆମଦାନୀର ସ୍ଥିତି ଯଦି ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହୁଏ ତେବେ କରେଣ୍ଟ ଆକାଉଣ୍ଟ ଡେଫିସିଟ କୁହାଯାଏ ମନମୋହନ ସିଂ ସରକାରର ଶେଷ ବର୍ଷରେ ବା ୨୦୧୪ରେ ଦେଶର ଜି.ଡି.ପି. ତୁଳନାରେ କରେଣ୍ଟ ଆକାଉଣ୍ଟ ଡେଫିସିଟ ଥିଲା .% ୨୦୧୫ ମସିହାରେ ତେଲ ଦର  ଖସିବା କାରଣରୁ ତାହା .%କୁ ଖସିଥିଲା କିନ୍ତୁ ଦେଶର ରପ୍ତାନି ହାର କମିଚାଲିବା କାରଣରୁ କରେଣ୍ଟ ଆକାଉଣ୍ଟ ଡେଫିସିଟ ପୁଣି ବଢିବା ଆରମ୍ଭ କଲା ଏବଂ ଗତ ଜୁନ ମାସରେ ସରିଥିବା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ତାହା .%କୁ ବଢି ସାରିଥିଲା ଜୁନ ପରେ ତେଲ ଦର ଖୁବ ବଢିଛି ଟଙ୍କା ପ୍ରବଳ ଦୁର୍ବଳ ହୋଇଛି ତେଣୁ ସେପ୍ଟେମ୍ବର ତ୍ରୟମାସରେ କରେଣ୍ଟ ଆକାଉଣ୍ଟ ଡେଫିସିଟ .%କୁ ବଢିସାରିଥିବ ବୋଲି ଆକଳନ ହୋଇଛି ଏହାର ଅର୍ଥ ହେଲାଯେ ମନମୋହନ ସିଂ ସରକାରର ଶେଷ ବର୍ଷରେ ପ୍ରାକୃତିକ ତୈଳ ଦର ବର୍ତ୍ତମାନଠାରୁ ଅତିକମରେ ୨୫% ଅଧିକ ଥାଇ ମଧ୍ୟ କରେଣ୍ଟ ଆକାଉଣ୍ଟ ସ୍ଥିତି ଭଲ ଥିଲା ମୋଦି ସରକାରରେ ତାହା ଭୟଙ୍କର ଭାବରେ ଦୟନୀୟ ହୋଇଛି  


କେବଳ ଭାରତର ଆର୍ଥିକ ସ୍ଥିତି ଖରାପ ହୋଇନାହିଁ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମୋଦି କରିଥିବା ଅନେକ ଘୋଷଣାର ରୂପାୟନକୁ ନେଇ ମୋଦି ଏନ.ଡି.. ସରକାରକୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ଉପାଦାନ ଭରି ରହିଛି ଉଦାହରଣସ୍ୱରୂପ, ଯୁବତୀଯୁବକଙ୍କୁ ରୋଜଗାର, କୃଷକଙ୍କ ଲାଭ ଦୁଇଗୁଣ କରିବା, ସ୍ୱଚ୍ଛତା ପାରଦର୍ଶିତାକୁ ନେଇ ମୋଦି ସରକାରଙ୍କୁ ଘେରିପାରିବେ ବିରୋଧୀ ଦଳ  ଏପରିକି ମୋଦିଙ୍କ ନିଜର କିଛି ଅତି ପ୍ରିୟ ଯୋଜନା, ଯଥା - ଗଙ୍ଗା ନଦୀ ସଫେଇ ନବଜୀବନ, ସ୍ମାର୍ଟ ସିଟି, ବୁଲେଟ ଟ୍ରେନ, ସ୍ୱଚ୍ଛ ଭାରତ ଯୋଜନା ଉଜ୍ବଳା ଭଳି  ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଛି ବା ଖୁବ ବାଟବଣା ହୋଇସାରିଛି

କେବଳ ମୋଦି ସରକାର ନୁହେଁ, ଦେଶର ପ୍ରାୟ ସମସ୍ତ ରାଜ୍ୟ ସରକାର ଏବେ ପ୍ରଚାର ସର୍ବସ୍ବ ହୋଇଗଲେଣି ମୂଳ ତତ୍ତ୍ୱରୁ ଲୋକଙ୍କ ଦୃଷ୍ଟି ଅନ୍ୟଆଡ଼କୁ ଟାଣିବାର ପ୍ରୟାସ ସବୁବେଳେ ଚାଲିଛି ଅନେକ ଲୋକ ସେହିଭଳି ପ୍ରଚାରରେ ଭ୍ରମିତ ହୋଇଯାଆନ୍ତି ସତ୍ୟ ବାଟବଣା ହୋଇଯାଏ କିନ୍ତୁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଶାଛଡା ହେବା ଉଚିତ ନୁହେଁ ସରକାରର କଥା କାର୍ଯ୍ୟକୁ ପରଖି ନିଜର ମତ ଦେବାର ଏହା ଅନେକ ସୁଯୋଗ ଦେଇଥାଏ ତେଣୁ ପାଞ୍ଚଟି ରାଜ୍ୟର ବିଧାନସଭା ତଥା ଆସନ୍ତା ଲୋକସଭା ନିର୍ବାଚନକୁ ଆଶାର ନଜରରେ ଦେଖିବା ସହ ଏହା ମଧ୍ୟ ଆଶା କରିବା ଯେ ରାଜନୈତିକ ଦଳମାନେ ବିଦ୍ବେଷ ନକରାତ୍ମକତାରୁ ଉର୍ଦ୍ଧ୍ୱକୁ ଯାଇ ତର୍କ ଶାଳୀନତାର ସୀମାକୁ ଆପଣାଇନେବେ ଆଉ ଏହା ମଧ୍ୟ ଆଶା କରିବା ଯେ ଲୋକେ ଆଖି ଝଲସା ପ୍ରଚାରରେ ଭାସି ନ ଯାଇ ଗଣତନ୍ତ୍ରର ଏହି ମହାପର୍ବରେ ଆମକୁ ଶାସନ କରୁଥିବା ବା ଶାସନ କରିବାକୁ ଇଛୁକ ଥିବା ରାଜନୈତିକ ଦଳ ଓ ନେତାଙ୍କୁ ସତ୍ୟତା ଓ ତାର୍କିକତାର ତରାଜୁରେ ପରଖିବେ