Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Saturday, August 6, 2022

ଦୁର୍ମୂଲ୍ୟ ଜୀବନ ବିତୁ ଧରମେ


ଜୀବ ଯେତେ ଛନ୍ତି ଧରା ଧାମେ
ଜୀବନ ଜିଅନ୍ତି ବଡ଼ ଭରମେ
ମୁଁ-କାର ବଡ଼ିମା ବାହି ଅଧମେ
ଆତ୍ମ-ଚିନ୍ତେ ସାରା ଜନମ ଗମେ...



ଦେଖ ନିରେଖି ଛଟାକୁ ତୁମେ
ପ୍ରଭୁଙ୍କ ତୁଳୀରେ ଗଗନ ଝୁମେ
ସପ୍ତରଙ୍ଗ ଛିଟା ବଳୟ ଚୁମେ
କୃପା ଢାଳୁଛନ୍ତି ପ୍ରଭୁ ପରମେ...

 

 

କରି ମନ ବୁଦ୍ଧି ସ୍ଥିର ଚରମେ
ଜିଇଁ ନିଜ ସହ ସଭିଙ୍କ ପ୍ରେମେ
ଶାନ୍ତି ପ୍ରୀତି ବାଣ୍ଟି ଚାଲିବା ଧୀମେ
ଦୁର୍ମୂଲ୍ୟ ଜୀବନ ବିତୁ ଧରମେ

 

(Some thoughts that came to mind seeing the amazingly colourful evening sky on 5th August 2022 at Sambalpur)

 


Monday, July 18, 2022

କେତେ ଦିନ ଆଉ ପ୍ରଭୁ ବାଢ଼ି ଚାଲିଥିବେ ଆଶିର୍ବାଦର ସ୍ଵାଦ...!

 

ସ୍ମୃତିର ପାହାଡ଼

ବିସ୍ତାରି ଚାଲିଛି କାୟା
କିଛି ଝାପ୍ସା ହେଲାଣି ସତ
ଅନେକ ଚେତନା କିନ୍ତୁ ଏବେ ବି ଦପ୍ ଦପ୍...

ବିତି ଗଲା 51 ବର୍ଷ
ବହୁତ୍ ଦୀର୍ଘ ରାସ୍ତା
ପୂର୍ବ ଜନ୍ମର ପୁଳାପୁଳା ପୁଣ୍ଯ ଥିଲା ବୋଧେ
ଧାଇଁଛି ପ୍ରାୟ ସବୁ ବାଟ ନିରୁତା ଚିନ୍ତା-ଶୂନ୍ୟତାରେ
ସଭିଏଁ ଯେମିତି ବଞ୍ଚିଛନ୍ତି
ମୋର ହାତ ଧରି କଢ଼େଇ ନେବା ପାଇଁ...

ମୁଁ କିନ୍ତୁ ଲଦି ହିଁ ଚାଲିଛି
ଆହୁରି ଆହୁରି ବୋଝର ପାହାଡ଼
ଅନ୍ୟର ପିଠିରେ, ଅନ୍ୟର କାନ୍ଧରେ
ଆଉ ମୁଁ ଆଗେଇ ଚାଲିଛି ନିର୍ଘାତ ଆନନ୍ଦରେ
ଅନ୍ୟର ବୋଝ ପ୍ରତି ଟିକେ ବି ନିଘା ନାହିଁ
ବଢୁଥିବା ଆୟୁଷର ପ୍ରତି ଅତିରିକ୍ତ ଦିନ ସହ
ଯୋଡି ହିଁ ଚାଲିଛି ମୋର ସ୍ଵାର୍ଥପରତାର ଅତିରିକ୍ତ ଫର୍ଦ୍ଦ...

କେଜାଣି କେତେ ଦିନ ଆଉ ଚାଲିଥିବ ଏହା?
କେତେ ଦିନ ଜ୍ଞାତି, ପରିଜନ, ସହୋଦର ବନ୍ଧୁ
ଏମିତି ମୁଣ୍ଡାଇ ଚାଲିଥିବେ
ମୁଁ ଲଦି ଚାଲିଥିବା ବୋଝ?
କେତେ ଦିନ ମୋର ଗୁରୁ ସହି ଚାଲିଥିବେ
ଅବୁଝା ଶିଷ୍ୟର ଅସରନ୍ତି ଅକର୍ମାପଣ
କେତେ ଦିନ ଆଉ ପ୍ରଭୁ ବାଢ଼ି ଚାଲିଥିବେ ଆଶିର୍ବାଦର ସ୍ଵାଦ...!

Sunday, July 10, 2022

I am not required to be told blatant lies to bolster my faith in my Lord

(Yes, Lord Jagannath is there, blessing us. I am a firm believer in existence of God and Lord Jagannath. But, I am not required to be told blatant lies to bolster my faith in my Lord.)

(ମୋ ପ୍ରଭୁ ଅଛନ୍ତି, ଆମକୁ ରକ୍ଷା କରୁଛନ୍ତି  ମୋ ପ୍ରଭୁଙ୍କୁ ଭକ୍ତି କରିବା ପାଇଁ ମୋତେ ମିଛର ସାହାରା ଆବଶ୍ୟକ ନାହିଁ  ପୁରୀ ଜଗନ୍ନାଥ ମନ୍ଦିରର ଛାଇ ପଡେ ନାହିଁ ବୋଲି ଲୋକଙ୍କୁ କହିବା ସେମିତି ଏକ ମିଛ ) 


Many 'mysteries' are galore about Lord Jagannath Temple in Puri. One of them is that shadow of the majestic temple never falls or no body has seen shadow of the temple. Even a reputed news publisher like Times of India also carried such a myth (See screenshot of that publication). Many seers and top saints also fall to such a 'mystery'. 

I believe that this 'mystery' is absolutely non-existent and thus false. Shadow of the temple is clearly visible from satellite images. Pasting below is Google Earth images of the temple on different as proof. In all the images, the shadow is clearly visible.

I am firm believer in God and Lord Jagannath. I do visit Lord Jagannath temple at Puri frequently. Every time, I get feeling of existence of a great energy and confidence within me. I am not, or no true believer is, required to be told lies to have faith in my God. 

My Lord does not require lies to get respect of bhakts. My Lord exists, not just in that great temple, but also everywhere.

Tuesday, May 24, 2022

At least 35% irrigation cover in all blocks of Odisha - where are we?

 In 2005, Odisha government had started an ambitious programme - to create a minimum of 35% #irrigation potential in all blocks of the state.

This was to be achieved in three years - by year 2009-10.
17 years later, 65 blocks do not yet have that status.
#Balangir, #Kandhamal, #Kendujhar, #Mayurbhanj and #Koraput are major laggard districts.






Thursday, May 12, 2022

ଜିନୁ, ଦେଖୁଛି ମୁଁ ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...

ଏବେ ମୁଁ ପ୍ରଭାତେ ଉଠୁଛି, #ଜିନୁ
ଉଠୁଉଠୁ ଘର ଚାରିକାନ୍ଥର ସୀମିତତାରେ ଭରି ରହିଥିବା
ତମର ଅବିଶ୍ୱାସନୀୟ ଶୁନ୍ୟତାକୁ ଏଡାଇ ପାରୁନି
ହେଲେ,
ଯେତେବେଳେ ଅଗଣା ଡେଉଁଛି
ଦେଖୁଛି ବିଶ୍ୱକୁ
ଆଉ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...

ଶିର ଶିଖରରୁ ସମସ୍ତ ଦିଗନ୍ତ ଯାଏ, ତମେ ତ' ଅଛ ସବୁଆଡେ !
କେତେବେଳେ ଉଦୁଥିବା ରବିଙ୍କ ଗହଣେ ତ'
କେତେବେଳେ ଯଜୁଲ୍ୟମାନ ଶୁକ୍ରଙ୍କ ଡାହାଣେ
କେତେବେଳେ ଚନ୍ଦ୍ରଙ୍କ ସାନ୍ନିଧ୍ୟେ ତ'
କେତେବେଳେ ମଙ୍ଗଳଙ୍କ ମେଳେ
କେତେବେଳେ ତୁମେ ପ୍ରଭୁଙ୍କ ପରମ ଭକ୍ତ ଧୃବଙ୍କ ସହ ମେରୁ ଶିଖରରେ ତ' କେତେବେଳେ, ଅତ୍ରି ଅଙ୍ଗିରସ ଆଦି ସପ୍ତର୍ଷିଙ୍କ କୋଳେ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...

ହଁ, ଅବଶ୍ୟ ନିରବି ଗଲା ସବୁଦିନ ପାଇଁ
ଘର ଭିତରେ ବି ଆଉ ଘର ବାହାରେ ବି
ସେଇ 'ମାମୁଁ' ଡାକ
ସେଇ ରୋକ ରୋକ୍ ଠୋକ୍ କଥା
ରାଜନୀତିକୁ ନେଇ ମୋର କଠୋର ମତକୁ ଶାନ୍ତ କରିବାର ପରାମର୍ଶ
ମୋ ଲେଖାଲେଖନୀର ଆଲୋଚନା ସମାଲୋଚନା
ଶୁଭୁ ନାହିଁ ତୁମ ଡାକ
ନିରବିଗଲ ତୁମେ
ହେଲେ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...


ଏବେ, ତୁମ ବିନା
ଘର ବିପର୍ଯ୍ୟସ୍ତ
ପୋଡା ବଲ୍ବ ବଦଳାଇବାକୁ କାହାରି ଧ୍ୟାନ ନାହିଁ
ମାଡ଼ୁଥିବା ଜାଲ ଝାଡିବାକୁ କାହାରି ବଳ ନାହିଁ
ଫୁଲଗଛ ସବୁ ବଞ୍ଚିଛନ୍ତି ଯାହା, ତେଜ ନାହିଁ କି ବାସ ନାହିଁ
ଘର ଭିତରେ ଭରି ରହିଛି
ଅବିଶ୍ୱାସନୀୟ ସେଇ ଶୁନ୍ୟତାର ଅସରନ୍ତି ବୋଝ
ମନ ଲାଗୁନି କିଛିରେ
ହେଲେ, ବାହାରିଲେ ଅଗଣାରୁ
ଦେଖୁଛି ମୁଁ, #ଜିନୁ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ...

ତୁମେ ଅଛ ଉତ୍ତରେ, ଦକ୍ଷିଣେ, ପୁରୁବେ, ପଶ୍ଚିମେ
ତୁମେ ଅଛ ଐଶାନ୍ୟେ, ଆଗ୍ନୟେ, ବାୟବ୍ଯେ, ନୈରୁତ୍ୟେ
ତୁମେ ଅଛ ସବୁଆଡେ
ତୁମ ଦୃଷ୍ଟି ଅଛି ସଭିଙ୍କ ଉପରେ
ସବୁ ବେଳେ ତୁମେ ପ୍ରଭୁ ଭକ୍ତ
ଏବେ ତୁମେ ପ୍ରଭୁଙ୍କ ଗହଣେ
ପ୍ରଭୁ କୃପା ତୁମ ଦେଇ ବହିବ ନିଶ୍ଚୟ
'ଆଶ୍ରିତ' ହେବ ଏତେ ବଡ ଯେ
ତୁମ ଜୋତା ବି ତା ପାଇଁ ଖୁବ ଛୋଟ ହେବ
ଶୁନ୍ୟତାର ପରିଧିରୁ ମୁକୁଳିବେ ସଭେଁ
ଭଙ୍ଗା ଘର ପୁଣି ତୁମ ପରଶ ପାଇବ
ସମସ୍ତେ କାଢିବେ ଗୋଡ
ଆଉ ଦେଖିବେ
ଫର୍ଚ୍ଛା ହୋଇ ଆସୁଥିବା ଆକାଶରେ ନିଈତି ତମକୁ... I


Wednesday, May 4, 2022

ତୈଳର ଜ୍ୱାଳା - ଚୋର କହୁଛି ଧର୍ ଧର୍

ଏପ୍ରିଲ ୨୮ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ କୁଆଡେ ପୁଣିଥରେ ଆଶଙ୍କା କରାଯାଉଥିବା କୋଭିଡ ଲହର ଉପରେ ହେବାର ଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ସେହି ବୈଠକକୁ ମହଙ୍ଗାକୁ ନେଇ ତାଙ୍କର ଚିନ୍ତା ଜାହିର କରିବାର ମାଧ୍ୟମ ବୋଲି ବିଚାରିଲେ ମହଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ସ୍ୱାଗତଯୋଗ୍ୟ ହେବା କଥା କିନ୍ତୁ ତାଙ୍କର ଚିନ୍ତା କେବଳ କିଛି ରାଜ୍ୟ କାହିଁକି ପେଟ୍ରୋଲ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ଦର ଖସାଉ ନାହାନ୍ତି ତହିଁରେ ହିଁ ସୀମିତ ରହିଲା ବିଦ୍ରୁପ କଲା ଭଳି ଢଙ୍ଗରେ କହିଲେ ଯେ କିଛି ରାଜ୍ୟ ପେଟ୍ରୋଲଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ ଦର ନ ଖସାଇ ସେହି ରାଜ୍ୟର ଲୋକଙ୍କ ସହ ପଡୋଶୀ ରାଜ୍ୟ ଉପରେ ଅନ୍ୟାୟ କରୁଛନ୍ତି ସେ କହିଲେ ଯେ ଭାଟ୍ ନ କମାଇ କିଛି ରାଜ୍ୟ ହଜାରହଜାର କୋଟି ଟଙ୍କାର ଅତିରିକ୍ତ କର ଆଦାୟ କରିଛନ୍ତି ତାଙ୍କର ଲକ୍ଷ୍ୟ କିଛି ଅଣ-ବିଜେପି ଶାସିତ ରାଜ୍ୟ ଉପରେ ଥିବାର ସ୍ପଷ୍ଟ ଥିଲା କାରଣ ସେ କିଛି ରାଜ୍ୟରେ ନାଁ ନେଇ ପେଟ୍ରୋଲ ଡିଜେଲ ଦରର ଉଦାହରଣ ରଖିଥିଲେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଶ ସମ୍ମାନ ଦେବା କଥା କିନ୍ତୁ ପ୍ରଧାନମନ୍ତ୍ରୀ ଭାବରେ ଅନ୍ୟମାନଙ୍କୁ ଉପଦେଶ ଦେଲାବେଳେ ତାଙ୍କ ସରକାର କଣ କରୁଛି ତାହା ମଧ୍ୟ ସ୍ପଷ୍ଟ ଭାବରେ ଜଣାଇବାର ଉତ୍ତରଦାୟିତ୍ୱ ମଧ୍ୟ ତାଙ୍କର ରହିଛି କୋଭିଡ଼କୁ ନେଇ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ଭାଟ୍ ଦରକୁ ନେଇ ଦେଖାଇଥିବା ଚିନ୍ତା କିନ୍ତୁ ଉତ୍ତରଦାୟିତ୍ୱର ସେହି ମାପଦଣ୍ଡରେ ଆଦୌ ଉତୁରୁ ନାହିଁ ଏହି ଆଲେଖ୍ୟରେ ଆମେ ରାଜ୍ୟମାନଙ୍କର ଭାଟ୍ ଦର ବିଷୟରେ ଆଲୋଚନା କରିବା ନାହିଁ କେବଳ କେନ୍ଦ୍ର ସରକାର କେମିତି ପେଟ୍ରୋଲଡିଜେଲ ଦରକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ଓ ଠକୁଛନ୍ତି ତାହାର କିଛି ସଦ୍ୟ ଉଦାହରଣ ହିଁ ରଖିବା ସରକାର ତୈଳ ଦର ସ୍ଥିର କରିବା ପାଇଁ ଥିବା ନୀତିକୁ ନାତ ମାରି ଦିନ ଦ୍ବିପହରେ ଲୋକଙ୍କୁ ଠକିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଏମିତି କହୁଛନ୍ତି ଯେମିତି ପେଟ୍ରୋଲ ଡିଜେଲ ଦର ରାଜ୍ୟ ସରକାରମାନଙ୍କ କାରଣରୁ ହିଁ ମହଙ୍ଗା ରହୁଛି

    କେନ୍ଦ୍ର ସରକାର ବାରମ୍ବାର କହିଆସୁଛନ୍ତି ଯେ ପେଟ୍ରୋଲଜିଜେଲ ଦର ସ୍ଥିର କରିବାରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ 'ପେଟ୍ରୋଲଡିଜେଲର ଦରରେ ସରକାରଙ୍କ ନିୟନ୍ତ୍ରଣ ନଥିବା ନୀତି ଏବେ ବି ପ୍ରଚଳିତ ଅଛି କି' ବୋଲି ୧୪.୦୩.୨୦୨୨ ତାରିଖରେ ରାଜ୍ୟସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସେହି ଆଳାପକୁ ଦୋହରାଇ କହିଲେ ଯେ '୨୬.୧୦.୨୦୧୦ରୁ ପେଟ୍ରୋଲର ଓ ୧୯.୧୦.୨୦୧୪ରୁ ଡିଜେଲର ଦର ବଜାରରେ ତୈଳ ଦର ଅନୁସାରେ ନିର୍ଦ୍ଧାରଣ ହେଉଛି। ସେବେଠାରୁ ସରକାର ଦରକୁ ନିୟନ୍ତ୍ରଣ କରୁ ନାହାନ୍ତି, ତୈଳ କମ୍ପାନୀମାନେ ନିଷ୍ପତ୍ତି ନେଉଛନ୍ତି'। ମଜାର କଥା ହେଲା ଯେ ସେହି ସମାନ ପ୍ରଶ୍ନରେ ପଚରାଯାଇଥିବା ଆଉ ଏକ ପ୍ରଶ୍ନ 'ଏଇ ନିକଟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବହୁତ ବଢ଼ିଥିଲେ ବି ଦେଶରେ କାହିଁକି ପେଟ୍ରୋଲଡିଜେଲ ଦର ଅପରିବର୍ତ୍ତିତ ରହିଛି'ର କିଛି ଉତ୍ତର ମନ୍ତ୍ରୀ ରଖି ନଥିଲେ  ଶାସକ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପ୍ରବୀଣ ଅର୍ଥନୀତିଜ୍ଞ ସୁବ୍ରମନ୍ୟମ ସ୍ୱାମୀ ମଧ୍ୟ ୦୪.୦୪.୨୦୨୨ ତାରିଖରେ ସେହିଭଳି ଏକ ପ୍ରଶ୍ନ ରାଜ୍ୟସଭାରେ ପଚାରି ଥିଲେ ସରକାର ସେହି ସମାନ ଉତ୍ତର ରଖିଥିଲେ ଯେ ପେଟ୍ରୋଲଡିଜେଲ ଦର କମ୍ପାନୀମାନେ ହିଁ ସ୍ଥିର କରୁଛନ୍ତି, ସେଥିରେ ସରକାରଙ୍କ କିଛି କରିବାର ନାହିଁ ଏହା କେବଳ ମିଛ ନୁହେଁ, ଡାହା ମିଛ

    କ୍ରମାଗତ ଭାବରେ ପେଟ୍ରୋଲ ଡିଜେଲ ଦର ବଢିବାକୁ ନେଇ ସାଧାରଣରେ ଆକ୍ରୋଶ ବଢିବାରୁ କେନ୍ଦ୍ର ସରକାର ୦୪.୧୧.୨୦୨୧ ତାରିଖରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ ତାହା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ ଡିଜେଲ ଦରରେ କିଛିକିଛି ପରିବର୍ତ୍ତନ ହେଉଥିଲା ମଜାର କଥା ଯେ ସେହି ଦିନଠାରୁ ୧୯.୦୩.୨୦୨୨ ଯାଏ, ୧୩୫ ଦିନ ଧରି ଦେଶରେ ପେଟ୍ରୋଲ ଡିଜେଲ ଦରରେ କିଛି ପରିବର୍ତ୍ତନ ହେଲା ନାହିଁ ସରକାର ରାଜ୍ୟସଭାରେ ଦେଇଥିବା ଉତ୍ତର ଯଦି ଠିକ ଥିଲା ତା'ହେଲେ ଧରି ନେବା କଥା ଯେ ଅନ୍ତର୍ଜାତୀୟ ବଜାରରେ ସେହି ସାଢେ ଚାରି ମାସ ପ୍ରାକୃତିକ ତୈଳର ଦର ସ୍ଥିର ହିଁ ଥିଲା ତେଣୁ ଇଣ୍ଡିଆନ ଅଏଲ କର୍ପୋରେସନ ଭଳି କମ୍ପାନୀ ଦେଶରେ ଦର ହଲାଇ ନଥିଲେ କିନ୍ତୁ ସ୍ଥିତି କଣ ସେୟା ଥିଲା? ଯେଉଁ ଦିନ ଭାରତ ସରକାର ଉତ୍ପାଦ ଶୁଳ୍କ ଘଟାଇଲେ, ସେହିଦିନ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କୃଡ଼ ବା ଅଶୋଧିତ ପ୍ରାକୃତିକ ତୈଳର ଦର ବ୍ୟାରେଲ ପ୍ରତି ୮୨.୪୩ ଡଲାର ଥିଲା ସେହି ଦିନଠାରୁ ପରବର୍ତ୍ତୀ ପରିବର୍ତ୍ତନ ହେବା ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୬୯ ଡଲାରରେ ବି ପହଞ୍ଚିଥିଲା ଆଉ ୧୩୪ ଡଲାରର ଶିଖରକୁ ବି ଛୁଇଁଥିଲା କିନ୍ତୁ ଭାରତରେ ଦର ଏପଟସେପଟ ହୋଇ ନ ଥିଲା ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରବଞ୍ଚନାର ଅନ୍ତତଃ ଦୁଇଟି ସ୍ପଷ୍ଟ ଉଦାହରଣ ମିଳୁଛି ଏହି ୧୩୫ ଦିନର ଶେଷ ଅଳ୍ପ କିଛି ସପ୍ତାହରେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ତୈଳ ଦର ଅନେକ ବଢ଼ିଲା କିନ୍ତୁ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ଭୋଟ ଜିତିବା ପାଇଁ ନୀତିକୁ ଜଳାଞ୍ଜଳି ଦେଇ ତୈଳ କମ୍ପାନୀମାନଙ୍କର ଅନେକ କ୍ଷତି କରାଇଲେ କିନ୍ତୁ ଏହି ୧୩୫ ଦିନର ବାକି ସମସ୍ତ ଦିନମାନଙ୍କରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ ଥିଲେ ମଧ୍ୟ ଦେଶରେ ତୈଳ ଦର ଖସୁ ନ ଥିଲା ସରକାର ଓ ତୈଳ କମ୍ପାନୀମାନେ ଲୋକଙ୍କୁ ଭକୁଆ ବନାଇ ଲାଭ ସାଉଁଟି ଚାଲିଥିଲେ

    ନଭେମ୍ବର ୪ ତାରିଖରେ ଉତ୍ପାଦ ଶୁଳ୍କ ଘଟାଇବା ଦିନଠାରୁ ଅନ୍ତତଃ ତିନି ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦର ୮୨.୪୩ ଡଲାରରୁ ଖସି ୦୧.୧୨.୨୦୨୧ ତାରିଖରେ ୬୯ ଡଲାରରେ ପହଞ୍ଚିଥିଲା ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ଦିନ ଅନ୍ତର୍ଜାତୀୟ ଦର ଯାହାଥିଲା, ଡିସେମ୍ବର ୧ ତାରିଖ ବେଳକୁ ତାହା ୧୫.୬% କମ୍ ଥିଲା ଉତ୍ପାଦ ଶୁଳ୍କ ଛାଡ କରାଯିବା ଦିନଠାରୁ ପରବର୍ତ୍ତୀ ତିନି ମାସ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ହାରାହାରି ତୈଳ ଦର ୮୦ ଡଲାର ହିଁ ଥିଲା ଯାହା ଉତ୍ପାଦ ଶୁଳ୍କ ହ୍ରାସ କରାହେବା ଦିନର ଦର ଠାରୁ ଅନ୍ତତଃ ୨.୪ ଡଲାର ବା ପ୍ରାୟ ୩% କମ୍ ଥିଲା ତୈଳ ଦର ନିୟନ୍ତ୍ରଣମୁକ୍ତ ଥାଇ ଅନ୍ତର୍ଜାତୀୟ ଦର ଅନୁସାରେ କମ୍ପାନୀମାନେ ପ୍ରତିଦିନ ତୈଳ ଦର ସ୍ଥିର କରିବାର ନୀତି ରହିଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଦର କମୁଥିବା ବେଳେ ମଧ୍ୟ କମ୍ପାନୀମାନେ କାହିଁକି ଦର ଖସାଉ ନ ଥିଲେ? ଏବେ ଆସିବା ସେହି ମାୟାପୁର୍ଣ୍ଣ ୧୩୫ ଦିନର ଶେଷ କିଛି ଦିନକୁ ରୁଷର ମତି ଦେଖି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଫେବୃଆରୀ ୧୨ ତାରିଖରେ ୧୦୦ ଡଲାର ଡେଇଁଲା ମାର୍ଚ୍ଚ ୬ ତାରିଖରେ ୧୩୪ ଡଲାରରେ ବି ପହଞ୍ଚିଗଲା କିନ୍ତୁ, ଭାରତରେ ପେଟ୍ରୋଲ ଡିଜେଲ ଦର ସେହି ସମୟରେ ବଢ଼ୁ ନଥିଲା ବଦଳିଲା ୨୦ ମାର୍ଚ୍ଚରେ, ଉତ୍ତରପ୍ରଦେଶ ପଞ୍ଜାବ ଆଦି ରାଜ୍ୟର ନିର୍ବାଚନ ଫଳ ଘୋଷଣା ହେବାର କିଛି ଦିନ ପରେ ସେତେବେଳକୁ ଅନ୍ତର୍ଜାତୀୟ ବଜାରରେ ଦର ଶୀର୍ଷରୁ ଅନେକ ଖସି ସାରିଥିଲା


    ଯଦି ଅନ୍ତର୍ଜାତୀୟ ଦରକୁ ଦେଖି ପ୍ରତିଦିନ କମ୍ପାନୀମାନେ ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାର ନୀତି ଅଛି, ତେବେ ଏହି ସମୟ ମଧ୍ୟରେ ତାହା ଲାଗୁ ନ ହେବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ନୀତି ଅନୁସାରେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ହେଉଥିଲେ କିଛି କହିବାର ନ ଥାନ୍ତା, ଲୋକେ ବି ପ୍ରଶ୍ନ କରନ୍ତେ ନି କିନ୍ତୁ, ବାସ୍ତବତା ଆଦୌ ତାହା ନୁହେଁ ସରକାର ନିଜର ଖଜଣା ଭରିବା ପାଇଁ ଅନ୍ତର୍ଜାତୀୟ ଦର କମ ଥିଲା ବେଳେ ବି ଦେଶରେ ଦର କମାଇ ନାହାନ୍ତି ଓ ଭୋଟରେ ଜିତିବା ପାଇଁ ଯେତେବେଳେ ବଢାଇବା କଥା ତାହା ବଢା଼ଇ ନାହାନ୍ତି ଆଉ ଏକ ଆଲେଖ୍ୟରେ ଆମେ ଉତ୍ପାଦ ଶୁଳ୍କ ଓ ଭାଟ୍ ଉପରେ ଅଧିକ ଚର୍ଚ୍ଚା କରିବା ତେବେ, ଏହି ଲେଖାର ପରିପ୍ରେକ୍ଷୀରେ ଏହା କହିବା ଅବଶ୍ୟ ଉପଯୋଗୀ ହେବ ଯେ ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମେଇବେ, ରାଜ୍ୟମାନଙ୍କର ଭାଟ୍ ଟିକସ ମଧ୍ୟ ଆପେଆପେ କମିଯିବ କାରଣ ରାଜ୍ୟ ସରକାରମାନେ ଉତ୍ପାଦ ଶୁଳ୍କ ମିଶ୍ରିତ ଦର ଉପରେ ହିଁ ଭାଟ୍ ଲଗାଇଥାନ୍ତି କେନ୍ଦ୍ର ସରକାର ନଭେମ୍ବର ପ୍ରଥମ ସପ୍ତାହରେ ଉତ୍ପାଦ ଶୁଳ୍କ କମାଇବା ପରେ ଆଉ ତାହାକୁ କମାଇବା ପାଇଁ ଚିନ୍ତା ବି କରି ନାହାନ୍ତି ରାଜ୍ୟମାନଙ୍କୁ ଟ୍ୟାକ୍ସ କମାଇବା ପାଇଁ ଉପଦେଶ ଦେବା ସ୍ୱାଗତଯୋଗ୍ୟ, କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ ନିଜ ଚାଦରରେ ଲାଗିଥିବା ଗାଢ ମଇଳାକୁ ଆଗ ସଫା କରିଥିଲେ ଠିକ୍ ହୋଇଥାନ୍ତା

( A slightly edited version of this article was published in my Op-Ed column 'Tatwa O Tarka' in Dharitri on 4th May 2022. That can be accessed at: https://www.dharitri.com/govt-avoiding-to-oil-policy/ )

Reference: 

1. For price or India basket and excise duty: Petroleum Planning & Analysis Cell, Ministry of Petroleum & Natural Gas, GoI (Accessed at https://www.ppac.gov.in/content/149_1_PricesPetroleum.aspx )

2. For price of brent crude: US Energy Information Administration (Accessed at: https://www.eia.gov/dnav/pet/hist/RBRTED.htm )

3. For petrol price build up: Indian Oil Corporation (Accessed at: https://iocl.com/petrol-diesel-price )