Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.
Showing posts with label Distress. Show all posts
Showing posts with label Distress. Show all posts

Thursday, May 13, 2021

ଚାଷର ଫାସ

 

ବିମଳ ପାଣ୍ଡିଆ

 

ଶନିବାର ସକାଳେ ସମ୍ବଲପୁର ସହରର ଗୋଲବଜ଼ାରରେ ବଢିଆ ଟମାଟୋକୁ କିଲୋ ଦଶ ଟଙ୍କାରେ ପାଇ ଖାଉଟି ହିସାବରେ ମୋତେ ଖୁସି ଲାଗୁଥିଲା ସତ; କିନ୍ତୁ ଚାରିମାସ ଧରି ଅନେକ ଶ୍ରମ ଓ ବ୍ୟୟରେ କ୍ଷେତରେ ଫସଲ ଫଳାଇ ଭଲ ଦୁଇ ପଇସା ରୋଜଗାର କରିବ ବୋଲି ଆଶା ରଖିଥିବା ଚାଷୀ ବାପୁଡ଼ାର ସ୍ବପ୍ନ ଯେ ଧୂଳିସାତ ହୋଇସାରିଛି ତାହା ଅନୁମାନ କରିବା ମୋ ପକ୍ଷରେ ଆଦୌ କଷ୍ଟସାଧ୍ୟ ନ ଥିଲା ମୁଁ ବି ଦିନେ ଜଣେ ଚାଷୀ ଥିଲି ଓ ଏହିଭଳି ସ୍ଥିତିରେ ନିଜକୁ ଅନେକ ଥର ହଜାଇଛି ଦଶଟଙ୍କାରେ ସହରର ଖାଉଟିକୁ ମିଳୁଥିବା ଟମାଟୋ ଭଳି ଏକ କ୍ଷୟଶୀଳ ପରିବାକୁ ଚାଷୀ ଯେ ଗୋଡିମାଟି ଦରରେ ମଧ୍ୟସ୍ଥ ବେପାରୀକୁ ବିକିଥିବ ତାହା ମୋତେ ଜଳଜଳ ଦିଶୁଥିଲା ଦେଶର ଅନ୍ୟ ସହରରେ ଏହାର ସ୍ଥିତି ପରଖିବା ପାଇଁ ମୁଁ 'ରିଲାଏନ୍ସ ଜିଓ ମାର୍ଟ'ରେ ଖୋଜିଲି ବେଙ୍ଗାଲୁରୁରେ କିଲୋ ୯ ଟଙ୍କା, କୋଲକାତାରେ ୧୦ ଟଙ୍କା, ଚେନ୍ନାଇରେ ୧୩ ଟଙ୍କା ଓ ମୁମ୍ବାଇରେ ୧୯ ଟଙ୍କାରେ ଖାଉଟିଙ୍କୁ ବିକ୍ରି ହେଉଥିଲା ଦିଲ୍ଲୀରେ ଟମାଟୋ ଦର ଟିକିଏ ବେଶୀ ଥିଲା କିନ୍ତୁ ବନ୍ଧାକୋବି କିଲୋ ସାତ ଟଙ୍କାରେ ମିଳୁଥିଲା ସେହି ଦରରେ ଖାଉଟି ତାଙ୍କ ଘରେ ପରିବା ପାଇବେ ଗତ ସପ୍ତାହରେ ମୁଁ କୋରାପୁଟରେ ଥିଲି କୁନ୍ଦୁଲିର ହାଟ ବି ବୁଲିଥିଲି ମନ ଟା ଅତି ଖରାପ ହୋଇ ଯାଇଥିଲା ତିନି ଚାରି କିଲୋର ବଡ ବନ୍ଧାକୁ ୪-୫ ଟଙ୍କାରେ, ପ୍ରାୟ ୧୦-୧୫ କିଲୋର ଟମାଟୋ ଝୁଡି ୨୦-୨୫ ଟଙ୍କାରେ ବିକୁଥିଲେ ଗରିବ ଚାଷୀ ଆଉ ଧୋବଧଉଳିଆ କ୍ରେତା ତହିଁରେ ବି ମୂଲଚାଲ କରିବାରେ ପଛାଉ ନଥିଲେ


ତେବେ, ଏହା କେବଳ ଓଡିଶା କି ଭାରତର କଥା ନୁହଁ ବିକଶିତ ରାଷ୍ଟ୍ରମାନଙ୍କରେ ବି ଚାଷୀଙ୍କ ଅବସ୍ଥା ଭଲ ନାହିଁ ଆମେରିକାର ଜନସଂଖ୍ୟାର ମାତ୍ର ୧.୩% ହିଁ କୃଷି କାର୍ଯ୍ୟରେ ନିୟୋଜିତ ରହନ୍ତି ସେଠି ଫାର୍ମମାନଙ୍କର ଆକାର ଖୁବ ବଡ, ଶହଶହ ହେକ୍ଟର ବ୍ୟାପ୍ତ କିନ୍ତୁ ସେଠି ବି ଚାଷୀ ଲାଭ ପାଇବା ପାଇଁ ସରକାରୀ ରିହାତି ଉପରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଆମେରିକା ସରକାରଙ୍କ 'ଇକୋନୋମିକ ରିସର୍ଚ୍ଚ ସର୍ଭିସେସ' ବିଭାଗ ୨୦୨୦ ମସିହାରେ ଏକ ରିପୋର୍ଟ ଜାରି କରିଥିଲେ ସେଥିରେ କୁହାଯାଇଥିଲା ଯେ ୨୦୨୦ ମସିହାରେ ଚାଷୀଙ୍କୁ ପ୍ରତ୍ୟକ୍ଷ ରିହାତିର ପରିମାଣ ୩୭.୨ ବିଲିୟନ ଡ଼ଲାର ବା ପ୍ରାୟ ୨.୭୫ ଲକ୍ଷ କୋଟି ଟଙ୍କା ଥିଲା ଯାହା ମୋଟ କୃଷି ଉତ୍ପାଦରୁ ଆମଦାନୀ ଲବ୍ଧ ଅର୍ଥର ଏକ-ତୃତୀୟାଂଶରୁ ମଧ୍ୟ ଅଧିକ ଅନ୍ୟ ଭାବରେ କହିଲେ, ଚାଷୀର ପ୍ରତି ୧ଟଙ୍କା ଆମଦାନୀରେ ସରକାରୀ ରିହାତିର ପରିମାଣ ୩୬ ପଇସା ଥିଲା ଖାଲି ଫସଲ ନୁହେଁ, ଦୁଗ୍ଧ ଚାଷୀ ବି କିଛି ଭଲରେ ନାହାନ୍ତି ଭାରତରେ ଲିଟରେ ପାଣିକୁ ଲୋକେ ୨୦ ଟଙ୍କାରେ କିଣୁଥିବା ବେଳେ ଓଡ଼ିଶାରେ ଓମଫେଡ ଭଳି ସରକାରୀ ସଂସ୍ଥା ଚାଷୀଙ୍କଠୁ ପ୍ରାୟ ୨୬-୨୭ ଟଙ୍କା ଦରରେ ହିଁ ଗୋଟିଏ ଲିଟର ଦୁଧ କିଣିଥାଏ ଖାଲି ଓଡିଶା ନୁହଁ, ନେଦରଲାଣ୍ଡର ଦୁଗ୍ଧ ଚାଷୀ ବି ଘୋର ସଂକଟରେ ଅଛନ୍ତି ନେଦରଲାଣ୍ଡ ଏକ ବଡ଼ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଗୋଟିଏ ହାରାହାରି ଫାର୍ମରେ ପ୍ରାୟ ୧୦୦ରୁ ଅଧିକ ଗାଈ ରହନ୍ତି ସେଭଳି ଏକ ଫାର୍ମରେ ଗୋଟିଏ କିଲୋ ଦୁଗ୍ଧ ଉତ୍ପାଦନ ପାଇଁ ଚାଷୀକୁ ୪୭ ସେଣ୍ଟ ବା ପ୍ରାୟ ୪୦ ଟଙ୍କା ଖର୍ଚ୍ଚ କରିବାକୁ ହୁଏ ତାଙ୍କ ସରକାର ଏଥିରେ ପ୍ରାୟ ୨ ଟଙ୍କାର ରିହାତି ଦିଅନ୍ତି ତେଣୁ, ନେଦରଲାଣ୍ଡର ଜଣେ ଚାଷୀ ଗୋଟିଏ କିଲୋ ଦୁଗ୍ଧ ଉତ୍ପାଦନ କରିବା ପାଇଁ ପ୍ରାୟ ୩୮ ଟଙ୍କା ଖର୍ଚ୍ଚ କରିଥାଏ କିନ୍ତୁ, ସେ ବିକିଥାଏ ମାତ୍ର ୩୬ ସେଣ୍ଟ ବା ପ୍ରାୟ ୩୧ ଟଙ୍କାରେ ଦରକୁ ସ୍ଥିର ଓ ଲାଭପ୍ରଦ ରଖିବା ପାଇଁ ସେଠାରେ ଦୁଗ୍ଧ ଉତ୍ପାଦନ ଉପରେ ସରକାରଙ୍କ ତରଫରୁ କୋଟା ସ୍ଥିର କରାଯାଇଛି ଚାଷୀ ମନ ଇଚ୍ଛା ଦୁଗ୍ଧ ଉତ୍ପାଦନ କରି ପାରିବେ ନାହିଁ ଅବଶ୍ୟ ସେହିସବୁ ଦେଶରେ ଗାଈ ମାଂସରୁ କିଛି ଖର୍ଚ୍ଚ ଭରଣା ହୁଏ 

କହିବା ବାହୁଲ୍ୟ ଯେ, ଅଧିକାଂଶ ଚାଷୀଙ୍କୁ ଲାଭ କିଛି ମିଳୁ ନାହିଁ ଗଣ୍ଡାଏ ଯାହା ଭଲରେ ଖାଉଛନ୍ତି ସେତିକି ବି ଅନେକଙ୍କୁ ମିଳୁ ନାହିଁ ଅବଶ୍ୟ, କିଛି ଚାଷୀ କିଛି ସମୟ ପାଇଁ କୌଣସି ଫସଲରେ କିଛି ବର୍ଷ ପାଇଁ ଲାଭ ପାଉଥିବେ କିନ୍ତୁ, କ୍ରମାଗତ ଭାବରେ ଲାଭ ପାଇ ଚାଲିଥିବାର ଦୃଷ୍ଟାନ୍ତ ପ୍ରାୟ ନାହିଁ ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଲାଭ ପାଉଥିବାର ସେହିଭଳି ଉଦାହରଣ ମଧ୍ୟରୁ ଅନେକଙ୍କର ଅନ୍ୟ ସୂତ୍ରରୁ ଆମଦାନୀ ଥାଏ ଚାଷ ତାଙ୍କ ପାଇଁ ଏକ ସଉକ ହୋଇଥାଏ ଓ ଚାଷରେ ସେମାନେ ପୁଞ୍ଜି ନିବେଶ କରିବାର କ୍ଷମତା ରଖିଥାନ୍ତି ଏମିତି ସ୍ଥିତିରେ ଚାଷୀଟିଏର ମନରେ ଉଦ୍ୟୋଗୀ ଭାବନା ବା କୋଉଠୁ ଜନ୍ମିବ! ଅନେକ ସର୍ବେକ୍ଷଣ ଅତି ସ୍ପଷ୍ଟ ଭାବରେ କହିଛନ୍ତି ଯେ ପାରମ୍ପରିକ ଚାଷୀ ପରିବାରର ଯୁବକ ମଧ୍ୟ ଚାଷରୁ ମୁହଁ ଫେରାଉଛି ଫେରାଇବନି କାହିଁକି? ଖରା ବର୍ଷାରେ ଖଟିଖଟି ତାଙ୍କୁ କ'ଣ ବା ଲାଭ ମିଳିବ ଯେ! 

ତେବେ ଓଡିଶାର ଚାଷୀ କେବଳ ଲାଭ ପାଇଁ ଚାଷରୁ ମୁହଁ ଫେରାଉ ନାହିଁ ତାକୁ ତାହାର ଆତ୍ମସମ୍ମାନ ଚାଷ କରିବା ପାଇଁ ଦେଉ ନାହିଁ ଦଶ ଏକର ଉତ୍ତମ ଜମିର ମାଲିକ ମଧ୍ୟ ଚତୁର୍ଥ ଶ୍ରେଣୀର କର୍ମଚାରୀଟିଏର ଦରମାକୁ କି ପାନ ଦୋକାନୀଟିଏର ଆମଦାନୀକୁ ସରି ହେଉ ନାହିଁ  ଉତ୍ପାଦନ ଅବଶ୍ୟ ବଢି ଚାଲିଛି କିନ୍ତୁ ଚାଷ ବୃତ୍ତିଗତ ପସନ୍ଦ ହୋଇ ରହି ନାହିଁ ଲୋକେ ଖାଇବାକୁ ପାଉଛନ୍ତି କିନ୍ତୁ ଚାଷୀ ତଳି ତଳାନ୍ତ ହୋଇ ଚାଲିଛି ଏହା ଏକ ବିପଦଜନକ ସ୍ଥିତି

ଭାରତରେ ଏହି ସଙ୍କଟର ଅନ୍ୟ ଦିଗ ରହିଛି ଅଳ୍ପ କିଛି ଆଦିବାସୀ ବହୁଳ ଅଞ୍ଚଳ ଛାଡି ଦେଲେ, ଭାରତର ପ୍ରାୟ ଅବଶିଷ୍ଟ ଅଞ୍ଚଳରେ ଜମିର ମାଲିକାନାରେ ଘୋର ତାରତମ୍ୟ ରହିଛି ଅଳ୍ପ କିଛି ପରିବାର ହାତରେ ଗାଁର ଅଧିକାଂଶ ଜମି ରହୁଛି ଜମିର ମାଲିକ ନିଜେ ଚାଷ କରିବା ଏବେ ବିରଳ ହେଲାଣି ଭାଗ ଚାଷୀ ହିଁ ଜମିକୁ ଚାଷ କରୁଛି ମାଲିକକୁ ଭାଗ ଦେଲା ପରେ ଆଉ କେତେ ବା ଲାଭ ସେ ପାଉଥିବା ତାହା କଳନା କରିବା ଆଦୌ କଷ୍ଟ ନୁହେଁ ଏଣେ, ସେ ନିଜେ ଜମିର ମାଲିକ ହୋଇ ନ ଥିବାରୁ, ଜମିର ମାନ ଓ ଉର୍ବରତା ବଜାୟ ରଖିବା ବା ଉନ୍ନତ କରିବା ପାଇଁ ତା' ପାଖରେ କିଛି ବି ପ୍ରୋତ୍ସାହନ ନାହିଁ ଓଲଟି, କମ ସମୟରେ କେମିତି ଅଧିକ ଫସଲ ଫଳିବ ତାହା ଭାଗ ଚାଷୀର ମୁଖ୍ୟ ଉଦ୍ଦେଶ୍ୟ ହୋଇଯାଏ ସେ ପ୍ରବଳ ସାର ଓ କୀଟନାଶକ ପ୍ରୟୋଗ କରେ ଯାହା ଜମିର ଉର୍ବରତାକୁ ତୀବ୍ର ଭାବରେ କ୍ଷତିଗ୍ରସ୍ତ କରେ ଏମିତି ରହିଲେ ଜମି ଅଳ୍ପ କିଛି ବର୍ଷରେ ଜମି ଚାଷ ଅନୁପଯୋଗୀ ହେବାର ଆଶଙ୍କା ଖୁବ ପ୍ରବଳ

ଚାଷ ଏବେ ଉଭୟ ସ୍ୱଳ୍ପକାଳୀନ ତଥା ଦୀର୍ଘକାଳୀନ ସଂକଟରେ ଭୟଙ୍କର ଭାବେ ତ୍ରସ୍ତ ସବୁ କଥାକୁ ଚାହିଦା ଓ ଉପଲବ୍ଧିତାର ନିକିତିରେ ତଉଲୁଥିବା ଅର୍ଥନୀତିଜ୍ଞମାନେ ସେହି ପ୍ରବୃତ୍ତିର ଶିକାର ହୋଇ ଚାଷୀକୁ ହିଁ ପ୍ରାୟ ଦୋଷ ଦିଅନ୍ତି କିନ୍ତୁ ଚାଷୀ ବାପୁଡ଼ା ଟେ କ'ଣ କରିବ? କେତେ ଜମିରେ କୋଉ ଚାଷ ହେଲେ ଚାହିଦା ଓ ଉପଲବ୍ଧିତା ମଧ୍ୟରେ ସମନ୍ୱୟ ରହିବ ତାହାର କିଛି ଯୋଜନା ତ ନାହିଁ, ସାମାନ୍ୟ ସୂଚନା ମଧ୍ୟ ଚାଷୀ ପାଖରେ ନାହିଁ ବଜାରକୁ ଅଳ୍ପ କିଛି ପରିବା ଅଧିକ ଆସିଗଲେ ଦର ଢ଼ୋ ହୋଇ ଖସାଇ ଦେଉଛନ୍ତି ବେପାରୀ ଓ ଖାଉଟି ମାନେ ଚାଷୀ ହିଁ ଭୋଗୁଛି ଆଳୁ ଟମାଟୋ ଆଦି କ୍ଷୟଶୀଳ ଫସଲ ସହ ଶସ୍ୟ ଜାତୀୟ ଫସଲର ମଧ୍ୟ ଅଭାବୀ ବିକ୍ରି ଦେହସୁହା ହୋଇଗଲାଣି ଚାଷୀର ଆୟ ନିୟମିତ ଭାବରେ ମାପିବା ପାଇଁ ଚାଷୀ ଆୟ ଦୁଇଗୁଣା କରିବାର ସ୍ଲୋଗାନ ଧରିଥିବା ସରକାରଙ୍କ ପାଖରେ ଏବେ ବି ଆଗ୍ରହ ନାହିଁ ୨୦୧୩ ମସିହାରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ଚାଷୀ ପରିବାରର ଆୟର ଏକ ସର୍ବେକ୍ଷଣ କରିଥିଲା ତାହାକୁ ଏବେ ବି ବ୍ୟବହାର କରା ଯାଉଛି ଚାଷ ସହିତ ଜଡିତ ଦେଶର ଦୁଇ-ତୃତୀୟାଂଶ ପରିବାର ପ୍ରତି ସରକାରଙ୍କ ଦରଦ ଏଥିରୁ ବାରିନେବା କଥାଖାଲି ସରକାରଙ୍କୁ କାହିଁ ଦୋଷ ଦେବା, ଦେଶର ଅଧିକାଂଶ ଲୋକ ହିଁ ଏହି ତୀବ୍ର ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ ଅଛନ୍ତି ଚାଷ ପ୍ରତି ଏହି ବିଦ୍ବେଷ ଭାବ ଓ ବୀତସ୍ପୃହତାକୁ ଭାରତ ଭଳି ଏକ କୃଷି ନିର୍ଭରଶୀଳ ଦେଶ ସମ୍ଭାଳି ପାରିବ ତ?


Sunday, July 30, 2017

ଅଖାଡୁଆ ହିସାବ, ଅବାସ୍ତବ ସରକାରୀ ଧାନ ଦର

କେନ୍ଦ୍ର ସରକାର ସ୍ଥିର କରୁଥିବା ସର୍ବନିମ୍ନ ସହାୟକ ଦର ବା ଇଂରାଜୀରେ ଏମଏସପିକୁ ଚାଷୀ କେତେ ପାଇଁ ପାରୁଛନ୍ତି ତାହା ଏକ ବଡ ପ୍ରସଙ୍ଗ ନିଶ୍ଚୟ କିନ୍ତୁ ଓଡ଼ିଶାର ଧାନଚାଷୀ ଏମଏସପି ପାଇଲେ ବି ଆସନ୍ତା ଖରିଫ ଋତୁରେ କ୍ଷତି ସହିବା ନିଶ୍ଚିତ ଓଡିଶା ତଥା ଆହୁରି ଅନେକ ରାଜ୍ୟର ଚାଷୀ କ୍ଷତି ସହିବେ ଚାଷୀ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ଦର ସୁପାରିଶ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ 'କୃଷି ଖର୍ଚ୍ଚ ଓ ଦର ଆୟୋଗ' ଅଛି ଆୟୋଗ ନିଜେ ଆକଳନ କରିଛନ୍ତି ଯେ ଆଗାମୀ ଖରିଫ ଋତୁରେ ଏକ କ୍ୱିଣ୍ଟାଲ ଧାନ ଅମଳ କରିବା ଓଡ଼ିଶାର ଚାଷୀ ଖର୍ଚ୍ଚ କରିବେ ୧,୬୫୬ ଟଙ୍କା ଝାରଖଣ୍ଡ ଓ ମହାରାଷ୍ଟ୍ର ଆଦି ରାଜ୍ୟମାନଙ୍କରେ ତାହାଠାରୁ ବି ଅଧିକ ଖର୍ଚ୍ଚ ହେବ କିନ୍ତୁ ତଥାପି ବି ଆୟୋଗ ଧାନର ଏମଏସପି କ୍ୱିଣ୍ଟାଲ ପ୍ରତି ୧,୫୫୦ ଟଙ୍କା ରଖାଯାଉ ବୋଲି ସୁପାରିଶ କଲେ ଓ ସରକାର ତାହାକୁ ଗ୍ରହଣ କରିନେଲେ 


ଅଳ୍ପ କିଛି ବର୍ଷର ବ୍ୟତିକ୍ରମକୁ ଛାଡିଦେଲେ ପ୍ରାୟ ପ୍ରତିବର୍ଷ ସରକାର ଆୟୋଗଙ୍କ ସୁପାରିଶକୁ ଗ୍ରହଣ କରିନିଅନ୍ତି ସରକାର ତଥା ଅନେକ ଵିଶେଷଜ୍ଞ, ବିଶେଷ କରି ଅର୍ଥନୀତି ବିଶେଷଜ୍ଞ, କହନ୍ତି ଯେ ଆୟୋଗ ସବୁକଥାକୁ ବିଚାର କରି ଦର ନିର୍ଦିଷ୍ଟ କରନ୍ତି କିନ୍ତୁ ଆୟୋଗ ପ୍ରସ୍ତୁତ କରୁଥିବା ରିପୋର୍ଟର ଏକ ସାଧାରଣ ଅନୁଶୀଳନରୁ ତାଙ୍କର ଉଦ୍ଦେଶ୍ୟ, ଗତିବିଧି, ସେମାନେ ଅନୁସରଣ କରୁଥିବା ପନ୍ଥା ତଥା ଚାଷୀଙ୍କ ହିତ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ନେଇ ପ୍ରଶ୍ନବାଚୀ ଛିଡାହେବା ନିଶ୍ଚିତ ଆୟୋଗ ପ୍ରସ୍ତୁତ କରିଥିବା ରିପୋର୍ଟଟି ପରିସଂଖ୍ୟାନମୟ ଅନେକ ସ୍ଥାନରେ ପରିସଂଖ୍ୟାନଗୁଡିକ ବାସ୍ତବତାକୁ ବୟାନ କରୁନାହିଁ ଆଉ କେଉଁଠି ସଂଖ୍ୟାମାନଙ୍କରେ ତାଳମେଳ ରହୁନାହିଁ ଜୁଲାଇ ୧୭ ତାରିଖରେ ଧରିତ୍ରୀର ଏହି ସ୍ତମ୍ଭରେ ପ୍ରକାଶିତ 'ଦରମା ବନାମ ଧାନ ଦର' ଆଲେଖ୍ୟରେ ଆମେ ଧାନଚାଷୀ ପାଉଥିବା ଏମଏସପିକୁ ସରକାରୀ କର୍ମଚାରୀ ପାଉଥିବା ଦରମା ସଂଗେ ତୁଳନା କରିଥିଲେ ଏବେ ଆସନ୍ତୁ ଦୃଷ୍ଟି ପକାଇବା ଧାନର ସର୍ବନିମ୍ନ ସହାୟକ ଦର ସ୍ଥିର କରିବା ପାଇଁ ଆୟୋଗ ବ୍ୟବହାର କରିଥିବା ସେମିତି କିଛି ପରିସଂଖ୍ୟାନ ଉପରେ ଯାହା ଏମଏସପି ସ୍ଥିର କରିବାର ପ୍ରଣାଳୀ ଉପରେ ଅନେକ ସନ୍ଦେହ ଜାଗ୍ରତ କରାଏ

ଫସଲ ପାଇଁ ଦର ହିସାବ କରିବା ପ୍ରକ୍ରିୟାରେ ରାଜ୍ୟ ସରକାରମାନେ ପ୍ରଦାନ କରୁଥିବା ଖର୍ଚ୍ଚର ଆକଳନ ଏକ ବଡ ଭିତ୍ତି ରଖିଥାଏ ଆୟୋଗଙ୍କ ରିପୋର୍ଟରେ ଆମେ ଦେଖିବା ଯେ ରାଜ୍ୟ ସରକାରମାନେ କରୁଥିବା ଖର୍ଚ୍ଚର ଆକଳନ ଆଉ କୃଷି ଖର୍ଚ୍ଚ ଓ ଦର ଆୟୋଗ କରୁଥିବା ଖର୍ଚ୍ଚର ଆକଳନରେ ବିରାଟ ଫରକ ରହୁଛି ଉଦାହରଣସ୍ୱରୂପ, ଓଡିଶା ସରକାର ହିସାବ କରିକି ଦେଇଥିଲେ ଯେ ଆସନ୍ତା ୨୦୧୭-୧୮ ଖରିଫ ଋତୁରେ ରାଜ୍ୟରେ ଗୋଟିଏ ହେକ୍ଟର ଜମିରେ ଧାନଚାଷ କରିବା ପାଇଁ ଖର୍ଚ୍ଚ ହେବ ୮୨,୦୪୦ ଟଙ୍କା ଏବଂ ସେତିକି ଖର୍ଚ୍ଚରେ ହାରାହାରି ୩୫ କ୍ୱିଣ୍ଟାଲ ଧାନ ଅମଳ ହେବ ଅର୍ଥାତ ଗୋଟିଏ କ୍ୱିଣ୍ଟାଲ ଧାନ ଅମଳ କରିବା ପାଇଁ ଖର୍ଚ୍ଚ ହେବ ୨,୩୪୪ ଟଙ୍କା କମିଶନ କହିଲେ, ନା ସେୟା ହେବ ନି, ଓଡ଼ିଶାରେ ହେକ୍ଟରେ ଜମିରେ ଚାଷ ପାଇଁ ଖର୍ଚ୍ଚ ହେବ ୧,୬୫୬ ଟଙ୍କା ରାଜ୍ୟ ସରକାର ଏବଂ ଆୟୋଗଙ୍କ ହିସାବରେ ଏତେବଡ ଅମେଳ ରହିବ ଖୁବ ଚିନ୍ତାଜନକ ଓ ଗର୍ହିତ

ଆୟୋଗଙ୍କ ନିଜ କହିବା ଅନୁସାରେ ୨୦୧୨-୧୩ରୁ ୨୦୧୪-୧୫ ତିନି ବର୍ଷର 'ପ୍ରକୃତ' ଚାଷ ଖର୍ଚ୍ଚକୁ ଆଧାର କରି ସେମାନେ ୨୦୧୭-୧୭ ବର୍ଷର ଚାଷ ଖର୍ଚ୍ଚର ଆକଳନ କରିଛନ୍ତି ୨୦୧୪-୧୫ ବର୍ଷରେ ବିଭିନ୍ନ ରାଜ୍ୟରେ 'ପ୍ରକୃତ' ଖର୍ଚ୍ଚ କ'ଣ ଥିଲା ତାହାର ଏକ ସାରଣୀ ଆୟୋଗଙ୍କ ରିପୋର୍ଟର ୧୩୨ତମ ପୃଷ୍ଠାରେ ଅଛି ସେଥିରେ କୁହାଯାଇଛି ଯେ ୨୦୧୪-୧୫ ବର୍ଷରେ ଓଡ଼ିଶାର ଚାଷୀ ଗୋଟିଏ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ଖର୍ଚ୍ଚ କରିଥିଲେ ୪୯,୦୩୮ ଟଙ୍କା କିନ୍ତୁ ଅମଳ ପାଇଥିଲେ ୪୧,୩୭୯ ଟଙ୍କା ଅର୍ଥାତ ପ୍ରତି ହେକ୍ଟରେ ଚାଷରେ ଓଡ଼ିଶାର ଚାଷୀ ସହିଥିଲେ ପ୍ରାୟ ୭,୩୦୦ ଟଙ୍କାର କ୍ଷତି ରିପୋର୍ଟର ୧୪୯ତମ ପୃଷ୍ଠାରେ ଅଲଗା ତଥ୍ୟ ଅଛି ତାହା ଅନୁସାରେ କ୍ଷତି ଆହୁରି ଅଧିକ ହୋଇଥିଲା ସେଠି କୁହାଯାଇଛି ଯେ ୨୦୧୪ ମସିହାରେ ପ୍ରତି ଏକ ହେକ୍ଟର ଜମିରେ ଧାନଚାଷ କରିବା ପାଇଁ ଓଡ଼ିଶାରେ ଖର୍ଚ୍ଚ ହୋଇଥିଲା ୫୬,୯୧୪ ଟଙ୍କା ଯଦି ସେତିକି ଖର୍ଚ୍ଚ ହୋଇଥିଲା ତାହାହେଲେ ଓଡ଼ିଶାର ଚାଷୀ ସେହିବର୍ଷ ସହିଥିଲେ ୧୫,୫୩୫ ଟଙ୍କାର କ୍ଷତି ଓଡିଶା ଭଳି ରାଜ୍ୟମାନଙ୍କରେ ଏତେ ବଡ କ୍ଷତି ହୋଇଛି କିନ୍ତୁ ଆୟୋଗ ତାହାକୁ ଆଦୌ ଦୃଷ୍ଟିକୁ ନେଇନାହାନ୍ତି, ସେ କେବଳ ଦେଶର ହରାହାରିକୁ ହିଁ ଦେଖିଛନ୍ତି ଏବେ ଦେଶର ହାରାହାରି କେମିତି ପ୍ରସ୍ତୁତ ହୋଇଛି ତାହାକୁ ଦେଖିବା ଏହିଭଳି ହାରାହାରି ବାହାର କରିବା ହିସାବରେ ପଞ୍ଜାବ, ହରିଆଣା ଭଳି ରାଜ୍ୟର ଗୁରୁତ୍ୱ ଅଧିକ ରହେ ୨୦୧୪-୧୫ ମସିହାରେ କୁଆଡେ ହରିଆଣା ଓ ପଞ୍ଜାବର ଧାନଚାଷୀ ଯଥାକ୍ରମେ ୧,୦୯,୬୨୭ ଟଙ୍କା (ଏକ ଲକ୍ଷ ନଅ ହଜାର ଛଶହ ସତେଇଶ ଟଙ୍କା) ଓ  ୯୯,୨୭୭ ଟଙ୍କା (ଅନେଶତ ହଜାର ଦୁଇଶହ ସତସ୍ତରି ଟଙ୍କା)ର ଅମଳ ପାଇ ପ୍ରତି ହେକ୍ଟରରୁ ଯଥାକ୍ରମେ ୪୧,୨୩୨ ଟଙ୍କା ଓ ୩୦,୪୮୪ ଟଙ୍କା ଲେଖାଏଁ ଲାଭ କରିଥିଲେ ଏହି ହିସାବ ଅନୁସାରେ ହରିଆଣା ଓ ପଞ୍ଜାବର ଚାଷୀ ପ୍ରତି ହେକ୍ଟର ଜମିରୁ ଯଥାକ୍ରମେ ୮୧ ଓ ୭୩ କ୍ୱିଣ୍ଟାଲ ଲେଖାଏଁ ଧାନ ଅମଳ କରିଥିଲେ ଏତିକି ହାରାହାରି ଅମଳ କ'ଣ ବିଶ୍ୱାସଯୋଗ୍ୟ? ୨୦୧୪-୧୫ ବର୍ଷ ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ପଞ୍ଜାବରେ ଧାନ ଅମଳ ହାର ଦେଶରେ ସବୁଠାରୁ ଅଧିକ ଓ ସେଠି ହେକ୍ଟର ପ୍ରତି ଧାନ ଅମଳ ୬୦ କ୍ୱିଣ୍ଟାଲ ପାଖାପାଖି ପହଞ୍ଚିଲାଣି ଅର୍ଥାତ ହାରାହାରି ଅମଳ ହେକ୍ଟର ପ୍ରତି ୬୦ କ୍ବିଣ୍ଟାଲକୁ ବି ପହଞ୍ଚିନି ଏଯାଏ ଯଦି ସ୍ଥିତି ତାହା, ଆୟୋଗ କେମିତି ଉପରୋକ୍ତ ରାଜ୍ୟରେ ହେକ୍ଟର ପ୍ରତି ହାରାହାରି ୮୧ ଓ ୭୩ କ୍ୱିଣ୍ଟାଲ ଲେଖାଏଁ ଅମଳ ହୋଇଥିବାର ତଥ୍ୟକୁ ସନ୍ଦେହ ବି କଲେ ନାହିଁ ତାହା ଆଶ୍ଚର୍ଯ୍ୟଜନକ ପଞ୍ଜାବ ଓ ହରିଆଣା ଆଦି ରାଜ୍ୟରେ ଅମଳ ଓ ଲାଭର ସେହିଭଳି ଆକଳନରୁ ଭାରତର ହାରାହାରି ସ୍ଥିର ହୋଇଛି ଫଳ ବିକଟ ହେବା ସ୍ୱାଭାବିକ ଓଡ଼ିଶାର ଚାଷୀ ପୁଣି ସହିବାକୁ ଯାଉଛନ୍ତି ବିରାଟ କ୍ଷତି

ଆୟୋଗଙ୍କ ଦୃଷ୍ଟିରେ ଆହୁରି ଅଡୁଆ ଅଛି ୨୦୧୨-୧୩ରୁ ୨୦୧୪-୧୫ ତିନି ବର୍ଷର ଖର୍ଚ୍ଚକୁ ମୂଳରେ ରଖି ଆୟୋଗ ଆଗାମୀ ଖରିଫ ଋତୁ ପାଇଁ କେମିତି ଏମଏସପି ସ୍ଥିର କରିଛନ୍ତି ଦେଖିବା ଚାଷର ବିଭିନ୍ନ ଖର୍ଚ୍ଚ ମଧ୍ୟରୁ ମଜୁରୀ ଏକ ବଡ ଖର୍ଚ୍ଚ ଦୁନିଆଁରେ ପ୍ରାୟ ସବୁ ସାମଗ୍ରୀ ଓ ସେବାର ଦାମ ବଢି ଚାଲିଥିବା ବେଳେ ଆୟୋଗ ଦର୍ଶାଇଥିବା ତଥ୍ୟ କହୁଛି ଯେ ଦେଶରେ କୃଷି ଶ୍ରମିକଙ୍କ ମଜୁରୀ ୨୦୧୫-୧୬ ବର୍ଷରେ ତାହାର ପୂର୍ବ ବର୍ଷଠାରୁ ୧୪ ପ୍ରତିଶତ କମିଛି ସେହିବର୍ଷ ଉତ୍ତରପ୍ରଦେଶରେ କୁଆଡେ କୃଷି ଶ୍ରମିକଙ୍କ ମଜୁରୀ ୧୧.୬ ପ୍ରତିଶତ କମିଛି ଆୟୋଗଙ୍କ ତଥ୍ୟ ଅନୁସାରେ ଭାରତର ହାରାହାରି ମଜୁରୀ ଦର କମିଛି କିନ୍ତୁ ସେହି ସାରଣୀରେ ପୁଣି ସ୍ପଷ୍ଟ ଆସିଛି ଯେ ଅନେକ ରାଜ୍ୟରେ ମଜୁରୀ ଦର ବଢିଛି ଓଡିଶା ତହିଁରୁ ଗୋଟିଏ କିନ୍ତୁ ଆୟୋଗ ଚଳିତ ବର୍ଷର ଖର୍ଚ୍ଚ ହିସାବ କଲାବେଳେ ଦେଶର ହରାହାରିକୁ ହିସାବକୁ ନେଇଛନ୍ତି, ଓଡିଶା ଭଳି ରାଜ୍ୟ ଯେଉଁଠି ମଜୁରୀ ଦର ବଢିଛି ତାହାର ଖିଆଲ ରଖିନାହାନ୍ତି ଆୟୋଗଙ୍କ ସେଭଳି ହିସାବ ଖାଲି ଶ୍ରମିକଙ୍କ ମଜୁରୀରେ ସୀମିତ ନାହିଁ ଆୟୋଗ କହିଛନ୍ତି ଯେ ସାର, ବିଜୁଳୀ ଓ ଚାରା ଇତ୍ୟାଦିର ଦର ମଧ୍ୟ କୁଆଡେ କମିଯାଇଛି ଏହିଭଳି ତଥ୍ୟ ଅନୁସାରେ ଆୟୋଗ ପ୍ରସ୍ତୁତ କରିଥିବା ଖର୍ଚ୍ଚର ଆକଳନ ବାସ୍ତବତାଠାରୁ ଢେର କମ ରହିବା ସ୍ୱାଭାବିକ

ଏମିତି ଭାବରେ ଏମଏସପି ସ୍ଥିର ହେଉଥିବା ବେଳେ ସେହି ଏମଏସପିକୁ କେତେ ଚାଷୀ ପାଉଛନ୍ତି ତାହା ମଧ୍ୟ ଖୁବ ପ୍ରାସଙ୍ଗିକ ଚାଷୀଙ୍କୁ ଏକ ସର୍ବନିମ୍ନ ଦର ନିଶ୍ଚିତ କରିବା ପାଇଁ ସରକାର ନିଜେ ଧାନ କ୍ରୟ କରନ୍ତି ତାହା ବଜାର ଦରକୁ ମଧ୍ୟ ପ୍ରଭାବିତ କରିଥାଏ କିନ୍ତୁ ଦେଖିବାକୁ ମିଳୁଛି ଯେ ସରକାର ତାଙ୍କ ଦାୟିତ୍ୱକୁ କାନ୍ଧରୁ ଖସିବାର ରୀତିମତ ପ୍ରୟାସରେ ଲାଗିଛନ୍ତି ଗତ ୨୦୦୮-୦୯ ବର୍ଷରେ ସଂଗ୍ରହ ହୋଇଥିଲା ମୋଟ ଅମଳର ମାତ୍ର ୨୭.୯ ପ୍ରତିଶତ ଚାଉଳ ଏହି ସଂଗ୍ରହ ହାର ପୁଣି ସାର ଭାରତେ ସମାନ ନୁହେଁ, ଅତି ଅସମାନ ସାର ଦେଶରେ ସରକାରଙ୍କ ଦ୍ୱାରା ସଂଗୃହିତ ହେଉଥିବା ଚାଉଳର ପ୍ରାୟ ଚାରି ଭାଗରୁ ଭାଗେ ବା ୨୫ ପ୍ରତିଶତ ଏକା ପଞ୍ଜାବରୁ ସଂଗ୍ରହ ହୋଇଥାଏ ଓଡିଶାରୁ ପ୍ରାୟ ୧୦ ପ୍ରତିଶତ ଚାଉଳ ସଂଗୃହୀତ ହୋଇଥାଏ ପଞ୍ଜାବରେ କେବଳ ଗୋଟିଏ ଋତୁରେ ଧାନ ଚାଷ ହୋଇଥାଏ, ଓଡ଼ିଶାରେ ରବି ବା ଡ଼ାଳୁଅ ଋତୁରେ ବି ଧାନ ଚାଷ ହୋଇଥାଏ ଓଡ଼ିଶାରେ ଅମଳ ହେଉଥିବା ମୋଟ ଧାନର ପ୍ରାୟ ଅଧା ହିଁ ସରକାରୀ ସଂସ୍ଥାମାନେ ଏମଏସପି ଦରରେ କ୍ରୟ କରିଥାନ୍ତି ଅଧିକାଂଶ ଚାଷୀଙ୍କୁ ସେହି ଦର ମିଳେନାହିଁ କାରଣ ସେମାନେ ପ୍ରାୟ ଗାଁ ବେପାରୀକୁ ଅତି ସ୍ୱଳ୍ପ ଦରରେ ତାଙ୍କର ଉତ୍ପାଦ ବିକ୍ରି କରି ଦିଅନ୍ତି ତାହା ଏକ ବଡ ସମସ୍ୟା ପ୍ରଥମେ ଏମଏସପି କମ, ତହିଁରେ ଯାହା ବି ଅଛି ତାହା ଚାଷୀଙ୍କୁ ମିଳୁନାହିଁ


'କୃଷି ଖର୍ଚ୍ଚ ଓ ଦର ଆୟୋଗ'ଙ୍କ ରିପୋର୍ଟକୁ ଉପରଠାଉରିଆ ଭାବରେ ଦେଖିଲେ ଜଣେ କହିବ ଯେ ଆୟୋଗ ଖୁବ ବଡ ପରିଶ୍ରମଟିଏ କରୁଥିବେ କିନ୍ତୁ ଦୁଃଖର କଥା ଯେ ଆୟୋଗ କରୁଥିବା ଦର ସୁପାରିଶରେ ବାସ୍ତବତା ଆଦୌ ପ୍ରତିଫଳିତ ହେଉନାହିଁ ସାଧାରଣ ଚାଷୀଟିଏ ଆୟୋଗଙ୍କ ରିପୋର୍ଟକୁ କୋଉଠି ଦେଖୁଛି ଯେ? ଦେଖିଲେ ବି କ'ଣ ବୁଝିପାରିବ ଯେ? କିନ୍ତୁ, ଯଦି ଚାଷୀ କ୍ଷତି ସହି ଚାଲିବେ, ଏହିଭଳି ରିପୋର୍ଟକୁ ମଧ୍ୟ ଚାଷୀ ଦେଖିବା ପାଇଁ ବାଧ୍ୟ ହେବେ ଏବଂ ଆୟୋଗ ତଥା ସରକାରଙ୍କୁ କଡା ପ୍ରଶ୍ନ ପଚାରିବା ଆରମ୍ଭ କରିଦେବେ  

(The original article in Dharitri can be accesed at http://www.dharitri.com/Bhubaneswar/260717/p6.htm )

( The article may have many typing errors as the original article has been converted to to unicode formats through phonetics option. Please ignore such errors.)