Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Tuesday, October 22, 2024

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡିଶା !

ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ ଶାସନର  ୧୦୦ ତମ ଦିନରେ ଯେତେବେଳେ ସର୍ବସାଧାରଣରେ ଘୋଷଣା କଲେ ଯେ ଆସନ୍ତା ୨୦୩୬ ସୁଦ୍ଧା ଓଡିଶା ଏକ 'ବିକଶିତ' ରାଜ୍ୟ ହୋଇଯିବ, ସେତେବେଳେ ସାରା ରାଜ୍ୟ ଆନନ୍ଦରେ କୁରୁଳି ଉଠିବା କଥା। ଗଣମାଧ୍ୟମରେ ଏହା ପ୍ରମୁଖ ଖବର ହୋଇ ଦିନଦିନ ଧରି ବାଜିବା କଥା। ଏହି ଘୋଷଣାଟି କେଡେ ବଡ ତାହା ବୋଧେ ଲୋକେ ବା ଗଣମାଧ୍ୟମ ବୁଝି ପାରିନାହାନ୍ତି। ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଓଡିଶା ରାଜ୍ୟ ଯଦି ଆଉ ମାତ୍ର ୧୨ ବର୍ଷରେ 'ବିକଶିତରାଜ୍ୟ ହୋଇଯିବ ତାହା ଏକ ସର୍ବକାଳୀନ ବିଶ୍ୱସ୍ତରୀୟ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ ତେବେ, ମୁଖ୍ୟମନ୍ତ୍ରୀ ତାଙ୍କ ୧୦୦ ଦିନର କାର୍ଯ୍ୟକାଳରେ ଏମିତି କ’ଣ ପ୍ରଗତି ଦେଖି ପାରିଲେ ଯେ ଆଉ ମାତ୍ର ୧୨ ବର୍ଷରେ ଓଡିଶା ରାଜ୍ୟ ନରୱେ, ଜର୍ମାନୀ, ଆମେରିକା, ଜାପାନ ଆଦି ଦେଶ ଭଳି ବିକଶିତ ହୋଇଯିବ ବୋଲି ତାଙ୍କ ହିସାବ କହିଲା ତାହା ଜଣାଇଥିଲେ ଖୁସିର ମାହୋଲ ବୋଧେ ପୁରା ଗରମ ହୋଇଯାଇଥାନ୍ତା। ଏମିତି ତ ନିଶ୍ଚୟ ହୋଇ ନଥିବ ଯେ ମୂଖ୍ୟମନ୍ତ୍ରୀ ବି ଜାଣି ନଥିବେ ଯେ ସେ କେଡେଟେ ଘୋଷଣା କରି ଦେଇଛନ୍ତି


ଲୋକଙ୍କର ଆୟ କେତେ ହେଲେକେଉଁ ମାନର ଶିକ୍ଷାସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ହେଲେକେତେ ଓ କେଉଁମାନର ଗମନାଗମନ ଓ ଯୋଗାଯୋଗର ସାଧନ ହେଲେଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ତର କ’ଣ ହେଲେ, ତଥା, ଭିତ୍ତିଭୂମି ଓ ଢାଞ୍ଚାଗତ ବିକାଶର କେଉଁ ସ୍ତରକୁ ପହଞ୍ଚିଲ ଗୋଟିଏ ରାଜ୍ୟ ବା ଦେଶକୁ 'ବିକଶିତରାଜ୍ୟ ବା ଦେଶ କୁହାଯିବ ତାହାରି କିଛି ନିର୍ଦ୍ଦିଷ୍ଟ ଗାଣିତିକ ସୂତ୍ର ବା ସୁଚକ ନାହିଁ ମୁଣ୍ଡପିଛା ଆୟକୁ ଏକ ସହଜ ପନ୍ଥା ବିଚାରି ଅନେକ ଅର୍ଥନୀତି ବିଶାରଦ ତାହାକୁ 'ବିକାଶ'ର ଏକ ମାପକ ବୋଲି ଗ୍ରହଣ କରନ୍ତି କିନ୍ତୁମୁଣ୍ଡପିଛା ଆୟକୁ ଅର୍ଥନୈତିକ ସ୍ଥିତିର ବିଚାର କରିବା ପାଇଁ ଉପଯୁକ୍ତ ମାନଦଣ୍ଡ ନୁହେଁ ବୋଲି ଅନେକ ବିଶେଷଜ୍ଞ କହନ୍ତି ଉଭୟ ଯୁକ୍ତିର ତର୍କ ଅଛି ଏବେ ବିକଶିତ କୁହାଯାଉଥିବା ପ୍ରାୟ ସମସ୍ତ ଦେଶର ମୁଣ୍ଡପିଛା ଆୟ ଆମ ଦେଶ ବା ରାଜ୍ୟର ମୁଣ୍ଡପିଛା ଆୟଠାରୁ ଅନେକ ଗୁଣ ଅଧିକ ତେବେଏମିତି ଅନେକ ଦେଶ ବି ଅଛନ୍ତି ଯାହାର ମୁଣ୍ଡପିଛା ଆୟ ଆମଦେଶ ବା ଆମ ରାଜ୍ୟଠାରୁ ଅନେକ ଅଧିକ ହେଲେ ବି ତାଙ୍କୁ କୌଣସି ହିସାବରେ ବିକଶିତ ଦେଶ କୁହାଯାଇପାରିବ ନାହିଁ ଆଫ୍ରିକାର ଗେବୋନ ଦେଶ ପ୍ରଚୁର ପ୍ରାକୃତିକ ତୈଳ ରପ୍ତାନୀ କରୁଥିବାରୁ ସେହି ଦେଶର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟର ତିନିଗୁଣରୁ ବି ଅଧିକ। କିନ୍ତୁ, ସେହି ଦେଶର ପ୍ରାୟ ପ୍ରତି ତିନି ବ୍ୟକ୍ତିରେ ଜଣେ ବ୍ୟକ୍ତି ଦାରିଦ୍ର୍ୟରେ ରହୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ କହୁଛି କାହିଁକି ଅନେକ ବିଶେଷଜ୍ଞ ମୁଣ୍ଡପିଛା ଆୟକୁ ପ୍ରଗତି ବା ଦାରିଦ୍ର୍ୟର ପ୍ରକୁତ ମାପକାଠି ବିଚାର କରନ୍ତି ନାହିଁ ଏହା ତାହାରି ଏକ ଉଦାହରଣ  ତେବେ, ମୁଣ୍ଡପିଛା ଆୟର ମାପକରେ ବି ଭାରତ ସାରା ବିଶ୍ୱର ଦେଶମାନଙ୍କ ମଧ୍ୟରେ ଅତି ଦୟନୀୟ ୧୪୭ ତମ ସ୍ଥାନରେ ଅଛି ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟ କୁହେ ଆମ ପଡୋଶୀ ଦେଶ ଚୀନର ମୁଣ୍ଡପିଛା ଆୟ ଭାରତର ୫ଗୁଣରୁ ବି ଅଧିକ

ମାନବ ବିକାଶ ସୁଚକାଙ୍କକୁ 'ବିକାଶ'ର ସ୍ଥିତିକୁ ମାପିବାର ଏକ ଉଚିତ୍ ମାଧ୍ୟମ ବୋଲି ଅଧିକାଂଶ ବିଶେଷଜ୍ଞ ବିଚାର କରନ୍ତି ସେଥିରେ ଉନ୍ନତ ଓ ସୁଖୀ ଜୀବନ ପାଇଁ ଆବଶ୍ୟକୀୟ ଉପାଦାନକୁ ବିଚାର କରାଯାଇଥାଏ  ମାନବ ବିକାଶ ସୁଚକାଙ୍କରେ ୧ ସ୍କୋର ରହିଲେ ସବୁ ମାନଦଣ୍ଡରେ ସେହି ଦେଶ 'ବିକଶିତବୋଲି ବିଚାର କରାଯିବ  ନରୱେ ଦେଶ ୦.୯୮୧ ସ୍କୋର ରଖି ପୃଥିବୀରେ ପ୍ରଥମ ସ୍ଥାନରେ ରହିଛି ଅର୍ଥାତଏହି ଦେଶ ହେଉଛି ସବୁଠାରୁ 'ବିକଶିତଦେଶ ମାତ୍ର ୦.୬୪୪ ସ୍କୋର ରଖି ଆମ ଦେଶ ୧୯୧ଟି ଦେଶର ସୂଚୀରେ ଦୟନୀୟ ୧୩୪ତମ ସ୍ଥାନରେ ଅଛି

ବିକାଶର ସ୍ତରକୁ ଆଉ ଏକ ସୁଚକାଙ୍କରେ ମପାଯାଏ ତାହା ହେଲା, 'ହ୍ୟାପିନେସ ଇଣ୍ଡେକ୍ସବା ଖୁସି ସୁଚକାଙ୍କ ଯେଉଁ ଦେଶର ଲୋକ ଯେତେ ଖୁସି ସେହି ଦେଶ ସେତେ ବିକଶିତ ମାନବ ସୁଚକାଙ୍କର ସର୍ବାଗ୍ରେ ଥିବା ନରୱେ ଦେଶର ଲୋକମାନେ ଖୁସି ସୁଚକାଙ୍କରେ ବି ସବୁଠୁ ଉପରେ ଅର୍ଥାତସେହି ଦେଶର ଲୋକେ ସବୁଠାରୁ ଅଧିକ ଖୁସି ଓ ତୃପ୍ତ ଆମ ଦେଶ 'ଖୁସି ସୁଚକାଙ୍କ'ରେ ବି ନିହାତି ତଳେ ଗଡୁଛି ବିଶ୍ୱର ୧୪୬ଟି ଦେଶର ସୂଚୀରେ ଭାରତ ୧୧୬ତମ ସ୍ଥାନରେ ଅଛି। 

୨୦୨୧ ମସିହାରେ ଓଡ଼ିଶାର ମାନବ ଉନ୍ନୟନ ସ୍କୋର ସ୍କୋର ଥିଲା ମାତ୍ର ୦.୫୯୭। ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ମଧ୍ୟରେ ଓଡ଼ିଶାଜ୍ଜ୍ୟାଜନକ ୩୦ତମ ସ୍ଥାନରେ ଥିଲା ଭାରତର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ଥିବା କେରଳର ସ୍କୋର ଥିଲା ୦.୭୫୨ ଆଜି ଓଡ଼ିଶାର ମାନବ ସୁଚକାଙ୍କ ସ୍କୋର ଯାହା ଅଛି ୨୦୦୦ ମସିହାରେ ଚୀନର ସ୍କୋର ପ୍ରାୟ ସେତିକି ଥିଲା ଏହି ସମୟ ମଧ୍ୟରେ ଚୀନ ଖାଲି ଆଖିଦୃଶିଆ ନୁହଁଭେଳିକି ହୋଇଯିବା ଭଳି ହାରରେ ପ୍ରଗତି କରିଛି କିନ୍ତୁ ସେତିକି କରି ବି ଆଜି ତାହାକୁ 'ବିକଶିତଦେଶ ବୋଲି ଏବେବି ଗଣାଯାଉ ନାହିଁ

ଓଡିଶା ୨୦୩୬ରେ ବିକାଶର କେଉଁ ସ୍ତର ହାସଲ କରିବ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ତାହା ନିହାତି ଭାବରେ ସ୍ଥିର କରିବା ଆବଶ୍ୟକ  ଲକ୍ଷ୍ୟ ସ୍ଥିର ହେବା ପରେ ହିଁ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ବିଭିନ୍ନ ପନ୍ଥା ସ୍ଥିର କରିବା ସହଜ ହୋଇଥାଏ ୨୦୧୫ ମସିହାରେ ବିଶ୍ୱ 'ପୋଷଣୀୟ ଉନ୍ନୟନ ଲକ୍ଷ୍ୟଯାହାକୁ ଇଂରାଜୀରେ 'ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ' କୁହାଯାଏ ତାହାର ଠୋସ୍ ଓ ମାପ କରିହେଉଥିବା ସୂଚକାଙ୍କ ସ୍ଥିର କରାହେଲା ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶ୍ୱ ଓ ବିଭିନ୍ନ ଦେଶ କେତେଦୂର ଅଗ୍ରଗତି କରୁଛନ୍ତି ତାହାର ନିୟମିତ ତର୍ଜମା ଚାଲିଛି ସେମିତି, ଓଡିଶା ୨୦୩୬ ସୁଦ୍ଧା କେଉଁ ସ୍ତରର ବିକାଶ ହାସଲ କରିବ ତାହା ସ୍ଥିର କରିବା ସହିତ ସେହି ଲକ୍ଷ୍ୟକୁ ହାସଲ କରିବାରେ କେତେ ଦୂର ଅଗ୍ରଗତି କରୁଛନ୍ତି ତାହାର ନିରନ୍ତର ସମୀକ୍ଷା କରିବା ଦରକାର

ବିକଶିତ ରାଷ୍ଟ୍ରର ସର୍ବାଗ୍ରେ ଥିବା ଦେଶମାନଙ୍କରେ ବିଦ୍ୟାଳୟର ମାନ ଅତି ଉନ୍ନତ ପ୍ରାୟ ସମସ୍ତେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ଓ ପଢିବା ସେଇଠି ମାଗଣା ସେହି ଦେଶମାନଙ୍କରେ ସରକାରୀ ଚିକିତ୍ସା ସେବା ଅତି ଉନ୍ନତ ତଥା ମାଗଣାପ୍ରାୟ ସମସ୍ତେ ସରକାରୀ ଡାକ୍ତରଖାନାରେ ସେବା ପସନ୍ଦ କରନ୍ତି ଏଞ୍ଜେଲା ମର୍କେଲ ୧୬ ବର୍ଷ ଧରି ବିତ୍ତଶାଳୀ ଜର୍ମାନୀ ଦେଶର ପ୍ରଭାବଶାଳୀ ଶାସିକା ଥିଲେ ସେ ଧନୀ ବି ଥିଲେ କିନ୍ତୁ ତାଙ୍କ ସନ୍ତାନମାନେ ସରକାରୀ ବିଦ୍ୟାଳୟରେ ହିଁ ପଢିଥିଲେ ନରୱେର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜୋନାସ ଷ୍ଟୋର ତାଙ୍କ ଝିଅ କୌଣସି ସମ୍ଭ୍ରାନ୍ତ ବେସରକାରୀ ବିଦ୍ୟାଳୟ ନୁହଁସରକାରୀ ବିଦ୍ୟାଳୟରେ ପଢ଼ନ୍ତି ସେମାନେ ଅସୁସ୍ଥ ହେଲେ କୌଣସି ବେସରକାରୀ ଡାକ୍ତରଖାନା ନୁହଁ ସରକାରୀ ଡାକ୍ତରଖାନାରେ ହିଁ ଚିକିତ୍ସା ଗ୍ରହଣ କରନ୍ତି ମାଗଣା କିନ୍ତୁ ଅତି ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା  ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ବୋଲି ସେହି ଦେଶ ସବୁ ଗ୍ରହଣ କରି ନେଇଛନ୍ତି ସେଠି ସାମାଜିକ ସୁରକ୍ଷାର ବଳୟ ଅତ୍ୟନ୍ତ ସୁଦୃଢ କେହି ଅସହାୟ ଓ ନିଃସହାୟ ପ୍ରାୟ ମନେ କରନ୍ତି ନାହିଁ ବିକଶିତ ରାଷ୍ଟ୍ରର ସୂଚୀର ଥିବା ଦେଶମାନଙ୍କ ମଧ୍ୟରୁ ଅନେକ ଦେଶରେ ସାର୍ବଜନୀକ ଗମନାଗମନ ମାଗଣା ବା ନିହାତି ଶସ୍ତା ଅଟେ 

ତାହାକୁ ବିକଶିତ ରାଜ୍ୟ କୁହାଯାଏ ଯେଉଁଠି (୧) ମୁଣ୍ଡପିଛା ଆୟ ଅଧିକ ଥିବ, (୨) ଲୋକଙ୍କର ଜୀବନ ଧାରଣର ମାନ ଉଚ୍ଚ ଥିବ, (୩) ପ୍ରାୟ ସମସ୍ତ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ରୋଜଗାର ମିଳୁଥିବ, (୪) ଆଇନର ଶାସନ ଥିବ ତଥା ଶାସନତନ୍ତ୍ର ବ୍ୟବସ୍ଥା ସୁଦୃଢ ସମ୍ବେଦନଶୀଳପାରଦର୍ଶୀ ଓ ଉତ୍ତରଦାୟୀ ଥିବ, (୫) ଉନ୍ନତ ମାନର ଓ ସୁରକ୍ଷିତ ଗମନାଗମନ ଓ ଯୋଗାଯୋଗର ସୁବିଧା ସମସ୍ତଙ୍କୁ ଉପଲବ୍ଧ ହେଉଥିବ, (୬) ଶିଳ୍ପ ଓ ପ୍ରଯୁକ୍ତି ବ୍ୟବହାରର ଉଚ୍ଚ ସୋପାନରେ ଥିବେ, (୭) ଉନ୍ନତ ଓ ସ୍ଥିର ସଂସ୍ଥାନିକ ବ୍ୟବସ୍ଥା ଥିବ, (୮) ଦାରିଦ୍ର୍ୟ ଓ ଭେଦଭାବ ନ ଥିବ, (୯) ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହେଉଥିବ, (୧୦) ସମସ୍ତଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଥିବ, (୧୧) ବିସ୍ତୀର୍ଣ୍ଣ ସାମାଜିକ ଓ ଆର୍ଥିକ ସୁରକ୍ଷାର ସୁଦୃଢ ଢାଲ ଥିବ; ଏବଂ, (୧୨) ଲୋକେ ଖୁସିରେ ରହୁଥିବେ।

ଆମେ ଆଶା କରିବା ଯେ ମୁଖ୍ୟମନ୍ତ୍ରୀ ଆଉ ୧୨ ବର୍ଷରେ ଓଡିଶାକୁ ସେହି ସ୍ତରରେ ପହଞ୍ଚାଇବାର ସ୍ବପ୍ନ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ କାହାକୁ 'ବିକଶିତ ରାଜ୍ୟ'ର ମାପକ ଭାବରେ ନେଇଛନ୍ତି ତାହା ଜଣାଇନାହାନ୍ତି I ସେ ନିଜେ ତାହା ବୁଝିନାହାନ୍ତି ବୋଲି କହିବାର ଧୃଷ୍ଟତା ଆମେ ଅନ୍ତତଃ ଏବେ କରିବା କଥା ନୁହେଁ I  ଆମେ ଆଶାକରୁଛୁ ଯେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସରକାର ୨୦୩୬ ସୁଦ୍ଧା ଓଡିଶାକୁ 'ବିକଶିତ ରାଜ୍ୟ' କରିଦେବାର ଘୋଷଣାକୁ ଅତି ଗମ୍ଭୀରାତାର ସହ ନେବେ I

(A slightly shortened version of this article was published in Dharitri on 22-10-2024. The e-paper version of that article can be accessed at https://dharitriepaper.in/edition/16968/bhubaneswar/page/6 and the web version is available at https://www.dharitri.com/odisha-is-on-the-way-to-world-wonders/)

Sunday, October 8, 2023

ମାଙ୍କଡ଼ିଆ ଆଦିବାସୀ ବିଧବା ପିନିଙ୍କ ପୀଡ଼ା

 

ପିନିଙ୍କ ଯନ୍ତ୍ରଣାଯୁକ୍ତ ଜୀବନ ବିଶେଷ ଭାବରେ ଦୁର୍ବଳ ମାଙ୍କଡ଼ିଆ ଆଦିବାସୀଙ୍କ ବିକଳ ସ୍ଥିତି ଓ ପ୍ରଶାସନିକ ଅବହେଳାର ବେଦନାର ଏକ ନୈରାଶ୍ୟଜନକ ପ୍ରତିଫଳନ


ବିମଳ ପାଣ୍ଡିଆ

                                                                                                                                ସନ୍ଦୀପ କୁମାର ପଟ୍ଟନାୟକ


ଛୁଆ ଜନ୍ମ କରି ପାରୁନୁ କହି ପୂର୍ବ ସ୍ୱାମୀ ତଡ଼ିଦେଲେ, ଗର୍ଭବତୀ ଥିବା ବେଳେ ଦ୍ଵିତୀୟ ସ୍ୱାମୀ ମରିଗଲେ

ବୟସ ତୁଳନାରେ ଅଧିକ ବୟସ୍କା ଦିଶିଗଲେଣି ପିନି ମାଙ୍କଡ଼ିଆ ଦିଶିବେନି ବା କେମିତି? ସାରା ଆକାଶଟା ଯେମିତି ଛିଣ୍ଡି ପଡିଛି ତାଙ୍କ ଉପରେ ସେ ଯେତେବେଳେ ୮ ମାସର ଗର୍ଭବତୀ ଥିଲେ ଟ୍ରାକ୍ଟରରେ ମୁଲ କାମ କରୁଥିବା ତାଙ୍କ ସ୍ୱାମୀ ମିଟୁ ମାଙ୍କଡ଼ିଆ ସେହି ଟ୍ରାକ୍ଟର ଦୁର୍ଘଟଣାରେ ଆରପାରିକି ଚାଲିଗଲେ ଟ୍ରାକ୍ଟରର ବୀମା ନ ଥିଲା  ଟ୍ରାକ୍ଟର ମାଲିକ ପିନିଙ୍କୁ ୩୦,୦୦୦ ଟଙ୍କା ଦେଲେ ଯେମିତି ସେଇ ମଣିଷର ମୂଲ୍ୟ ସେତିକି ହିଁ ଥିଲା! ଅବଶ୍ୟ ସେତିକି ବି ଟଙ୍କା କେବେ ପିନି ଦେଖି ନ ଥିଲେ କିନ୍ତୁ ମାସ କେଇଟା ଓ ସ୍ୱାମୀଙ୍କ ଶୁଦ୍ଧିରେ ସେଇଟା ସରିଗଲା ସ୍ୱାମୀ ମରିବାର ମାସେ ପରେ ଝିଅ ଜନ୍ମ ହେଲା ହାତରେ ଗଉଣିଏ ନଥିଲା ପିନି ଆଗରୁ ଅନ୍ୟ ଜଣଙ୍କୁ ବିବାହ କରିଥଲେ ବାଲ୍ୟାବସ୍ଥାରୁ ତାଙ୍କର ବିବାହ ହୋଇଥିଲା କେନ୍ଦୁମୁଣ୍ଡି ଗାଁର ଜଣଙ୍କ ସହିତ କିନ୍ତୁ ଛୁଆପିଲା ହେଉ ନଥିବାର ଦୋଷ ପିନିଙ୍କ ଉପରେ ଲଦି ତାଙ୍କୁ ଘରୁ ତଡ଼ି ଦେଇଥିଲା ତାଙ୍କର ସ୍ୱାମୀ ପରେ ପିନି ମିଟୁଙ୍କୁ ବିବାହ କରିଥିଲେ ସ୍ୱାମୀ ମିଟୁ ବଞ୍ଚିଥିବାବେଳେ ବି ସୁଖରେ ନ ଥିଲେ ଦମ୍ପତି  ଜୀବନଟା ଚଳି ଯାଉଥିଲା ଯାହାତାହା ହୋଇ କିନ୍ତୁ ମିଟୁ ମରିଯିବା ପରେ ସବୁ ଯନ୍ତ୍ରଣା ପିନିଙ୍କ ଉପରେ ଅଜାଡି ହୋଇପଡିଲା ଯେମିତି

 

ନିଜର ଘର ନାହିଁ, ଯୋଉଠି ଅଛନ୍ତି ତାହାର ଚାଳ ଉଠିଯିବ ଆଉ କିଛି ଦିନରେ

ପ୍ରାକୃତିକ ପରିବେଶର ଗନ୍ତାଘର ବିଶାଳ ଶିମିଳିପାଳ ଜୈବ କ୍ଷେତ୍ରର ସୀମାରେ ଥିବା ବାଲିପୋସି ଗାଁ ରେ ରହନ୍ତି ପିନି ସରକାରୀ ଭାବରେ ଗାଁର ନ 'ହିଲ ବ୍ଲକ ୧୭୩' ଲୋକେ ବାଲିପୋସି ବୋଲି ଜାଣନ୍ତି ଶିମିଳିପାଳ ଅଭୟାରଣ୍ୟ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କୁ ଆଶ୍ରା ଦେଇଛି କିନ୍ତୁ ପିନିଙ୍କ ଆଶ୍ରା ନାହିଁ  ଯେଉଁ ଘରଟିରେ ପିନି ଓ ତାଙ୍କ ତିନି ବର୍ଷର ଝିଅ ରହୁଛନ୍ତି ତାହା ତାଙ୍କର ନୁହଁ ଘରଟି ପରଦେଶୀ ମାଙ୍କଡ଼ିଆଙ୍କର  ସେ ଏବେ ବାଲିପୋସିରେ ନ ରହି ଅନ୍ୟ ଏକ ଗାଁରେ ରହୁଛନ୍ତି ମୁଣ୍ଡ ଗୁଞ୍ଜିଥିବା ସେଇ ଘରେ କବାଟଟିଏ ନାହିଁ  ଯାହାର ଘର ସିଏ ଏବେ ସେଇ ଘରର ଆଜବେଷ୍ଟସକୁ ବିକି ଦେଇଛନ୍ତି ତାଙ୍କ ଗାଁର ଆଉ ଜଣଙ୍କୁ କିଣିଥିବା ଲୋକ ଆଜବେଷ୍ଟସ କାଢି ନେବେ ଆଉ କିଛି ଦିନରେ ପିନି ଓ ତାଙ୍କ କୁନି ଝିଅଙ୍କ ମୁଣ୍ଡ ଉପରୁ ଆଉ କିଛି ଦିନରେ ସେଇ ଛାତ ଟିକକ ବି ପଳାଇବ

 

ମାଙ୍କଡ଼ିଆଙ୍କଠାରୁ ତାଙ୍କର ପୂର୍ବ ଆବାସ ଓ କୌଳିକ ବେଉସା ଛଡାଇ ନିଆଯାଇ ସାରିଛି  

ମାଙ୍କଡ଼ିଆ ଆଦିବାସୀ ଆଗରୁ ବି ଚାଷ କରୁ ନ ଥିଲେ କି ଏବେ ବି ପ୍ରାୟ କରୁନାହାନ୍ତି କାହାରି ନାଁରେ ଜମି ମାଣେ ନଥିବ ପିନି କି ତାଙ୍କ ସ୍ୱାମୀଙ୍କ ନାଁରେ ବି ଜମି ନାହିଁ କି ସେମାନେ କେବେ ଚାଷ କରି ନଥିଲେ ମାଙ୍କଡ଼ିଆ ଆଦିବାସୀଙ୍କ ବୃତ୍ତି ଥିଲା ଜଙ୍ଗଲରୁ ଶିଆଳି ଲତା ଆଣି ସେଥିରେ ଦଉଡ଼ି ତଥା ଚାଷ କାର୍ଯ୍ୟରେ ବା ଘରେ ବ୍ୟବହାର ହେଉଥିବା ପଘା, ଶିକା ଆଦି ତିଆରି କରି ତାହାକୁ ବିକ୍ରି କରିବା ସେମାନେ ଆଗରୁ ଶିମିଳିପାଳ ଜଙ୍ଗଲରେ ରହୁଥିଲେ ସେଠାରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ପ୍ରସ୍ତୁତ କରୁଥିବା ପଘା ଦଉଡ଼ି ଆଦିକୁ ଗାଁଗାଁ ବୁଲି ବିକ୍ରି କରୁଥିଲେ ତାହା ହିଁ ଥିଲା ତାଙ୍କର ରୋଜଗାର ଉତ୍ସ ଏହା ସହ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ସେଥିରୁ ଖାଉଥିଲେ ଓ ପ୍ରକୃତିର ସନ୍ତାନ ଭାବରେ ଚଳୁଥିଲେ କ୍ରମେକ୍ରମେ ତାଙ୍କୁ ଶିମିଳିପାଳ ଜୈବ କ୍ଷେତ୍ରରୁ ବାହାର କରିଦିଆଗଲା ସେମାନେ ଜଙ୍ଗଲରୁ ଶିଆଳି ଲତା ବି ଆଣି ପାରିଲେ ନାହିଁ ତାହିଁକୁ ଜଙ୍ଗଲ ବିଭାଗର ଶକ୍ତ ମନା ରହିଲା ତାଙ୍କର ମୁଳ ବେଉସା ଉଜୁଡ଼ିଗଲା ମୟୁରଭଞ୍ଜ ଜିଲ୍ଲାରେ ଯେତିକି ମାଙ୍କଡ଼ିଆ ଆଦିବାସୀ ଅଛନ୍ତି ତାଙ୍କ ମଧ୍ୟରେ ବାସ୍ କେଇ ଜଣ ହିଁ କଲେଜ ଦୁଆର ମାଡିଛନ୍ତି ପ୍ରାୟ ସମସ୍ତେ ଅପାଠୁଆ ଜଙ୍ଗଲ ବନ୍ଦ ହେଲା ପରେ କିଛି ପରିବାର ବଜାରରେ ମିଳୁଥିବା ପ୍ଲାଷ୍ଟିକ ବସ୍ତା କିଣି ତହିଁରୁ ଦଉଡ଼ି ଆଦି ତିଆରି କରିବା ଆରମ୍ଭ କଲେ ଯୁବକ ଶ୍ରେଣୀର ଲୋକେ ମୁଲିଆ କାମ କରିବା ଆରମ୍ଭ କଲେ ପିନିଙ୍କ ସ୍ୱାମୀ ସେମିତି ମୁଲିଆ କାମ କରୁଥିଲେ, ଟ୍ରାକ୍ଟରରେ   

 

'ଆଧାର' ନାହିଁ ବୋଲି ସରକାରୀ ଦୁଆର ମନା

ସ୍ୱାମୀ ଗଲା ପରେ ଖାଇବା ଟିକେ ଖୋଜିବା ବି ଦୁରୁହ ହୋଇ ପଡିଛି ପିନିଙ୍କ ପାଇଁ ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ମାସରେ ୧୦ କିଲୋଗ୍ରାମ ଚାଉଳ କିଲୋ ପ୍ରତି ଟଙ୍କାଏ ଦରରେ ପାଉଛନ୍ତି ପିନି ସେତିକି ହିଁ ମିଳେ ସରକାରଙ୍କ ତରଫରୁ ତାଙ୍କର 'ଆଧାର' ଏଯାଏ ପ୍ରସ୍ତୁତ ହୋଇପାରିନି ଆଧାର ନଥିବା କାରଣରୁ ତାଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇ ପାରୁନାହିଁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହନ୍ତି ସେଇଥି ପାଇଁ ହିଁ ସେ 'ବିଧବା ଭତ୍ତା' ତଥା ଆବାସ ଯୋଜନା ପାଇଁ ଅଯୋଗ୍ୟ ହୋଇ ରହିଛନ୍ତି ଏଯାଏ ଅନେକ ଥର ସେ ଆଧାର ପ୍ରସ୍ତୁତ ପାଇଁ ଥିବା କେନ୍ଦ୍ରକୁ ଯାଇଛନ୍ତି ସେଇଠି ତାଙ୍କର ଫୋଟୋ ଉଠା ହୋଉଛି, ଯନ୍ତ୍ରରେ ତାଙ୍କର ପାପୁଲିର ଚିହ୍ନ ନିଆ ଯାଇଛି, ଆଖିରେ ଯନ୍ତ୍ର ପଡିଛି କିନ୍ତୁ ଆଧାର ଆସିନାହିଁ ଖାଲି ପିନିଙ୍କର ନୁହଁ, ତାଙ୍କ ବାଲିପୋସି ଗାଁରେ ଅନେକ ଲୋକଙ୍କର ଆଧାର ନାହିଁ ସେମାନେ ବି ଆଧାର କେନ୍ଦ୍ରକୁ ଅନେକ ଥର ଯାଇଛନ୍ତି ଆଧାରର ଅପେକ୍ଷାରେ ହିଁ ରହିଛନ୍ତି ପିନିଙ୍କୁ ସରକାରୀ ଲୋକେ କହିଛନ୍ତି 'ଆଧାର' ପାଇଲା ପରେ ହିଁ ତାଙ୍କ ପାଇଁ କିଛି ହୋଇପାରିବ ସେଇ ଆଶାରେ ପିନି ଏବେ ବି ସାଇତି ରଖିଛନ୍ତି ବର୍ଷକ ତଳେ ଆଧାର କେନ୍ଦ୍ରରୁ ପାଇଥିବା ରସିଦ ଖଣ୍ଡିକୁ ରସିଦରେ ଯେମିତି କଣା ପଡିଲାଣି ସେଇ ପାଉତିରେ ବି ସେମିତି କଣା ସବୁ ହେଲାଣି କିନ୍ତୁ ଆଧାର କାହିଁକି ଆସୁନି ତାହା ପିନି ବା ତାଙ୍କ ଗାଁର ଅନ୍ୟ କେହି ଜାଣି ନାହାନ୍ତି ଏହି ଲେଖକ ପିନିଙ୍କ ଆଧାର ଦରଖାସ୍ତର ସ୍ଥିତି ଜାଣିବା ପାଇଁ ସମ୍ପୃକ୍ତ ସରକାରୀ ଦପ୍ତରକୁ ଯୋଗାଯୋଗ କରିବାରୁ ଜଣା ପଡିଲା ଯେ ତାଙ୍କର ଦରଖାସ୍ତ କେବେଠୁ ନାକଚ ହୋଇସାରିଛି କାହାରିକୁ ଜଣା ନାହିଁ ବା କେହି ତାଙ୍କୁ ଜଣାଇବାର ଆବଶ୍ୟକତା ଅଛି ବୋଲି ଚିନ୍ତା ମନକୁ ଆଣି ନାହାନ୍ତି ମାଙ୍କଡ଼ିଆ ଆଦିବାସୀଙ୍କର କ'ଣ ବା ମୂଲ୍ୟ ଅଛି ଯେ! 'ଆଧାର'ଟେ ନାହିଁ ବୋଲି ନିରାଧାର ହୋଇଯାଇଛି ପିନିଙ୍କ ଜୀବନ

 

ଭିକ ହିଁ ସମ୍ବଳ

ଦଶ କିଲୋ ଚାଉଳରେ ବା ଚଳିବେ କେମିତ ଯେ! କିଣିବା ପାଇଁ ଆବଶ୍ୟକ ହେଉଥିବା ୧୦ ଟଙ୍କା ବି ଅଧିକାଂଶ ସମୟରେ ଟଙ୍କା ଅଣ୍ଟିରେ ନଥାଏ ସାହା ଓ ସାହାରା ହରାଇ ନିଜ ଓ ଝିଅର ଖାଦ୍ୟ ଟିକିଏ ପାଇଁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ପିନି ଏବେ ତାହାହିଁ ତାଙ୍କର ରୋଜଗାର କାଖରେ କୁନି ଝିଅକୁ ବୋହି ସକାଳ ୯ଟାରୁ ଘରୁ ବାହାରନ୍ତି ଦୁଇ ତିନିଟି ଗାଁରେ ଭିକ ମାଗି ଅପରାହ୍ନ ପ୍ରାୟ ୩ଟା ବେଳକୁ ଘରକୁ ଫେରନ୍ତି ଏବେ କୁନି ଝିଅ ବେଳେବେଳେ ଚାଲୁଛି ସବୁବେଳେ ବୋହିବାକୁ ପଡ଼ୁନି ଆଗରୁ ପୁରା ବୋହି ରହୁଥିଲେ ଦିନଟି ଭଲ ଗଲେ ପିନିଙ୍କୁ ପାଞ୍ଚ-ଛ କିଲୋ ଚାଉଳ ମିଳିଯାଏ କେବେ କେମିତି କିଏ ଫଳ ଓ ପରିବା ଦିଟା ବି ଦେଇ ଦିଅନ୍ତି ଘରକୁ ଫେରି ପୁଣି ବାହାରି ଯାଆନ୍ତି ନିକଟବର୍ତ୍ତୀ ଜଙ୍ଗଲକୁ ରୋଷେଇ ପାଇଁ କାଠ ଦରକାର ପୁଣି ଶାଗ ଛତୁ ଆଦି କିଛି କାଳେ ମିଳିଯିବ! କିଛି ଦିନ ମିଳି ବି ଯାଏ, କିଛି ଦିନ ମିଳେ ନାହିଁ ସେତିକି ହିଁ ପିନି ଓ ତାଙ୍କ ଝିଅଙ୍କୁ ପୋଷଣ ଓ ପୌଷ୍ଟିକ ତତ୍ତ୍ୱ ଦିଏ

 

'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ'ର ଏହି ମାଙ୍କଡ଼ିଆଙ୍କ ପାଇଁ ବିଶେଷ ଯୋଜନା ଅପହଞ୍ଚ

'ମାଙ୍କଡ଼ିଆ' ଆଦିବାସୀଙ୍କୁ 'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ' ଭାବରେ ବିବେଚିତ କରାଯାଇଛି ଆଦିବାସୀମାନେ ସେମିତି ଦୁର୍ବଳ ଆଦିବାସୀମାନଙ୍କ ଭିତରେ ସେମାନେ ଆହୁରି ଅଧିକ ଦୁର୍ବଳ ଇଂରାଜୀରେ 'ପାର୍ଟିକୁଲାରଲି ଭଲନରେବଲ ଟ୍ରାଇବାଲ ଗ୍ରୁପ' ବୋଲି କୁହାଯାଏ ମାଙ୍କଡ଼ିଆଙ୍କ ଉନ୍ନତି ପାଇଁ ସରକାର ଅନେକ ଦଶନ୍ଧି ତଳୁ 'ହିଲ ଖଡ଼ିଆ ଓ ମାଙ୍କଡ଼ିଆ ଡେଭେଲପମେଣ୍ଟ ଏଜେନ୍ସି' ଆରମ୍ଭ କରିଥିଲେ କିନ୍ତୁ ସେହି ଏଜେନ୍ସି ମୟୁରଭଞ୍ଜର କେବଳ ଦୁଇଟି ବ୍ଲକରେ କାମ କରେ ପିନିଙ୍କ ଗାଁ ସେହି ଯୋଜନାରେ ସାମିଲ ହୋଇ ନାହିଁ ତେଣୁ ପିନି ଏବଂ ତାଙ୍କ ଭଳି ତାଙ୍କ ଗାଁର ବିଶେଷ ଦୁର୍ବଳ ବା କହିବାକୁ ଗଲେ ଅତ୍ୟଧିକ ଦୁର୍ବଳ ମାଙ୍କଡ଼ିଆଙ୍କ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ନାହିଁ ମୟୁରଭଞ୍ଜର ବିଭିନ୍ନ ବ୍ଲକର ୯ଟି ଗାଁରେ ମାଙ୍କଡ଼ିଆ ଆଦିବାସୀ ରହନ୍ତି ସେହି ଏଜେନ୍ସିର କେବଳ ଦୁଇଟି ମାଙ୍କଡ଼ିଆ ବସତି ହିଁ ସାମିଲ ହୋଇଛି ପିନି ଓ ଅନ୍ୟ ମାଙ୍କଡ଼ିଆ ପରିବାର ଆଗରୁ ଶିମିଳିପାଳ ଜଙ୍ଗଲ ଭିତରେ ରହି ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ଦଉଡ଼ି, ଶିକା, ପଘା ଆଦି ତିଆରି କରି ଗାଁଗାଁରେ ବିକ୍ରି କରୁଥିଲେ ତାହା ଥିଲା ତାଙ୍କର ପ୍ରମୁଖ ଜୀବିକା ପରେ ବ୍ୟାଘ୍ର ପ୍ରକଳ୍ପ, ଅଭୟାରଣ୍ୟ ତଥା ଜୈବ-ମଣ୍ଡଳ ପାଇଁ ଧୀରେଧୀରେ ଜଙ୍ଗଲରୁ ତଡା ଖାଇଲେ ଏବେ ସବୁ ମାଙ୍କଡ଼ିଆ ବସତି ଶିମିଳିପାଳ ଜଙ୍ଗଲର ବାହାରେ ଜଙ୍ଗଲରୁ ଶିଆଳି ଆଣିବା ତ' ଅପରାଧ ହୋଇସାରିଛି ଅନେକ ପରିବାର ଜଙ୍ଗଲ ବିଭାଗର ଲାଠି ବି ଖାଇସାରିଛନ୍ତି ଏବେ ତାଙ୍କ ପାଇଁ ଶିଆଳି ସଂଗ୍ରହ କରିବା ସ୍ୱପ୍ନ କିଛି ମାଙ୍କଡ଼ିଆ ପରିବାର ବସ୍ତା ସଂଗ୍ରହ କରି ତାହାର ସୂତାରେ ଦଉଡ଼ି, ପଘା ଆଦି ପାସ୍ତୁତ କରୁଛନ୍ତି କିନ୍ତୁ ସମସ୍ତଙ୍କ ପାଇଁ ତାହା ସମ୍ଭବ ହେଉନାହିଁ ତାହା କରିବା ପାଇଁ ମାଙ୍କଡ଼ିଆ ଆଦିବାସୀଙ୍କୁ ବସ୍ତା କିଣିବାକୁ ପଡିବ ତାହା କିଣିବା ପାଇଁ ଅଧିକାଂଶ ମାଙ୍କଡ଼ିଆଙ୍କ ସମ୍ବଳ ନାହିଁ  ପିନିର ବି ସମ୍ବଳ ନ ଥିଲା ଏବେ ପାଖ ଗାଁର ଜଣେ ବେପାରୀ ପିନିକୁ କିଛି ବସ୍ତା ଦେଇଛନ୍ତି ସେଥିରୁ ଦଉଡ଼ି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି ପିନି ପ୍ରସ୍ତୁତ କରିସାରି ସେହି ବେପାରୀକୁ ହିଁ ଦେବେ ବେପାରୀ ତାକୁ କିଛି ମୁଲ ପଇସା ଦେବ କେତେ ଦେବ ତାହା ବି ପିନି ଜାଣି ନାହାନ୍ତି ବସ୍ତାରେ ତିଆରି ଦଉଡ଼ିର ବିଶେଷ ଆଦର ଓ ବ୍ୟବହାର ନାହିଁ ବେପାରୀ କହୁଛନ୍ତି ତଥାପି ବି ଝିଅ ପାଇଁ ଆଉ ଟିକେ ପଇସା ମିଳିଯିବ ବୋଲି ସେ ଆଶା କରିଛି ଅନେକ ସରକାରୀ ଯୋଜନା ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି କିନ୍ତୁ ପିନିର ଗାଁ କପ୍ତିପଦା ବ୍ଲକର ବାଲିପୋସିରେ ଗୋଟିଏ ବି ସ୍ୱୟଂ ସହାୟକ ଗୋଷ୍ଠୀ ନାହିଁ କି ସେଇ ଗାଁର ଜଣେ ବି କୌଣସି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ନୁହନ୍ତି ମାଙ୍କଡ଼ିଆମାନେ ସାଧାରଣତଃ ଋଣ କରନ୍ତି ନାହିଁ ତେଣୁ କୌଣସି ସୂତ୍ରରୁ ବି ଅର୍ଥ ପାଇବା ପିନିଙ୍କ ପାଇଁ ସମ୍ଭବ ନୁହେଁ

 

କୁନି ଝିଅ ଆଖିରେ ସ୍ବପ୍ନ ଦେଖୁଛନ୍ତି ପିନି

ପିନିଙ୍କ ଜୀବନଟା ଯନ୍ତ୍ରଣା ଜର୍ଜରିତ ରହିଛି ପିନିଙ୍କ ସ୍ଥିତି ଜଣେ ବିଧବା ମାଙ୍କଡ଼ିଆ ଆଦିବାସୀଙ୍କ ଭୟଙ୍କର ଦୁରାବସ୍ଥାକୁ ଦର୍ଶାଏ ଆଦିବାସୀ ଓ ମହିଳାମାନେ ସାଧାରଣତଃ ସାମାଜିକ ଓ ଆର୍ଥିକ ଭାବରେ ଦୁର୍ବଳ ତହିଁରେ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗର ବିଧବା ମହିଳା ହେବା ପିନିଙ୍କ ଜୀବନକୁ ଆହୁରି ଯନ୍ତ୍ରଣାମୟ କରିଦେଇଛି ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ପାଖରେ ସରକାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ତଥା ବେସରକାରୀ ସହାୟତା ପହଞ୍ଚି ନ ପାରିବା ଚଳନ୍ତି ବ୍ୟବସ୍ଥାର ଏକ ବେଦନାଦାୟକ ସ୍ଥିତି ବ୍ୟକ୍ତ କରେ ଏହି ଆଶା କରିବା କଥା ଯେ ସରକାରୀ ବିଭାଗ ଓ ସଂସ୍ଥା ତଥା ବେସରକାରୀ ଅନୁଷ୍ଠାନ ତୁରନ୍ତ ପିନି ଓ ତାଙ୍କ ଭଳି ଦୁର୍ଦ୍ଦଶାଗ୍ରସ୍ତ ମାଙ୍କଡ଼ିଆଙ୍କ ଆଦିବାସୀଙ୍କ ପାଖରେ ପହଞ୍ଚିବେ ପିନି ତାଙ୍କ ବୟସଠାରୁ ଅଧିକ ବୟସ୍କା ଅବଶ୍ୟ ଦିଶୁଛନ୍ତି କିନ୍ତୁ କୁନି ଝିଅର ଆଖିରେ ସରଗେ ସପନ ଦେଖୁଛନ୍ତି ସେ ନିଜେ ଅପାଠୁଆ କିନ୍ତୁ ଝିଅ ପଢିବ ବୋଲି ତାଙ୍କର ଦୃଢ ବିଶ୍ୱାସ ଝିଅ ପାଇଁ ଜୀଉଁଛନ୍ତି ସେ, ସେଇଥିରୁ ବଳ ପାଉଛନ୍ତି

(Special thanks to Sukanti Patra. She has taken pains to provide many data and photographs)

(This article has been published in major Odia news portal 'Odisha Reporter'. That can be accessed at: https://odishareporter.in/guest-column/will-the-government-feel-the-struggle-of-this-mankidia-widow--news-182806 )