Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Bimal Pandia. Show all posts
Showing posts with label Bimal Pandia. Show all posts

Tuesday, June 25, 2019

Where Has The Village Gone?

Oh, Satabhaya!

An entire village has been wiped out, not by any Tsunami or any single disaster or occurrence. Gradual sea ingress and coastal erosion have gulped the village.




Here is the route to the location of this unfortunately - one a pride of Odishi folklore:

https://goo.gl/maps/WnVU6XcubArXM7ZbA

( 20.638728°,  86.935982°)

Monday, June 24, 2019

Pentha and the bulging sea

These two satellite images of Pentha village compare the status of November 2009 (top) with March 2019 (bottom). This is the beach where the government has tried using modern geo tubes to stem sea erosion. Yet,...!
Two things are to be observed here. While the sea is continuously gulping land, people continue to cut trees and build pucca houses.
Can't blame the sea for everything, can we?



Sunday, June 23, 2019

Marauding Sea and Vanishing 'Satabhaya'

This village is (rather, was) part of Odisha's great #Tapoi, his seven brothers and #Satabhaya folklore. Sea has already most and about the gulp the remaining of the seven villages.

These two satellite images capture changes in the last 13 years.


Pre & Post FANI Cyclone - Some images from Puri







Wednesday, April 24, 2019

କାହିଁକି ସରକାର ତଥ୍ୟ ଲୁଚାଉଛନ୍ତି?

  
ବିମଳ ପ୍ରସାଦ ପାଣ୍ଡିଆ

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗମାନଙ୍କ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତାରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏକ ଲମ୍ବା ଡିଆଁ ମାରିଛି ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ଖୁବ ସୁନ୍ଦର ଓ ବଳିଷ୍ଠ ତଥ୍ୟ ପରିଚାଳନା ଓ ସୂଚନା ବ୍ୟବସ୍ଥା ଆରମ୍ଭ ହୋଇଥିଲା ତାହା ବଢିଆ ଭାବରେ କାର୍ଯ୍ୟକାରୀ ହେଉଥିଲା ଜଣେ ସାଧାରଣ ଲୋକ ମଧ୍ୟ ବିଭାଗର ୱେବସାଇଟକୁ ଯାଇ ଅତି ଆରାମରେ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟ ନିଜ ହାତପାଆନ୍ତାରେ ପାଇପାରୁଥିଲା କେବଳ ଦେଶ ବା ରାଜ୍ୟର ସ୍ଥିତି ନୁହେଁ, ପ୍ରତ୍ୟେକ ପରିବାରର ତଥ୍ୟ ମିଳିପାରୁଥିଲା ଜଣେ ଚାହିଁଲେ କାହାର ପାଇଖାନା ତିଆରି ହେଲାଣି, କାହାର ନାହିଁ ତାହା ଜାଣି ପାରୁଥିଲା କାହାକୁ ପାଇଖାନା ପାଇଁ ରିହାତି ପଇସା ମିଳିଲା, କେବେ ମିଳିଲା ତାହା ସହଜରେ ଜାଣି ପାରୁଥିଲା କେଉଁ ଗାଁର ପାଇଖାନା ସଂଖ୍ୟା କେତେ ଅଛି, କେଉଁ ମାସରେ କେତେ ପାଇଖାନା ତିଆରି ହେଲା ତାହା ଜଣେ ଆରାମରେ ଜାଣି ପାରୁଥିଲା ସେହିପରି ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟକୁ ୱେବସାଇଟ ମାଧ୍ୟମରେ ହାସଲ କରିବାର ବ୍ୟବସ୍ଥା ଥିଲା ଖାଲି ଗାଁ ନୁହେଁ, ବସ୍ତିର ପାନୀୟ ଜଳ ସ୍ଥିତିର ସୂଚନା ମିଳୁଥିଲା କେତୋଟି ଓ କଣ ଜଳ ଉତ୍ସ ଅଛି ତାହା ଜଣେ ଜାଣିପାରୁଥିଲା କେଉଁ ଜଳ ଉତ୍ସର ଜଳ ପରୀକ୍ଷା କେବେ ହୋଇଥିଲା ଓ ପରୀକ୍ଷଣରେ ବିଭିନ୍ନ ବ୍ୟାକ୍ଟେରିଆ ଓ ରସାୟନର ମାତ୍ରା କେତେ ଥିଲା ତାହା ୱେବସାଇଟରୁ ମିଳିପାରୁଥିଲା ସେହି ତଥ୍ୟକୁ ଠୁଳକରି ଜଣେ ଚାହିଁଲେ ବିଭିନ୍ନ ବିଷୟରେ ତର୍ଜମା କରିପାରୁଥିଲା


ଏବେ ଆଉ ସେହି ସ୍ଥିତି ନାହିଁ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତତ୍କାଳୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନକୁ ସ୍ୱଚ୍ଛ ଭାରତ ଅଭିଯାନରେ ପରିବର୍ତ୍ତିତ କଲେ ପ୍ରଥମ କିଛି ବର୍ଷ ପାଇଁ ଉଭୟ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ  ୱେବସାଇଟରେ ପୂର୍ବ ଭଳି ତଥ୍ୟ ରହିଲା କିନ୍ତୁ ତା ପରେ ସେହି ବିଭାଗର ଉଭୟ ପରିମଳ ଓ ପାନୀୟଜଳ ୱେବସାଇଟ ମଇଳା ହେବା ଆରମ୍ଭ ହୋଇଗଲା ଲୋକଙ୍କଠୁ ତଥ୍ୟ ଲୁଚାଇବା ଅଭିଯାନ ଆରମ୍ଭ ହୋଇଗଲା ପ୍ରଥମେ ପାଳିପଡିଲା ସ୍ୱଚ୍ଛ ଭାରତ (ଗ୍ରାମୀଣ) ସମ୍ବନ୍ଧିତ ୱେବସାଇଟର ଏବେ ଜଣେ ସ୍ୱଚ୍ଛ ଭାରତ ୱେବସାଇଟକୁ ଗଲେ ଅତି ବେଶୀରେ  ଭାରତରେ ଓ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କେତେ ପ୍ରତିଶତ ପାଇଖାନା ଲକ୍ଷ୍ୟ ହାସଲ ହୋଇଛି ସେତିକି ହିଁ ତଥ୍ୟ ପାଇବ ଜିଲ୍ଲାର ତଥ୍ୟ ମଧ୍ୟ ପାଇବ ନାହିଁ ଘର, ଗାଁ, ପଞ୍ଚାୟତର ତଥ୍ୟ ତ ସପନ ଏବେ କେବଳ କେତେ ଗାଁ ବାହ୍ୟ ମଳମୂକ୍ତ ହେଲା ତାହାର ସଂଖ୍ୟା ହିଁ ମିଳିବ, ତାହାଠୁ ଅଧିକ କିଛି ନୁହେଁ କେଉଁ ଗାଁ ବାହ୍ୟମଳମୂକ୍ତ ହେଲାଣି ତାହା ଜଣେ ଜାଣିବାର ସୁଯୋଗ ନାହିଁ ଏଯାଏଁ ପାନୀୟ ଜଳର ବିସ୍ତୃତ ତଥ୍ୟ ପ୍ରଦାନ କରୁଥିବା ୱେବସାଇଟ ଏବେ ସେହି ସମାନ ରାସ୍ତା ଧରିଛି ଯେଉଁ ୱେବସାଇଟରୁ ପ୍ରତି ଉତ୍ସ, ପ୍ରତି ବସ୍ତିର ତଥ୍ୟ ମିଳୁଥିଲା ସେଠି ଏବେ କେବଳ କିଛି ମୋଟା ତଥ୍ୟ ହିଁ ମିଳୁଛି ଉଦାହରଣସ୍ୱରୂପ, ଏବେ କେବଳ ରାଜ୍ୟର ଓ ଜିଲ୍ଲାର କେତେ ପ୍ରତିଶତ ଲୋକଙ୍କୁ ପାଇପ ଜଳ ମିଳୁଛି ତାହାର ମୋଟ ସଂଖ୍ୟା ଓ ପ୍ରତିଶତ ହିଁ ଦିଆଯାଉଛି ଆଗରୁ ଜଣେ ଚାହିଁଲେ ଗୋଟିଏ ଗାଁ ଓ ବସ୍ତିରେ କେତେ ଲୋକ ପାଇପ ଜଳ ପାଉଛନ୍ତି ତାହାର ତଥ୍ୟ ପାଇପାରୁଥିଲା ସେମିତି ଏବେ କେବଳ କେତୋଟି ଜଳ ଉତ୍ସର ପାଣି ପରୀକ୍ଷା ହୋଇଛି ଓ ତହିଁରୁ ମୋଟରେ କେତୋଟି ପ୍ରଦୂଷିତ ତାହାର ମୋଟ ସଂଖ୍ୟା ହିଁ ମିଳୁଛି ପୂର୍ବରୁ, ପ୍ରତି ଉତ୍ସର ତଥ୍ୟ ମିଳୁଥିଲା ପାଣି କେବେ ପରୀକ୍ଷା ହୋଇଥିଲା ଓ ତାହାର ପରୀକ୍ଷା ଫଳ କଣ ସୁଚାଇଥିଲା ତାହା ଜଣେ ଜାଣିପାରୁଥିଲା ଏବେ କେଉଁ ଉତ୍ସର ଜଳ ପରୀକ୍ଷା ହୋଇଛି ଓ କେଉଁ ଉତ୍ସର ଜଳ ପ୍ରଦୂଷିତ ତାହା ଜଣେ ଜାଣିବା ଆଉ ସମ୍ଭବ ନୁହେଁ ଏମିତି ଅନେକ ତଥ୍ୟ ଉଭୟ ୱେବସାଇଟରୁ ହଟାଇ ନିଆଯାଇଛି ଅନ୍ୟ ଭାବରେ କହିଲେ ସାଧାରଣ ଲୋକଙ୍କୁ କିଛି ଅତି ଜରୁରୀ ତଥ୍ୟ ନ ଦେବାର ସମସ୍ତ ବନ୍ଦୋବସ୍ତ କରାହୋଇଛି  

ସାଧାରଣ ଲୋକଙ୍କଠାରୁ ଏହି ତଥ୍ୟ ଲୁଚାଇବାର କ୍ରମବର୍ଦ୍ଧମାନ ପ୍ରକ୍ରିୟା ଶାସନ ପ୍ରଣାଳୀ ପ୍ରତି ଅବିଶ୍ୱାସର ଆଙ୍ଗୁଳି ଦେଖାଇବା ପାଇଁ ବାଧ୍ୟ କରିଦିଏ କାହିଁକି ସରକାର ଆଗରୁ ପ୍ରଦାନ କରୁଥିବା ତଥ୍ୟ ଏବେ ପ୍ରଦାନ କରୁନାହାନ୍ତି ସେହି ପ୍ରଶ୍ନ ସମସ୍ତେ କରିବା ଆବଶ୍ୟକ'ଣ ଏମିତି ରହସ୍ୟ ଅଛି ଯେ ସରକାର ପାନୀୟ ଜଳ ଭଳି ଏକ ଗୁରୁତର ମାମଲାରେ ମଧ୍ୟ ଲୋକଙ୍କୁ ତଥ୍ୟ ଲୁଚାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି? ସୁପ୍ରିମ କୋର୍ଟ ଭାରତୀୟ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟା କରି କହିଛନ୍ତି ଯେ ଯେହେତୁ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ ତେଣୁ ସ୍ୱଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ଜଳ ଉପରେ ଲୋକଙ୍କ ମୌଳିକ ଅଧିକାର ରହିଛି ତେଣୁ, ପ୍ରତ୍ୟେକ ବ୍ୟକ୍ତି ସେ ପିଉଥିବା ବା ପାଉଥିବା ପାଣିର ମାନ କଣ ରହିଛି ତାହା ଜାଣିବାର ଅଧିକାର ରହିଛି ସରକାର ସେହି ତଥ୍ୟ ପ୍ରଦାନ ନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଛନ୍ତି

ତେବେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ତାହାକୁ ନେଇଁ ଅନ୍ୟ ପ୍ରକାରର ପ୍ରଶ୍ନ ମଧ୍ୟ ମନରେ ଆସିବା ସ୍ୱାଭାବିକଣ ସରକାର ଲୋକଙ୍କୁ ଉନ୍ନତ ପାନୀୟ ଜଳ ଓ ପରିମଳ ସ୍ଥିତି ଯୋଗାଇବାର ଯେଉଁ ଢୋଲ ପିଟୁଛନ୍ତି ସେହି ଢୋଲରେ ବିରାଟ ବିରାଟ ଛିଦ୍ର ଭରି ରହିଛି? ଣ ଗାଁ ବାହ୍ୟ ମଳମୂକ୍ତ ହୋଇଯାଇଛି ବୋଲି କରାହେଉଥିବା ଦାବିର ବାସ୍ତବତାକୁ ଢାଙ୍କିବାର ଏହା ଏକ ପ୍ରଯତ୍ନ? ଣ ଯେଉଁ ମାତ୍ରା ଓ ମାନକର ପାନୀୟ ଜଳ ଯୋଗାଇ ଦିଆହେଉଛି ବୋଲି ଡିଣ୍ଡିମ ପିଟାହେଉଛି ବାସ୍ତବ ସ୍ଥିତି ତାହାଠୁ ଢେର ଭିନ୍ନ ଓ ସେଥିପାଇଁ ତଥ୍ୟ ଲୁଚାଇବାର ଏହି ବ୍ୟଗ୍ରତା? 'ଉଜ୍ବଳା', 'ଆୟୁଷ୍ମାନ ଭାରତ', 'ମୁଦ୍ରା' ଭଳି ବଡ ଯୋଜନାରେ ଆରମ୍ଭରୁ ହିଁ ପାରଦର୍ଶିତା ନାହିଁ କିଏ ହିତାଧିକାରୀ ତାହା ଜାଣିବାର କିଛି ସୁଯୋଗ ନାହିଁ କେବଳ କିଛି ମୋଟା ସଂଖ୍ୟା ହିଁ ଜଣେ ପାଇବ ଯହିଁରୁ କିଛି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ  

ବୋଧହୁଏ ଓଡିଶା ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଏହି ଗୁଣରୁ ଅନୁପ୍ରାଣିତ ହୋଇଛନ୍ତି ଏକଦା ଓଡ଼ିଶାର 'ଇ-ଡେସ୍ପାଚ' ବ୍ୟବସ୍ଥା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସବୁଠାରୁ ଉତ୍କୃଷ୍ଟ ଥିଲା ସରକାର କଣ ଚିଠି କାହାକୁ ପଠାଉଛନ୍ତି ଲୋକେ ତାହା ଜାଣିପାରୁଥିଲେ ଏବେ କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ବିଭାଗ ଚିଠିଗୁଡ଼ିକୁ 'ଇ-ଡେସ୍ପାଚ'ରେ ଆଦୌ ଅପଲୋଡ଼ କରୁନାହାନ୍ତି ବା ଗୁପ୍ତ ଶ୍ରେଣୀର ହୋଇନଥିବା ଅନେକ ଚିଠିକୁ ମଧ୍ୟ ଲୁଚାଇ ରଖିଦେଉଛନ୍ତି ଓଡିଶା ସରକାରଙ୍କ 'ସଂଯୋଗ' ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥା ଥିଲା ଜଣେ ସାଧାରଣ ଲୋକ ୱେବସାଇଟକୁ ଯାଇ କେଉଁ ବିଭାଗରେ କେତେ ଓ କଣ ଅଭିଯୋଗ ଆସିଛି ଓ ତାହାର କେମିତି ସମାଧାନ ହୋଇଛି ତାହା ଜାଣିପାରୁଥିଲା ଏବେ ଆଉ ସେହି ସୁଯୋଗ ନାହିଁ କେବଳ ଜଣେ ଅଭିଯୋଗକାରୀ ତାହାର ହିଁ ଅଭିଯୋଗର ସ୍ଥିତି ଜାଣିପାରିବ 


ଏକ ପାରଦର୍ଶୀ ବ୍ୟବସ୍ଥା ଭଲ ଶାସନ ବ୍ୟବସ୍ଥାର ସବୁଠାରୁ ପ୍ରଧାନ ଗୁଣ ବୈଷୟିକ ପ୍ରଗତି ସହ ପାରଦର୍ଶିତା ଆହୁରି ବଢିବା କଥା କିନ୍ତୁ ସରକାର ଆଗରୁ ଥିବା ପାରଦର୍ଶୀ ବ୍ୟବସ୍ଥାକୁ ଧ୍ବଂସ କରିଚାଲିଛନ୍ତି ଲୋକେ ଯାହା ତଥ୍ୟ ପାଉଥିଲେ ସେତିକି ବି ଆଉ ପାଉନାହାନ୍ତି ଏହା ପ୍ରଗତି ନୁହେଁ ଅଧୋଗତିର ସୂଚନା

(This piece was published in my fortnightly Op-Ed column in Dhartri on April 24, 2019. That can be accessed at http://dharitriepaper.in/edition/2641/bhubaneswar/page/6)

Monday, February 11, 2019

Risk-informed plan and action is essential to reduce disaster

 ‘Odisha has been a leader in disaster management, it is gearing to be a leader in risk-informed development’, said Bishnupada Sethy, Special Relief Commissioner in the concluding session of two-day long consultation on 'Risk-Informed Development'


Saying that ‘Changing scale, type and scope of disasters are giving more surprises now’, Special Relief Commissioner of Odisha Mr. Bishnupada Sethy emphasised that ‘there is no way that we can ignore risks and yet expect to reduce disaster distresses. Mr. Sethy was addressing in the inaugural session of two-day long state level consultation on ‘Risk Informed Development’ which started at Bhubaneswar on Friday. Senior officials government departments, district level offices associated with planning and disaster management, scientists and experts, civil society representatives working on disaster risk reduction discussed on the need and ways to integrate risks in planning and development action. The consultation focussed on eight important sectors – Health, Water, Sanitation, Education, Child Protection, Livelihoods, Food Security, Shelter & Infrastructure.

The consultation was jointly organised by Odisha State Disaster Management Authority (OSDMA), UNICEF, IAG and Oxfam India. The inaugural session on Friday - presided over by former member of Board of Revenue Dr. Aurobindo Behera; and addressed by Mr. Gagan Dhal, Agriculture Production Commissioner; Mr. Bishnupada Sethy, SRC & MD, OSDMA; Prof. Vinod Menon, Founder Member of National Disaster Management Authority (NDMA); UNICEF’s state head Ms. Monica Nelson - set the tone for the two-day long consultation.

Top officers including Agriculture Production Commissioner Gagan Kumar Dhal; Principal Secretary of Agriculture department Dr. Sourabh Garg; Senior officials of other departments; national and international experts like Prof. Vinod Menon; Prof. Chandran Ghosh of National Institute of Disaster Management; Director General of ICAR Dr. Trilochan Mahapatra; agriculture scientist and gene activist Ms. Suman Sahai; Dr. Somnath Hazra; Mr. P K Das; Mr. Pankaj Anand, Director of Oxfam India, UNICEF’s sector experts Dr. Vivek Virender Singh, Mr. Laxminarayan Nanda, Ms. Sipra Saxena; and other experts and researchers provided leads for discussion in the consultation.   


Dwelling on the backdrops of recent disasters and briefing on the objective of the consultation, Regional Manager of Oxfam India Mr. Akshaya Biswal said that development initiatives can affect us both ways as poor integration of risks will increase our disaster distress and good integration of risks will reduce our disaster risks; and hence this consultation expects to speed up coordinated actions to identify and integrate risks. Different sessions were moderated by Dr. Ambika Nanda, former UNDP state head and current CSR head of Tata Steel; Ms. Abha Mishra, UNDP state head; Ms. Kirti Mishra, chief of CRS; Dr. Vivek Virender Singh of UNICEF; and Mr. Manoranjan Behera, coordinator of IAG-Odisha. 

Oxfam India, UNICEF and IAG are committed to take the mandate of Risk Informed Development forward in close coordination with the OSDMA and other government and non-government agencies. 

Wednesday, September 12, 2018

ସରକାରୀ ମିଛ?

(In my today's OpEd piece in Dharitri,  I have been very critical of three recent lies or huge exaggeration by Odisha government. Such lies must be condemned as they shatter our trust in government information collection and dissemination mechanism. Having criticised the Odisha government in this article, I must also tell that the central government has been no better in spreading lies or blatant exaggerations.)

ଶୁକ୍ରବାର ସକାଳୁସକାଳୁ ଫୋନଟେ ପାଇ ବଡ ଆଶ୍ଚର୍ଯ୍ୟ ଲାଗିଲା ଆରପଟରୁ ବନ୍ଧୁଜଣକ ବିକଳ ହୋଇ ପଚାରିଥିଲେ 'ଆଜି ମୋର ଭୁବନେଶ୍ୱରରେ ଗୋଟେ ଜରୁରୀ କାମ ଅଛି କିନ୍ତୁ ଶୁଣିଲି ସରକାର ପ୍ରବଳ ବର୍ଷାର ଚେତାବନୀ ଦେଇ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସାରା ଓଡ଼ିଶାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି’ ବଡ ଅଡୁଆ ଲାଗିଲା ମୋତେ ପାଗ ଅବଶ୍ୟ ମେଘୁଆ ଥିଲା କିନ୍ତୁ ମୋତେ ବଡ ବର୍ଷାର କୌଣସି ସୂଚନା ଦିଶୁ ନଥାଏ ମୁଁ ଜଳବାୟୁ ବିଭାଗ ୱେବସାଇଟରୁ ସକାଳର ଉପଗ୍ରହ ଚିତ୍ର ଦେଖିଲି, ବଡ ବର୍ଷା ତ' ଦୂରର କଥା ଦିନଟି ଶୁଖିଲା ରହିବାର ସମସ୍ତ ସୂଚନା ସେଥିରେ ସ୍ପଷ୍ଟ ଥିଲା ସତକୁ ସତ ଦିନଟା ସାରା ପ୍ରାୟ ଖରଟିଏ ହିଁ ରହିଲା ମନରେ ଅନେକ ପ୍ରଶ୍ନ ଆସିଲା ସରକାର କଣ ସତରେ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ସ୍କୁଲ ଅଙ୍ଗନବାଡି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ? ସତରେ ' ଜଳବାୟୁ ବିଭାଗ ସେମିତି ଏକ ପୂର୍ବାନୁମାନ ଜାରି କରିଥିଲା? ଯଦି ଜାରି କରିଥିଲା ତା'ହେଲେ ' ଆମର ବର୍ଷା ପୂର୍ବାନୁମାନ ବ୍ୟବସ୍ଥା ଏତେ ନିକୃଷ୍ଟ? ଏହି ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବା କଥା କାରଣ ଭୁବନେଶ୍ୱର ଭଳି ଏକ ସହରରେ ଯେଉଁଠି ଉନ୍ନତ ଗମନାଗମନ ଯୋଗାଯୋଗ ବ୍ୟବସ୍ଥା ଅଛି, ସେଠି କାହିଁକି ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କଲେ? ଏଭଳି ଏକ ଘୋଷଣା ଲୋକଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି କରିବ ନି କି?

ସେମିତି ଏକ ଫୋନ ପାଇଥିଲି ଜୁଲାଇ ୨୨ ତାରିଖର ଭୋର ସକାଳୁ ମୁମ୍ବାଇରେ ଥିବା ବନ୍ଧୁଜଣକ ସିଧା ଆରମ୍ଭ କଲେ, 'ତୁମର କିଛି ଅସୁବିଧା ହୋଇନି '? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନର କାରଣ ପଚାରିଲି କହିଲେ ସବୁ ଟିଭି ଚ୍ୟାନେଲରେ ଏବେ ଖବର ଚାଲିଛି ଯେ ବୁର୍ଲା ସମ୍ବଲପୁରରେ ରେକର୍ଡ ବର୍ଷା ହୋଇଛି ମୁଁ ବି ଟିଭି ଖୋଲିଲି ଖବର ଆସୁଥିଲା ଯେ ବୁର୍ଲାରେ ୨୪ ଘଣ୍ଟା ଭିତରେ ୬୨୨ ମିଲିମିଟର ବର୍ଷା ହୋଇଛି ଓଡ଼ିଶାରେ ସରକାରଙ୍କ ବିଭିନ୍ନ ବିଭାଗ ଟିଭିରେ ତଥା ସାମାଜିକ ଗଣମାଧ୍ୟମମାନଙ୍କରେ କହିଚାଲିଥାନ୍ତି ଯେ ତାହା କୌଣସି ଏକ ଦିନରେ ହୋଇଥିବା ବର୍ଷାର ଏକ ସର୍ବକାଳୀନ ରେକର୍ଡ  ଏହା ସହିତ ସମ୍ବଲପୁରରେ ୫୪୦ ମିଲିମିଟର ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ସେମିତି ଭୀଷଣ ବର୍ଷା ହୋଇଥିବାର ଖବର ଆସୁଥାଏ ମୋତେ ବଡ ଆଶ୍ଚର୍ଯ୍ୟ ଲାଗିଲା କାରଣ ମୁଁ ସେହିଦିନ ସମ୍ବଲପୁରରେ ଥାଏ ପୂର୍ବଦିନ ସନ୍ଧ୍ୟାରୁ ରାତିର ପ୍ରଥମ ପହରରେ ବର୍ଷା ଅବଶ୍ୟ ଖୁବ ହୋଇଥାଏ, କିନ୍ତୁ ତାହା କେବେବି ୫୦୦-୬୦୦ ମିଲିମିଟର ବର୍ଷା ହେବ ନାହିଁ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଥାଏ ତେବେ ଗଣମାଧ୍ୟମରେ ଯେତେବେଳେ ଏତେ ବର୍ଷା ହୋଇଛି ବୋଲି ଖବର ଆସୁଛି, ସମ୍ବଲପୁର ସହରର ସ୍ଥିତି କଣ ତାହା ଦେଖିବା ପାଇଁ ବାହାରି ପଡିଲି ଅନ୍ୟ ସମୟରେ ନର୍ଦ୍ଦମା ଜଳ ତଥା ବର୍ଷା ସମୟରେ ବନ୍ୟାଜଳ ନିଷ୍କାସନ କରୁଥିବା ସମ୍ବଲପୁରର ଦୁଇଟି ନାଳ ହେଲା ଧୋବିଯୋର ଟଙ୍ଗନା ନାଳ ନାଳ ଉଛୁଳିବା ଦୂରର କଥା, ବହୁଥିବା ପାଣିର ସ୍ତର ପ୍ରାୟ ଅଧା ହିଁ ଥିଲା ହଁ, ଅବଶ୍ୟ ଅନେକ ଅଞ୍ଚଳରେ ଘରେ ପାଣି ପଶିଥାଏ, କିନ୍ତୁ ସେହିସବୁ ଅଞ୍ଚଳରେରେ ଜଳ ନିଷ୍କାସନ ବ୍ୟବସ୍ଥା ଏକ ଖରାପ ଯେ ବେଙ୍ଗ ମୁତିଲେ ବି ତାହା ବୁଡିବ କିଛି ପୋଲରେ ନର୍ଦ୍ଦମା ଦଳ, ପ୍ଲାଷ୍ଟିକ ଆଦି ଜମା ହେବା କାରଣରୁ ପାଣି ନିଷ୍କାସନ ହୋଇନପାରି କିଛି ଅଞ୍ଚଳ ଜଳପ୍ଲାଵିତ ହୋଇଥାଏ କିନ୍ତୁ ସେହି ମଇଳା କାଢ଼ିଦେବା ମାତ୍ରେ ପାଣି ସଂଗେସଂଗେ ଖସି ଗଲା କୌଣସି ଗୋଟିଏ ବି ସ୍ଥାନରେ ସର୍ବକାଳୀନ ରେକର୍ଡ ବର୍ଷାର ଟିକିଏ ବି ପ୍ରମାଣ ପାଇଲିନି ପରଦିନ ଦେଖିଲା ବେଳକୁ ମହାନଦୀର ଖଇରମୂଳଠାରେ ମାତ୍ର ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା ମୁଁ ହିସାବ କରି ଦେଖିଲି ଯେ ହୀରାକୁଦର ଜଳଭଣ୍ଡାରୁ ଟୋପାଏ ପାଣି ବି ତଳକୁ ଆସିଲେ ମଧ୍ୟ ଯଦି ହୀରାକୁଦ ଏବଂ ଖଇରମାଳ ମଧ୍ୟରେ ଥିବା ଅଞ୍ଚଳରେ ହାରାହାରି ୨୦୦ ମିଲିମିଟର ବି ବର୍ଷା ହୋଇଥିବ ଏବଂ ତାହାର ମାତ୍ର ଏକ-ଚତୁର୍ଥାଂଶ ପାଣି ବି ମହାନଦୀରେ ପ୍ରବାହିତ ହୁଏ ତେବେ ଖଇରମାଳଠାରେ ହାରାହାରି ପ୍ରାୟ ଲକ୍ଷ କ୍ୟୁସେକ ପାଣି  ପ୍ରବାହିତ ହେବ କଥା ଏବଂ ସର୍ବାଧିକ ଅନ୍ୟୁନ ଲକ୍ଷ ପାଣି ପ୍ରବାହିତ ହେଉଥିବା କଥା କିନ୍ତୁ ଖଇରମାଳରେ ୪ଲକ୍ଷ କ୍ୟୁସେକ ପାଣି ବି ବହିଲା ନି କି ନରାଜ ବା ମୁଣ୍ଡଳୀରେ  ୭ଲକ୍ଷ କ୍ୟୁସେକର ପ୍ରବାହ ହେଲା ନାହିଁ ସରକାରୀ ତଥ୍ୟ ଘୋଷଣା ଯେ ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ଥିଲା ତାହାର ପ୍ରମାଣ ଜଳଜଳ ଦିଶୁଥିଲା

ମହାନଦୀର ପ୍ରବାହକୁ ନେଇ ମଧ୍ୟ ଓଡିଶା ସରକାର ସେମିତି ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ତଥ୍ୟ ବାରମ୍ବାର ଦେଇଛନ୍ତି ଅଗଷ୍ଟ ଶେଷ ସପ୍ତାହରେ ସେମିତି ଏକ ଭ୍ରମର ପ୍ରସାରରେ ସରକାର ସରକାରୀ ଦଳ ଜଡିତ ଥିଲା ଓଡ଼ିଶାର ଶାସନରେ ଥିବା ବିଭିନ୍ନ ବ୍ୟକ୍ତି ଅଭିଯୋଗ କଲେ ଯେ ଛତିଶଗଡ଼ ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡିବା କାରଣରୁ ମହାନଦୀରେ ଭୀଷଣ ବନ୍ୟା ହେବାକୁ ଯାଉଛି ବାସ୍ତବତା ହେଲା ଯେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା କିନ୍ତୁ ଛତିଶଗଡ଼ର କୌଣସି ବଡ ବନ୍ଧ ସେମାନେ ପାଉଥିବା ପ୍ରବାହରୁ ମାତ୍ରାଧିକ ବନ୍ୟାଜଳ ତଳକୁ ଛାଡି ନଥିଲେ ତାହାର ପ୍ରମାଣ ହେଲା ଯେ ପ୍ରାୟ ପ୍ରତ୍ୟେକ ଦିନ ସେହି ରାଜ୍ୟର ବଡ ଜଳଭଣ୍ଡାରର ଜଳସ୍ତର ବଢିଥିଲା ଯଦି ସେମାନେ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ଠାରୁ ଅଧିକ ଜଳ ଛାଡ଼ିଥାନ୍ତେ, ଜଳଭଣ୍ଡାରର ଜଳସ୍ତର ବଢି ନଥାନ୍ତା ଶାସନରେ ଥିବା ଲୋକେ ସେମିତି ଅନ୍ୟଏକ ଅଭିଯୋଗ କଲେ ଯେ କଲମା ବ୍ୟାରେଜର ଗେଟ ପରିଚାଳନା ବିଷୟରେ ଛତିଶଗଡ଼ ତଥ୍ୟ ଦେଉନଥିବା ଯୋଗୁଁ ଓଡିଶାକୁ ବନ୍ୟା ପ୍ରଶମନ ପ୍ରସ୍ତୁତିରେ ଘୋର ଅସୁବିଧା ହେଉଛି ଓଡ଼ିଶା ସରକାରରେ ଥିବା ନେତା ଅଫିସର ' ଏତିକି ବି ଜାଣି ନାହାନ୍ତି ଯେ କଲମା ଭଳି ବ୍ୟାରେଜର ଗେଟ ବନ୍ୟା ସମୟରେ ପ୍ରାୟ ଖୋଲା ରହେ ଏବଂ ସେଭଳି ବ୍ୟାରେଜର ବନ୍ୟା ଜଳ ଧାରଣ କରିବାର ସମ୍ଭାବନା ବିଶେଷ ନାହିଁ କି ବନ୍ୟା ସଙ୍କଟ ବଢାଇବାରେ ସେମିତି ବ୍ୟାରେଜର ବିଶେଷ ଭୂମିକା ନାହିଁ?      


କେନ୍ଦ୍ର ସରକାର ମଧ୍ୟ ଏମିତି ଅନେକ ଭ୍ରାନ୍ତ ତଥ୍ୟର ପ୍ରସାର କରୁଛନ୍ତି ଏଭଳି ଭ୍ରମ ବିଭ୍ରାନ୍ତିର  ପ୍ରସାରରେ ସରକାର ଜଡିତ ରହିବା ଖୁବ ଚିନ୍ତାଜନକ ଏବେ ସୂଚନାର ଅନେକ ଉତ୍ସ ରହୁଛି ଅନେକ ଉତ୍ସ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟର ପ୍ରସାର କରୁଛନ୍ତି ସରକାର ମିଥ୍ୟା ତଥ୍ୟର ପ୍ରସାରକାରୀ ହେବା ଉଚିତ ନୁହେଁ ଦୁଃଖର କଥା ଅନେକ ଗଣମାଧ୍ୟମ ସାମ୍ବାଦିକ ମଧ୍ୟ ପ୍ରାପ୍ତ ତଥ୍ୟର ଯାଞ୍ଚ କରୁ ନାହାନ୍ତି ବା ବା ଜାଣିଶୁଣି ମିଥ୍ୟା ତଥ୍ୟର ପ୍ରସାର ଭାଗିଦାର ହେଉଛନ୍ତି କିନ୍ତୁ ଲୋକେ ଚାହିଁଲେ ତଥ୍ୟର ସତ୍ୟତାକୁ ଅତି ସହଜରେ ଯାଞ୍ଚ କରିପାରିବ ଏବେ ଅନେକଙ୍କ ପାଖରେ ଫୋନ ଇଣ୍ଟରନେଟ ସଂଯୋଗ ଅଛି ସଠିକ ତଥ୍ୟ ଖୋଜିବା ସମସ୍ତଙ୍କ ହାତ ପାଆନ୍ତାରେ ମିଥ୍ୟାର ବାରମ୍ବାର ପ୍ରସାର ଆମକୁ ଅଧିକ ବିପଦପ୍ରବଣ କରିଦେବା ବର୍ଷା ନଥାଇ ସ୍କୁଲ ବନ୍ଦ କରିବା, ଛୋଟ ଏକ ପ୍ରବାହକୁ ବିଶାଳ ବନ୍ୟା ବୋଲି ଡ଼ରାଇବା ଭଳି ମିଥ୍ୟାର ବାରମ୍ବାର ପ୍ରସାର ଭବିଷ୍ୟତରେ ବଡ ସମସ୍ୟାକୁ ଡାକିବାର ଆଶଙ୍କା ଅଛି ପିଲାବେଳର 'ବାଘ ବାଘ' ଗପ ମନେ ପଡିଯାଉଛି, ସତରେ ବାଘ ଆସିଲାବେଳେ ପାଖକୁ କେହି ଆସିବେ ନି

(The original link of this piece in Dharitri is: http://dharitriepaper.in/edition/946/bhubaneswar/page/6 )